ଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ ଇଞ୍ଜ୍ୟୁରି

ଉଇକିପିଡ଼ିଆ‌ରୁ
ଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ ଇଞ୍ଜ୍ୟୁରି (Anterior cruciate ligament injury)
ଡାହାଣ ଆଣ୍ଠୁର ରେଖାଚିତ୍ର
ବିଭାଗଅସ୍ଥିଶଲ୍ୟ ବିଭାଗ (Orthopedics)
ଲକ୍ଷଣଇଂରାଜୀ ଭାଷାରେ ପ‌ପ୍ ଉଇଥ ପେନ (A "pop" with pain), ନି ଇନସ୍ଟାବିଲିଟି (knee instability), ସ୍ୱେଲିଙ୍ଗ ଅଫ ନି (swelling of knee)[୧]
କାରଣଅଣ-ସଂସ୍ପର୍ଶ ଆଘାତ (Non-contact injury), ସଂସ୍ପର୍ଶ ଆଘାତ (contact injury)[୨]
ବିପଦ କାରକଖେଳୁଆଡ଼ (Athletes), ମହିଳା[୧]
ରୋଗ ନିର୍ଣ୍ଣୟ ପଦ୍ଧତିଶାରୀରିକ ପରୀକ୍ଷା, ମ୍ୟାଗନେଟିକ ରେଜୋନାନ୍ସ ଇମେଜିଙ୍ଗ (MRI)[୧]
ପ୍ରତିକାରନିଉରୋମସ୍କୁଲାର ଟ୍ରେନିଙ୍ଗ (Neuromuscular training),[୩] କୋର ସ୍ଟ୍ରେନ୍ଦନିଙ୍ଗ (core strengthening)[୪]
ଚିକିତ୍ସାଅର୍ଥୋପେଡିକ ବ୍ରେସ (Braces), ଫିଜିକାଲ ଥେରାପି (physical therapy), ଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ ରିକନସ୍ଟ୍ରକସନ (surgery)[୧]
ପୁନଃପୌନିକ~ ବାର୍ଷିକ ୨୦୦,୦୦୦ (ଯୁକ୍ତରାଷ୍ଟ୍ର ଆମେରିକାରେ)[୨]

ଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ ଇଞ୍ଜ୍ୟୁରି (ଇଂରାଜୀ ଭାଷାରେ Anterior cruciate ligament injury ନିର୍ଣ୍ଣୟ କରାଯାଏ ଯେତେବେଳେ ଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ (anterior cruciate ligament ବା ACL) ଟାଣି ହୋଇଯାଏ, ଆଂଶିକ ଛିଣ୍ଡିଯାଏ ଓ ସମ୍ପୁର୍ଣ୍ଣ ଛିଣ୍ଡିଯାଏ ।[୧] ଅଧିକ କେଶ୍‌ମାନାଙ୍କରେ ସମ୍ପୁର୍ଣ୍ଣ ଛିଣ୍ଡିଯାଇଥିବା ଦେଖାଯାଏ ।[୧] ଯନ୍ତ୍ରଣା, ଅସ୍ଥିର ଗଣ୍ଠି, ଆଣ୍ଠୁ ଫୁଲା (joint swelling) ଓ ଆଘାତ ସମୟରେ ଏକ ଶବ୍ଦ ହେଇଥିବା ଇତିହାସ ଥିଲେ ରୋଗ ନିର୍ଣ୍ଣୟ କରାଯାଏ ।[୧] ଆଘାତ ପ୍ରାପ୍ତ ହେବାର ଦୁଇ ଘଣ୍ଟା ମଧ୍ୟରେ ଆଣ୍ଠୁ ଫୁଲିଯାଏ ।[୨] ପ୍ରାୟ ୫୦% କେଶ୍‌ରେ ଆଣ୍ଠୁ ଭିତରେ ଥିବା ଅନ୍ୟାନ୍ୟ ଆଣ୍ଠୁ ଅଂଶଗୁଡ଼ିକରେ (structures of the knee) ଯଥା: - ଗଣ୍ଠି ବନ୍ଧନୀ ବା ଲିଗାମେଣ୍ଟ (ligaments), କୋମଳାସ୍ଥି ବା କାର୍ଟିଲେଜ (cartilage) ଓ ମେନିସ୍କସ (meniscus) ଆଦିରେ ଆଘାତ ଲାଗିଥାଏ ।[୧]

ବିଭିନ୍ନ କାରଣରୁ ଏହି ଆଘାତ ହୁଏ ଯଥା:- ଦୌଡ଼ିବା ସମୟରେ ଦୃତ ଦିଗ ପରିବର୍ତ୍ତନ, ଦୃତ ଦୌଡ଼ ପରେ ହଠାତ୍ ରହିଯିବା, ଉଚ୍ଚ ଡିଆଁ ପରେ ଭୂମିରେ ପଡ଼ିବା ସମୟରେ ଓ ସିଧା ସଳଖ ଆଘାତ ।[୧]ସ୍କିଙ୍ଗ (alpine skiing), ସକ୍କର (soccer), ଫୁଟବଲ (football) ଓ ବାସ୍କେଟ ବଲ (basketball) ଆଦି ଖେଳମାନଙ୍କରେ ସାଧାରଣତଃ ଏହି ଆଘାତ ଅଧିକ ଦେଖାଯାଏ ।[୧][୫] ଶାରୀରିକ ପରୀକ୍ଷା (physical examination) କରି ରୋଗ ନିର୍ଣ୍ଣୟ କରିହୁଏ ଓ ଅତି ଆବଶ୍ୟକ ହେଲେମ୍ୟାଗନେଟିକ ରେଜୋନାନ୍ସ ଇମେଜିଙ୍ଗ (magnetic resonance imaging ବା MRI) କରାଯାଇପାରେ । [୧]

ସ୍ନାୟୁ-ମାଂସପେଶୀ ଶିକ୍ଷା (neuromuscular training) ଓ ଉଦର-ନିତମ୍ବପେଶୀ ଶିକ୍ଷାଦ୍ୱାରା (core strengthening) ଏହି ରୋଗର ପ୍ରତିଷେଧ କରାଯାଇପାରେ ।[୩][୪] ଇଚ୍ଛାକୃତ ଆବଶ୍ୟକ କର୍ମକୁଶଳତା ଉପରେ ଚିକିତ୍ସା ନିର୍ଭର କରେ । ଭବିଷ୍ୟତ କାର୍ଯ୍ୟକ୍ରମ ସ୍ୱଳ୍ପ ହେବାର ଥିଲେ ଅର୍ଥୋପେଡିକ ବ୍ରେସ (bracing) ଓ ଫିଜିଓଥେରାପି (physiotherapy) ଯଥେଷ୍ଟ ହୁଏ ।[୧] ଅତ୍ୟଧିକ କର୍ମ କୁଶଳତା ଆବଶ୍ୟକ ଥିଲେ ଆର୍ଥ୍ରୋସ୍କୋପିକ ରିପେୟାର (arthroscopic repair) ପଦ୍ଧତିରେ ଆଣ୍ଟିରିଅର କ୍ରୁସିଏଟ ପୁନର୍ନିମାଣ (anterior cruciate ligament reconstruction) କରାଯାଏ ।[୧] ଅପରେଶନ ଆବଶ୍ୟକ ହେଲେ ଆଘାତ ଜନିତ ପ୍ରଦାହ କମ୍ ହେଲା ପରେ କରାଯାଏ ।[୧]

ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୦୯ରେ ପ୍ରାୟ ୨୦୦,୦୦୦ ଲୋକ ଏହି ଆଘାତର ଶିକାର ହୋଇଥିଲେ ।[୨] କେତେକ ଖେଳରେ ପୁରୁଷ ଓ ମହିଳା ସମ ପରିମାଣରେ ସଙ୍କଟାପନ୍ନ ଥାଆନ୍ତି ଓ ଅନ୍ୟ କେତେକରେ କେବଳ ମହିଳାମାନଙ୍କର ସଙ୍କଟ ଥାଏ ।[୫] ସମ୍ପୁର୍ଣ୍ଣ ଛିଣ୍ଡିଯାଇଥିଲେ ଖେଲ କୁଦ ସମ୍ଭବ ହୁଏ ନାହିଁ ଓ ପରିଶେଷରେ ଆଣ୍ଠୁରେ ଓଷ୍ଟିଓଆର୍ଥ୍ରାଇଟିସ ରୋଗ ହୁଏ ।[୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Anterior Cruciate Ligament (ACL) Injuries-OrthoInfo - AAOS". orthoinfo.aaos.org. March 2014. Archived from the original on 5 July 2017. Retrieved 30 June 2017.
  2. ୨.୦ ୨.୧ ୨.୨ ୨.୩ ୨.୪ "ACL Injury: Does It Require Surgery?-OrthoInfo - AAOS". orthoinfo.aaos.org. September 2009. Archived from the original on 22 June 2017. Retrieved 30 June 2017.
  3. ୩.୦ ୩.୧ Hewett TE, Ford KR, Myer GD. "Anterior cruciate ligament injuries in female athletes: Part 2, a meta-analysis of neuromuscular interventions aimed at injury prevention". Am J Sports Med. 2006;34(3):490. 34: 490–8. doi:10.1177/0363546505282619. PMID 16382007.
  4. ୪.୦ ୪.୧ Sugimoto D, Myer GD, Foss KD, Hewett TE. "Specific exercise effects of preventive neuromuscular training intervention on anterior cruciate ligament injury risk reduction in young females: meta-analysis and subgroup analysis". Br J Sports Med. 49: 282–9. doi:10.1136/bjsports-2014-093461. PMID 25452612.
  5. ୫.୦ ୫.୧ Prodromos CC, Han Y, Rogowski J, Joyce B, Shi K (Dec 2007). "A meta-analysis of the incidence of anterior cruciate ligament tears as a function of gender, sport, and a knee injury-reduction regimen". Arthroscopy. 23 (12): 1320–25. doi:10.1016/j.arthro.2007.07.003. PMID 18063176.