ଅମିୟ କୁମାରୀ ପାଢ଼ୀ

ଉଇକିପିଡ଼ିଆ‌ରୁ
(ଅମୀୟ କୁମାରୀ ପାଢ଼ୀରୁ ଲେଉଟି ଆସିଛି)
ମାନ୍ୟବର ବିଚାରପତି

ଅମିୟ କୁମାରୀ ପାଢୀ
ବିଚାରପତି ଓଡ଼ିଶା ଉଚ୍ଚନ୍ୟାୟାଳୟ
କାର୍ଯ୍ୟକାଳ
୧୮ ଅପ୍ରେଲ ୧୯୮୮ – ୧୪ ସେପ୍ଟେମ୍ବର ୧୯୯୫
ବ୍ୟକ୍ତିଗତ ସବିଶେଷ
ଜନ୍ମ(1933-09-15)୧୫ ସେପ୍ଟେମ୍ବର ୧୯୩୩
ଢେଙ୍କାନଳ
ମୃତ୍ୟୁ୩୦ ଅପ୍ରେଲ ୨୦୧୨(2012-04-30) (ବୟସ ୭୮)
କଟକ
ନାଗରିକତାଭାରତୀୟ
ଜାତୀୟତା ଭାରତ
ବାପା/ବୋଉବିଚାରପତି ଜୟକୃଷ୍ଣ ମିଶ୍ର (ବାପା), ପାର୍ବତୀ ମିଶ୍ର
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ୱେବସାଇଟOdisha High Court Judges

ଅମିୟ କୁମାରୀ ପାଢ଼ୀ (୧୫ ସେପ୍ଟେମ୍ବର ୧୯୩୩ - ୩୦ ଅପ୍ରେଲ ୨୦୧୨), ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି ଥିଲେ ।[୧] ସେ ୧୯୮୮ ମସିହାରେ ଏହି ଭୂମିକା ତୁଲାଇଥିଲେ ।[୨][୩] ସେ ମଧ୍ୟ ଭାରତୀୟ କେନ୍ଦ୍ରୀୟ ନିରାପତ୍ତା ଅଧିନିୟମ ଅନୁଯାୟୀ ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ପ୍ରତିନିଧିତ୍ୱ କରିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଢେ଼ଙ୍କାନାଳ ଜିଲ୍ଲା ଗାଇଲୋ ଗ୍ରାମରେ ଗଡ଼ଜାତ ଶାସନରେ ୧୯୩୩ ମସିହା ସେପ୍ଟେମ୍ବର ୧୫ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ଅମିୟଙ୍କ ପିତା ଜୟକୃଷ୍ଣ ମିଶ୍ର ବୃତ୍ତିରେ ବିଚାରପତି ଥିଲେ । ତାଙ୍କ ମାତାଙ୍କ ନାମ ପାର୍ବତୀ ମିଶ୍ର । ୧୯୪୨ ମସିହାରେ ଯେତେବେଳେ ପ୍ରଜା ଆନ୍ଦୋଳନ ହେଲା, ସେ ସମୟରେ ବ୍ରିଟିଶ ସରକାର ନୟାଗଡ଼, ରେଢ଼ାଖୋଲ, ଆଠଗଡ଼କୁ ରାଜନୈତିକ ପ୍ରତିନିଧି ତଥା ଦେୱାନ୍‌ କରି ଅମିୟଙ୍କ ପିତା ଜୟକୃଷ୍ଣଙ୍କୁ ପଠାଇଥିଲେ । ୧୯୪୮ ମସିହାରେ ସେ ଜିଲ୍ଲା ଜଜ୍ ଭାବେ ସମ୍ବଲପୁର ଜିଲ୍ଲାରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସେ ସମୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଯୋଗ ଦେଇଥିଲେ । ଅମିୟଙ୍କ କକେଇ ଗତିକୃଷ୍ଣ ମିଶ୍ର ମଧ୍ୟ ଉଚ୍ଚ ନ୍ୟାୟାଳୟ ବିଚାରପତି ଭାବେ ୧୯୬୨ ମସିହାରେ ଯୋଗ ଦେଇଥିଲେ ।

ଶିକ୍ଷା[ସମ୍ପାଦନା]

ସେ ପ୍ରଥମେ ୧୯୪୦ ମସିହାରେ ପାଣିଓହଳା ପର୍ବତର ଅଗ୍ରଭାଗରେ ଅବସ୍ଥିତ ଢେଙ୍କାନାଳ ଉଚ୍ଚବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ନାମ ଲେଖାଇଥିଲେ । ୧୯୪୯ ମସିହାରେ ସେ ସମ୍ବଲପୁରରୁ ମାଟ୍ରିକ ପାସ୍ କଲେ । ୧୯୫୧ ମସିହାରେ ବ୍ରହ୍ମପୁରସ୍ଥିତ ଖଲିକୋଟ ମହାବିଦ୍ୟାଳୟରୁ ଆଇ.ଏସ.ସି ଓ ୧୯୫୩ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ସେ ବିଜ୍ଞାନରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ ।

ଚାକିରି ଜୀବନ[ସମ୍ପାଦନା]

୧୯୬୧ ମସିହାରେ ସେ କଟକସ୍ଥିତ ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷାରେ ସ୍ନାତକ ଉପାଧି ହାସଲ କରିଥିଲେ । ୧୯୬୪ ମସିହାରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ଆଇନ୍‌ ଶିକ୍ଷାକୁ ସଫଳତାର ସହ ଶେଷ କରିବା ପରେ ଅମିୟ ୧୯୬୨ ମସିହାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଇନଜ୍ଞ ଭାବେ ଯୋଗ ଦେଇଥିଲେ । ସାମ୍ବିଧାନିକ, ଦେୱାନି, ଫୌଜଦାରୀ ମାମଲାରୁ ସେ ଆରମ୍ଭ କରିଥିଲେ ପେଷାଗତ ଜୀବନ । ବିଚାରପତିମାନେ ସେତେବେଳେ ଅମିୟ କୁମାରୀଙ୍କୁ ‘ନାନୀ’ ବୋଲି ସମ୍ବୋଧନ କରୁଥିଲେ । ପରେ ସେ ୧୯୮୮, ଏପ୍ରିଲ ୧୮ ତାରିଖରେ ରାଜ୍ୟର ପ୍ରଥମ ମହିଳା ବିଚାରପତି ଭାବେ ଯୋଗ ଦେଇଥିଲେ । ଦୀର୍ଘ ୭ ବର୍ଷ କାଳ ବିଚାରପତି ଦାୟିତ୍ୱ ତୁଲାଇବା ପରେ ୧୯୯୫, ସେପ୍ଟେମ୍ବର ୧୪ ତାରିଖରେ ଅବସର ଗ୍ରହଣ କରିଥିଲେ । ବିଚାରପତି ପଦବୀରୁ ଅବସର ଗ୍ରହଣ କରିବା ପରେ ସେ ଏନ. ଏସ. ଏଅ.ର ବୋର୍ଡ଼ ମେମ୍ବର, ଆଞ୍ଚଳିକ ମେଡ଼ିକାଲ ଗବେଷଣା କେନ୍ଦ୍ରର ଏଥିକାଲ କମିଟି ଅଧ୍ୟକ୍ଷା ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆର୍ବିଟ୍ରେସନ ଆଇନ ବିଶେଷଜ୍ଞ ଭାବେ କାର୍ଯ୍ୟ କରିଥିଲେ ।

ଅନ୍ୟାନ୍ୟ ରୁଚି[ସମ୍ପାଦନା]

ଅମିୟ କୁମାରୀ ଓକିଲାତି କରିବା ଛଡ଼ା ଇଂରାଜୀ ପଦ୍ୟ, ଗପ, ଭଜନ ରଚନା କରିବାର ରୁଚି ରଖିଥିଲେ । ଜଣେ ଆଧ୍ୟାତ୍ମିକବାଦୀ ଭାବେ ଧର୍ମ‌ପୀଠ ପରିଦର୍ଶନ କରିବା ତାଙ୍କର ବହୁ ପସନ୍ଦ ଥିଲା ।[୪]

ବିବାହ ଜୀବନ[ସମ୍ପାଦନା]

୧୯୫୩ ମସିହାରେ ଅମିୟ କୁମାରୀ ପାଢ଼ୀ ପରେ ମହାବିଦ୍ୟାଳୟରୁ ଡିଗ୍ରୀ ହାସଲ କରିବା ପରେ ଆଇପିଏସ୍‌ ଅଧିକାରୀ ଶ୍ୟାମସୁନ୍ଦର ପାଢ଼ୀଙ୍କୁ ବିବାହ କରିଥିଲେ । ଅମୀୟ କୁମାରୀଙ୍କ ପୁତ୍ରଙ୍କ ନାମ ସୌଜ୍ୟକାନ୍ତ ମିଶ୍ର ଓ ଦୁଇ କନ୍ୟାଙ୍କ ନାମ ହେଉଛି ଗାୟତ୍ରୀ ଓ ଧରିତ୍ରୀ ।

ମୃତ୍ୟୁ[ସମ୍ପାଦନା]

ରାଜ୍ୟର ପ୍ରଥମ ଓଡ଼ିଆ ମହିଳା ବିଚାରପତି ଜଷ୍ଟିସ୍‌ ଅମିୟ କୁମାରୀ ପାଢ଼ୀଙ୍କର ୨୦୧୨ ଏପ୍ରିଲ ୩୦ ତାରିଖ ଦିନ ଭାଷାକୋଷ ଲେନ୍‌ସ୍ଥିତ ବାସଭବନରେ ଦିବା ୧ ଘଟିକା ୫୫ ମିନିଟ୍‌ରେ ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । ଅମିୟଙ୍କ ମୃତ୍ୟୁ ଶଯ୍ୟା ନିକଟେର ପୁଅ ଆଡେଭାେକଟ୍‌ ସୌର୍ଯ୍ୟକାନ୍ତ ମିଶ୍ର, ବୋହୁ ଆଡେଭାେକଟ୍‌ ମୃଣାଳିନୀ ପାଢ଼ୀ, ଦୁଇଝିଅ ଗାୟତ୍ରୀ ମିଶ୍ର ଏବଂ ଧରିତ୍ରୀ ପଣ୍ଡା ଉପସ୍ଥିତ ଥିଲେ । ତାଙ୍କର ଶେଷକୃତ୍ୟ ସତୀଚଉରାଠାରେ ସମ୍ପନ୍ନ ହୋଇଥିଲା । ରାଜ୍ୟର ନ୍ୟାୟ ବ୍ୟବସ୍ଥା ପାଇଁ ପାଢ଼ୀଙ୍କ ଜୀବନ ଓ ସେବା ସମ୍ମାନାର୍ଥେ, ତାଙ୍କ ମୃତ୍ୟୁର ପରଦିନ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ସମସ୍ତ ନ୍ୟାୟିକ ଓ କାର୍ଯ୍ୟାଳୟ କାମକୁ ଗୋଟିଏ ଦିନ ପାଇଁ ବନ୍ଦ ରଖାଯାଇଥିଲା ।[୫]

ସଭ୍ୟପଦ[ସମ୍ପାଦନା]

ପାଢୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଭାରତୀୟ ଜାତୀୟ ନିରାପତା ଆକ୍ଟ୍‌ରେ କାମ କରୁଥିଲେ । ସେ ମଧ୍ୟ ଆଞ୍ଚଳିକ ଚିକିତ୍ସା ସନ୍ଧାନ କେନ୍ଦ୍ରରେ ଏଥିକାଲ୍ କମିଟିର ସଭ୍ୟ ଥିଲେ ।

ଆଧାର[ସମ୍ପାଦନା]

  1. "First woman judge of High Court passes away". The Hindu. Retrieved 26 January 2015.
  2. "ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ବିଚାରପତି". ସମ୍ବାଦ. ୧୯ ଅପ୍ରେଲ ୧୯୮୮. {{cite news}}: |access-date= requires |url= (help); Check date values in: |accessdate= and |date= (help)
  3. "1st woman judge of HC Justice Amiya Padhi dead". ନିଉ ଇଣ୍ଡିଆନ ଏକ୍ସପ୍ରେସ. 1 May 2012. Archived from the original on 19 September 2016. Retrieved 18 June 2014."First woman judge of High Court passes away". ହିନ୍ଦୁ. 1 May 2012. Retrieved 18 June 2014.
  4. ସମ୍ବାଦ. ୨୦୧୨ ମଇ ୧. {{cite news}}: |access-date= requires |url= (help); Check date values in: |date= (help); Missing or empty |title= (help)
  5. http://www.telegraphindia.com/1120503/jsp/odisha/story_15442452.jsp#.WCSgWC196os