ଆଟ୍ରାକ୍ୟୁରିଅମ ବେସିଲେଟ
| Clinical data | |
|---|---|
| Synonyms | Atracurium besylate |
| AHFS/Drugs.com | monograph |
| Pregnancy category |
|
| Routes of administration | IV |
| ATC code | |
| Legal status | |
| Legal status |
|
| Pharmacokinetic data | |
| Bioavailability | 100% (IV) |
| Protein binding | 82% |
| Metabolism | Hofmann elimination (retro-Michael addition) and ester hydrolysis by nonspecific esterases |
| Elimination half-life | 17–21 minutes |
| Identifiers | |
| |
| CAS Number | |
| PubChem CID | |
| DrugBank | |
| ChemSpider | |
| UNII | |
| ChEBI | |
| ChEMBL | |
| ECHA InfoCard | 100.058.840 |
| Chemical and physical data | |
| Formula | C53H72N2O122+ |
| Molar mass | 929.145 g/mol |
| 3D model (JSmol) | |
| |
| |
| | |
ଆଟ୍ରାକ୍ୟୁରିଅମ ବେସିଲେଟ (ଇଂରାଜୀ ଭାଷାରେ Atracurium besilate) ଏକ ଔଷଧ ଯାହା ଅପରେଶନ ବା ମେକାନିକାଲ ଭେଣ୍ଟିଲେସନ (mechanical ventilation) କରିବା ସମୟରେ ଅନ୍ୟାନ୍ୟ ଔଷଧ ସହିତ କଙ୍କାଳୀୟ ମାଂସପେଶୀ ଶିଥିଳ କରିବା (skeletal muscle relaxation) ନିମନ୍ତେ ଦିଆଯାଏ । ଏଣ୍ଡୋଟ୍ରାକିଆଲ ଇନଟ୍ୟୁବେସନରେ (endotracheal intubation) ଏହା ଦିଆଯାଇପାରେ କିନ୍ତୁ ଅତିଶୀଘ୍ର ଦରକାର ହେଲେ ଏହାଠାରୁ ସକ୍ସାମେଥୋନିଅମ କ୍ଲୋରାଇଡ ଅଧିକ ପସନ୍ଦଯୋଗ୍ୟ । ଏହି ଔଷଧ ଶିରାଭ୍ୟନ୍ତରରେ ଇଞ୍ଜେକସନ injection into a vein ଆକାରରେ ଦିଆଯାଏ । ଇଞ୍ଜେକସନ ଦେବାର ୪ମିନିଟ ପରେ ଏହାର ପ୍ରଭାବ ସର୍ବାଧିକ ହୁଏ ଓ ଏକ ଘଣ୍ଟା ପର୍ଯ୍ୟନ୍ତ ରହେ ।[୧]
ଆଟ୍ରାକ୍ୟୁରିଅମ ବେସିଲେଟର ପାର୍ଶ୍ୱ ପ୍ରତିକ୍ରିୟାରେ ଚମ ଲାଲ ପଡ଼ିଯାଏ ଓ ନିମ୍ନ ରକ୍ତଚାପ (low blood pressure) ହୁଏ । ସାଂଘାତିକ ପ୍ରତିକ୍ରିୟାରେ ଆଲର୍ଜି ହୋଇପାରେ କିନ୍ତୁ ଏହା ସାଥୀରେ ମାଲିଗନାଣ୍ଟ ଉଚ୍ଚ ରକ୍ତଚାପ (malignant hyperthermia) ନ ଥାଏ ।[୧][୨] ମ୍ୟାସ୍ଥେନିଆ ଗ୍ରାଭିସ ରୋଗ ଥିଲେ ଦୀର୍ଘସ୍ଥାୟୀ ପକ୍ଷାଘାତ/ପାରାଲିସିସ ହୋଇପାରେ । ଗର୍ଭାବସ୍ଥାରେ ଏହାର ଶିଶୁ ଉପରେ ପ୍ରଭାବ ସ୍ପଷ୍ଟ ହୋଇନାହିଁ । ସ୍ନାୟୁପେଶୀ ଅବରୋଧକାରୀ (neuromuscular-blocker) ଔଷଧ ଶ୍ରେଣୀ ମଧ୍ୟରୁ ଏହା ଏକ ନନପୋଲାରାଇଜିଙ୍ଗ (non-depolarizing) ଟାଇପର ଔଷଧ । କଙ୍କାଳୀୟ ପେଶୀରେ (skeletal muscles) ଥିବା ଆସେଟାଇଲକୋଲିନ (acetylcholine) କାମକୁ ଏହି ଔଷଧ ଅବରୋଧ କରି କାର୍ଯ୍ୟକାରୀ ହୁଏ ।[୧]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୮୩ରେ ଆଟ୍ରାକ୍ୟୁରିଅମ ବେସିଲେଟ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଆଟ୍ରାକ୍ୟୁରିଅମ ବେସିଲେଟ ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର କ୍ରୟ ମୂଲ୍ୟ ୧.୬୯ରୁ ୧.୮୭ ଆମେରିକୀୟ ଡଲାର ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Atracurium Besylate". The American Society of Health-System Pharmacists. Retrieved 8 December 2016.
- ↑ "Atracurium Besilate 10 mg/ml Injection - (eMC)". www.medicines.org.uk. March 2015. Retrieved 16 December 2016.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Atracurium". International Drug Price Indicator Guide. Retrieved 8 December 2016.[permanent dead link]