ଅନୁପଯୁକ୍ତ ଆଣ୍ଟିଡାଇୟୁରେଟିକ୍ ହରମୋନ ନିର୍ଗମନ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
ଅନୁପଯୁକ୍ତ ଆଣ୍ଟିଡାଇୟୁରେଟିକ୍ ହରମୋନ ନିର୍ଗମନ
Schwartz-Bartter syndrome,[୧] inappropriate ADH syndrome,[୧] syndrome of inappropriate antidiuresis (SIAD)
ଭିଡିଓରେ ବର୍ଣ୍ଣନା
ବିଭାଗEndocrinology
ଲକ୍ଷଣNone, confusion, decreased level of consciousness, muscle twitching, seizures[୧]
କାରଣCentral nervous system diseases, cancer, medications, lung disorders, inherited mutations, certain hormone deficiencies, stress[୨][୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on blood and urine tests after ruling out other causes[୩]
ସଠିକ ରୋଗ ନିର୍ଣ୍ଣୟHeart failure, cirrhosis, vomiting, diarrhea[୩]
ଔଷଧSalt tablets, intravenous saline, furosemide, conivaptan, tolvaptan[୩]
ଚିକିତ୍ସାFluid restriction, correction of the underlying cause, medications[୧]
ପୁନଃପୌନିକRelatively common[୪]

ଅନୁପଯୁକ୍ତ ଆଣ୍ଟିଡାଇୟୁରେଟିକ୍ ହରମୋନ ନିର୍ଗମନ (ଏସଆଇଏଡିଏଚ/ SIADH ) ସିଣ୍ଡ୍ରୋମ ନାମ ଦିଆଯାଏ, ଯେତେବେଳେ ଅତ୍ୟଧିକ ପରିମାଣର ଆଣ୍ଟିଡାଇୟୁରେଟିକ୍ ହରମୋନ ନିର୍ଗମନ ଫଳରେ ଜଳ ଧାରଣ ଅଧିକ ହୁଏ ଏବଂ ଅଳ୍ପ ସୋଡିୟମ ରକ୍ତ‌ତା ସୃଷ୍ଟି ହୁଏ ।[୧] ଏହାର ଲକ୍ଷଣ କିଛି ନ ଥାଏଇ ପାରେ ବା ଦ୍ୱନ୍ଦ୍ୱ, ଚେତନା ସ୍ତର ହ୍ରାସ, ମାଂସପେଶୀ ଫଡ଼ ଫଡ଼ ହେବା ଏବଂ ବାତ ଭଳି ଭିନ୍ନ ଭିନ୍ନ ଲକ୍ଷଣ ପ୍ରକାଶ ପାଇପାରେ ।[୧]

କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ରୋଗ, କର୍କଟ, ବିଭିନ୍ନ ଔଷଧ, ଫୁସଫୁସ ରୋଗ, ଉତ୍ତରାଧିକାରୀ ପରିବର୍ତ୍ତନ (inherited mutations) ଏବଂ କେତେକ ହରମୋନ୍ ଅଭାବ ହେତୁ ଏହା ହୋଇପାରେ ।[୨][୩] ଯନ୍ତ୍ରଣା କିମ୍ବା ମାନସିକ ଚାପ ଯୋଗୁ ସଂକ୍ଷିପ୍ତ ଘଟଣା ହୋଇପାରେ ।[୨] ୧୩୫ ମିଇକ୍ୟି/ଲିରୁ କମ୍ ସେରମ୍ ସୋଡ଼ିଅମ୍, ୨୭୫ ମିଅସମୋ/କେଜିରୁ କମ୍ ସେରମ୍ ଓସମୋଲାଲିଟି, ୪୦ ମିଇକ୍ୟି/ଲିରୁ ଅଧିକ ପରିସ୍ରା ସୋଡିୟମ୍, ୧୦୦ ମିଅସମୋ/କେଜିରୁ ଅଧିକ ପରିସ୍ରା ଓସମୋଲାଲିଟି ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ କାରଣଗୁଡ଼ିକର ଅନୁପସ୍ଥିତିରେ ରକ୍ତ ପରିମାଣ ସାଧାରଣ ଥିଲେ ରୋଗ ନିର୍ଣ୍ଣୟ କରାଯାଏ ।[୩]

ଏହାର ଚିକିତ୍ସାରେ ସୀମିତ ତରଳ ପଦାର୍ଥ ଗ୍ରହଣ, ମୂଳ କାରଣର ଚିକିତ୍ସା ଏବଂ ବୃକ୍‌କ ଉପରେ ଏଡିଏଚର ପ୍ରଭାବକୁ ରୋକିବା ପାଇଁ ଔଷଧ ଦିଆଯାଇପାରେ ।[୧] ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ଲୁଣ ଟାବଲେଟ୍ ଖାଇବା, ଶିରାଭ୍ୟନ୍ତର ସାଲାଇନ୍ କିମ୍ବା ଫୁରୋସେମାଇଡ ଅନ୍ତର୍ଭୁକ୍ତ ହୋଇପାରେ ।[୩] ଗୁରୁତର ଲକ୍ଷଣ ଥିଲେହାଇପରଟୋନିକ ସାଲାଇନ୍ ବ୍ୟବହାର କରାଯାଇପାରେ; ତଥାପି, ସୋଡିୟମ୍ ସ୍ତର ୨୪ ଘଣ୍ଟାରେ ୮ ମିଇକ୍ୟି/ଲିରୁ ଅଧିକ ହେବା ଉଚିତ୍ ନୁହେଁ ।[୩]

ଏହି ରୋଗ (ଏସଆଇଏଡିଏଚ) ସାଧାରଣତଃ ବୟସ୍କ ବ୍ୟକ୍ତି ଏବଂ ଡାକ୍ତରଖାନାରେ ଥିବା ଲୋକମାନଙ୍କ ମଧ୍ୟରେ ଦେଖାଯାଏ ।[୪] ବୟସ ବଢ଼ିବା ସହିତ ଏହା ଅଧିକ ସାଧାରଣ ହୋଇଯାଏ ।[୩] ମୂଳତଃ ଛୋଟ-ଜୀବକୋଷ ଫୁସଫୁସ କର୍କଟ ଥିବା ଦୁଇ ଜଣ ଲୋକଙ୍କର ଏହିପରି ଲକ୍ଷଣମାନ ଥିବା ୧୯୫୭ ମସିହାରେ ୱିଲିୟମ୍ ସ୍ୱାର୍ଜ ଏବଂ ଫ୍ରେଡେରିକ୍ ବାର୍ଟରଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା। [୫][୬][୩] ସେମାନଙ୍କର ଏହି ମାନଦଣ୍ଡ ବିଷୟରେ ସ୍ଥିତି ନିରାକରଣ ବର୍ଣ୍ଣନା ୨୦୨୦ସୁଦ୍ଧା ବ୍ୟବହୃତ ହେଉଛି ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Syndrome of inappropriate antidiuretic hormone | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. Archived from the original on 25 January 2021. Retrieved 12 February 2021.
  2. ୨.୦ ୨.୧ ୨.୨ Ellison, David H.; Berl, Tomas (2007). "The Syndrome of Inappropriate Antidiuresis". New England Journal of Medicine. 356 (20): 2064–72. doi:10.1056/NEJMcp066837. PMID 17507705.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ Yasir, M; Mechanic, OJ (January 2020). "Syndrome of Inappropriate Antidiuretic Hormone Secretion". PMID 29939554. {{cite journal}}: Cite journal requires |journal= (help)
  4. ୪.୦ ୪.୧ "Syndrome of Inappropriate Secretion of Antidiuretic Hormone (SIADH) - Hormonal and Metabolic Disorders". Merck Manuals Consumer Version. Archived from the original on 15 May 2021. Retrieved 12 February 2021.
  5. Schwartz, William B.; Bennett, Warren; Curelop, Sidney; Bartter, Frederic C. (1957). "A syndrome of renal sodium loss and hyponatremia probably resulting from inappropriate secretion of antidiuretic hormone". The American Journal of Medicine. 23 (4): 529–42. doi:10.1016/0002-9343(57)90224-3. PMID 13469824.
  6. Schwartz, William B.; Bennett, Warren; Curelop, Sidney; Bartter, Frederic C. (2001). "A syndrome of renal sodium loss and hyponatremia probably resulting from inappropriate secretion of antidiuretic hormone. 1957" (PDF). Journal of the American Society of Nephrology. 12 (12): 2860–70. PMID 11729259. Archived from the original (PDF) on 2015-06-15. Retrieved 2017-09-15.