ଅମ୍ବିକା (ଦେବୀ)

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଅମ୍ବିକା
ରାଜେଶ୍ୱରୀ ଲଳିତା ଦେବୀ ରୂପରେ ଅମ୍ବିକା
ଦେବୀ ମାଆ, ସର୍ବଶକ୍ତିଶାଳୀ ଦେବୀ, ଅପରାଜେୟ ଓ ଶକ୍ତିଶାଳୀ
Affiliationଆଦି ଶକ୍ତି (Adi Shakti), ପାର୍ବତୀ
ଲୋକମଣିଦ୍ୱୀପ (Manidvipa)
Weaponଚକ୍ର, ଶଙ୍ଖ, ତ୍ରିଶୂଳ, ଗଦା, ଧନୁ ଓ ତୀର, ଖଣ୍ଡା (Sword), ପଦ୍ମ ପୁଷ୍ପ (Lotus Flower)
ସ୍ୱାମୀ/ସ୍ତ୍ରୀଶିବ
Mountସିଂହ ବା ସିଂହୀ (Lion or en:Lioness)
ପୁସ୍ତକମାର୍କଣ୍ଡେୟ ପୁରାଣ , ଶିବ ପୁରାଣ , ସ୍କନ୍ଦ ପୁରାଣ

ଅମ୍ବିକା (ଦେବନାଗରୀ: अम्बिका, IAST: Ambikā) ହେଉଛନ୍ତି ଶକ୍ତି, ଆଦିଶକ୍ତି ବା ଦୁର୍ଗା ଯାହାଙ୍କର ସ୍ୱାମୀ ହେଉଛନ୍ତି ସର୍ବଶକ୍ତିମାନ ସ୍ୱୟଂ ସଦାଶିବ । ତାଙ୍କର ଆଠଟି ବାହୁ ଥିବାରୁ ତାଙ୍କୁ ଅଷ୍ଟଭୁଜା କୁହାଯାଏ ଓ ସେହି ବାହୁମାନଙ୍କରେ ସେ ଆଠ ପ୍ରକାର ଅସ୍ତ୍ର ଶସ୍ତ୍ର ଧରିଥାଆନ୍ତି । ଭଗବତୀଚଣ୍ଡୀ ନାମରେ ମଧ୍ୟ ସେ ଜଣାଶୁଣା । ତାଙ୍କୁ ଆଦିପରାଶକ୍ତି ମଧ୍ୟ କୁହାଯାଏ । ତାଙ୍କୁ ଅମ୍ବିକା ନାମ ଦିଆଯାଇଛି ଯାହାର ଅର୍ଥ ସେ ନିଜେ ସଂସାରର ସମସ୍ତ ପ୍ରାଣୀମାନଙ୍କର ମାତା । ସ୍କନ୍ଦ ପୁରାଣ ଅନୁସାରେ ଶୁମ୍ଭ ଓ ନିଶୁମ୍ଭ ଅସୁର ଦ୍ୱୟଙ୍କୁ ଅମ୍ବିକା ହତ୍ୟା କରିଥିଲେ । ଅମ୍ବା, ଦୂର୍ଗା, ଭଗବତୀ, ତ୍ରିପୁର ସୁନ୍ଦରୀ, ଲଳିତାମ୍ବିକା, ଭବାନୀ, ଆମ୍ବେ ମାଆ, ସେରାୱାଲି, ମାତା ରାଣୀ ଇତ୍ୟାଦି ଅନେକ ନାମରେ ଭକ୍ତମାନେ ତାଙ୍କୁ ଡାକନ୍ତି ।[୧] ତାଙ୍କର ଅନ୍ୟ ଉଲ୍ଲେଖନୀୟ ନାମ ଯଥାକ୍ରମେ: - ବିରଜା, ମଙ୍ଗଳା, ଶାରଳା, ହରଚଣ୍ଡୀ, ତାରା ତାରିଣୀ, ବ୍ୟାଘ୍ର ଦେବୀ ।

ଅମ୍ବିକାଙ୍କର ବିଭିନ୍ନ ରୂପ ଓ ଆବିର୍ଭାବ[ସମ୍ପାଦନା]

ଶ୍ରୀମଦ୍ ଦେବୀ ଭାଗବତ ଅନୁସାରେ ଅମ୍ବିକା ହେଉଛନ୍ତି ସମସ୍ତ ଦେବୀଙ୍କର ରୈଖିକ ସ୍ରଷ୍ଟା । ତାଙ୍କୁ ଅନେକ ରୂପରେ ଓ ନାମରେ ପୂଜା କରାଯାଏ । ତାଙ୍କର ଆକାର ନିର୍ଭର କରେ ତାଙ୍କର ମନୋଦଶା ଉପରେ ନିର୍ଭର କରେ । ଉଦାହରଣ ସ୍ୱରୂପ: -

  • ସତୀ ହେଉଛନ୍ତି ଆମ୍ବିକାଙ୍କର ଏକ ରୂପ ଓ ପ୍ରଭୁ ଶିବଙ୍କର ପ୍ରଥମ ପତ୍ନୀ ଥିଲେ ଓ ନିଜକୁ ଅଗ୍ନିରେ ଆହୁତି ଦେଇଥିଲେ । ତେଣୁ ତାଙ୍କର ଅନ୍ୟ ଏକ ନାମ ହେଉଛି ଦକ୍ଷୟିନୀ (Dakshayini) ।
  • ଭଦ୍ରକାଳୀ ହେଉଛି ଅମ୍ବିକାଙ୍କର ଏକ ଭୟାନକ ରୂପ । ସେ ଦକ୍ଷ ପ୍ରଜାପତିଙ୍କର ଯଜ୍ଞ ଧ୍ୱଂସ କରିଦେଇଥିଲେ ।
  • ପାର୍ବତୀ ଅମ୍ବିକାଙ୍କର ଏକ ସମ୍ପୁର୍ଣ୍ଣ ପ୍ରତିରୂପ ଯାହାଙ୍କୁ ଗୌରୀ ଓ ଉମା ମଧ୍ୟ କୁହାଯାଏ । ସେ ଶିବାଙ୍କର ପତ୍ନୀ ।
  • ଦୂର୍ଗା ହେଉଛି ପର୍ବତୀଙ୍କର ଅନ୍ୟ ଏକ ରୂପର ଯେଉଁଥିରେ ସେ ଦୁର୍ଗମାସୁରଙ୍କୁ ହତ୍ୟା କରିଥିଲେ ।
  • କାଳୀ ହେଉଛି ପାର୍ବତୀଙ୍କର ଅନ୍ୟ ଏକ ଭୟାନକ ରୂପ ଯାହା ନିରିତ୍ତି ନାମକ ଏକ ବୈଦିକ ଦେବୀଙ୍କର ପରିବର୍ତ୍ତିତ ରୂପ (Nirriti) ।
  • ଚଣ୍ଡୀ ହେଉଛନ୍ତି ଦୂର୍ଗାଙ୍କର ଏକ ରୂପ ଓ ଆମ୍ବିକାଙ୍କର ଶକ୍ତି । ତାଙ୍କର ରଙ୍ଗ କଳା, ବାହନ ଏକ ସିଂହ, ଓ ସେ ମହିଷାସୁରଙ୍କୁ ହତ୍ୟା କରିଥିଲେ ।
  • ଦଶ ମହାବିଦ୍ୟା ହେଉଛି ଶୁକ୍ତିଙ୍କର ଦଶ ରୂପ । ତନ୍ତ୍ର ବିଦ୍ୟା ଅନୁସାରେ ସେମାନେ ମହାକାଳୀଙ୍କର ଦଶ ସ୍ୱରୂପ ।
  • ୫୨ ଶକ୍ତି ପୀଠ ସମସ୍ତ ଦେବୀମାନେ ଦେବୀ ଶୁକ୍ତିଙ୍କର ରୂପ ।
  • ନବ ଦୁର୍ଗା, ଦୁର୍ଗାଙ୍କର ନଅଟି ଆକାର ।
  • ସପ୍ତମାତୃକା, ସାତଟି ଦେବୀ ମାତାଙ୍କର ଗୋଷ୍ଠୀ
  • ମିନାକ୍ଷୀ, ମତ୍ସ୍ୟ ଚକ୍ଷୁ ଭଳି ଦେବୀଙ୍କ ଆଖି ।
  • କାମାକ୍ଷୀ, ପ୍ରେମ ଓ ଭକ୍ତିର ଦେବୀ ।
  • ଲଳିତା, ସଂସାରର ଚଞ୍ଚଳ ଦେବୀ ଓ ସର୍ବାଧିକ ସଂଖ୍ୟକ ଆକାର ବା ଅବତାର ।
  • ଅକିଲେନ୍ଦଶ୍ୱରୀ, ଭାରତର ଉପକୂଳ ଅଞ୍ଚଳରେ ଏହି ଆକାର ଦେଖିବାକୁ ମିଳେ । ସେ ଜଳ ସମ୍ପର୍କୀୟ ଦେବୀ ଅଟନ୍ତି ।[୨]
  • ଅନ୍ନପୂର୍ଣ୍ଣା ଖାଦ୍ୟର ଦେବୀ ଅଟନ୍ତି । ଶୁକ୍ତିଙ୍କର ମଧ୍ୟ ସେ ଏକ ଆକାର ।
  • ଚଉଷଠି ଯୋଗିନୀ ନାମରେ ଡକାଯାଏ ଯେହେତୁ ମାଆ ଦୂର୍ଗାଙ୍କର ଚଉଷଠି ପ୍ରକାର ଆକାର ଅଛି ।

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

  • ଜୈନ ଧର୍ମ (Ambika ଅନୁସାରେ ୨୨ତମ ତୀର୍ଥଙ୍କର ନାମିନାଥଙ୍କର (Tirthankara) (Neminatha) ପିଲାଙ୍କ ସହିତ ଏକ ଯକ୍ଷିଣୀ ସ୍ୱରୂପ ଯାହା ପ୍ରସ୍ତର ଗାତ୍ରରେ ଖୋଦିତ ହୋଇଛି ।

ଆଧାର[ସମ୍ପାଦନା]

  1. Dalal, Roshen (2010). Ambika. Penguin Books. p. 18. ISBN 9780143415176. Retrieved 22 ଜୁନ 2016. {{cite book}}: |work= ignored (help)
  2. Subhash C Biswas, India the Land of Gods, ISBN 978-1482836554, pp 331–332