ଅସୀମା ଚାଟର୍ଜୀ

ଉଇକିପିଡ଼ିଆ‌ରୁ
Asima Chatterjee
অসীমা চট্টোপাধ্যায়
ଅସୀମା ଚାଟର୍ଜୀ
Born(1917-09-23)୨୩ ସେପ୍ଟେମ୍ବର ୧୯୧୭
DiedError: Need valid birth date (second date): year, month, day
Nationalityଭାରତୀୟ
Alma materUniversity of Calcutta
ବିଜ୍ଞାନୀ ଜୀବନ
କ୍ଷେତ୍ରOrganic chemistry, phytomedicine
କର୍ମାନୁଷ୍ଠାନUniversity of Calcutta

ଅସୀମା ଚାଟର୍ଜୀ (ବଙ୍ଗଳା: অসীমা চট্টোপাধ্যায়) (୨୩/୦୯/୧୯୧୭ରୁ ୨୨/୧୧/୨୦୦୬) ଜଣେ ଭାରତୀୟ ରସାୟନ ବିଜ୍ଞାନୀ ଥିଲେ ଓ ଜୈବରସାୟନ ବିଜ୍ଞାନ (organic chemistry) ଓ ଫାଇଟୋମେଡିସିନ ବିଷୟରେ କାମ କରିବା ଯୋଗୁ ଖ୍ୟାତନାମା ଥିଲେ ।[୧] ଭିନକା ଆଲକାଲଏଡ ଉପରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପର୍ଯ୍ୟବସିତ ଥିଲା ଓ ଅପସ୍ମାର ବାତ (Epilepsy) ତଥା ମ୍ୟାଲେରିଆର ଔଷଧ ଖୋଜିବା ତାଙ୍କର ଅନ୍ୟତମ କାମ ଥିଲା । ଭାରତର ଔଷଧୀୟ ବୃକ୍ଷ ପଦାର୍ଥ ଉପରେ ଅନେକ ସନ୍ଦର୍ଭ ଲେଖିଥିଲେ । ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଭିତରେ, ଭିନ୍‌କା ଆଲ୍‌କାଲଏଡ଼୍‌ସ ଉପରେ ସନ୍ଧାନ, ଅପସ୍ମାର ବାତ ନିରୋଧୀ ଔଷଧର ଉନ୍ନତିକରଣ, ଓ ମ୍ୟାଲେରିଆ ପ୍ରତିରୋଧକ ଔଷଧର ଉନ୍ନତିକରଣ ପ୍ରଭୃତି ଅନ୍ୟତମ । ସେ ପ୍ରଥମ ମହିଳା ଭାବେ ଭାରତୀୟ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନ ଡକ୍ଟରେଟ୍ ପାଇଥିଲେ ।[୧]

ଜୀବନୀ[ସମ୍ପାଦନା]

ପ୍ରାକଜୀବନ[ସମ୍ପାଦନା]

ଅସୀମା ଚାଟାର୍ଜୀ (née ମୁଖାର୍ଜୀ)[୨] ୨୩ ସେପ୍ଟେମ୍ବର ୧୯୧୭ରେ ବଙ୍ଗଳାରେ ଜନ୍ମ ହୋଇଥିଲେ ।ସେ ଡାକ୍ତର ଇନ୍ଦ୍ର ନାରାୟଣ ମୁଖାର୍ଜୀ ଓ ତାଙ୍କ ପତ୍ନୀ କମଳା ଦେବୀଙ୍କ ଦୁଇ ସନ୍ତାନ ମଧ୍ୟରୁ ବଡ଼ ଥିଲେ ।[୩] ଚାଟାର୍ଜୀ କଲିକତାରେ ବଢ଼ିଥିଲେ ।[୪] ତାଙ୍କର ବାପା ଉଦ୍ଭିଦ ବିଜ୍ଞାନରେ ବ‌ହୁତ ଆଗ୍ରହ ରଖିଥିଲେ ଓ ସେଥିପାଇଁ ଚାଟାର୍ଜୀଙ୍କର ମଧ୍ୟ ଉଦ୍ଭିଦ ବିଜ୍ଞାନରେ ଆଗ୍ରହ ଥିଲା ।[୫] ଅତି ଉଚ୍ଚ ମାନର ଛାତ୍ରୀ ଅସୀମା କଲିକତାର ସ୍କୁଲରେ ପଢ଼ି ବଡ଼ ହେଲେ ଓ କଲିକତାର ସ୍କଟିଶ ଚର୍ଚ୍ଚ ମହାବିଦ୍ୟାଳୟରୁ ୧୯୩୬ ମସିହାରେ ରସାୟନ ବିଜ୍ଞାନରେ ସମ୍ମାନ ସହ ସ୍ନାତକ ହେଲେ । [୬][୭]

ଉଚ୍ଚ ଶିକ୍ଷା[ସମ୍ପାଦନା]

ଅସୀମା ଚାଟାର୍ଜୀ ୧୯୩୮ରେ ସ୍ନାତ୍ତକୋତ୍ତର ଓ ୧୯୪୪ରେ କଲିକତା ବିଶ୍ୱବିଦ୍ୟାଳୟରୁ ଜୈବ ରସାୟନବିଜ୍ଞାନରେ ଡକ୍ଟର ଡିଗ୍ରୀ ପାଇଥିଲେ । ସେ ବିଜ୍ଞାନରେ ଡକ୍ଟରେଟ୍ ପାଇବାରେ ପ୍ରଥମ ଭାରତୀୟ ମହିଳା ଥିଲେ ।[୪] ତାଙ୍କର ଡକ୍ଟରେଟ୍ ସନ୍ଧାନ ଉଦ୍ଭିଦ ଉତ୍ପାଦ ଓ ସିନ୍ଥେଟିକ୍ ଜୈବ ରସାୟନ ଉପରେ କେନ୍ଦ୍ରିତ ଥିଲା ।[୮] ସେହି ସମୟରେ ତାଙ୍କର ପ୍ରତିଷ୍ଠିତ ଉପଦେଶକାରୀଙ୍କ ମଧ୍ୟରୁ ପ୍ରଫୁଲ୍ଲ ଚନ୍ଦ୍ର ରୟସତ୍ୟେନ୍ଦ୍ର ନାଥ ବୋଷ ଅନ୍ୟତମ । ତାଙ୍କର ମଧ୍ୟ ୱିସ୍‌କନ୍‌ସିନ୍ ବିଶ୍ୱବିଦ୍ୟାଳୟ, ମାଡ଼ିସନ୍କାଲ୍‌ଟେକ୍‌ରୁ ସନ୍ଧାନ ଅଭିଜ୍ଞତା ଥିଲା ।

ଚାଟାର୍ଜୀଙ୍କର ସନ୍ଧାନ, ପ୍ରାକୃତିକ ଉତ୍ପାଦ ରସାୟନ ଉପରେ କେନ୍ଦ୍ରିତ ଥିଲା ଓ ଫଳରେ ଆଣ୍ଟି-କନ୍‌ଭଲ୍‌ସିଭ୍, ଆଣ୍ଟି-ମ୍ୟାଲେରିଆ, ଓ କେମୋଥେରାପି ଔଷଧ ଉଦ୍ଭାବିତ ହୋଇଥିଲା ।[୮] ସେ ପ୍ରାୟ ୪୦ ବର୍ଷ ବିଭିନ୍ନ ଆଲ୍‌କାଲଏଡ୍ ଯୌଗିକ ଉପରେ ସନ୍ଧାନ କରିଥିଲେ ।[୯] ସେ ମଧ୍ୟ ମାର୍‌ସେଲିଆ ମିନୁଟାରେ ଆଣ୍ଟି-ଏପିଲେପ୍ଟିକ୍ କାର୍ଯ୍ୟ[୧୦]ଆଲ୍‌ଷ୍ଟୋନିଆ ସ୍କଲାରିସ୍, ସ୍ୱେର୍‌ଟିଆ ଚିରାଟା, ପିକ୍ରୋରିଜା କୁରୋଆସିଜାଲ୍ପିନିଆ କ୍ରିଷ୍ଟା ଉଦ୍ଭିଦରେ ଆଣ୍ଟି-ମ୍ୟାଲେରିଆ କାର୍ଯ୍ୟ, ଉପରେ ସନ୍ଧାନ କରିଥିଲେ । ତାଙ୍କର ସନ୍ଧାନ ଆୟୁଷ-୫୬ ନାମକ ଏକ ଏପିଲେପ୍ସି ଔଷଧ ଓ କେତେକ ଆଣ୍ଟି-ମ୍ୟାଲେରିଆ]] ଔଷଧର ଉନ୍ନତିରେ କାମରେ ଆସିଥିଲା ।[୯]

ସେ ମଧ୍ୟ ପାଖାପାଖି ୪୦୦ ସନ୍ଦର୍ଭ ଲେଖିଥିଲେ, ଯାହା ଉଭୟ ଜାତୀୟ, ଓ ଆନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ହୋଇଥିଲା ।[୫]

ସଫଳତା[ସମ୍ପାଦନା]

ବିଜ୍ଞାନ‌କୁ ଚାଟାର୍ଜୀଙ୍କର ଦାନ ହେଲା:[୧୧]

  • ରାଉଓଲ୍‌ଫିଆ କାନ୍‌ସେନ୍‌ସରେ ଆଲ୍‌କାଲଏଡ୍‌ର ରସାୟନ ସନ୍ଧାନ ଆରମ୍ଭ କରିଥିଲେ ।
  • ପ୍ରାୟ ସମସ୍ତ ମୁଖ୍ୟ ଇନ୍ଦୋଲ ଆଲ୍‌କାଲଏଡ୍‌ସର ରସାୟନ ଉପରେ ସନ୍ଧାନ କରିଥିଲେ ।
  • ଆଜ୍‌ମାଲିସିନ୍ସାର୍ପାଗିନ୍‌ର ସରଞ୍ଚନା ଓ ଷ୍ଟେରିଓ କେମେଷ୍ଟ୍ରିରେ ଅବଦାନ ଥିଲା ।
  • ପ୍ରଥମେ ସାର୍ପାଗିନ୍‌ର ଷ୍ଟେରିଓ ସରଞ୍ଚନାର ଉଦାହରଣ ଦେଇଥିଲେ ।
  • Isolated and characterised geissoschizine, a key precursor in biogenesis of indole alkaloids from Rhazya stricta.
  • Carried out synthetic studies on a number of complex indole, quinoline and isoquinoline alkaloids.
  • Developed procedures for the preparation of beta-phenylethanolamines in connection with alkaloid synthesis.
  • Elucidated the structure of luvangetin isolated from Luvanga scandens.
  • Studied the action of various Lewis acids on prenylated coumarins and devised simple synthetic routes to a number of complex coumarin systems.
  • Investigated the mechanism of acid-catalysed hydramine fission of beta phenylethanol amines.
  • Introduced the use of periodic acid as a reagent for the detection and location of both terminal and exocyclic double bonds in organic compounds.

ବୃତ୍ତି[ସମ୍ପାଦନା]

ଅସୀମା କଲିକତା ୟୁନିଭର୍ସିଟିର ଲେଡି ବ୍ରାବୋର୍ଣ୍ଣ କଲେଜରେ ପ୍ରତିଷ୍ଠାତା ବିଭାଗ ମୁଖ୍ୟ ରୂପେ ୧୯୪୦ ମସିହାରେ ଯୋଗ ଦେଲେ । ସେ ୧୯୪୪ ମସିହାରେ ଭାରତର ପ୍ରଥମ ମହିଳା ଭାବେ ଡାକ୍ତରେଟ ଓଫ ସାଇନ୍ସ ଉପାଧି ଗୋଟିଏ ଭାରତୀୟ ୟୁନିଭରସିଟିରୁ ପାଇଥିଲେ ।[୧] ଅସୀମା ୧୯୫୪ ମସିହାରେ କଲିକତା ୟୁନିଭରସିଟିର କଲେଜ ଓଫ ସାଇନ୍ସରେ ରିଡର ଭାବେ ଯୋଗ ଦେଲେ । ସେ ୧୯୬୨ ମସିହାରୁ ୧୯୮୨ ମସିହା ପର୍ଯ୍ୟନ୍ତ ସମ୍ମାନ ଜନକ ଖଇର(Khaira) ପ୍ରଫେସର ଭାବେ କଲିକତା ୟୁନିଭର୍ସିଟିରେ ରହିଲେ ।[୧]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ସେ କଲିକତା ୟୁନିଭରସିଟିର ପ୍ରେମଚାନ୍ଦ ରଏଚାନ୍ଦ (Premchand Roychand) ସ୍କଲାର ଥିଲେ ।[୭]
  • ଭାରତୀୟ ୟୁନିଭରସିଟି – କଲିକତା ବିଶ୍ୱବିଦ୍ୟାଳୟରୁ 1944 ମସିହାରେ ଅସୀମା ପ୍ରଥମ ମହିଳା ଭାବେ ଡକ୍ଟରେଟ ଅଫ ସାଇନ୍ସ ଉପାଧି ପାଇଥିଲେ ।[୧]
  • ୧୯୬୨ରୁ ୧୯୮୨ ମସିହା ପର୍ଯ୍ୟନ୍ତ ସେ କଲିକତା ବିଶ୍ୱବିଦ୍ୟାଳୟର ଲୋଭନୀୟ ଖଇର ପ୍ରଫେସର ପଦବୀରେ ଅଧିଷ୍ଠିତ ହୋଇଥିଲେ ।[୧]
  • ଭାରତର ୟୁନିଭରସିଟି ଗ୍ରାଣ୍ଟ କମିଶନଦ୍ୱାରା ୧୯୭୨ ମସିହାରେ ପ୍ରକୃତି ପଦାର୍ଥ ରସାୟନ ବିଜ୍ଞାନର ଶିକ୍ଷା ଓ ଗବେଷଣାରେ ସ୍ୱତନ୍ତ୍ର ସାହଯ୍ୟକାରୀ ପ୍ରୋଗ୍ରାମର ଅବୈତନିକ କୋଅଡିନେଟର (Special Assistance Programme to intensify teaching and research in natural product chemistry) ରୂପେ ନିଯୁକ୍ତି ପାଇଥିଲେ ।[୧]
  • ୧୯୬୦ ମସିହାରେ ଭାରତୀୟ ଜାତୀୟ ଏକାଡ଼େମୀର ଫେଲୋ ରୂପେ ନିର୍ବାଚିତ ହୋଇଥିଲେ ।[୧]
  • ପ୍ରଥମ ମହିଳା ରୂପେ ୧୯୬୧ ମସିହାରେ କେମିକାଳ ବିଜ୍ଞାନରେ ଶାନ୍ତି ସ୍ୱରୂପ ଭଟନାଗର ପୁରସ୍କାର ପାଇଥିଲେ ।[୧]
  • ୧୯୭୫ ମସିହାରେ ସେ ପଦ୍ମଭୂଷଣ ପୁରସ୍କାର ପାଇଥିଲେ ଓ ଭାରତୀୟ ବିଜ୍ଞାନ କଂଗ୍ରେସର ପ୍ରଥମ ମହିଳା ଜେନେରାଲ ପ୍ରେସିଡେଣ୍ଟ ହୋଇଥିଲେ ।[୧]
  • ଅନେକ ବିଶ୍ୱବିଦ୍ୟାଳୟ ତାଙ୍କୁ ଡି॰ଏସସି(D Sc) ଡିଗ୍ରୀ ଦେଇ ସମ୍ମାନିତ କରିଥିଲେ ।[୧]
  • ଭାରତର ପ୍ରେସିଡେଣ୍ଟଙ୍କଦ୍ୱାରା ସେ ରାଜ୍ୟ ସଭାକୁ ୧୯୮୨ରୁ ୧୯୯୦ ପର୍ଯ୍ୟନ୍ତ ନିର୍ବାଚିତ ହୋଇଥିଲେ ।[୧]
  • ୧୯୭୨ରେ, ସେ ପ୍ରାକୃତିକ ରସାୟନ ଉତ୍ପାଦରେ ଶିକ୍ଷାପ୍ରଦାନ ଓ ସନ୍ଧାନ ପାଇଁ, ଭାରତୀୟ ବିଶ୍ୱବିଦ୍ୟାଳୟ ଗ୍ରାଣ୍ଟ୍ କମିଶନ୍‌ଙ୍କଦ୍ୱାରା ମନୋନୀତ ସ୍ୱତନ୍ତ୍ର ସ‌ହାୟକ କାର୍ଯ୍ୟକ୍ରମର ସମ୍ମାନନୀୟ ସଂଯୋଜକ ଥିଲେ ।[୧]
  • ୨୩ ସେପ୍ଟେମ୍ବର ୨୦୧୭ରେ, ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍ ଚାଟାର୍ଜୀଙ୍କ ଜନ୍ମ ଶତବାର୍ଷିକୀ ପାଇଁ ୨୪ ଘଣ୍ଟିଆ ଗୁଗୁଲ୍ ଡୁଡ଼ୁଲ୍ ରଖିଥିଲା ।[୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ The Shaping of Indian Science. p. 1036. Indian Science Congress Association, Presidential Addresses By Indian Science Congress Association. Published by Orient Blackswan, 2003. ISBN 978-81-7371-433-7
  2. Chatterjee, Asima.; Parks, Lloyd M. (1 May 2002). "The Structure of Verbenalin". Journal of the American Chemical Society. 71 (6): 2249–2250. doi:10.1021/ja01174a506. Retrieved 23 September 2017.
  3. "Asima Chatterjee And Her Pioneering Work In Medicinal Chemistry | #IndianWomenInHistory". Feminism in India (in ଆମେରିକୀୟ ଇଂରାଜୀ). 2017-11-02. Retrieved 2018-01-20.
  4. ୪.୦ ୪.୧ ୪.୨ Smith, K.N. (23 September 2017). "Today's Google Doodle Honors Chemist Asima Chatterjee". Forbes (in ଇଂରାଜୀ). Retrieved 2017-09-23.
  5. ୫.୦ ୫.୧ Keating, Fiona (2017-09-23). "First Indian woman in history to be awarded a PhD for science would be 100 today". The Independent (in ବ୍ରିଟିଶ୍‌ ଇଂରାଜୀ). Retrieved 2017-09-23.
  6. Some Alumni of Scottish Church College in 175th Year Commemoration Volume Scottish Church College, 2008, p. 584
  7. ୭.୦ ୭.୧ "Chemistry alumni of Scottish Church College". Archived from the original on 2009-04-06. Retrieved 2013-09-23.
  8. ୮.୦ ୮.୧ valentinaproject (2014-08-06). "Asima Chatterjee, chemist". The Valentina Project. Archived from the original on 2016-10-12. Retrieved 2016-10-11.
  9. ୯.୦ ୯.୧ Jayaraj, Nandita. "Asima Chatterjee, the Scientist Who Did So Much More in a Time of Less". The Wire (in ବ୍ରିଟିଶ୍‌ ଇଂରାଜୀ). Retrieved 2017-09-23.
  10. Basak, Swati (May 2015). "WOMEN, SCIENCE, EDUCATION AND EMPOWERMENT: ASIMA CHATTERJEE, THE GENIUS LADY" (PDF). IMPACT: International Journal of Research in Humanities, Arts and Literature. 3 (5): 133–138. ISSN 2321-8878. Retrieved 23 September 2017.
  11. "Women Scientists of India: Dr. Asima Chatterjee - Google Arts & Culture". Google Cultural Institute (in ଇଂରାଜୀ). Retrieved 2017-09-23.

ଆହୁରି ପଢ଼ନ୍ତୁ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]