ଚଣ୍ଡୀ

ଉଇକିପିଡ଼ିଆ‌ରୁ
ଚଣ୍ଡୀ
Painting of goddess chandi.jpg
ଷୋଳଭୂଜା ଚଣ୍ଡୀ
Devanagariचण्डी
Sanskrit TransliterationCaṇḍī
Affiliationପାର୍ବତୀ, ଆଦି ପରାଶକ୍ତି, ଶକ୍ତି (Shakti), ଦୁର୍ଗା
Mantraॐ ऐं ह्रीं क्लीं चामुण्डायै विच्चे
oṁ aiṁ hrīṁ klīṁ cāmuṇḍāyai vicce
ସ୍ୱାମୀ/ସ୍ତ୍ରୀଶିବ
Mountସିଂହ

ଚଣ୍ଡୀ (ଇଂରାଜୀ ଭାଷାରେChandi), (Sanskrit: Caṇḍī) or Chandika (Caṇḍika) ଜଣେ ହିନ୍ଦୁ ଦେବୀ ବା ଠାକୁରାଣୀ । ସେ ପାର୍ବତୀଙ୍କର ଏକ ଅବତାର । [୧] ବ୍ରହ୍ମଙ୍କର ସମସ୍ତ ଶକ୍ତିର ସେ ପରିଚାୟକ । ଚଣ୍ଡୀ ଅତି ଭୟାନ‌କ ଓ ତାଙ୍କ କ୍ରୋଧ ନିମନ୍ତେ ଅପ‌ହଞ୍ଚ । ସେ ଦୁଷ୍ଟ ଆତ୍ମାଙ୍କୁ ସ‌ହି ପାରନ୍ତିନି । ଓ ତାଙ୍କୁ ଦେଖିବା ମାତ୍ରେ କ୍ରୋଧାନ୍ୱିତ ହୁଅନ୍ତି । ଶକ୍ତିଶାଳୀ, ପାର୍ବତୀଙ୍କର ସେ ଏକ ଭୟାନ‌କ ଆକାର ଯାହା ଦୁଷ୍ଟ ଆତ୍ମାଙ୍କୁ ନଷ୍ଟ କରିବା ଉଦ୍ଦେଶ୍ୟରେ ସୃଷ୍ଟି ହୋଇଛି । କୌଣସି ଦୟା ମାୟା ନ କରି ସେମାନଙ୍କୁ ହତ୍ୟା କରନ୍ତି । ଦେବୀ ମହାତ୍ମ୍ୟରେ (Devi Mahatmya) ତାଙ୍କର କ୍ରୋଧ ବିଷୟ ବର୍ଣ୍ଣନା କରାଯାଇଛି । ସଂସ୍କୃତ ଭାଷାରେ ଜଣେ ସାତ ବର୍ଷ ବୟସ୍କା ଝିଅକୁ ଚଣ୍ଡୀ ଭାବରେ ବର୍ଣ୍ଣନା କରାଯାଇଛି । [୨][୩][୪]

ଉମା, ଗୌରୀ, ପାର୍ବତୀ, ହୈମ‌‌ବତୀ, ଶତାକ୍ଷୀ, ଶାକମ୍ବରୀ ଦେବୀ, ଜଗନ୍ମାତା, ଅନ୍ନପୁର୍ଣ୍ଣା ଓ ଭବାନୀ ଇତ୍ୟାଦି ତାଙ୍କର ଦୟାଳୁ ରୂପ; ଦୁର୍ଗା, କାଳୀ, ଶ୍ୟାମା, ଚଣ୍ଡି ଚଣ୍ଡିକା, ଭୈରବୀ, ଛିନ୍ନମସ୍ତା ଓ ଚାମୁଣ୍ଡା ଇତ୍ୟାଦି ତାଙ୍କର ଭୟାନ‌କ ରୂପ ।

କିମ୍ବଦନ୍ତୀ[ସମ୍ପାଦନା]

ଦୁର୍ଗାଙ୍କର ମହାଗୌରୀ, ଚଣ୍ଡିକା ଓ ଅପରାଜିତା ନାମକ ତିନି ଅବତାର ମଧ୍ୟରୁ ଏକ ଅବତାରର ନାମ ଚଣ୍ଡିକା । ଏମାନଙ୍କ ମଧ୍ୟରୁ କେବଳ ଚଣ୍ଡିକାଙ୍କର ଚଣ୍ଡୀ ଓ ଚାମୁଣ୍ଡା ନାମରେ ଦୁଇଟି ଆକାର ଅଛି ଓ ଚଣ୍ଡ ଓ ମୁଣ୍ଡ ନାମକ ଦୁଇଟି ଅସୁରଙ୍କୁ ନିପାତ କରିଥିବାରୁ ଠାକୁରାଣୀ କୌଶିକି ଏହି ନାମକରଣ କରିଥିଲେ ।[୫][୬]

ରାକ୍ଷସ ମହିଷାସୁରକୁ ହତ୍ୟା କରିଥିବାରୁ ସର୍ବଶକ୍ତିମୟୀ ଭାବରେ ଦୁର୍ଗାଙ୍କର ମହିଷାସୁରମର୍ଦ୍ଦିନି ନାମକରଣ କରାଯାଇଥିଲା । ଶମ୍ଭୁ ନିଶମ୍ଭୁ ଓ ଅନ୍ୟାନ୍ୟ ଅସୁରଙ୍କୁ ମାରିଥିବାରୁ ତାଙ୍କର କାତ୍ୟାୟନୀ, କୌଶିକୀ ବା ଅମ୍ବିକା ନାମକରଣ ମଧ୍ୟ ହୋଇଛି । [୧] ଅସୁରଙ୍କ ସାଥିରେ ଦୀର୍ଘକାଳ ଧରି ଯୁଦ୍ଧରେ ରତ ହେବା ଯୋଗୁ ଦେବତାମାନେ ନପୁଂସକ ହୋଇଗଲେ । ସବୁ ଦେବତାଙ୍କର ଶକ୍ତି ଏକତ୍ରିତ ହୋଇ ଏକ ବିରାଟ ଆକାର ଧାରଣ କଲାପରେ ଏକ ମହିଳା ଆକାରରେ ପରିଣତ ହୋଇଗଲା ଓ ଚତୁର୍ଦ୍ଦିଗରେ ଏହାର ଅଗ୍ନିଶିଖା ଖେଳିଯାଇଥିଲା । [୭]

ପାର୍ବତୀ ଜଣେ ସର୍ବଶକ୍ତିମୟୀ ଆକାର ଧାରଣ କରିଥିଲେ । ଏହି ତ୍ରିଚକ୍ଷୁ ବିଶିଷ୍ଟ ଦେବୀଙ୍କୁ ଏକ ଅର୍ଦ୍ଧ ଚନ୍ଦ୍ରରେ ମଣ୍ଡିତ କରାଯାଇଥିଲା । ତାଙ୍କର ହାତମାନଙ୍କରେ ସେ ସମସ୍ତ ଦେବତାଙ୍କର ଅର୍ପିତ ପବିତ୍ର ଅସ୍ତ୍ର, ଶସ୍ତ୍ର, ଗ‌ହଣା, ପୋଷାକ, ଫୁଲମାଳା ଧରି ଦେବୀ ସଜ୍ଜିତ ହୋଇଥିଲେ । ତାଙ୍କର ସ୍ୱର୍ଣ୍ଣିମ ଶରୀର ହଜାର ହଜାର ସୂର୍ଯ୍ୟର ଶୋଭା ଧାରଣ କରିଥିଲା । [୮]

ଅନ୍ୟ ପୁରାଣ ଅନୁସାରେ ରକ୍ତବୀଜ ଅସୁର ସ‌ହିତ ଯୁଦ୍ଧରେ ଚଣ୍ଡୀ ତାଙ୍କୁ ସାହାଯ୍ୟ କରୁଥିଲେ । ରକ୍ତବୀଜର ଟୋପାଏ ରକ୍ତ ଭୂମିରେ ପଡ଼ିବା ସଙ୍ଗେ ସଙ୍ଗେ ଏକ ନୂଆ ରକ୍ତବୀଜର ସୃଷ୍ଟି ହେଉଥିବାରୁ ମା କାଳୀ ତାଙ୍କର ରକ୍ତ ପାନ କରିଦେଲେ ଓ ରକ୍ତରୁ ଜାତ ହୋଇଥିବା ଅସୁର ତ‌ଥା ଅନ୍ୟାନ୍ୟ ଅସୁର ସୈନ୍ୟମାନଙ୍କୁ ଚଣ୍ଡୀ ହତ୍ୟା କରିବା ପରେ ରକ୍ତଜୀଜକୁ ନିଜେ ଚଣ୍ଡୀ ହତ୍ୟା କରିଦେଲେ । [୯] ସ୍କନ୍ଧ ପୁରାଣରେ ଏହି କାହାଣୀ ସାଥିରେ ଚଣ୍ଡ ଓ ମୁଣ୍ଡଙ୍କୁ ମହାକାଳୀ (ପାର୍ବତୀ) ହତ୍ୟା କରିଥିବା ଲିଖତ ଅଛି । [୧୦]

ଆଧାର[ସମ୍ପାଦନା]

  1. https://www.kamakotimandali.com/srividya/durgalist.html
  2. Preston, James J. Cult of the Goddess: Social and Religious Change in a Hindu Temple. Prospect Heights, IL: Waveland, 1985
  3. Bagchi, Jasodhara. “Representing Nationalism: Ideology of Motherhood in Colonial Bengal.”Economic and Political Weekly 25.42–43 (1990): 65–71
  4. Visuvalingam, Elizabeth Chalier (2013). "Bhairava". Oxford Reference. Oxford: Oxford University Press. doi:10.1093/OBO/9780195399318-0019. ଛାଞ୍ଚ:ODNBsub
  5. https://www.kamakotimandali.com/srividya/durgalist.html
  6. http://www.kamakotimandali.com/blog/index.php?p=1154&more=1&c=1&tb=1&pb=1
  7. Beane, Wendell Charles (1977). Myth, Cult and Symbols in Sakta Hinduism. Leiden: Brill.
  8. Mookerjee, Ajit, Kali, The Feminine Force, p 49
  9. Wilkins p.255-7
  10. Wilkins p.260