ଅକ୍ଟୋପସ

ଉଇକିପିଡ଼ିଆ‌ରୁ
ଅକ୍ଟୋପସ
ଜୀବାଶ୍ମ କାଳ: Early Pennsylvanian – Recent[୧]
The common octopus, Octopus vulgaris.
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
Phylum: Mollusca
Class: Cephalopoda
Superorder: Octopodiformes
Order: Octopoda
Leach, 1818[୨]
Suborders
Synonyms
  • Octopoida
    Leach, 1817[୩]

ଅକ୍ଟୋପସ , ସମୁଦ୍ରରେ ବାସକରୁଥିବା ଏକ ନିଆରା ଜଳଜ ଜୀବ । ଦୁଇଶହରୁ ଅଧିକ ପ୍ରଜାତିର ଅକ୍ଟୋପସ ସାରା ବିଶ୍ୱରେ ଦେଖିବାକୁ ମିଳନ୍ତି । ୨ ଇଞ୍ଚରୁ ୩୨ ଫୁଟ୍ ପର୍ଯ୍ୟନ୍ତ ଆକୃତିର ଅକ୍ଟୋପସ ବିଶ୍ୱରେ ଥିବା ଜଣାଯାଏ । ଏମାନେ ସାଧାରଣତଃ ସମୁଦ୍ରର ତିନିମାଇଲ୍ ବା ୪୮୦୦ମିଟର ଗଭୀରତାରେ ଆତଯାତ ହୋଇଥାନ୍ତି । ବିଶ୍ୱର ସବୁଠୁ ବଡ଼ ଅକ୍ଟୋପସ ପ୍ରଶାନ୍ତ ମହାସାଗରରେ ଦେଖାଯାଆନ୍ତି । ଏମାନଙ୍କ ଆକାର ୧୬ ଫୁଟ ଓ ଓଜନ ୧୧୦ ପାଉଣ୍ଡରୁ ଅଧିକ ହୋଇଥାଏ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଅକ୍ଟୋପସ ମାଂସ ଭୂମଧ୍ୟସାଗରୀୟ ଓ ଏସିଆ ମହଦେଶର କିଛିଅଞ୍ଚଳରେ ସୁସ୍ୱାଦୁ ଖାଦ୍ୟ ରୂପେ ବ୍ୟବହୃତ ହୁଏ ।

ଅକ୍ଟୋପସର ଦୁଇଟି ଆଖି ଏବଂ ଆଠଟି ହାତ । ଏମାନେ ସାଧାରଣତଃ ଧୀର, ସ୍ଥିର ଓ ନିଜ ଜାଗାରେ ନିସ୍ତେଜ ଭାବରେ ପଡ଼ି ରହିଥାନ୍ତି । ଜଳରେ ବିଚରଣ କଲାବେଳେ ସେମାନଙ୍କ ହାତଗୁଡ଼ିକ ଖାଲି ଯାହା ମେଲିଥାନ୍ତି । ସିଲ, ୱ୍ଏଲସ୍ ବା ସାର୍କ ଆଦି ମାଛଙ୍କ ଆକ୍ରମଣରୁ ରକ୍ଷାପାଇବା ପାଇଁ ଅକ୍ଟୋପସ କାଳି ଭଳି ଏକ ତରଳ ପଦାର୍ଥ ବେଳେ ବେଳେ ପାଣିରେ ଛାଡିଥାଏ । ପ୍ରାଶାନ୍ତ ମହାସାଗରରେ ଦେଖାଯାଉଥିବା ବିରାଟ ଅକ୍ଟୋପସଗୁଡ଼ିକ ବେଶୀରୁ ବେଶୀ ଏଭଳି ତରଳ ପଦାର୍ଥ ଛାଡି ପାଣିକୁ ଗୋଳିଆ କରିଥାନ୍ତି । ଗୋଳିଆ ପାଣିର ସୁଯୋଗ ନେଇ ଆକ୍ରମଣକାରୀ ଜୀବଠାରୁ ଅକ୍ଟୋପସ ସହଜରେ ଖସିଯାଏ । ଏହି ଗୋଳିଆ ପାଣିରେ ଏକ ଛାଇ ସୃଷ୍ଟି ହୁଏ,ଯାହାକି ଅବିକଳ ଅକ୍ଟୋପସର ଭ୍ରମ ସୃଷ୍ଟି କରିଥାଏ ଅନ୍ୟ ଜୀବଙ୍କ ପାଇଁ । ଆକ୍ରମଣକାରୀ ଜୀବ ଏହି ଛାଇକୁ ଅକ୍ଟୋପସ ଭାବି ଆକ୍ରମଣ କରିବା ଭିତରେ ଅସଲ ଅକ୍ଟୋପସ କିନ୍ତୁ ଖସିସାରିଥାଏ ଆକ୍ରମଣକାରୀର ପଞ୍ଝାରୁ ।

ସେହି ପରି ନୀଳ ବଳୟଧାରୀ ଅକ୍ଟୋପସଗୁଡ଼ିକ ଦକ୍ଷିଣ ଅଷ୍ଟ୍ରେଲିଆ ଉପକୂଳରେ ଦେଖାଯାଆନ୍ତି । ଏମାନଙ୍କ ଆକାର ମାତ୍ର ୪ରୁ୬ ସେଣ୍ଟିମିଟର ହୋଇଥାଏ । ଆକାରାରେ ଛୋଟ ହେଲେ ବି ଏହି ପ୍ରଜାତିର ଅକ୍ଟୋପସ ଅନ୍ୟ ଅକ୍ଟୋପସଙ୍କଠାରୁ ବେଶୀ ଭୟଙ୍କର ଓ କ୍ଷତିକାରକ । କାଳି ଭଳି ତରଳ ପଦାର୍ଥ କେବଳ ଏହା ଜଳରେ ଛାଡିନଥାଏ ଏହାର ଲାଳରେ ଏକ ମାରାତ୍ମକ ବିଷ ମଧ୍ୟ ଥାଏ । ଏହି ଅକ୍ଟୋପସ କୈଣସି ଜୀବକୁ ଆଘାତ କରିବା କ୍ଷଣି ସେହି ଆଘାତ ସ୍ଥାନରେ ବିଷ ସଞ୍ଚରି ଯାଏ । ବିଷର ପ୍ରଭାବରେ ଆଘାତ ପାଇଥିବା ଜୀବ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରି ଶେଷରେ ମରିଯାଏ । ନୀଳବଳୟ ଅକ୍ଟୋପସ ତାର ତୀବ୍ର ବିଷର ପ୍ରଭାବରେ ମଣିଷକୁ ମଧ୍ୟ ମୃତ୍ୟୁ ମୁଖକୁ ଠେଲି ଦେଇ ପାରେ । [୪][୫]

ଅକ୍ଟୋପସ ସାଧାରଣତଃ ଗଭୀର ଜଳରେ ବାସ କରେ । କିନ୍ତୁ କିଛି ପ୍ରଜାତିର ଅକ୍ଟୋପସ ଗଭୀର ଜଳରୁ ବାହାରି ଇତସ୍ତତଃ ଘୂରି ବୁଲିଥାଆନ୍ତି । ଶିଶୁ ଅକ୍ଟୋପସମାନେ ମଧ୍ୟ ଅନ୍ୟ ଜୀବଙ୍କ ଭଳି ମାଆ ଅକ୍ଟୋପସଦ୍ୱାରା ଯତ୍ନ ସହକାରେ ପାଳିତ ହୁଅନ୍ତି ନାହିଁ । ଜନ୍ମ ହେବା କ୍ଷଣି ମାଆ ଅକ୍ଟୋପସ ଶିଶୁ ଅକ୍ଟୋପସକୁ ବାହାରେ ବିଚରଣ କରିବା ପାଇଁ ଛାଡିଦିଏ । ଶିଶୁ ଅକ୍ଟୋପସ ଅନ୍ୟ କ୍ଷୁଦ୍ର ଜଳଜୀବମାନଙ୍କ ସହ ମେଳି ହୋଇ ବିଚରଣ କରନ୍ତି । କିଛି ମାସ ଏଭଳି ବିଚରଣ କରି ଖାଦ୍ୟ ସଂଗ୍ରହ କରିବା ପରେ ଅକ୍ଟୋପସ ଶାବକ ପରିପକ୍ୱ ହୋଇଥାଏ । [୬][୭]


ଆଧାର[ସମ୍ପାଦନା]

  1. doi:10.1111/1475-4983.00155
    This citation will be automatically completed in the next few minutes. You can jump the queue or expand by hand
  2. ITIS Report: Octopoda Leach, 1818
  3. Helsinki.fi, Mikko's Phylogeny Archive: Coleoidea – Recent cephalopods
  4. "ଆର୍କାଇଭ୍ କପି". Archived from the original on 2013-02-06. Retrieved 2013-03-19. {{cite web}}: Cite has empty unknown parameter: |1= (help)
  5. http://a-z-animals.com/animals/octopus/
  6. http://www.ypte.org.uk/animal/octopus-common-/148
  7. "ଆର୍କାଇଭ୍ କପି". Archived from the original on 2013-06-13. Retrieved 2013-03-19. {{cite web}}: Cite has empty unknown parameter: |1= (help)

ବାହାର ତଥ୍ୟ[ସମ୍ପାଦନା]