ଅଶୋକ କୁମାର ମହାନ୍ତି
ଅଶୋକ କୁମାର ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ପାଳିଆବିନ୍ଧା | ୧୩ ଜୁନ ୧୯୫୫
ମୃତ୍ୟୁ | ୧୬ ସେପ୍ଟେମ୍ବର ୨୦୨୨ ଜଗନ୍ନାଥପୁର |
ସମାଧି ସ୍ଥଳ | ପାଳିଆବିନ୍ଧା |
ବୃତ୍ତି | ଚିତ୍ରଶିଳ୍ପୀ , ଶିଶୁ ସାହିତ୍ୟିକ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ସ୍ନାତକ, ଡିପ୍ଲୋମା (ଗ୍ରାଫିକ କଳା) |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ବବିଦ୍ୟାଳୟ, ଖଲିକୋଟ ଚିତ୍ରକଳା ମହାବିଦ୍ୟାଳୟ |
ପୈତୃକ ବାସସ୍ଥାନ | ପାଳିଆବିନ୍ଧା |
ସାହିତ୍ୟ କୃତି | ଓଡ଼ିଶାର କଳାକୃତି ଓ କୀତି, ଧୌତ ଚିତ୍ରକଳା ଓ ଶିଳ୍ପୀ ରବିନାରାୟଣ |
ଅଶୋକ କୁମାର ମହାନ୍ତି (୧୩ ଜୁନ ୧୯୫୫–୧୬ ସେପ୍ଟେମ୍ବର ୨୦୨୨) ଜଣେ ଭାରତୀୟ ଚିତ୍ରଶିଳ୍ପୀ ଓ ଓଡ଼ିଆ-ଭାଷୀ ଶିଶୁ ସାହିତ୍ୟିକ ଥିଲେ । ତାଙ୍କ ରଚନାବଳୀଗୁଡ଼ିକ ମଧ୍ୟରେ ଓଡ଼ିଶାର କଳାକୃତି ଓ କୀର୍ତ୍ତି, ଶିଶୁ ସାହିତ୍ୟ ଓ ଶିଶୁ ଚିତ୍ରକଳା, ଆମ ଭଦ୍ରକ, ବେକାର ଜୀବନର କାହାଣୀ, ପ୍ରିୟତମା, ପାଠ ବତାଏ ବାଟ, ଜୀବନୀ ପୁସ୍ତକ ଧୌତ ଚିତ୍ରକଳା ଓ ଶିଳ୍ପୀ ରବିନାରାୟଣ, ମନ୍ତ୍ରୀଙ୍କ ପାଖଲୋକ[୧] ଆଦି ପ୍ରମୁଖ । ତାଙ୍କର କଳା ପ୍ରତି ଅବଦାନ ନିମନ୍ତେ ସେ ଓଡ଼ିଶା ଲଳିତ କଳା ଏକାଡେମି ପୁରସ୍କାର, ଶିଳ୍ପୀ ଗୁରୁ ସମ୍ମାନ, କଳାରତ୍ନ ଉପାଧି ଆଦି ପୁରସ୍କାର ପାଇଥିଲେ ।[୨]
ଜୀବନୀ
[ସମ୍ପାଦନା]ଅଶୋକ କୁମାର ମହାନ୍ତି ୧୩ ଜୁନ ୧୯୫୫[୩] ମସିହାରେ ଓଡ଼ିଶାର ଭଦ୍ରକ ଜିଲ୍ଲାସ୍ଥିତ ତିହିଡ଼ି ବ୍ଲକର ପାଳିଆବିନ୍ଧାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ କଳାରେ ସ୍ନାତକ ଓ ଖଲିକୋଟ ଚିତ୍ରକଳା ମହାବିଦ୍ୟାଳୟରୁ ଗ୍ରାଫିକ କଳାରେ ଡିପ୍ଲୋମା ଲାଭକରିଥିଲେ ।[୨]
ରଚନାବଳୀ
[ସମ୍ପାଦନା]କବିତା
[ସମ୍ପାଦନା]- ପ୍ରୀତିର ପୃଥିବୀ (୨୦୦୮)
- କ୍ଳାନ୍ତ ଗୋଧୂଳିର କବିତା (୨୦୧୪)
- ପ୍ରିୟତମା
- ମନ୍ତ୍ରୀଙ୍କ ପାଖଲୋକ (ବ୍ୟଙ୍ଗ)
- ପ୍ରିୟତମା ପାଇଁ ରୁବାୟତ୍
- ବହ୍ନିବୀଣା
- ଚୁପି ଚୁପି ଚଉପଦୀ
ଗପ
[ସମ୍ପାଦନା]- ବେକାର ଜୀବନର କାହାଣୀ
ପ୍ରବନ୍ଧ
[ସମ୍ପାଦନା]- ଓଡ଼ିଶାର କଳାକୃତି ଓ କୀର୍ତ୍ତି (୨୦୧୩)
- ଛବି ଓ ଛବି ମଣିଷ (୨୦୧୬)
- ଶିଶୁ ସାହିତ୍ୟ ଓ ଶିଶୁ ଚିତ୍ରକଳା
- ରଙ୍ଗରାଗ
- ଆମ ଭଦ୍ରକ
- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ
- ଧୌତ ଚିତ୍ରକଳା ଓ ଶିଳ୍ପୀ ରବିନାରାୟଣ (ଜୀବନୀ)
ଶିଶୁସାହିତ୍ୟ
[ସମ୍ପାଦନା]କବିତା
[ସମ୍ପାଦନା]- ପାଠ ବତାଏ ବାଟ
- ଜନମ ମାଟିର କଥା
- ଏ ଦୁନିଆଟା ଏକ ପାଠଶାଳା
- ପଶୁପକ୍ଷୀର କବିତା
ଗପ
[ସମ୍ପାଦନା]- ଠେକୁଆ ଘର ଠେକୁଆର
- ଫୁଲ କୁମାରୀ (୨୦୦୩)
- ପଶୁପକ୍ଷୀର ଗଳ୍ପ
- ଅଙ୍କରୁ ଆଙ୍କି ଶିଖ
ଇଂରାଜୀ
[ସମ୍ପାଦନା]- Story of Lord Budha (୨୦୧୨)
- Gandhi Tales from Odisha (୨୦୧୩)
- Easy Form of Drawing Books
- British Raj in India
- Father Samuel & Other Stories (୨୦୦୩
- The Will & Other Stories (୨୦୦୭)
ମୃତ୍ୟୁ
[ସମ୍ପାଦନା]୨୦୨୨ ସେପ୍ଟେମ୍ବର ୧୬ ତାରିଖରେ ତାଙ୍କର ୬୭ ବର୍ଷ ବୟସରେ ନିଜ ଜଗନ୍ନାଥପୁରସ୍ଥିତ ବାସଭବନରେ ଦେହାନ୍ତ ହୋଇଥିଲା ।[୨]
ଆଧାର
[ସମ୍ପାଦନା]- ↑ "Buy books written by writer Ashok Kumar Mohanty from Odisha E Store - A to Z odia E Marketplace". Odisha E Store (in ଇଂରାଜୀ). Retrieved 2024-08-31.
- ↑ ୨.୦ ୨.୧ ୨.୨ "ବିଶିଷ୍ଟ ଚିତ୍ରଶିଳ୍ପୀ ଅଶୋକ କୁମାର ମହାନ୍ତିଙ୍କ ପରଲୋକ". ସମ୍ବାଦ. 17 September 2022. Archived from the original on 17 September 2022. Retrieved 17 September 2022.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୭୦-୭୧. ISBN 81-903352-1-9.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |