ଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ ଇଞ୍ଜ୍ୟୁରି
ଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ ଇଞ୍ଜ୍ୟୁରି (Anterior cruciate ligament injury) | |
---|---|
ବିଭାଗ | ଅସ୍ଥିଶଲ୍ୟ ବିଭାଗ (Orthopedics) |
ଲକ୍ଷଣ | ଇଂରାଜୀ ଭାଷାରେ ପପ୍ ଉଇଥ ପେନ (A "pop" with pain), ନି ଇନସ୍ଟାବିଲିଟି (knee instability), ସ୍ୱେଲିଙ୍ଗ ଅଫ ନି (swelling of knee)[୧] |
କାରଣ | ଅଣ-ସଂସ୍ପର୍ଶ ଆଘାତ (Non-contact injury), ସଂସ୍ପର୍ଶ ଆଘାତ (contact injury)[୨] |
ବିପଦ କାରକ | ଖେଳୁଆଡ଼ (Athletes), ମହିଳା[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ଶାରୀରିକ ପରୀକ୍ଷା, ମ୍ୟାଗନେଟିକ ରେଜୋନାନ୍ସ ଇମେଜିଙ୍ଗ (MRI)[୧] |
ପ୍ରତିକାର | ନିଉରୋମସ୍କୁଲାର ଟ୍ରେନିଙ୍ଗ (Neuromuscular training),[୩] କୋର ସ୍ଟ୍ରେନ୍ଦନିଙ୍ଗ (core strengthening)[୪] |
ଚିକିତ୍ସା | ଅର୍ଥୋପେଡିକ ବ୍ରେସ (Braces), ଫିଜିକାଲ ଥେରାପି (physical therapy), ଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ ରିକନସ୍ଟ୍ରକସନ (surgery)[୧] |
ପୁନଃପୌନିକ | ~ ବାର୍ଷିକ ୨୦୦,୦୦୦ (ଯୁକ୍ତରାଷ୍ଟ୍ର ଆମେରିକାରେ)[୨] |
ଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ ଇଞ୍ଜ୍ୟୁରି (ଇଂରାଜୀ ଭାଷାରେ Anterior cruciate ligament injury ନିର୍ଣ୍ଣୟ କରାଯାଏ ଯେତେବେଳେ ଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ (anterior cruciate ligament ବା ACL) ଟାଣି ହୋଇଯାଏ, ଆଂଶିକ ଛିଣ୍ଡିଯାଏ ଓ ସମ୍ପୁର୍ଣ୍ଣ ଛିଣ୍ଡିଯାଏ ।[୧] ଅଧିକ କେଶ୍ମାନାଙ୍କରେ ସମ୍ପୁର୍ଣ୍ଣ ଛିଣ୍ଡିଯାଇଥିବା ଦେଖାଯାଏ ।[୧] ଯନ୍ତ୍ରଣା, ଅସ୍ଥିର ଗଣ୍ଠି, ଆଣ୍ଠୁ ଫୁଲା (joint swelling) ଓ ଆଘାତ ସମୟରେ ଏକ ଶବ୍ଦ ହେଇଥିବା ଇତିହାସ ଥିଲେ ରୋଗ ନିର୍ଣ୍ଣୟ କରାଯାଏ ।[୧] ଆଘାତ ପ୍ରାପ୍ତ ହେବାର ଦୁଇ ଘଣ୍ଟା ମଧ୍ୟରେ ଆଣ୍ଠୁ ଫୁଲିଯାଏ ।[୨] ପ୍ରାୟ ୫୦% କେଶ୍ରେ ଆଣ୍ଠୁ ଭିତରେ ଥିବା ଅନ୍ୟାନ୍ୟ ଆଣ୍ଠୁ ଅଂଶଗୁଡ଼ିକରେ (structures of the knee) ଯଥା: - ଗଣ୍ଠି ବନ୍ଧନୀ ବା ଲିଗାମେଣ୍ଟ (ligaments), କୋମଳାସ୍ଥି ବା କାର୍ଟିଲେଜ (cartilage) ଓ ମେନିସ୍କସ (meniscus) ଆଦିରେ ଆଘାତ ଲାଗିଥାଏ ।[୧]
ବିଭିନ୍ନ କାରଣରୁ ଏହି ଆଘାତ ହୁଏ ଯଥା:- ଦୌଡ଼ିବା ସମୟରେ ଦୃତ ଦିଗ ପରିବର୍ତ୍ତନ, ଦୃତ ଦୌଡ଼ ପରେ ହଠାତ୍ ରହିଯିବା, ଉଚ୍ଚ ଡିଆଁ ପରେ ଭୂମିରେ ପଡ଼ିବା ସମୟରେ ଓ ସିଧା ସଳଖ ଆଘାତ ।[୧]ସ୍କିଙ୍ଗ (alpine skiing), ସକ୍କର (soccer), ଫୁଟବଲ (football) ଓ ବାସ୍କେଟ ବଲ (basketball) ଆଦି ଖେଳମାନଙ୍କରେ ସାଧାରଣତଃ ଏହି ଆଘାତ ଅଧିକ ଦେଖାଯାଏ ।[୧][୫] ଶାରୀରିକ ପରୀକ୍ଷା (physical examination) କରି ରୋଗ ନିର୍ଣ୍ଣୟ କରିହୁଏ ଓ ଅତି ଆବଶ୍ୟକ ହେଲେମ୍ୟାଗନେଟିକ ରେଜୋନାନ୍ସ ଇମେଜିଙ୍ଗ (magnetic resonance imaging ବା MRI) କରାଯାଇପାରେ । [୧]
ସ୍ନାୟୁ-ମାଂସପେଶୀ ଶିକ୍ଷା (neuromuscular training) ଓ ଉଦର-ନିତମ୍ବପେଶୀ ଶିକ୍ଷାଦ୍ୱାରା (core strengthening) ଏହି ରୋଗର ପ୍ରତିଷେଧ କରାଯାଇପାରେ ।[୩][୪] ଇଚ୍ଛାକୃତ ଆବଶ୍ୟକ କର୍ମକୁଶଳତା ଉପରେ ଚିକିତ୍ସା ନିର୍ଭର କରେ । ଭବିଷ୍ୟତ କାର୍ଯ୍ୟକ୍ରମ ସ୍ୱଳ୍ପ ହେବାର ଥିଲେ ଅର୍ଥୋପେଡିକ ବ୍ରେସ (bracing) ଓ ଫିଜିଓଥେରାପି (physiotherapy) ଯଥେଷ୍ଟ ହୁଏ ।[୧] ଅତ୍ୟଧିକ କର୍ମ କୁଶଳତା ଆବଶ୍ୟକ ଥିଲେ ଆର୍ଥ୍ରୋସ୍କୋପିକ ରିପେୟାର (arthroscopic repair) ପଦ୍ଧତିରେ ଆଣ୍ଟିରିଅର କ୍ରୁସିଏଟ ପୁନର୍ନିମାଣ (anterior cruciate ligament reconstruction) କରାଯାଏ ।[୧] ଅପରେଶନ ଆବଶ୍ୟକ ହେଲେ ଆଘାତ ଜନିତ ପ୍ରଦାହ କମ୍ ହେଲା ପରେ କରାଯାଏ ।[୧]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୦୯ରେ ପ୍ରାୟ ୨୦୦,୦୦୦ ଲୋକ ଏହି ଆଘାତର ଶିକାର ହୋଇଥିଲେ ।[୨] କେତେକ ଖେଳରେ ପୁରୁଷ ଓ ମହିଳା ସମ ପରିମାଣରେ ସଙ୍କଟାପନ୍ନ ଥାଆନ୍ତି ଓ ଅନ୍ୟ କେତେକରେ କେବଳ ମହିଳାମାନଙ୍କର ସଙ୍କଟ ଥାଏ ।[୫] ସମ୍ପୁର୍ଣ୍ଣ ଛିଣ୍ଡିଯାଇଥିଲେ ଖେଲ କୁଦ ସମ୍ଭବ ହୁଏ ନାହିଁ ଓ ପରିଶେଷରେ ଆଣ୍ଠୁରେ ଓଷ୍ଟିଓଆର୍ଥ୍ରାଇଟିସ ରୋଗ ହୁଏ ।[୨]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Anterior Cruciate Ligament (ACL) Injuries-OrthoInfo - AAOS". orthoinfo.aaos.org. March 2014. Archived from the original on 5 July 2017. Retrieved 30 June 2017.
- ↑ ୨.୦ ୨.୧ ୨.୨ ୨.୩ ୨.୪ "ACL Injury: Does It Require Surgery?-OrthoInfo - AAOS". orthoinfo.aaos.org. September 2009. Archived from the original on 22 June 2017. Retrieved 30 June 2017.
- ↑ ୩.୦ ୩.୧ Hewett TE, Ford KR, Myer GD. "Anterior cruciate ligament injuries in female athletes: Part 2, a meta-analysis of neuromuscular interventions aimed at injury prevention". Am J Sports Med. 2006;34(3):490. 34: 490–8. doi:10.1177/0363546505282619. PMID 16382007.
- ↑ ୪.୦ ୪.୧ Sugimoto D, Myer GD, Foss KD, Hewett TE. "Specific exercise effects of preventive neuromuscular training intervention on anterior cruciate ligament injury risk reduction in young females: meta-analysis and subgroup analysis". Br J Sports Med. 49: 282–9. doi:10.1136/bjsports-2014-093461. PMID 25452612.
- ↑ ୫.୦ ୫.୧ Prodromos CC, Han Y, Rogowski J, Joyce B, Shi K (Dec 2007). "A meta-analysis of the incidence of anterior cruciate ligament tears as a function of gender, sport, and a knee injury-reduction regimen". Arthroscopy. 23 (12): 1320–25. doi:10.1016/j.arthro.2007.07.003. PMID 18063176.