Jump to content

ଅଞ୍ଜଳି ଆନନ୍ଦ

ଉଇକିପିଡ଼ିଆ‌ରୁ
ଅଞ୍ଜଳି ଆନନ୍ଦ
ଜନ୍ମ
ପେଷାଅଭିନେତ୍ରୀ
ଜଣାଶୁଣାକୁଲଫି କୁମାର ବାଜେୱାଲା

ଅଞ୍ଜଳି ଆନନ୍ଦ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକ, କଥାଚିତ୍ର ଓ ଓଟିଟିରେ କାମ କରନ୍ତି । ସେ ଷ୍ଟାର୍ ପ୍ଲସ୍‌ର ଧାରାବାହିକ ଢାଇ କିଲୋ ପ୍ରେମ୍ ଏବଂ କୁଲଫି କୁମାର ବାଜେୱାଲାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ୨୦୨୩ ମସିହାରେ ସେ କରଣ ଜୋହରଙ୍କ ନିର୍ଦ୍ଦେଶିତ କଥାଚିତ୍ର ରକି ଔର୍ ରାନୀ କି ପ୍ରେମ୍ କାହାନୀ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।

୨୦୧୭ ମସିହାରେ ସେ ଅନ୍‌ଟ୍ୟାଗ୍ ୱେବ୍ ସିରିଜ୍ ଜରିଆରେ ଓଟିଟିରେ କାମ କରିବା ଆରମ୍ଭ କରିଥିଲେ ।[୧] ଷ୍ଟଣ୍ଟ-ଆଧାରିତ ରିଆଲିଟି ଶୋ ଫିଅର୍ ଫ୍ୟାକ୍ଟର୍: ଖତ୍ରୋଁ କେ ଖିଲାଡ଼ିର ୧୩ଶ ସଂସ୍କରଣରେ ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ ।[୨][୩][୪]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଅଞ୍ଜଳି ଆନନ୍ଦ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଦିନେଶ ଆନନ୍ଦ ଜଣେ ପ୍ରାକ୍ତନ ଅଭିନେତା ।[୫]

ଅଞ୍ଜଳି ୨୦୧୭ ମସିହାରେ ୱେବ୍ ସିରିଜ୍ ଅନଟ୍ୟାଗ୍ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୬]

୨୦୧୭ ମସିହାରେ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ ସେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ ଥିଲା ଢାଇ କିଲୋ ପ୍ରେମ୍ । ଏହା ପରେ ୨୦୧୮ ମସିହାରେ ସେ କୁଲଫି କୁମାର ବାଜେୱାଲା ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

୨୦୨୩ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । କରଣ ଜୋହରଙ୍କ ନିର୍ଦ୍ଦେଶିତ କଥାଚିତ୍ର ରକି ଔର୍ ରାନୀ କି ପ୍ରେମ୍ କାହାନୀରେ ସେ ନାୟକ ରଣବୀର ସିଂହଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ ।[୭]

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ ଆଧାର
୨୦୧୭ ଢାଇ କିଲୋ ପ୍ରେମ୍ ଦୀପିକା ଶର୍ମା [୮]
ଅନ୍‌ଟ୍ୟାଗ୍ ଶିଖା ସୁରୀ [୯]
୨୦୧୮–୨୦୨୦ କୁଲଫି କୁମାର ବାଜେୱାଲା ଲଭଲିନ୍ ଚଢା ସିଂହ ଗିଲ୍ [୧୦]
୨୦୨୩ ଫିଅର୍ ଫ୍ୟାକ୍ଟର୍: ଖତ୍ରୋଁ କେ ଖିଲାଡ଼ି ୧୩ ପ୍ରତିଯୋଗୀ ଦ୍ୱାଦଶ ସ୍ଥାନ [୧୧]
ଝଲକ୍ ଦିଖ୍‌ଲା ଯା ୧୧ ପ୍ରତିଯୋଗୀ [୧୨]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୨୧ ବେଲ୍ ବଟମ୍ ଅଂଶୁଲଙ୍କ ବୋହୂ
୨୦୨୩ ରକି ଔର୍ ରାନୀ କି ପ୍ରେମ୍ କାହାନୀ ଗାୟତ୍ରୀ ରନ୍ଧାୱା [୧୩]
  1. ↑ "Exclusive - Anjali Anand: My mom is still unable to believe that I'm a part of Rocky Aur Rani Ki Prem Kahani; she keeps asking are you working with Dharmendra ji?". Times of India. 18 July 2023.
  2. ↑ "Khatron Ke Khiladi 13: Everything you need to know about TV actress Anjali Anand". Jagran TV. 9 May 2023.
  3. ↑ "Khatron Ke Khiladi 13: Rohit Roy to join Arjit Taneja, Anjali Anand and Anjum Fakih". Indian Express. 30 April 2023.
  4. ↑ "Khatron Ke Khiladi 13: Why is Anjali Anand cursing Soundous Moufakir? Find out". Pinkvilla. 27 May 2023. Archived from the original on 3 October 2023. Retrieved 25 November 2023.
  5. ↑ "Khatron Ke Khiladi 13: Everything you need to know about TV actress Anjali Anand". Jagran TV. 9 May 2023.
  6. ↑ "Plus size actor Anjali Anand shows how different is better!". Times Of India. 30 April 2019.
  7. ↑ "Khatron Ke Khiladi 13 Contestant Anjali Anand Spills The Beans About Her Debut Film Rocky Aur Rani Kii Prem Kahaani". Times Now. 18 July 2023.
  8. ↑ "हिट हैं ये प्लस साइज एक्ट्रेस, हुईं बॉडीशेम, लेकिन खुद को किया साबित". AajTak. 25 April 2023.
  9. ↑ "Plus size actor Anjali Anand shows how different is better!". Times Of India. 30 April 2019.
  10. ↑ "बॉडी शेम हुईं 30 साल की एक्ट्रेस, बोलीं- कमेंट्स पढ़कर हंसी आती है". AajTak. 6 May 2023.
  11. ↑ "Khatron Ke Khiladi 13 Contestant Anjali Anand Spills The Beans About Her Debut Film Rocky Aur Rani Kii Prem Kahaani". Times Now. 18 July 2023.
  12. ↑ "Jhalak Dikhhla Jaa 11 Confirmed-Contestants - Siasat". 28 September 2023.
  13. ↑ "Exclusive - Anjali Anand: My mom is still unable to believe that I'm a part of Rocky Aur Rani Ki Prem Kahani; she keeps asking are you working with Dharmendra ji?". Times of India. 18 July 2023.

ବାହାର ଆଧାର

[ସମ୍ପାଦନା]