ଅଶୋକ କୁମାର ମହାନ୍ତି

ଉଇକିପିଡ଼ିଆ‌ରୁ
ଅଶୋକ କୁମାର ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ୧୯୫୫
ପାଳିଆବିନ୍ଧା
ମୃତ୍ୟୁ୧୬ ସେପ୍ଟେମ୍ବର ୨୦୨୨
ଜଗନ୍ନାଥପୁର
ସମାଧି ସ୍ଥଳପାଳିଆବିନ୍ଧା
ବୃତ୍ତିଚିତ୍ରଶିଳ୍ପୀ , ଶିଶୁ ସାହିତ୍ୟିକ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକ, ଡିପ୍ଲୋମା (ଗ୍ରାଫିକ କଳା)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ବବିଦ୍ୟାଳୟ, ଖଲିକୋଟ ଚିତ୍ରକଳା ମହାବିଦ୍ୟାଳୟ
ପୈତୃକ ବାସସ୍ଥାନପାଳିଆବିନ୍ଧା
ସାହିତ୍ୟ କୃତିଓଡ଼ିଶାର କଳାକୃତି ଓ କୀତି, ଧୌତ ଚିତ୍ରକଳା ଓ ଶିଳ୍ପୀ ରବିନାରାୟଣ

ଅଶୋକ କୁମାର ମହାନ୍ତି (୧୯୫୫–୧୬ ସେପ୍ଟେମ୍ବର ୨୦୨୨) ଜଣେ ଭାରତୀୟ ଚିତ୍ରଶିଳ୍ପୀ ଓ ଓଡ଼ିଆ-ଭାଷୀ ଶିଶୁ ସାହିତ୍ୟିକ ଥିଲେ । ତାଙ୍କ ରଚନାବଳୀଗୁଡ଼ିକ ମଧ୍ୟରେ "ଓଡ଼ିଶାର କଳାକୃତି ଓ କୀତି", "ଶିଶୁ ସାହିତ୍ୟ", "ଶିଶୁ ଚିତ୍ରକଳା", "ଆମ ଭଦ୍ରକ", "ବେକାର ଜୀବନର କାହାଣୀ", "ପ୍ରିୟତମା", "ପାଠ ବତାଏ ବାଟ", ଜୀବନୀ ପୁସ୍ତକ "ଧୌତ ଚିତ୍ରକଳା ଓ ଶିଳ୍ପୀ ରବିନାରାୟଣ" ଆଦି ପ୍ରମୁଖ । ତାଙ୍କର କଳା ପ୍ରତି ଅବଦାନ ନିମନ୍ତେ ସେ ଓଡ଼ିଶା ଲଳିତ କଳା ଏକାଡେମି ପୁରସ୍କାର, ଶିଳ୍ପୀ ଗୁରୁ ସମ୍ମାନ, କଳାରତ୍ନ ଉପାଧି ଆଦି ପୁରସ୍କାର ପାଇଥିଲେ ।[୧]

ଜୀବନୀ[ସମ୍ପାଦନା]

ଅଶୋକ କୁମାର ମହାନ୍ତି ୧୯୫୫ ମସିହାରେ ଓଡ଼ିଶାର ଭଦ୍ରକ ଜିଲ୍ଲାସ୍ଥିତ ତିହିଡ଼ି ବ୍ଲକର ପାଳିଆବିନ୍ଧାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ କଳାରେ ସ୍ନାତକ ଓ ଖଲିକୋଟ ଚିତ୍ରକଳା ମହାବିଦ୍ୟାଳୟରୁ ଗ୍ରାଫିକ କଳାରେ ଡିପ୍ଲୋମା ଲାଭକରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

୨୦୨୨ ସେପ୍ଟେମ୍ବର ୧୬ ତାରିଖରେ ତାଙ୍କର ୬୭ ବର୍ଷ ବୟସରେ ନିଜ ଜଗନ୍ନାଥପୁରସ୍ଥିତ ବାସଭବନରେ ଦେହାନ୍ତ ହୋଇଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ବିଶିଷ୍ଟ ଚିତ୍ରଶିଳ୍ପୀ ଅଶୋକ କୁମାର ମହାନ୍ତିଙ୍କ ପରଲୋକ". ସମ୍ବାଦ. 17 September 2022. Archived from the original on 17 September 2022. Retrieved 17 September 2022.