Jump to content

ଅଶୋକ କୁମାର ମହାନ୍ତି

ଉଇକିପିଡ଼ିଆ‌ରୁ
ଅଶୋକ କୁମାର ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ (1955-06-13) ୧୩ ଜୁନ ୧୯୫୫ (ବୟସ ୭୦)
ପାଳିଆବିନ୍ଧା
ମୃତ୍ୟୁ୧୬ ସେପ୍ଟେମ୍ବର ୨୦୨୨
ଜଗନ୍ନାଥପୁର
ସମାଧି ସ୍ଥଳପାଳିଆବିନ୍ଧା
ବୃତ୍ତିଚିତ୍ରଶିଳ୍ପୀ , ଶିଶୁ ସାହିତ୍ୟିକ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକ, ଡିପ୍ଲୋମା (ଗ୍ରାଫିକ କଳା)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ବବିଦ୍ୟାଳୟ, ଖଲିକୋଟ ଚିତ୍ରକଳା ମହାବିଦ୍ୟାଳୟ
ପୈତୃକ ବାସସ୍ଥାନପାଳିଆବିନ୍ଧା
ସାହିତ୍ୟ କୃତିଓଡ଼ିଶାର କଳାକୃତି ଓ କୀତି, ଧୌତ ଚିତ୍ରକଳା ଓ ଶିଳ୍ପୀ ରବିନାରାୟଣ

ଅଶୋକ କୁମାର ମହାନ୍ତି (୧୩ ଜୁନ ୧୯୫୫–୧୬ ସେପ୍ଟେମ୍ବର ୨୦୨୨) ଜଣେ ଭାରତୀୟ ଚିତ୍ରଶିଳ୍ପୀ ଓ ଓଡ଼ିଆ-ଭାଷୀ ଶିଶୁ ସାହିତ୍ୟିକ ଥିଲେ । ତାଙ୍କ ରଚନାବଳୀଗୁଡ଼ିକ ମଧ୍ୟରେ ଓଡ଼ିଶାର କଳାକୃତି ଓ କୀର୍ତ୍ତି, ଶିଶୁ ସାହିତ୍ୟଶିଶୁ ଚିତ୍ରକଳା, ଆମ ଭଦ୍ରକ, ବେକାର ଜୀବନର କାହାଣୀ, ପ୍ରିୟତମା, ପାଠ ବତାଏ ବାଟ, ଜୀବନୀ ପୁସ୍ତକ ଧୌତ ଚିତ୍ରକଳା ଓ ଶିଳ୍ପୀ ରବିନାରାୟଣ, ମନ୍ତ୍ରୀଙ୍କ ପାଖଲୋକ[] ଆଦି ପ୍ରମୁଖ । ତାଙ୍କର କଳା ପ୍ରତି ଅବଦାନ ନିମନ୍ତେ ସେ ଓଡ଼ିଶା ଲଳିତ କଳା ଏକାଡେମି ପୁରସ୍କାର, ଶିଳ୍ପୀ ଗୁରୁ ସମ୍ମାନ, କଳାରତ୍ନ ଉପାଧି ଆଦି ପୁରସ୍କାର ପାଇଥିଲେ ।[]

ଜୀବନୀ

[ସମ୍ପାଦନା]

ଅଶୋକ କୁମାର ମହାନ୍ତି ୧୩ ଜୁନ ୧୯୫୫[] ମସିହାରେ ଓଡ଼ିଶାର ଭଦ୍ରକ ଜିଲ୍ଲାସ୍ଥିତ ତିହିଡ଼ି ବ୍ଲକର ପାଳିଆବିନ୍ଧାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ କଳାରେ ସ୍ନାତକ ଓ ଖଲିକୋଟ ଚିତ୍ରକଳା ମହାବିଦ୍ୟାଳୟରୁ ଗ୍ରାଫିକ କଳାରେ ଡିପ୍ଲୋମା ଲାଭକରିଥିଲେ ।[]

ରଚନାବଳୀ

[ସମ୍ପାଦନା]

କବିତା

[ସମ୍ପାଦନା]
  • ପ୍ରୀତିର ପୃଥିବୀ (୨୦୦୮)
  • କ୍ଳାନ୍ତ ଗୋଧୂଳିର କବିତା (୨୦୧୪)
  • ପ୍ରିୟତମା
  • ମନ୍ତ୍ରୀଙ୍କ ପାଖଲୋକ (ବ୍ୟଙ୍ଗ)
  • ପ୍ରିୟତମା ପାଇଁ ରୁବାୟତ୍
  • ବହ୍ନିବୀଣା
  • ଚୁପି ଚୁପି ଚଉପଦୀ
  • ବେକାର ଜୀବନର କାହାଣୀ

ପ୍ରବନ୍ଧ

[ସମ୍ପାଦନା]
  • ଓଡ଼ିଶାର କଳାକୃତି ଓ କୀର୍ତ୍ତି (୨୦୧୩)
  • ଛବି ଓ ଛବି ମଣିଷ (୨୦୧୬)
  • ଶିଶୁ ସାହିତ୍ୟ ଓ ଶିଶୁ ଚିତ୍ରକଳା
  • ରଙ୍ଗରାଗ
  • ଆମ ଭଦ୍ରକ
  • ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ
  • ଧୌତ ଚିତ୍ରକଳା ଓ ଶିଳ୍ପୀ ରବିନାରାୟଣ (ଜୀବନୀ)

ଶିଶୁସାହିତ୍ୟ

[ସମ୍ପାଦନା]

କବିତା

[ସମ୍ପାଦନା]
  • ପାଠ ବତାଏ ବାଟ
  • ଜନମ ମାଟିର କଥା
  • ଏ ଦୁନିଆଟା ଏକ ପାଠଶାଳା
  • ପଶୁପକ୍ଷୀର କବିତା
  • ଠେକୁଆ ଘର ଠେକୁଆର
  • ଫୁଲ କୁମାରୀ (୨୦୦୩)
  • ପଶୁପକ୍ଷୀର ଗଳ୍ପ
  • ଅଙ୍କରୁ ଆଙ୍କି ଶିଖ

ଇଂରାଜୀ

[ସମ୍ପାଦନା]
  • Story of Lord Budha (୨୦୧୨)
  • Gandhi Tales from Odisha (୨୦୧୩)
  • Easy Form of Drawing Books
  • British Raj in India
  • Father Samuel & Other Stories (୨୦୦୩
  • The Will & Other Stories (୨୦୦୭)

ମୃତ୍ୟୁ

[ସମ୍ପାଦନା]

୨୦୨୨ ସେପ୍ଟେମ୍ବର ୧୬ ତାରିଖରେ ତାଙ୍କର ୬୭ ବର୍ଷ ବୟସରେ ନିଜ ଜଗନ୍ନାଥପୁରସ୍ଥିତ ବାସଭବନରେ ଦେହାନ୍ତ ହୋଇଥିଲା ।[]

  1. "Buy books written by writer Ashok Kumar Mohanty from Odisha E Store - A to Z odia E Marketplace". Odisha E Store (in ଇଂରାଜୀ). Retrieved 2024-08-31.
  2. 1 2 3 "ବିଶିଷ୍ଟ ଚିତ୍ରଶିଳ୍ପୀ ଅଶୋକ କୁମାର ମହାନ୍ତିଙ୍କ ପରଲୋକ". ସମ୍ବାଦ. 17 September 2022. Archived from the original on 17 September 2022. Retrieved 17 September 2022. ଆଧାର ଭୁଲ: ଅବୈଧ <ref> ଟ୍ୟାଗ; ଭୁଲ ନାମ (ଯଥା: ଖୁବ ଅଧିକ)
  3. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୭୦-୭୧. ISBN 81-903352-1-9.