ଅବଧୀ ଭାଷା

ଉଇକିପିଡ଼ିଆ ରୁ
Jump to navigation Jump to search

ଅବଧୀ ହିନ୍ଦୀ ଭାଷାର ଏକ ଉପଭାଷା । ଉତ୍ତର ପ୍ରଦେଶର ଲକ୍ଷ୍ନୌ, ହରଦୋଇ ,ସୀତାପୁର, ଫୈଜାବାଦ, ପ୍ରତାପଗଢ, ସୁଲତାନପୁର, ଫତେପୁର, ମିର୍ଜାପୁର, ଜୌନପୁର ଆଦି ଜିଲ୍ଲାରେ ବୋଲାଯାଏ ।

ଇତିହାସ[ସମ୍ପାଦନା]

ଅବଧ ଶବ୍ଦର ବ୍ୟୁତ୍ପତି ଅଯୋଧ୍ୟାରୁ ହୋଇଅଛି । ଅବଧୀ ଭାଷାରେ ପ୍ରାୟ ୬ କୋଟି ଲୋକ କଥା ହୁଅନ୍ତି ଏବଂଭାରତ ବ୍ୟତୀତ ନେପାଳ ଏବଂ ମରିସସରେ ମଧ୍ୟ ଏହି ଭାଷାକୁ ଅନେକଲୋକ ବୋଲନ୍ତି । ତୁଳସୀ ଦାସ କୃତ ରାମଚରିତ ମାନସ ଏହିଭାଷାରେ ଲେଖାଯାଇଛି । ଅବଧକୁ ପୂର୍ବେ କୋସଳ କୁହାଯାଉଥିଲା । ଅବଧୀ ଭାଷାକୁ କିଛି ଲୋକ ବୈସବାଡୀ ମଧ୍ୟ କୁହନ୍ତି କିନ୍ତୁ ବୈସବାଡୀ ଅବଧୀର ଏକ ଶାଖା ଏବଂ ଏହାର ଶବ୍ଦ ଅବଧୀ ଶବ୍ଦ ଠାରୁ ସାମାନ୍ୟ ଭିନ୍ନ । ଯେମିତି ଓଡ଼ିଆ ଏବଂ ସମ୍ବଲପୁରୀ ଭାଷାରେ ସାମାନ୍ୟ ପ୍ରଭେଦ ଦେଖାଯାଏ । ବୈସବାଡୀ ଭାଷା ପ୍ରାୟତଃ ଓନ୍ନାଓ,ଲକ୍ଷ୍ନୌ, ରାୟବରେଲୀ ଏବଂ ଫତେପୁର ଆଦି ଜିଲ୍ଲା ଗୁଡିକରେ ବୋଲାଯାଏ । ରାମଚରିତମାନସ ବ୍ୟତିତ ମଲ୍ଲିକ୍ ମୁହମ୍ମଦ ଜାୟସୀଙ୍କ ଦ୍ବାରା ରଚିତ ପଦ୍ମାବତ୍ ଅବଧୀ ଭାଷାର ଅନ୍ୟତମ କାଳଜୟୀ କୃତୀ । ଭାଷାବିଦମାନଙ୍କ ମତରେ ଅବଧୀ ଭାଷାର ଉତ୍ପତ୍ତି ମଧ୍ୟ ମାଗଧୀରୁ ହୋଇଅଛି। ସମ୍ଭବତ ଏଥିପାଇଁ ଏହାର କିଛି ଶବ୍ଦ ପାଲୀ ଏବଂ ଓଡ଼ିଆ ଶବ୍ଦ ସହ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ । ଅବଧୀଭାଷାର ଲେଖକ କବିମାନଙ୍କ ମଧ୍ୟରେ ରମଇକାକା , ବଂଶୀଧର ଶୁକ୍ଳ, ଦ୍ବାରିକା ପ୍ରସାଦ୍ ମିଶ୍ର, ପ୍ରତାପନାରାୟଣ ମିଶ୍ର, ସୂର୍ଯ୍ୟକାନ୍ତ ତ୍ରିପାଠୀ ,ପଂ ମହାବୀର ପ୍ରସାଦ ଦ୍ବିବେଦୀ, ଆଚାର୍ଯ୍ୟ ରାମଚନ୍ଦ୍ର, ଶୁକ୍ଳ କୁବଂର ନାରାୟଣ ଆଦି ଅନ୍ତରରାଷ୍ଟ୍ରିୟ ଖ୍ୟାତି ଲାଭ କରିଛନ୍ତି ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]

Academic[ସମ୍ପାଦନା]

Religious[ସମ୍ପାଦନା]

General[ସମ୍ପାଦନା]