Jump to content

ଅସୀମା ଚାଟର୍ଜୀ

ଉଇକିପିଡ଼ିଆ‌ରୁ
(ଅସୀମା ଚାଟାର୍ଜୀରୁ ଲେଉଟି ଆସିଛି)
Asima Chatterjee
অসীমা চট্টোপাধ্যায়
ଅସୀମା ଚାଟର୍ଜୀ
ଜନ୍ମ(1917-09-23)୨୩ ସେପ୍ଟେମ୍ବର ୧୯୧୭
ମୃତ୍ୟୁError: Need valid birth date (second date): year, month, day
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନUniversity of Calcutta
ବିଜ୍ଞାନୀ ଜୀବନ
କ୍ଷେତ୍ରOrganic chemistry, phytomedicine
କର୍ମାନୁଷ୍ଠାନUniversity of Calcutta

ଅସୀମା ଚାଟର୍ଜୀ (ବଙ୍ଗଳା: অসীমা চট্টোপাধ্যায়) (୨୩/୦୯/୧୯୧୭ରୁ ୨୨/୧୧/୨୦୦୬) ଜଣେ ଭାରତୀୟ ରସାୟନ ବିଜ୍ଞାନୀ ଥିଲେ ଓ ଜୈବରସାୟନ ବିଜ୍ଞାନ (organic chemistry) ଓ ଫାଇଟୋମେଡିସିନ ବିଷୟରେ କାମ କରିବା ଯୋଗୁ ଖ୍ୟାତନାମା ଥିଲେ ।[] ଭିନକା ଆଲକାଲଏଡ ଉପରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପର୍ଯ୍ୟବସିତ ଥିଲା ଓ ଅପସ୍ମାର ବାତ (Epilepsy) ତଥା ମ୍ୟାଲେରିଆର ଔଷଧ ଖୋଜିବା ତାଙ୍କର ଅନ୍ୟତମ କାମ ଥିଲା । ଭାରତର ଔଷଧୀୟ ବୃକ୍ଷ ପଦାର୍ଥ ଉପରେ ଅନେକ ସନ୍ଦର୍ଭ ଲେଖିଥିଲେ । ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଭିତରେ, ଭିନ୍‌କା ଆଲ୍‌କାଲଏଡ଼୍‌ସ ଉପରେ ସନ୍ଧାନ, ଅପସ୍ମାର ବାତ ନିରୋଧୀ ଔଷଧର ଉନ୍ନତିକରଣ, ଓ ମ୍ୟାଲେରିଆ ପ୍ରତିରୋଧକ ଔଷଧର ଉନ୍ନତିକରଣ ପ୍ରଭୃତି ଅନ୍ୟତମ । ସେ ପ୍ରଥମ ମହିଳା ଭାବେ ଭାରତୀୟ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନ ଡକ୍ଟରେଟ୍ ପାଇଥିଲେ ।[]

ଜୀବନୀ

[ସମ୍ପାଦନା]

ପ୍ରାକଜୀବନ

[ସମ୍ପାଦନା]

ଅସୀମା ଚାଟାର୍ଜୀ (née ମୁଖାର୍ଜୀ)[] ୨୩ ସେପ୍ଟେମ୍ବର ୧୯୧୭ରେ ବଙ୍ଗଳାରେ ଜନ୍ମ ହୋଇଥିଲେ ।ସେ ଡାକ୍ତର ଇନ୍ଦ୍ର ନାରାୟଣ ମୁଖାର୍ଜୀ ଓ ତାଙ୍କ ପତ୍ନୀ କମଳା ଦେବୀଙ୍କ ଦୁଇ ସନ୍ତାନ ମଧ୍ୟରୁ ବଡ଼ ଥିଲେ ।[] ଚାଟାର୍ଜୀ କଲିକତାରେ ବଢ଼ିଥିଲେ ।[] ତାଙ୍କର ବାପା ଉଦ୍ଭିଦ ବିଜ୍ଞାନରେ ବ‌ହୁତ ଆଗ୍ରହ ରଖିଥିଲେ ଓ ସେଥିପାଇଁ ଚାଟାର୍ଜୀଙ୍କର ମଧ୍ୟ ଉଦ୍ଭିଦ ବିଜ୍ଞାନରେ ଆଗ୍ରହ ଥିଲା ।[] ଅତି ଉଚ୍ଚ ମାନର ଛାତ୍ରୀ ଅସୀମା କଲିକତାର ସ୍କୁଲରେ ପଢ଼ି ବଡ଼ ହେଲେ ଓ କଲିକତାର ସ୍କଟିଶ ଚର୍ଚ୍ଚ ମହାବିଦ୍ୟାଳୟରୁ ୧୯୩୬ ମସିହାରେ ରସାୟନ ବିଜ୍ଞାନରେ ସମ୍ମାନ ସହ ସ୍ନାତକ ହେଲେ । [][]

ଉଚ୍ଚ ଶିକ୍ଷା

[ସମ୍ପାଦନା]

ଅସୀମା ଚାଟାର୍ଜୀ ୧୯୩୮ରେ ସ୍ନାତ୍ତକୋତ୍ତର ଓ ୧୯୪୪ରେ କଲିକତା ବିଶ୍ୱବିଦ୍ୟାଳୟରୁ ଜୈବ ରସାୟନବିଜ୍ଞାନରେ ଡକ୍ଟର ଡିଗ୍ରୀ ପାଇଥିଲେ । ସେ ବିଜ୍ଞାନରେ ଡକ୍ଟରେଟ୍ ପାଇବାରେ ପ୍ରଥମ ଭାରତୀୟ ମହିଳା ଥିଲେ ।[] ତାଙ୍କର ଡକ୍ଟରେଟ୍ ସନ୍ଧାନ ଉଦ୍ଭିଦ ଉତ୍ପାଦ ଓ ସିନ୍ଥେଟିକ୍ ଜୈବ ରସାୟନ ଉପରେ କେନ୍ଦ୍ରିତ ଥିଲା ।[] ସେହି ସମୟରେ ତାଙ୍କର ପ୍ରତିଷ୍ଠିତ ଉପଦେଶକାରୀଙ୍କ ମଧ୍ୟରୁ ପ୍ରଫୁଲ୍ଲ ଚନ୍ଦ୍ର ରୟସତ୍ୟେନ୍ଦ୍ର ନାଥ ବୋଷ ଅନ୍ୟତମ । ତାଙ୍କର ମଧ୍ୟ ୱିସ୍‌କନ୍‌ସିନ୍ ବିଶ୍ୱବିଦ୍ୟାଳୟ, ମାଡ଼ିସନ୍କାଲ୍‌ଟେକ୍‌ରୁ ସନ୍ଧାନ ଅଭିଜ୍ଞତା ଥିଲା ।

ଚାଟାର୍ଜୀଙ୍କର ସନ୍ଧାନ, ପ୍ରାକୃତିକ ଉତ୍ପାଦ ରସାୟନ ଉପରେ କେନ୍ଦ୍ରିତ ଥିଲା ଓ ଫଳରେ ଆଣ୍ଟି-କନ୍‌ଭଲ୍‌ସିଭ୍, ଆଣ୍ଟି-ମ୍ୟାଲେରିଆ, ଓ କେମୋଥେରାପି ଔଷଧ ଉଦ୍ଭାବିତ ହୋଇଥିଲା ।[] ସେ ପ୍ରାୟ ୪୦ ବର୍ଷ ବିଭିନ୍ନ ଆଲ୍‌କାଲଏଡ୍ ଯୌଗିକ ଉପରେ ସନ୍ଧାନ କରିଥିଲେ ।[] ସେ ମଧ୍ୟ ମାର୍‌ସେଲିଆ ମିନୁଟାରେ ଆଣ୍ଟି-ଏପିଲେପ୍ଟିକ୍ କାର୍ଯ୍ୟ[୧୦]ଆଲ୍‌ଷ୍ଟୋନିଆ ସ୍କଲାରିସ୍, ସ୍ୱେର୍‌ଟିଆ ଚିରାଟା, ପିକ୍ରୋରିଜା କୁରୋଆସିଜାଲ୍ପିନିଆ କ୍ରିଷ୍ଟା ଉଦ୍ଭିଦରେ ଆଣ୍ଟି-ମ୍ୟାଲେରିଆ କାର୍ଯ୍ୟ, ଉପରେ ସନ୍ଧାନ କରିଥିଲେ । ତାଙ୍କର ସନ୍ଧାନ ଆୟୁଷ-୫୬ ନାମକ ଏକ ଏପିଲେପ୍ସି ଔଷଧ ଓ କେତେକ ଆଣ୍ଟି-ମ୍ୟାଲେରିଆ]] ଔଷଧର ଉନ୍ନତିରେ କାମରେ ଆସିଥିଲା ।[]

ସେ ମଧ୍ୟ ପାଖାପାଖି ୪୦୦ ସନ୍ଦର୍ଭ ଲେଖିଥିଲେ, ଯାହା ଉଭୟ ଜାତୀୟ, ଓ ଆନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ହୋଇଥିଲା ।[]

ସଫଳତା

[ସମ୍ପାଦନା]

ବିଜ୍ଞାନ‌କୁ ଚାଟାର୍ଜୀଙ୍କର ଦାନ ହେଲା:[୧୧]

  • ରାଉଓଲ୍‌ଫିଆ କାନ୍‌ସେନ୍‌ସରେ ଆଲ୍‌କାଲଏଡ୍‌ର ରସାୟନ ସନ୍ଧାନ ଆରମ୍ଭ କରିଥିଲେ ।
  • ପ୍ରାୟ ସମସ୍ତ ମୁଖ୍ୟ ଇନ୍ଦୋଲ ଆଲ୍‌କାଲଏଡ୍‌ସର ରସାୟନ ଉପରେ ସନ୍ଧାନ କରିଥିଲେ ।
  • ଆଜ୍‌ମାଲିସିନ୍ସାର୍ପାଗିନ୍‌ର ସରଞ୍ଚନା ଓ ଷ୍ଟେରିଓ କେମେଷ୍ଟ୍ରିରେ ଅବଦାନ ଥିଲା ।
  • ପ୍ରଥମେ ସାର୍ପାଗିନ୍‌ର ଷ୍ଟେରିଓ ସରଞ୍ଚନାର ଉଦାହରଣ ଦେଇଥିଲେ ।
  • Isolated and characterised geissoschizine, a key precursor in biogenesis of indole alkaloids from Rhazya stricta.
  • Carried out synthetic studies on a number of complex indole, quinoline and isoquinoline alkaloids.
  • Developed procedures for the preparation of beta-phenylethanolamines in connection with alkaloid synthesis.
  • Elucidated the structure of luvangetin isolated from Luvanga scandens.
  • Studied the action of various Lewis acids on prenylated coumarins and devised simple synthetic routes to a number of complex coumarin systems.
  • Investigated the mechanism of acid-catalysed hydramine fission of beta phenylethanol amines.
  • Introduced the use of periodic acid as a reagent for the detection and location of both terminal and exocyclic double bonds in organic compounds.

ବୃତ୍ତି

[ସମ୍ପାଦନା]

ଅସୀମା କଲିକତା ୟୁନିଭର୍ସିଟିର ଲେଡି ବ୍ରାବୋର୍ଣ୍ଣ କଲେଜରେ ପ୍ରତିଷ୍ଠାତା ବିଭାଗ ମୁଖ୍ୟ ରୂପେ ୧୯୪୦ ମସିହାରେ ଯୋଗ ଦେଲେ । ସେ ୧୯୪୪ ମସିହାରେ ଭାରତର ପ୍ରଥମ ମହିଳା ଭାବେ ଡାକ୍ତରେଟ ଓଫ ସାଇନ୍ସ ଉପାଧି ଗୋଟିଏ ଭାରତୀୟ ୟୁନିଭରସିଟିରୁ ପାଇଥିଲେ ।[] ଅସୀମା ୧୯୫୪ ମସିହାରେ କଲିକତା ୟୁନିଭରସିଟିର କଲେଜ ଓଫ ସାଇନ୍ସରେ ରିଡର ଭାବେ ଯୋଗ ଦେଲେ । ସେ ୧୯୬୨ ମସିହାରୁ ୧୯୮୨ ମସିହା ପର୍ଯ୍ୟନ୍ତ ସମ୍ମାନ ଜନକ ଖଇର(Khaira) ପ୍ରଫେସର ଭାବେ କଲିକତା ୟୁନିଭର୍ସିଟିରେ ରହିଲେ ।[]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ସେ କଲିକତା ୟୁନିଭରସିଟିର ପ୍ରେମଚାନ୍ଦ ରଏଚାନ୍ଦ (Premchand Roychand) ସ୍କଲାର ଥିଲେ ।[]
  • ଭାରତୀୟ ୟୁନିଭରସିଟି – କଲିକତା ବିଶ୍ୱବିଦ୍ୟାଳୟରୁ 1944 ମସିହାରେ ଅସୀମା ପ୍ରଥମ ମହିଳା ଭାବେ ଡକ୍ଟରେଟ ଅଫ ସାଇନ୍ସ ଉପାଧି ପାଇଥିଲେ ।[]
  • ୧୯୬୨ରୁ ୧୯୮୨ ମସିହା ପର୍ଯ୍ୟନ୍ତ ସେ କଲିକତା ବିଶ୍ୱବିଦ୍ୟାଳୟର ଲୋଭନୀୟ ଖଇର ପ୍ରଫେସର ପଦବୀରେ ଅଧିଷ୍ଠିତ ହୋଇଥିଲେ ।[]
  • ଭାରତର ୟୁନିଭରସିଟି ଗ୍ରାଣ୍ଟ କମିଶନଦ୍ୱାରା ୧୯୭୨ ମସିହାରେ ପ୍ରକୃତି ପଦାର୍ଥ ରସାୟନ ବିଜ୍ଞାନର ଶିକ୍ଷା ଓ ଗବେଷଣାରେ ସ୍ୱତନ୍ତ୍ର ସାହଯ୍ୟକାରୀ ପ୍ରୋଗ୍ରାମର ଅବୈତନିକ କୋଅଡିନେଟର (Special Assistance Programme to intensify teaching and research in natural product chemistry) ରୂପେ ନିଯୁକ୍ତି ପାଇଥିଲେ ।[]
  • ୧୯୬୦ ମସିହାରେ ଭାରତୀୟ ଜାତୀୟ ଏକାଡ଼େମୀର ଫେଲୋ ରୂପେ ନିର୍ବାଚିତ ହୋଇଥିଲେ ।[]
  • ପ୍ରଥମ ମହିଳା ରୂପେ ୧୯୬୧ ମସିହାରେ କେମିକାଳ ବିଜ୍ଞାନରେ ଶାନ୍ତି ସ୍ୱରୂପ ଭଟନାଗର ପୁରସ୍କାର ପାଇଥିଲେ ।[]
  • ୧୯୭୫ ମସିହାରେ ସେ ପଦ୍ମଭୂଷଣ ପୁରସ୍କାର ପାଇଥିଲେ ଓ ଭାରତୀୟ ବିଜ୍ଞାନ କଂଗ୍ରେସର ପ୍ରଥମ ମହିଳା ଜେନେରାଲ ପ୍ରେସିଡେଣ୍ଟ ହୋଇଥିଲେ ।[]
  • ଅନେକ ବିଶ୍ୱବିଦ୍ୟାଳୟ ତାଙ୍କୁ ଡି॰ଏସସି(D Sc) ଡିଗ୍ରୀ ଦେଇ ସମ୍ମାନିତ କରିଥିଲେ ।[]
  • ଭାରତର ପ୍ରେସିଡେଣ୍ଟଙ୍କଦ୍ୱାରା ସେ ରାଜ୍ୟ ସଭାକୁ ୧୯୮୨ରୁ ୧୯୯୦ ପର୍ଯ୍ୟନ୍ତ ନିର୍ବାଚିତ ହୋଇଥିଲେ ।[]
  • ୧୯୭୨ରେ, ସେ ପ୍ରାକୃତିକ ରସାୟନ ଉତ୍ପାଦରେ ଶିକ୍ଷାପ୍ରଦାନ ଓ ସନ୍ଧାନ ପାଇଁ, ଭାରତୀୟ ବିଶ୍ୱବିଦ୍ୟାଳୟ ଗ୍ରାଣ୍ଟ୍ କମିଶନ୍‌ଙ୍କଦ୍ୱାରା ମନୋନୀତ ସ୍ୱତନ୍ତ୍ର ସ‌ହାୟକ କାର୍ଯ୍ୟକ୍ରମର ସମ୍ମାନନୀୟ ସଂଯୋଜକ ଥିଲେ ।[]
  • ୨୩ ସେପ୍ଟେମ୍ବର ୨୦୧୭ରେ, ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍ ଚାଟାର୍ଜୀଙ୍କ ଜନ୍ମ ଶତବାର୍ଷିକୀ ପାଇଁ ୨୪ ଘଣ୍ଟିଆ ଗୁଗୁଲ୍ ଡୁଡ଼ୁଲ୍ ରଖିଥିଲା ।[]
  1. 1 2 3 4 5 6 7 8 9 10 11 12 13 The Shaping of Indian Science. p. 1036. Indian Science Congress Association, Presidential Addresses By Indian Science Congress Association. Published by Orient Blackswan, 2003. ISBN 978-81-7371-433-7
  2. Chatterjee, Asima.; Parks, Lloyd M. (1 May 2002). "The Structure of Verbenalin". Journal of the American Chemical Society. 71 (6): 2249–2250. doi:10.1021/ja01174a506. Retrieved 23 September 2017.
  3. "Asima Chatterjee And Her Pioneering Work In Medicinal Chemistry | #IndianWomenInHistory". Feminism in India (in ଆମେରିକୀୟ ଇଂରାଜୀ). 2017-11-02. Retrieved 2018-01-20.
  4. 1 2 3 Smith, K.N. (23 September 2017). "Today's Google Doodle Honors Chemist Asima Chatterjee". Forbes (in ଇଂରାଜୀ). Retrieved 2017-09-23.
  5. 1 2 Keating, Fiona (2017-09-23). "First Indian woman in history to be awarded a PhD for science would be 100 today". The Independent (in ବ୍ରିଟିଶ୍‌ ଇଂରାଜୀ). Retrieved 2017-09-23.
  6. Some Alumni of Scottish Church College in 175th Year Commemoration Volume Scottish Church College, 2008, p. 584
  7. 1 2 "Chemistry alumni of Scottish Church College". Archived from the original on 2009-04-06. Retrieved 2013-09-23.
  8. 1 2 valentinaproject (2014-08-06). "Asima Chatterjee, chemist". The Valentina Project. Archived from the original on 2016-10-12. Retrieved 2016-10-11.
  9. 1 2 Jayaraj, Nandita. "Asima Chatterjee, the Scientist Who Did So Much More in a Time of Less". The Wire (in ବ୍ରିଟିଶ୍‌ ଇଂରାଜୀ). Retrieved 2017-09-23.
  10. Basak, Swati (May 2015). "WOMEN, SCIENCE, EDUCATION AND EMPOWERMENT: ASIMA CHATTERJEE, THE GENIUS LADY" (PDF). IMPACT: International Journal of Research in Humanities, Arts and Literature. 3 (5): 133–138. ISSN 2321-8878. Retrieved 23 September 2017.
  11. "Women Scientists of India: Dr. Asima Chatterjee - Google Arts & Culture". Google Cultural Institute (in ଇଂରାଜୀ). Retrieved 2017-09-23.

ଆହୁରି ପଢ଼ନ୍ତୁ

[ସମ୍ପାଦନା]

ବାହାର ଲିଙ୍କ

[ସମ୍ପାଦନା]