ବାଦ୍ୟ ଯନ୍ତ୍ର
ଏକ ବାଦ୍ୟ ଯନ୍ତ୍ରର ନିର୍ମାଣ କିମ୍ବା ବ୍ୟବହାର ସଙ୍ଗୀତର ଧ୍ୱନି ବାହାର କରିବା ନିମନ୍ତେ ବ୍ୟବହାର କରାଯାଇଥାଏ । ମୋଟାମୋଟି ଭାବେ କୌଣସି ଧ୍ୱନି ସୃଷ୍ଟିକରୁଥିବା ବସ୍ତୁକୁ ବାଦ୍ୟଯନ୍ତ୍ର କୁହାଯାଇପାରେ । ବାଦ୍ୟଯନ୍ତ୍ରର ଇତିହାସ ମାନବ ସଂସ୍କୃତିର ଆରମ୍ଭରୁ ବୋଲି ଗଣାଯାଇଥାଏ । ଏହାର ଶୈକ୍ଷଣିକ ଅଧ୍ୟୟନକୁ ଇଂରାଜୀରେ "ଅର୍ଗାନୋଲୋଜି" କୁହାଯାଏ । ସଙ୍ଗୀତ-ବାଦ୍ୟ ରୂପରେ ଏକ ବାଦିତ ଯନ୍ତ୍ରର ତିଥି ଏବଂ ଉତ୍ପତ୍ତି ୬୭,୦୦୦ ବର୍ଷ ପୁରୁଣା ବୋଲି କୁହାଯାଏ । କେତେକଙ୍କ ମତରେ ବଂଶୀର ବୟସ ପାଖାପାଖି ୩୭,୦୦୦ ବର୍ଷ । ତେବେ ସଜ୍ଞା ନିରୂପଣର ଆଞ୍ଚଳିକତା ଓ ତିଆରି ଲାଗୁଥିବା ବସ୍ତୁର ଆପେକ୍ଷିକ ଅସ୍ଥାୟୀ ଅବସ୍ଥା ସକାଶେ ବାଦ୍ୟଯନ୍ତ୍ରର ପ୍ରକୃତ ବୟସ ଆକଳନ କରିବା ସମ୍ଭବପର ହୋଇପାରିନାହିଁ । ଅନେକ ପୁରୁଣା ବାଦ୍ୟଯନ୍ତ୍ର ଜୀବଯନ୍ତୁଙ୍କ ଚମଡ଼ା ଓ ହାଡ଼, କାଠ ଓ ଅନ୍ୟାନ୍ୟ କାଳକ୍ରମେ ନଷ୍ଟ ହୋଇଯାଉଥିବା ବସ୍ତୁରେ ତିଆରି ହେଉଥିଲା ।
ବାଦ୍ୟ-ଯନ୍ତ୍ର ଦୁନିଆର ବହୁ ପୁରୁଣା କ୍ଷେତ୍ରରେ ସ୍ୱତନ୍ତ୍ର ରୂପରେ ବିକାଶିତ ହୋଇପାରିଛି । ହୁଏତ ସଭ୍ୟତାଗୁଡ଼ିକ ଭିତରେ ଦିଆନିଆ ହେତୁ ଅଧିକାଂଶ ଯନ୍ତ୍ରର ଚଞ୍ଚଳ ପ୍ରସାର ହେବା ସହିତ ମୂଳ ସ୍ଥାନରୁ ବହୁ ଦୂରରେ ମଧ୍ୟ ସେଗୁଡ଼ିକର ବ୍ୟବହାର ହୋଇପାରିଥିଲା । ମଧ୍ୟ ଯୁଗ ପର୍ଯ୍ୟନ୍ତ ମେସୋପୋଟାମିଆର ଯନ୍ତ୍ରକୁ ମାଳୟ ଦ୍ୱୀପସମୂହରେ ଦେଖାଯାଇ ପାରୁଥିଲା ଏବଂ ଉତ୍ତର ଆଫ୍ରିକାର ଯନ୍ତ୍ରକୁ ୟୁରୋପରେ ବାଦନ କରାଯାଇଥିଲା । ଆମେରିକାରେ ବିକାଶ ବହୁ ଧୀର ଗତିରେ ହୋଇଥିଲା କିନ୍ତୁ ଉତ୍ତର, ମଧ୍ୟ ଏବଂ ଦକ୍ଷିଣ ଆମେରିକାର ସଂସ୍କୃତିମାନ ବାଦ୍ୟଯନ୍ତ୍ରକୁ ବହୁ ସମ୍ମାନ କରୁଥିଲେ ।
ପୂର୍ଣ୍ଣ ତତ୍ତ୍ୱ
[ସମ୍ପାଦନା]ପ୍ରଥମ ବାଦ୍ୟ-ଯନ୍ତ୍ରର ବିକାଶ କିଏ ଏବଂ କେବେ କରିଥିଲେ, ଏହି କଥାର ସତ୍ୟା-ସତ୍ୟ ଜାଣିବା ପାଇଁ ଶୋଧକର୍ତ୍ତାମାନେ ଦୁନିଆର ବହୁ କୋଣାନୁକୋଣରେ ସଙ୍ଗୀତ ବାଦ୍ୟ-ଯନ୍ତ୍ରର ବିଭିନ୍ନ ପୁରା-ତାତ୍ୱିକ ଉପସ୍ଥିତି ଖୋଜିବା ପ୍ରକ୍ରିୟା ଆରମ୍ଭ କରିଥିଲେ । କିଛି ଖୋଜିବା ପ୍ରକ୍ରିୟା ୬୭,୦୦୦ ବର୍ଷ ପର୍ଯ୍ୟନ୍ତ ପୁରୁଣା ଥିଲା , କିନ୍ତୁ ବାଦ୍ୟ-ଯନ୍ତ୍ର ରୂପେ ଅନେକ ସ୍ଥାନରେ ବିବାଦ ଉପୁଜି ଥାଏ । ସର୍ବସମ୍ମତିର ପାଖରେ , ୩୭,୦୦୦ ବର୍ଷ ପୁରୁଣା କିମ୍ବା ତା'ପରର କଳାକୃତି ବିଷୟରେ ଏକ ନିଯୁକ୍ତି କରାଗଲା । କେବଳ ସେହିପରି କଳାକୃତି ମାନ ବଞ୍ଚିରହିଛି ଯାହା ସ୍ଥାୟୀ ସାମଗ୍ରୀ କିମ୍ବା ସ୍ଥାୟୀ ଉପାୟର ଉପଯୋଗ କରି ତିଆରି କରାଯାଇଛି । ଏହି ପ୍ରକାର ଖୋଜାଯାଇଥିବା ନମୂନା ଗୁଡିକୁ ଅବିବାଦିତ ପ୍ରକ୍ରିୟାରେ ସବୁଠାରୁ ପ୍ରାରମ୍ଭିକ ବାଦ୍ୟ-ଯନ୍ତ୍ର ମାନି ହେବ ନାହିଁ ।[୧]
ଜୁଲାଇ ୧୯୯୫ ମସିହାରେ , ଶ୍ଲୋବେନିୟାଈ ପୁରାତତ୍ତ୍ୱବିଦ ଇବାନ ତୁର୍କ "ଶ୍ଳୋବେନିୟା"ର ଉତ୍ତର ପଶ୍ଚିମ କ୍ଷେତ୍ରରେ ଏକ ହାଡରେ ତିଆରି ବସ୍ତୁର ଆବିଷ୍କାର କଲେ । ଏହି ବସ୍ତୁକୁ "ଡିଜ୍ୱେ ୱେବ ଫ୍ଲୂଟ" ନାମ ଦିଆଗଲା , ଏଥିର୍ ଚାରିଗୋଟି କଣା ରହିଥିଲା । କାନାଡ଼ାର ସଙ୍ଗୀତ ବୈଜ୍ଞାନିକ "ବାଁବ୍ ଫିଙ୍କ" ମାନନ୍ତି ଯେ , ଏହି ବାଦ୍ୟକୁ ଡାୟାଟୋନିକ ସ୍କେଲର ଚାରି ନୋଟକୁ ବଜାଇବା ପାଇଁ ବ୍ୟବହାର କରାଯାଉଥିବ । ଶୋଧକର୍ତ୍ତାମାନେ ଏହି ବଂଶୀର ବୟସର ଅନୁମାନ ୪୩,୪୦୦ ଏବଂ ୬୭,୦୦୦ ବର୍ଷ ମଧ୍ୟରେ ହୋଇଥିବାର ଆଶା କରାଯାଉଛି , ଯେଉଁଥିରୁ ଏହା ସବୁଠାରୁ ପ୍ରାଚୀନ ଏବଂ ନିଏଣ୍ଡରଥଲ ସଂସ୍କୃତିରେ ଯୋଡ଼ା ହୋଇଥିବା ଏକମାତ୍ର ବାଦ୍ୟ-ଯନ୍ତ୍ର ରୂପେ ତିଆରି ହୋଇଯାଇଥିବ ।[୨] ହୁଏତ , କିଛି ପୁରା-ତତ୍ତ୍ୱବିଦମାନେ ଏହି ବଂଶୀକୁ ଏକ ବାଦ୍ୟ-ଯନ୍ତ୍ର ହେବା ଉପରେ ପ୍ରଶ୍ନ ଉଠାଇ ପାରନ୍ତି।[୩] ଜର୍ମାନୀର ପୁରତତ୍ତ୍ୱବିଦମାନେ ସ୍ୱାବିଆନ ପର୍ବତମାଳାରେ ୩୦,୦୦୦ରୁ ୩୭,୦୦୦ ବର୍ଷ ପୁରୁଣା ମୌମଥର ହାଡ଼ ଏବଂ ହଂସ ହାଡର ବାଂଶୁରୀ ଖୋଜିଥିଲେ । ଏହି ବାଂଶୁରୀଗୁଡିକୁ "ଉପରୀ ପଲେଓଲିଥିକ" କାର୍ଯ୍ୟାଳୟରେ ତିଆରି କରାଯାଇଥିଲା ଏବଂ ଏଥିରେ ଅପେକ୍ଷାକୃତ ଅଧିକ ସାଧାରଣ ରୂପେ ପ୍ରାଚୀନତମ ଜ୍ଞାତ ବାଦ୍ୟ-ଯନ୍ତ୍ର ରୂପରେ ସ୍ୱୀକାର କରାଯାଏ ।[୪]
ବାଦ୍ୟଯନ୍ତ୍ରର ପୁରା-ତାତ୍ୱିକ ଶାକ୍ଷ , 'ଉର'ର ସୁମେରାଈ ସହରରେ ଶାହୀ କବରସ୍ଥାନର ଖୋଦେଇରେ ମିଳିଥିଲା । ଏହି ଉପକରଣରେ ନଅ ଗୋଟି ଲାଇଅର, ଦୁଇ ଗୋଟି ବୀନ୍, ଗୋଟିଏ ସିଲ୍ଭର ଡବଲ ଫ୍ଲୂଟ ଆଦି ରହିଛି । ଉରରେ ଖୋଜା ଯାଇଥିବା ରୀଡ଼ର ସଦୃଶ ଆବାଜ କରୁଥିବା ସିଲ୍ଭର ପାଇପର ଆଧୁନିକ "ବୌଗପାଇପ"ର ପୂର୍ବବର୍ତ୍ତୀ ହୋଇଥିବାର ସମ୍ଭାବନା ଅଛି ।[୫] ଏହି ବେଲଣା କାର ପାଇପରେ ତିନି ପଟେ କଣା ରହିଛି ଯାହା ବାଦକକୁ ପୂର୍ଣ୍ଣ ସ୍ୱର ସ୍ଫୁଲିତ କରିବା ପାଇଁ ଅନୁମତି ଦେଇଥାଏ ।[୬] ୧୯୨୦ ଦଶକରେ "ଲିଓନାର୍ଡ ବୂଲୀ"ଙ୍କଦ୍ୱାରା କରାଯାଇଥିବା ଏହି ଖୋଦାଇରେ ଯନ୍ତ୍ର ନଷ୍ଟ ନ ହେଲାପରି ଟୁକଡା ଏବଂ ନଷ୍ଟ ହୋଇସାରିଥିବ ଜିନିଷର ଖାଲି ଜାଗା ମିଳିଥିଲା , ଯାହାଦ୍ୱାରା ଏହକୁ ପୁର୍ନବାର ତିଆରି କରିବା ପାଇଁ ଏକସଙ୍ଗେ ବ୍ୟବହାର କରାଯାଇଥିବ ।[୭] ଏହି ଯନ୍ତ୍ର ଯେଉଁ କବରଦ୍ୱାରା ସମ୍ବନ୍ଧିତ ଥିଲା ସେମାନଙ୍କ "କାର୍ବନ ଡେଟିଙ୍ଗ" ୨୬୦୦ ଏବଂ ୨୫୦୦ ବି.ସି.ଇ ମଧ୍ୟରେ କରାଯାଇଥିଲା , ଏହା ପ୍ରମାଣ ପ୍ରଦାନ କରିବା ହେତୁ କି ଏହି ସମୟ ପର୍ଯ୍ୟନ୍ତ ଏ ସମସ୍ତ ଯନ୍ତ୍ରର ବ୍ୟବହାର ସୁମେରିୟରେ କରାଯାଉ ଥିଲା ।[୮]
ମେସୋପୋଟାମିୟରେ ନିପ୍ପୁରରୁ ପ୍ରାପ୍ତ , ୨୦୦୦ ବି.ସି.ଇ ପୁରୁଣା "କୀଲାକା"ର "ଟୌବଲେଟ"ରେ ଲାଇଅରର ତାରାମାନଙ୍କ ନାମ ଇଙ୍ଗିତ ହୋଇଛି ଏବଂ ଏହା ସ୍ୱରଲିପିର ସବୁଠାରୁୁ ପ୍ରାଚୀନ ବୋଲି ଏକ ଜ୍ଞାତ ଉଦାହରଣ ଅଟେ ।[୯]
ଇତିହାସ
[ସମ୍ପାଦନା]ବିଦ୍ୱାନମାନେ ଏହି କଥାରେ ସହମତ କି , ବିଭିନ୍ନ ସଂସ୍କୃତିରେ ବାଦ୍ୟ-ଯନ୍ତ୍ରର ସଠିକ କାଳକ୍ରମ ନିର୍ଧାରଣ କରିବାର କୌଣସି ପୂର୍ଣ୍ଣ ବିଶ୍ୱସନିୟ ଉପାୟ ନାହିଁ । ସେମାନଙ୍କ ଜଟିଳତାର ଆଧାରରେ ବାଦ୍ୟ-ଯନ୍ତ୍ରର ତୁଳନା ଏବଂ ସେମାନଙ୍କ ଆୟୋଜନ ଭ୍ରମକ ଅଟେ , ଚୂଙ୍କି ବାଦ୍ୟ-ଯନ୍ତ୍ରମାନଙ୍କରେ ହୋଇଆସୁଥିବା ବିକାଶ କେବେ-କେବେ ଜାତିଳତାକୁ କମ କରିପାରିଛି । ଉଦାହରଣ ରୂପେ , ପ୍ରାରମ୍ଭିକ ସ୍ଲିଟ୍ ଡ୍ରମର ନିର୍ମାଣ କରିବା ଲାଗି ବିଶାଳ ବୃକ୍ଷକୁ କଟାଗଲା ଏବଂ ସେ ସବୁକୁ ଖୋଖଳା କରିବାରେ ଜଡ଼ିତ ଥିଲା ; ପରେ 'ସ୍ଲିଟ୍ ଡ୍ରମ'ର ନିର୍ମାଣ ବାଉଁଶରେ ତଳ ଭାଗକୁ ଖୋଳିକରି କରାଗଲା , ଯାହା ବହୁ ସହଜ ଏବଂ ସାଧାରଣ ଥିଲା ।[୧୦] ଏହିପ୍ରକାର କରିଗରୀର ଆଧାରରେ ବାଦ୍ୟ-ଯନ୍ତ୍ରର ବିକାଶକୁ ଆୟୋଜିତ କରିବା ଭ୍ରମକ ଅଟେ , ଚୂଙ୍କି ସମସ୍ତ ସଂସ୍କୃତିର ବିଭିନ୍ନ ସ୍ତରରେ ବିକାଶ କରିଥାଏ ଏବଂ ସେ ସବୁକୁ ଅଲଗା ଅଲଗା ସାମଗ୍ରୀର ଉପଲବ୍ଧ ହୋଇଥାଏ । ଉଦାହରଣ : ଗୋଟିଏ ସମୟରେ ଉପସ୍ଥିତ ଦୁଇ ସଂସ୍କୃତି ମାନ ; ଯାହାର ଗଠନ , ସଂସ୍କୃତି ଏବଂ ହସ୍ତକଳାର ଭିନ୍ନତା ରହିଥିଲା , ସେମାନଙ୍କଦ୍ୱାରା ପ୍ରସ୍ତୁତ ବାଦ୍ୟ-ଯନ୍ତ୍ରର ତୁଳନା କରିବାର ପ୍ରୟାସକାରୀ ମାନବ-ବିଜ୍ଞାନୀମାନେ ଏହା ନିର୍ଦ୍ଧାରିତ କରିପାରିବେ ନାହିଁ କି , କେଉଁ ବାଦ୍ୟ-ଯନ୍ତ୍ର ଅଧିକ ଆଦିମ ଅଟେ ।[୧୧] ଭୂଗୋଳର ଆଧାରରେ ଯନ୍ତ୍ର ଗୁଡିକୁ କ୍ରମିତ କରିବା ମଧ୍ୟ ଆଂଶିକ ରୂପେ ଅବିଶ୍ୱାସନିୟ ଅଟେ , କାରଣ କେହି ମଧ୍ୟ ଏହା ନିର୍ଦ୍ଧାରିତ କରିପାରିବେ ନାହିଁ କି , କେବେ ଏବଂ କେଉଁ ପ୍ରକାରରେ ସଂସ୍କୃତି ଜଣେ ଦ୍ୱିତୀୟ ଜଣଙ୍କ ସହ ସମ୍ପର୍କ କଲେ ଏବଂ ନିଜ ନିଜ ଭିତରେ ଜ୍ଞାନ ଆହରଣ କରିଥିଲେ ।
ଜର୍ମାନୀ ସଙ୍ଗୀତ ବୈଜ୍ଞାନିକ , କର୍ଟ ସାସ୍କ , ଯିଏ ଆଧୁନିକ ସମୟର ସବୁଠାରୁ ପ୍ରମୁଖ ସଙ୍ଗୀତ ବୈଜ୍ଞାନିକ ଏବଂ ମାନବ ଜାତି ବିଜ୍ଞାନୀ ଅଟନ୍ତି[୧୨] , ଶୁଣାଯାଏ କି ପାଖାପାଖି ୧୪୦୦ ବର୍ଷ ପର୍ଯ୍ୟନ୍ତର ଏକ ଭୌଗୋଳିକ କାଳକ୍ରମ ଭଲ ଅଟେ , କାରଣ ଏହା ସୀମିତ ରୂପରେ ବ୍ୟକ୍ତି ପରଖ ଅଟେ ।[୧୩] ୧୪୦୦ ବର୍ଷର ଉପରେ , ସମୟାବଧିର ଆଧାରରେ ବାଦ୍ୟ-ଯନ୍ତ୍ରର ସମଗ୍ର ବିକାଶ ପାଇଁ ଯାଇପାରେ ।[୧୩]
ବାଦ୍ୟ-ଯନ୍ତ୍ରର ବିକାଶ , କ୍ରମ ଅଙ୍କନର ବିଜ୍ଞାନ , ପୁରାତାତ୍ୱିକ ଶିଳ୍ପ , କଳାତ୍ମକ ଅଙ୍କନ ଏବଂ ସାହିତ୍ୟିକ ସନ୍ଦର୍ଭରେ ନିର୍ଭର କରିଥାଏ । ଚୂଙ୍କି କୌଣସି ଏକ ଅନୁସନ୍ଧାନ ମାର୍ଗରେ ଆଙ୍କଡେ ଆଧୁରା ହୋଇ ଥାଇପାରେ , ସମସ୍ତ ତିନି ମାର୍ଗ ଏକ ଅଧିକ ଭଲ ଐତିହାସିକ ଚିତ୍ର ଉପଲବ୍ଧ କରିଥାଏ ।[୧]
ଆଦିମ ଏବଂ ପ୍ରାଗୈତିହାସିକ
[ସମ୍ପାଦନା]୧୯ବିଂ ଶତାବ୍ଦୀ ପର୍ଯ୍ୟନ୍ତ , ଲିଖିତ ୟୁରୋପୀୟ ସଙ୍ଗୀତ ଇତିହାସ , ଏହି ପୌରାଣିକ ବିବରଣୀ ସହିତ ଆରମ୍ଭ ହୋଇଥାଏ କି , ବାଦ୍ୟ-ଯନ୍ତ୍ରର ଆବିଷ୍କାର କିପରି କରାଗଲା । ଏହି ବିବରଣୀ ଗୁଡିକରେ ସମ୍ମିଳିତ ଅଛନ୍ତି ଜୁବାଲ , କୌନର ବଂଶଜ ଏବଂ "ସେମାନ ସଭିଙ୍କର ପିତା ଯିଏ ହାର୍ପ ଏବଂ ଆଁର୍ଗନ ସମ୍ଭାଳନ୍ତି" , ପାନ , ପୌନପାଇପର ଆବିଷ୍କାରକ ଏବଂ ମରକରୀ , କୁହାଯାଏ ଯିଏ କଛୁଏର ସୁଖା ଖୋଳରେ ପ୍ରଥମ ଲାଇଅର ତିଆରି କରିଥିଲେ । ଆଧୁନିକ ଇତିହାସ ଏହିପରି ପୌରାଣିକ କଥାକୁ ମାନବଶାସ୍ତ୍ରୀୟ ଅଟକଳଦ୍ୱାରା ପ୍ରତିସ୍ଥାପିତ କରିଥିଲା ଏବଂ କେବେ-କେବେ ଏହାକୁ ପୁରାତାତ୍ୱିକ ଶାକ୍ଷଦ୍ୱାରା ପୁଷ୍ଟ ମଧ୍ୟ କରିଛନ୍ତି । ବିଦ୍ୱାନ ମାନଙ୍କର ମାନିବା ହୁଏ କି , ବାଦ୍ୟ-ଯନ୍ତ୍ରର କୌଣସି ନିଶ୍ଚିତ "ଆବିଷ୍କାର" କରାଯାଇନାହିଁ । ଚୂଙ୍କି "ବାଦ୍ୟ ଯନ୍ତ୍ର" ଶବ୍ଦର ପରିଭାଷା ବିଦ୍ୱାନ ଏବଂ ଭାବି-ଆବିଷ୍କାରକ , ଦୁଇଜଣଙ୍କ ପାଇଁ ପୂର୍ଣ୍ଣ ରୂପରେ ବ୍ୟକ୍ତିପରଖ ଅଟେ । ଉଦାହରଣ : ଏକ ହୋମୋ ହବୀଳିସର ନିଜ ଶରୀରରେ ଚାପୁଡ଼ା ମାରିବା , ବିନା ତାଙ୍କ ଇଚ୍ଛାର ଧ୍ୟାନ କରି ଏକ ନିର୍ମାଣାଧୀନ ବାଦ୍ୟ-ଯନ୍ତ୍ର ହୋଇପାରେ ।[୧୪]
ମାନବ ଶରୀରକୁ ପରଖ କରି ଯେଉଁ ଉପକରଣକୁ ପ୍ରଥମ ବାଦ୍ୟ-ଯନ୍ତ୍ର ମାନି ନିଆଯାଏ , ତାହା ହେଉଛି ଝୁଣୁଝୁଣେ , ସ୍ଟୈମ୍ପର ଏବଂ ବିଭିନ୍ନ ପ୍ରକାରର ଡ୍ରମ ।[୧୫] ଏହା ଆରମ୍ଭିକ ଯନ୍ତ୍ର , ଭାବନାତ୍ମକ ଠାଣି , ଯେପରି ନୃତ୍ୟରେ ଧ୍ୱନି ଯୋଡିବା ଲାଗି ମାନବର ସଞ୍ଚାଳନ ଆବେଗ କାରଣରୁ ବିକଶିତ ହୋଇଥାଏ ।[୧୬] ଶେଷରେ , କିଛି ସଂସ୍କୃତି ନିଜନିଜର ବାଦ୍ୟ-ଯନ୍ତ୍ର ପାଇଁ ଅନୁଷ୍ଠାନ କାର୍ଯ୍ୟକ୍ରମକୁ ଯୋଡିଥିଲେ । ସେହି ସଂସ୍କୃତି ଅଧିକ ଜଟିଳ ପ୍ରକାଶନ ଉପକରଣ ଏବଂ ଅନ୍ୟ ଉପକରଣର ବିକାଶ କରିଥିଲା , ଯେପରି ରିବନ ରୀଡ଼ , ବଂଶୀ ଏବଂ ତୁରୀ । ଏଥିରୁ କିଛି ଲେବୁଲରେ , ଆଧୁନିକ ସମୟରେ ପ୍ରୟୋଗ କରାଯାଉଥିବା ସଙ୍କେତରୁ କାଫି ଭିନ୍ନ ସଂକେତାର୍ଥ ରହିଛି ; ଆରମ୍ଭିକ ବଂଶୀ ଏବଂ ତୁରୀକୁ ଏପରି ଲେବୁଲ ସେମାନଙ୍କ ମୂଳ କାର୍ଯ୍ୟ ପ୍ରଣାଳୀ ଏବଂ ଉପଯୋଗ ପାଇଁ ଲଗାଯାଉ ଥିଲା , ନାହିଁ କି ଆଧୁନିକ ଯନ୍ତ୍ରଣାରୁ କୌଣସି ସମାନତା ପାଇଁ ବ୍ୟବହୃତ ହେଉଥିଲା ।[୧୭] ପ୍ରାରମ୍ଭିକ ସଂସ୍କୃତି ଯାହାପାଇଁ ଡ୍ରମ , କର୍ମକାଣ୍ଡ ଏବଂ ପବିତ୍ର ମହତ୍ତ୍ୱକୁ ବିକଶିତ କରିଥିଲା , ତାହା ହେଉଛି ସୁଦୂର ପୁର୍ବୀ ଋଷର ଚୁକଚି ଲୋକ , ମେଲାନିସିୟାର ଦେଶୀ ଲୋକ ଏବଂ ''ଆଫ୍ରିକା''ର ସଂସ୍କୃତି । ବାସ୍ତବରେ , ପ୍ରତ୍ୟେକ ଆଫ୍ରିକୀ ସଂସ୍କୃତିରେ , ଡ୍ରମ ବ୍ୟାପକ ରୂପରେ ଅବସ୍ଥାନ ଥିଲା ।[୧୮] ଏକ ପୁର୍ବୀ ଆଫ୍ରିକୀ ଜନଜାତି , ବହିନ୍ଦା ଏହାକୁ ଏତେ ପବିତ୍ର ମାନିଥିଲେ କି ସୁଲତାନଙ୍କ ଛଡା ଏହାକୁ ଦେଖିବା ପାଇଁ ଯେ କୌଣସି ଅନ୍ୟ ବ୍ୟକ୍ତିଙ୍କ ପାଇଁ ଘାତକ ସୃଷ୍ଟି କରିଥିଲା ।[୧୯]
ଶେଷରେ ମଣିଷମାନେ ଧ୍ୱନି ଉତ୍ପନ୍ନ କରିବା ପାଇଁ ବାଦ୍ୟ-ଯନ୍ତ୍ରର ଉପଯୋଗ କରିବାର ଅବଧାରଣାର ବିକାଶ କରିଥିଲେ । ବାଦ୍ୟ-ଯନ୍ତ୍ରର ବିକାଶରେ ଏହି ସମୟ ପର୍ଯ୍ୟନ୍ତ , ରାଗ , କେବଳ ଗାୟନରେ ହିଁ ସାଧାରଣ ଥିଲା । ଭାଷାରେ ଦୋହରାବର ପ୍ରକ୍ରିୟାର ସମାନରେ ହିଁ , ବାଦ୍ୟ-ଯନ୍ତ୍ର ବଜାଉଥିବା ବ୍ୟକ୍ତିମାନେ ପ୍ରଥମେ ଦୋହରାବର ବିକାଶ କରିଥିଲେ ଏବଂ ପୁଣିଥରେ ବାଦ୍ୟ-ବୁନ୍ଦେକରଣର ବିକାଶ କଲେ । ଧ୍ୱନିରେ ଏକ ପ୍ରାରମ୍ଭିକ ରୂପକୁ , ଦୁଇ ଅଲଗା ଆକାରର ଟ୍ୟୁବକୁ ଠୋକି କରି ଉତ୍ପନ୍ନ କରାଗଲା - ଗୋଟେ ଟ୍ୟୁବରୁ ସ୍ପଷ୍ଟ ଧ୍ୱନି ଉତ୍ପନ୍ନ ହେଉଥିଲା ଏବଂ ଦ୍ୱିତୀୟରୁ ଏକ ଅସ୍ପଷ୍ଟ (ଗେହେରା) ଧ୍ୱନି ବାହାରିଥିଲା । ଏହିପରି ଯନ୍ତ୍ର ଯୋଡ଼ିବାରେ ବୁଲରୋରର , ସ୍ଲିଟ ଡ୍ରମ , ସୀପ ତୁରୀ ଏବଂ ଖାଲି ଡ୍ରମ ମଧ୍ୟ ସାମିଲ ରହିଥାଏ । ଯେଉଁ ସଂସ୍କୃତି ଏହି ଯନ୍ତ୍ରର ଯୋଡିକୁ ପ୍ରୟୋଗ କରିଥିଲେ , ସେମାନେ ତାଙ୍କସହ ଲିଙ୍ଗକୁ ଯୋଡ଼ିଦେଲେ ; ବାପା ବଡ଼ କିମ୍ବା ଅଧିକ ଊର୍ଜାବନ ଯନ୍ତ୍ର ଥିଲା , ଯେମିତିକି ମା ଛୋଟ କିମ୍ବା ମନ୍ଦ ଯନ୍ତ୍ର ହୋଇଥିଲା । ସଙ୍ଗୀତରେ ବାଦ୍ୟ-ଯନ୍ତ୍ର ହଜାର ବର୍ଷ ପର୍ଯ୍ୟନ୍ତ ଏହି ରୂପରେ ତିଆରି ହୋଇଥିଲା , ଯେ ପର୍ଯ୍ୟନ୍ତ କି ପ୍ରାରମ୍ଭିକ ଜାୟଲୋଫୋନ ରୂପରେ , ସୁରର ତିନି କିମ୍ବା ତାହାଠାରୁ ଅଧିକ ପାର୍ଟନର ବିକାଶ ହୋଇପାରିଲା ନାହିଁ ।[୨୦] ଜାୟଲୋଫୋନର ଉତ୍ପତ୍ତି , ଦକ୍ଷିଣ-ପୂର୍ବ ଏସିଆର ମୁଖ୍ୟ ଭୂମି ଏବଂ ଦ୍ୱୀପ-ସମୂହରେ ହୋଇଥିଲା ଏବଂ ସେହିଠାରୁ ଏହି ଆଫ୍ରିକା , ଆମେରିକା ଏବଂ ୟୁରପ ପର୍ଯ୍ୟନ୍ତ ଖେଳିଯାଇଥିଲା ।[୨୧] ଜାୟଲୋଫୋନ ସହିତ , ଯେଉଁ ସାଧାରଣ ତିନି ଲେଗବାରର ସେଟରୁ ଯାଇ ସମାନାନ୍ତର ବାରର ଧ୍ୟାନ ପୂର୍ବକ କରାଯାଇଥିବା ସେଟ ପର୍ଯ୍ୟନ୍ତ ହୋଇଥିଲା , ବିଭିନ୍ନ ସାଂସ୍କୃତି ବିଦ୍ମାନେ ବାଦ୍ୟ-ଯନ୍ତ୍ରର ବିକାଶ କରିଥିଲେ ଯେମିତି କି , ଭୂମି ବୀଣା , ଭୂମି ଜିଥର , ସଙ୍ଗୀତ ଧନୁଷ , ଜାଁ ହାର୍ପ ଇତ୍ୟାଦି ।[୨୨]
ପୁରାତନତା
[ସମ୍ପାଦନା]ସଙ୍ଗୀତ ବାଦ୍ୟ-ଯନ୍ତ୍ରର ଚିତ୍ର , ମେସୋପୋଟାମିୟାର କଳାକୃତିରେ ୨୮୦ଖ୍ରୀ.ପୂକିମ୍ବା ପ୍ରଥମେ ଦେଖାଇ ଦେବାରେ ଆରମ୍ଭ କରିଦେଥିଲା । ୨୦୦୦BCର ପାଖାପାଖି ଆରମ୍ଭ ହୋଇ , ସୁମେର ଏବଂ ବେବୀଲୋନର ସାଂସ୍କୃତିକମାନେ , ଶ୍ରମ ଏବଂ ବିକଶିତ ହେଉଥିବା ବର୍ଗ ବ୍ୟବସ୍ଥା କାରଣରୁ ବାଦ୍ୟ-ଯନ୍ତ୍ରର ଦୁଇ ଅଲଗା ବର୍ଗର ରୂପରେଖା ତିଆରି କରିବାରେ ଆରମ୍ଭ କରିଥିଲା । ଲୋକପ୍ରିୟ ବାଦ୍ୟ-ଯନ୍ତ୍ର ସରଳ ଏବଂ ଯେ କୌଣସି ବ୍ୟକ୍ତିଙ୍କଦ୍ୱାରା ବଜାଇବା ୟୋଗ୍ୟ ଅଟେ , ଭିନ୍ନ ରୂପରେ ପେଶେବର ଯନ୍ତ୍ରରେ ବିକଶିତ ହେଉଥିଲା , ଯାହାର ବିକାଶ କୌଶଳ ଏବଂ ପ୍ରଭାବରେ ଧ୍ୟାନ କେନ୍ଦ୍ରିତ କରିଥିଲା ।[୨୩] ଏହି ବିକାଶ ଛଡା , ମେସୋପୋଟାମିୟାରେ ବହୁତ କମ ବାଦ୍ୟ-ଯନ୍ତ୍ର ବରାମତ କରାଯାଇଥିଲା । ମେସୋପୋଟାମିୟାରେ ବାଦ୍ୟ-ଯନ୍ତ୍ରର ପ୍ରାରମ୍ଭିକ ଇତିହାସକୁ ପୁନର୍ବାର ସଂଗଠିତ କରିବା ପାଇଁ ବିଦ୍ୱାନମାନଙ୍କୁ ସୁମେରିୟନ କିମ୍ବା ଏକାଡିୟନରେ ଲେଖା ହୋଇଥିବା କଳାକୃତି ଏବଂ କୀଲାକାର ଲେଖାରେ ଭରସା କରିବା ଉଚିତ । ଏହାଛଡା ଏହି ଉପକରଣର ନାମ ଦେବା ପ୍ରକ୍ରିୟା ମଧ୍ୟ ଚୁନୌତି-ପୂର୍ଣ୍ଣ ହୋଇସାରିଥିବା ବିଭିନ୍ନ ଉପକରଣ ଏବଂ ସେ ସମସ୍ତକୁ ପରିଭାଷିତ କରିବା ପାଇଁ ପ୍ରଯୁକ୍ତ ଶବ୍ଦ ଗୁଡ଼ିକୁ ମଝି ସ୍ପଷ୍ଟ ଭେଦ ହୋଇନଥାଏ ।[୨୪] ସୁମେରିୟାଈ ଏବଂ ବେବିଲୋନର କଳାକାରମାନେ ମୁଖ୍ୟ ରୂପରେ ସମରୋହିକ ବାଦ୍ୟ-ଯନ୍ତ୍ରର ଅଙ୍କନ କରିଥିଲେ , ଇତିହାସକାର ଇଡିୟୋଫୋନ ମଧ୍ୟରେ କରିବାରେ ସକ୍ଷମ ହୋଇଥିଲେ ଯାହା ଆରମ୍ଭିକ "ମେସୋପୋଟାମିୟା"ରେ ବ୍ୟବହାର କରାଯାଉଥିଲା ; ସେଗୁଡ଼ିକ ଯଥା : କନକଶନ ଫ୍ଲବ , କ୍ଲୈପର , ସିସ୍ଟ୍ନା , ଘଣ୍ଟି , ସିମ୍ବଳ ଏବଂ ଝୁଣୁଝୁଣା ।[୨୫] ସିସ୍ଟ୍ନକୁ ଅମେନହୋଟେପ IIIର ମହାନ ନକ୍ସାରେ ବହୁ ସ୍ପଷ୍ଟ ରୂପେ ଦର୍ଶାଇ ଦିଆଯାଇଛି ,[୨୬] ଏବଂ ଏଥିରେ ବିଶେଷ ରୁଚି ଏଥିପାଇଁ ଅଛି କାରଣ , ଏହିପ୍ରକାରର ରୂପାଙ୍କନକୁ ସୁଦୂର କ୍ଷେତ୍ରରେ ପାଇଥିଲେ , ଯେପରି ଟୈବିଲିସ , ଜଁର୍ଜିୟା ଏବଂ ଆମେରିକା ମୂଳ ନିବାସୀ ୟାକୁଈ ଜନଜାତି ମାନଙ୍କ ମଧ୍ୟରେ ।[୨୭] "ମେସପୋଟାମିୟା"ର ଲୋକମାନେ କୌଣସି ଅନ୍ୟ ଯନ୍ତ୍ର ଛଡା ତାର ଥିବା ବାଦ୍ୟ-ଯନ୍ତ୍ର ପସନ୍ଦ କରୁଥିଲେ , ଯେମିତିକି ମେସୋପୋଟାମିୟାର ମୂର୍ତ୍ତୀ ଏବଂ ତଖ୍ତିରେ ସେମାନଙ୍କ ପ୍ରସାରରୁ ସିଦ୍ଧ ହୋଇଥାଏ । ଯେପରି ବୀଣାର ଅସଂଖ୍ୟ କିସମର ଚିତ୍ରଣ କରାଯାଇଥିଲା , ତା' ସହ ଲାଇଅର ଏବଂ ଲ୍ୟୁଟ୍ ମଧ୍ୟ ରହିଛି ଯାହା ତାରଥିବା ଆଧୁନିକ ଯନ୍ତ୍ର ମାନଙ୍କ ମଧ୍ୟରେ ଆଗୁଆ ରହିଛନ୍ତି , ଯେମିତି କି ବାୟଲିନ ।[୨୮]
ମିସ୍ତ୍ରର ସଂସ୍କୃତିରେ ୨୭୦୦BCର ପୂର୍ବରୁ ପ୍ରୟୋଗ କରାଜାଉଥିବା ବାଦ୍ୟ-ଯନ୍ତ୍ର , "ମେସୋପୋଟାମିୟା"ର ଯନ୍ତ୍ର ସହ ବହୁତ ଖାପ ଖୁଆଇଥାଏ , ଯାହାଫଳରେ ଐତିହାସିକମାନେ ଏହା ନିଷ୍କର୍ଷ ବାହରକଲେ କି , ସଭ୍ୟତାଗୁଡ଼ିକ ନିଶ୍ଚିତ ଦୁହେଁ ଦୁହିଁଙ୍କ ସହ ସମ୍ପର୍କରେ ରହିଥିବେ । ସାକ୍ସ ଏହି କଥାର ଉଲ୍ଲେଖ କରନ୍ତି କି , ମିସ୍ତ୍ର ପାଖରେ ଏହିପରି କୌଣସି ବାଦ୍ୟ ନଥିଲା ଯାହା ସୁମେରିୟନ ସଂସ୍କୃତି ପାଖେ ମଧ୍ୟ ରହି ନଥିଲା । [୨୯] ୨୭୦୦BC ପର୍ଯ୍ୟନ୍ତ ଏହା ପ୍ରତୀତ ହୋଇଥିଲା ଯେ , ସାଂସ୍କୃତିକ ସମ୍ପର୍କ ମୁଖ୍ୟତଃ ଭାବେ କମିବାରେ ଲାଗିଛି ; ଲାଇଅର , ଯାହା ସୁମେରରେ ଏକ ପ୍ରମୁଖ ସମାରୋହିକ ବାଦ୍ୟଯନ୍ତ୍ର ଥିଲା , ମିସ୍ତ୍ରରେ ଆହୁରି ୮୦୦ ବର୍ଷ ପର୍ଯ୍ୟନ୍ତ ଦେଖାଯାଇ ନଥିଲା ।[୨୯] କ୍ଲୈପର ଏବଂ କନକଶନ କାଠ , ୩୦୦୦BC ପର୍ଯ୍ୟନ୍ତ ମିସ୍ତ୍ରର ଗୁଲଦସ୍ତାରେ ଦେଖା ଯାଇଥାଏ । ଏହି ସଭ୍ୟତା ସିସ୍ଟ୍ନା , ବଂଶୀ ଡବଲ ଫ୍ଲୈରିନେଟ , ଧନୁଷାକାର , କୋଣୀୟ ବୀଣା ଏବଂ ବିଭିନ୍ନ ଡ୍ରମର ମଧ୍ୟ ବ୍ୟବହାର ହୋଇଥିଲା ।[୩୦] ୨୭୦୦BC ଏବଂ ୧୫୦୦BC ମଧ୍ୟ ଅବଧିରେ ବହୁ କମ ଇତିହାସ ଉପଲବ୍ଧ ଅଛି , ଚୂଙ୍କି ମିସ୍ତ୍ର (ଏବଂ ବାସ୍ତବରେ ବେବୀଲୋନ) , ବିନାଶ ଏବଂ ଯୁଦ୍ଧର ଏକ ଲମ୍ବି ହିଂସକ ଅବଧିରେ ପ୍ରବେଶ କରିଗଲା । ଏହି ଅବଧିରେ କସାଈଟ ମେସୋପୋଟାମିୟାରେ "ବେବୀଲୋନ" ସାମ୍ରାଜ୍ୟକୁ ନଷ୍ଟ କରିଦେଲା ଏବଂ "ହିକ୍ସୋସ୍" ମିସ୍ତ୍ରର ମଧ୍ୟ ସାମ୍ରାଜ୍ୟର ବିନାଶ କରିଦେଇଥିଲା । ଯେତେବେଳେ ମିସ୍ତ୍ରର ସୈନିକମାନେ ପାଖାପାଖି ୧୫୦୦BCରେ ଦକ୍ଷିଣ-ପଶ୍ଚିମ ଏସିଆରେ ବିଜୟ ପ୍ରାପ୍ତ କରିଥିଲେ ସେତେବେଳେ , ମେସୋପୋଟାମିୟା ସହିତ ସାଂସ୍କୃତିକ ସମ୍ବନ୍ଧ ପୁଣିଥରେ ମଜବୁଦ୍ ହୋଇଗଲା ଏବଂ ମିସ୍ତ୍ରର ବାଦ୍ୟ-ଯନ୍ତ୍ର ମଧ୍ୟ ଏସିଆ ସଂସ୍କୃତିର ଭାରି ପ୍ରଭାବକୁ ପ୍ରତିବିମ୍ବିତ କରିଥିଲା ।[୨୯] ନବୀନ ସାମ୍ରାଜ୍ୟର ଲୋକମାନେ ନିଜର ନୂତନ ସାଂସ୍କୃତିକ ପ୍ରଭାବରେ ତୁରହି , ଲାଇଅର , ଲ୍ୟୁଟ୍ , କୈସ୍ଟନେଟ ଏବଂ ଝାଞ୍ଜର ଉପଯୋଗ ଆରମ୍ଭ କରିଥିଲା ।[୩୧]
ମିସ୍ତ୍ର ଏବଂ ମେସପୋଟାମିୟାର ବିପରୀତ , ଇଜରାୟଲରେ ୨୦୦୦BCରୁ ୧୦୦୦BC ଭିତରେ ନିପୁଣ ସଙ୍ଗୀତକାର ନ ଥିଲେ । ମେସୋପୋଟାମିୟା ଏବଂ ମିସ୍ତ୍ରରେ ସଙ୍ଗୀତ ବାଦ୍ୟ-ଯନ୍ତ୍ରର ଇତିହାସ କଳାତ୍ମକ ଚିତ୍ରଣ ଉପରେ ନିର୍ଭର କରୁଥିଲା , ଏହି ସମୟ ଭିତରେ ସଂସ୍କୃତି ବହୁତ କମ ଏହିପରି ଚିତ୍ରଣ ଉତ୍ପନ୍ନ କରିପାରିଛି । ଏଥିଲାଗି ବିଦ୍ୱାନଙ୍କୁ ବାଇବେଲ ଏବଂ ତଲ୍ମୂଡ଼ରେ ପ୍ରାପ୍ତ ଜ୍ଞାନ ଉପରେ ଭରସା କରିବା ଅତ୍ୟନ୍ତ ଆବଶ୍ୟକ ।[୩୨] ହିବୃ ଗ୍ରନ୍ଥ , ଜୁବଲ ଏବଂ କିନ୍ନୋରରୁ ଜୁଡ଼େ ଦୁଇଟି ଯନ୍ତ୍ରର ଉଲ୍ଲେଖ କରିଥାଏ । ଏହାକୁ କ୍ରମଶଃ ପୈନ-ପାଇପ ଏବଂ ଲାଇଅର ରୂପେ ଅନୁବାଦ କରାଯାଇ ପାରେ ।[୩୩] ଏହି ଅବଧିରେ ଅନ୍ୟ ବାଦ୍ୟରେ ସମ୍ମିଳିତ ହୋଇଛି ଟୋକ୍ସ କିମ୍ବା କ୍ରେମ୍ ଡ୍ରମ , ଛୋଟ ଘଣ୍ଟି କିମ୍ବା ଜିଙ୍ଗଲ ଯାହାକୁ ପାମୋନ କୁହାଯାଇଥାଏ , ଶୋଫର ଏବଂ ତୁରୀ ପରି କିଛି ବାଦ୍ୟ ଯନ୍ତ୍ର ମଧ୍ୟ ରହିଛି ।[୩୪] ୧୧ବିଂ ଶତାବ୍ଦୀ BC ମଧ୍ୟରେ , ଇଜରାଇଲରେ "ରାଜଶାହୀ"ର ପରିଚୟ ପ୍ରଥମ ନିପୁଣ ସଙ୍ଗୀତକାର ମାନଙ୍କୁ ଉତ୍ପନ୍ନ କରିଥିଲା ଏବଂ ତା'ସହ ବାଦ୍ୟ-ଯନ୍ତ୍ର ମାନଙ୍କ ସଂଖ୍ୟାରେ ମଧ୍ୟ ଅଦ୍ଭୁତ ପୂର୍ବକ ବୃଦ୍ଧି ହୋଇଥିଲା ।[୩୫] ଉପକରଣ ମାନଙ୍କର ଚିହ୍ନଟ ଏବଂ ବର୍ଗୀକୃତ କରିବା ପ୍ରକ୍ରିୟା କଳାତ୍ମକ ବାଖ୍ୟାର କମିୟତା କାରଣରୁ ସଂଯତ ହୋଇ ରହିଛି । ଉଦାହରଣ ପାଇଁ : ଏସର୍ସ ଏବଂ ନେବ୍ଳସ୍ ନାମରେ , ଅନିଶ୍ଚିତ ଡିଯାଇନର ତାର ଥିବା ବାଦ୍ୟ ଉପସ୍ଥିତ ଥିଲା , କିନ୍ତୁ ପୁରାତତ୍ତ୍ୱ କିମ୍ବା ବ୍ୟୁତ୍ପତ୍ତି ବିଜ୍ଞାନ , ସେମାନଙ୍କୁ ସ୍ପଷ୍ଟ ରୂପରେ ପରିଭାଷିତ କରିପାରି ନଥାନ୍ତା ।[୩୬] ନିଜ ପୁସ୍ତକ , ଅ ସର୍ବେ ଆଁଫ ମ୍ୟୁଜିକାଲ ଇନ୍ସଟୄମେଣ୍ଟରେ ଆମେରିକୀ ସଙ୍ଗୀତ ବୈଜ୍ଞାନିକ "ସିବିଲ ମାର୍କସ" ବିଚାର କରନ୍ତି କି , ନେବେଲ ନିଶ୍ଚିତ "ନବଲା" , "ହାର୍ପ" ପାଇଁ ଫୋନେସିଆଇ ଶବ୍ଦରେ ନିଜ ସମ୍ବନ୍ଧ କାରଣରୁ ଉର୍ଧ୍ୱଧର ହାର୍ପର ସମାନ ହୋଇପାରିବ ।[୩୭]
ଗ୍ରୀସ ଏବଂ ରୋମରେ ବାଦ୍ୟଯନ୍ତ୍ରର ଉପଯୋଗ ଏବଂ ବିକାଶ , ସେହି ସଂସ୍କୃତି ମାନଙ୍କଦ୍ୱାରା ମୂର୍ତି-କଳା ଏବଂ ବାସ୍ତୁ-କଳାରେ ଉପଲବ୍ଧିର ପୁର୍ନତଃ ବିପରୀତ ଦେଖାଯାଉଥିଲା । ସେହି ସମୟର ଉପକରଣ ସରଳ ଥିଲା ଏବଂ ପାଖାପାଖି ସଭିଙ୍କୁ ଅନ୍ୟ ସଂସ୍କୃତିରେ ଆୟାତିତ କରାଯାଉଥିଲା ।[୩୮] ଲାଇଅର ଏକ ପ୍ରମୁଖ ବାଦ୍ୟ ଥିଲା ଯାହାକୁ , ଚୂଙ୍କି ସଙ୍ଗୀତକାର ଦେବତା ମାନଙ୍କୁ ସମ୍ମାନିତ କରିବା ପାଇଁ ବ୍ୟବହାର କରୁଥିଲେ ।[୩୯] ୟୂନାନୀ ଲୋକମାନେ ବିଭିନ୍ନ ପ୍ରକାରର ପବନ ଜାତୀୟ ବାଦ୍ୟ ଯନ୍ତ୍ର ବଯାଉଥିଲେ , ଯାହାକୁ ସେମାନେ ଓଲୋସ (ରୀଡ଼) କିମ୍ବା ସିରିନ୍କ୍ସ (ବଂଶୀ) ରୂପରେ ବର୍ଗୀକୃତ କରିଥିଲେ ; ସେହିସମୟର ୟୂନାନୀ ଲିଖନ , ରୀଡ଼ ଉତ୍ପାଦନ ଏବଂ ବାଦନ ଟେକ୍ନିକର ଗହନ ଅଧ୍ୟୟନ ଦର୍ଶାଇ ଥାଏ ।[୬] ରୋମାନ୍ ଲୋକ ଟିବିଆ ନାମକ ରୀଡ଼ ଉପକରଣ ବଜାଉଥିଲେ ; ଯାହାର ଅଗଲ ବଗଲରେ କଣା ହୋଇଥାଏ ଯାହାଦ୍ୱାରା କି ତାକୁ ଖୋଲା ଯାଇପାରେ ଏବଂ ବନ୍ଦ ମଧ୍ୟ କରାଯାଇପାରେ , ଯେଉଁଥିରୁ ବାଦନ ପକ୍ରିୟାରେ ଅଧିକ ରୁଚିଲାପନ ପ୍ରାପ୍ତ ହୋଇଥିଲା ।[୪୦] ଏହି କ୍ଷେତ୍ରରେ ଯେଉଁ ଅନ୍ୟ ଉପକରଣ ସାମାନ୍ୟ ପ୍ରୟୋଗରେ ଥିଲେ ସେଥିରେ ସଂଯୁକ୍ତ ଥିଲେ : ଊର୍ଧ୍ୱଧର ହାର୍ପ ଯାହାକୁ ଓରିଏଣ୍ଟରୁ ଅଣାଯାଇଥିଲା , ମିସ୍ତ୍ର ଶୈଳୀର ଲ୍ୟୁଟ୍ , ବିଭିନ୍ନ ପାଇପ , ଆଁର୍ଗନ ଏବଂ କ୍ଲୈପର , ଯାହା ମୁଖ୍ୟ ରୂପରେ ମହିଳା ମାନଙ୍କଦ୍ୱାରା ବଜାଯାଏ ,[୪୧]
ଭାରତରେ ପ୍ରାରମ୍ଭିକ ସଭ୍ୟତାଦ୍ୱାରା ପ୍ରଯୁକ୍ତ "ବାଦ୍ୟଯନ୍ତ୍ର"ରେ ଶାକ୍ଷର ବହୁ ମାତ୍ରାରେ ଖାଲି ରହିଛି , ଯାହାଦ୍ୱାରା ଏହି କ୍ଷେତ୍ରରେ ସର୍ବପ୍ରଥମ ରହିଥିବା ମୁଣ୍ଡା ଏବଂ ଦ୍ରାବିଡ଼ ଭାଷା କହୁଥିବା ସଂସ୍କୃତିଙ୍କୁ ବାଦ୍ୟ-ଯନ୍ତ୍ରର ଶ୍ରେୟ ଦେବା ଅସମ୍ଭବ ହୋଇଯାଇଥିଲା । ଏହି କ୍ଷେତ୍ରରେ ବାଦ୍ୟ-ଯନ୍ତ୍ରର ଇତିହାସ ସିନ୍ଧୁ ଘଟି ସଭ୍ୟତା ସହିତ ଆରମ୍ଭ ହୋଇଥିଲା ଯାହା ପାଖପାଖି ୩୦୦୦BCରେ ଉଦ୍ଦିଷ୍ଟ । ଖୋଦାଇରୁ ପ୍ରାପ୍ତ କଳାକୃତି ସହିତ ମିଳିଥିବା ବିଭିନ୍ନ ଝୁଣୁଝୁଣେ ଏବଂ ସୀଟି (ହୁଇସିଲ) ଆଦି ବାଦ୍ୟ-ଯନ୍ତ୍ରର ଏକ ଭୌତିକ ପ୍ରମାଣ ଅଟେ ।[୪୨] ଏକ ମାଟିର ପ୍ରତିମାରୁ ଡ୍ରମ ପ୍ରୟୋଗର ସଙ୍କେତ ମିଳିଥାଏ ଏବଂ ସିନ୍ଧୁ ଲିପିର ଖୋଜା ପ୍ରକ୍ରିୟାରୁ ମଧ୍ୟ ଊର୍ଧ୍ୱାଧର ଧନୁଷକର ହାର୍ପ ଚିତ୍ରଣର ଠିକଣା ଜଣାପଡ଼ିଥିଲା , ଯାହାର ଶୈଳୀ ସୁମେରିୟନ କଳାକୃତିରେ ଚିତ୍ରଣ ହାର୍ପର ସମାନ ଅଟେ । ଏହି ଖୋଜା ପ୍ରଣାଳୀ ଅନ୍ୟ ସଙ୍କେତ ମଧ୍ୟରୁ ଗୋଟେ ଅଟେ ଯେଉଁଥିରୁ ଜଣାପଡେ କି , ସିନ୍ଧୁ ଘାଟି ଏବଂ ସୁମେରିୟନ ସଂସ୍କୃତିରୁ ସାଂସ୍କୃତିକ ସମ୍ପର୍କ ତିଆରି ହୋଇଥିଲା । ଭାରତରେ ବାଦ୍ୟଯନ୍ତ୍ରରେ ହୋଇଥିବା ବାଦ୍ୟର ବିକାଶ ୠଗ୍ୱେଦ କିମ୍ବା ଧାର୍ମିକ ସଙ୍ଗୀତଦ୍ୱାରା ହୋଇଥିଲା । ଏହି ସଙ୍ଗୀତରେ ବିଭିନ୍ନ ଡ୍ରମ , ତୁରୀ , ହାର୍ପ ଏବଂ ବଂଶୀର ବ୍ୟବହାର କରାଯାଇଥିଲା ।[୪୩] ଈସବୀର ପ୍ରାରମ୍ଭିକ ସମୟରେ ଉପଯୋଗ ହୋଇଥିବା ଅନ୍ୟ ପ୍ରମୁଖ ବାଦ୍ୟରେ ସଂଯୁକ୍ତ ଥିଲା , ସପେରାର ଦୁଇଯୋଡ଼ା ହୋଇଥିବା ଶେହେନାଇ , ବୈଗ-ପାଇପ , ବୈରଳ ଡ୍ରମ , ବଂଶୀ ଏବଂ ଲଘୁ ତମ୍ବୁରା । ସବୁ ମିଶିକରି ଭାରତରେ ମଧ୍ୟ ଯୁଗ ପର୍ଯ୍ୟନ୍ତ କୌଣସି ଅଦ୍ୱିତୀୟ ବାଦ୍ୟ-ଯନ୍ତ୍ର ନ'ଥିଲା ।[୪୪]
ବାଦ୍ୟ-ଯନ୍ତ୍ର ଯେପରି ୧୧୦୦BC ପୂର୍ବ ପାଖାପାଖି ଏବଂ ତାହାର ପୂର୍ବରୁ ଲେଖା ଯାଇଥିବା ଚୀନ ସାହିତ୍ୟରେ ଦେଖା ଯାଇଥାଏ ।[୪୫] ପ୍ରାରମ୍ଭିକ ଚୀନୀ ଦାର୍ଶନିକ ଯେମିତି କନ୍ଫ୍ୟୁସିୟସ (୫୫୧-୪୭୯ ଖ୍ରୀ.ପୂ) , ମେସିୟସ (୩୭୨-୨୮୯ ଖ୍ରୀ.ପୂ) ଏବଂ ଲାଓଜୀ ଚୀନରେ ବାଦ୍ୟ-ଯନ୍ତ୍ରର ବିକାଶର ଆକାର ଦେଇଥିଲେ ଏବଂ ସେମାନେ ସଙ୍ଗୀତ ପ୍ରତି ୟୁନାନୀୟନର ସମାନରେ ଦୃଷ୍ଟିକୋଣକୁ ନିଜର କରିଥିଲେ । ଚୀନୀ ଲୋକଙ୍କର ମଣିବାର ଥିଲା କି ସଙ୍ଗୀତ , ଚରିତ୍ର ଏବଂ ସମୁଦାୟର ଏକ ଅନିବାର୍ଯ୍ୟ ଅଂଶ ଅଟେ ଏବଂ ସେମାନେ ନିଜ ବାଦ୍ୟ-ଯନ୍ତ୍ରକୁ ନିଜ ସାମଗ୍ରୀ ଶୃଙ୍ଗାର ଅନୁସାରେ ବର୍ଗୀକୃତ କରିବାର ଅନିଷ୍ଠ ପ୍ରଣାଳୀ ବିକଶିତ କରିଥିଲେ ।[୪୬] "ଚୀନୀ" ସଙ୍ଗୀତରେ ଅତ୍ୟନ୍ତ ମହତ୍ତ୍ୱ ପୂର୍ଣ୍ଣ ଥିଲା , ଏଥିପାଇଁ ଅଧିକାଂଶ ଆରମ୍ଭିକ ଉପକରଣ ଇଡିୟୋଫୋନ ରହିଥିଲା । ଶାଙ୍ଗ ବଂଶର କାବ୍ୟ , ଘଣ୍ଟି , ଚାଇମ , ଡ୍ରମ ଏବଂ ହାଡରେ ତିଆରି ବର୍ତ୍ତୁଳାକାର ବଂଶୀର ଉଲ୍ଲେଖ କରାଯାଇଥିଲା , ଯେଉଁଥିରୁ ବଂଶୀକୁ ପୁରାତତ୍ତ୍ୱବିଦମାନେ ଖୋଦିଥିଲେ ଏବଂ ସଂରକ୍ଷିତ କରି ରଖିଥିଲେ । [୪୭] ଝୋଉ ରାଜବଂଶ , ପରକ୍ଷଣ ଉପକରଣର ପରିଚୟ କରାଇଥିଲେ ଯେମିତିକି , କ୍ଲୈପର , ନାନ୍ଦ , କାଠ ମାଛ ଏବଂ ୟୂ । ପବନ ବାଦ୍ୟ ଯେପରିକି , ବଂଶୀ , ପୈନ-ପାଇପ , ପିଚ-ପାଇପ ଏବଂ ମୌତ-ଆଁର୍ଗନ ମଧ୍ୟ ଏହି ଅବଧିରେ ସାମ୍ନାକୁ ଆସିଥିଲା ।[୪୮] ଲଘୁ ତମ୍ବୂରା , ନାଶପାତୀ ଆକାରର ଏକ ପଶ୍ଚିମୀ ବାଦ୍ୟ ଯେ କେହି ସଂସ୍କୃତିରେ ଫେଲାଇଥିଲା , ସେ ଚୀନରେ ହାନ ରାଜବଂଶଦ୍ୱାରା ପ୍ରୟୋଗରେ ଆସିଥିଲା ।[୪୯]
୧୧ତମ ଶତାବ୍ଦୀରେ ମଧ୍ୟ ଆମେରିକାର ସଭ୍ୟତାମାନେ ଅପେକ୍ଷାକୃତ ଅଳ୍ପ ଉଚ୍ଚ ପରିସ୍କୃତ ସ୍ତର ପ୍ରାପ୍ତ କରିଥିଲା , ବାଦ୍ୟ-ଯନ୍ତ୍ରର ବିକାଶରେ ସେମାନେ ଅନ୍ୟ ସଭ୍ୟତା ମାନଙ୍କୁ ପଛରେ ଛାଡିଦେଲେ । ଉଦାହରଣ ପାଇଁ : ସେମାନଙ୍କ ପାଖେ କୌଣସି ଯନ୍ତ୍ର ନଥିଲା ; ସେମାନଙ୍କ ସମସ୍ତ ଉପକରଣ ଇଡିୟୋଫୋନ , ଡ୍ରମ ଏବଂ ପବନ ବାଦ୍ୟ ଥିଲା ଯେପରି କି , ବଂଶୀ ଏବଂ ତୁରୀ । ଏଥିରୁ କେବଳ ବଂଶୀ ଥିଲା ଯାହା ଧ୍ୱନି ଉତ୍ପନ୍ନ କରିବାରେ ସକ୍ଷମ ଥିଲା ।[୫୦] ଏହାର ବିପରୀତ , ଆଧୁନିକ ପେରୂ , କୋଲମ୍ବିଆ , ଇକ୍ୱାଡୋର , ବୋଲିବୀୟା ଏବଂ ଚିଲୀ ପରି କ୍ଷେତ୍ରର ପୂର୍ବ-କୋଲମ୍ବିଆର ଦକ୍ଷିଣ ଆମେରିକୀ ସଭ୍ୟତା ମାନ ସାଂସ୍କୃତିକ ରୂପରେ କମ ଉନ୍ନତ ଥିଲା କିନ୍ତୁ ସଙ୍ଗୀତର ଚିନ୍ତାରୁ ଅଧିକ ଉନ୍ନତ ଥିଲା । ସେହି ସମୟର ଦକ୍ଷିଣ-ଆମେରିକା ସଂସ୍କୃତିରେ ପୈନ-ପାଇପର ପ୍ରୟୋଗ ହେଉଥିଲା , ତା' ସହ ବଂଶୀର କିସ୍ମ , ଇଡିୟୋଫୋନ , ଦରମ ଏବଂ ଖୋଳ କିମ୍ବା କାଠ ତୁରୀର ମଧ୍ୟ ବ୍ୟବହାର ହେଉଥିଲା ।[୫୧]
ମଧ୍ୟ ଯୁଗ
[ସମ୍ପାଦନା]ସମୟର ଏହି ଅବଧି ମାଧ୍ୟମରେ ଯେପରି ମଧ୍ୟ ଯୁଗ ରୂପରେ ମଧ୍ୟ ସନ୍ଦର୍ଭିତ କରାଯାଇଥିଲା । ଚୀନ , ବିଦେଶୀ ଦେଶମାଙ୍କୁ ଜିତିକରି କିମ୍ବା ସେମାନଙ୍କଦ୍ୱାରା ଶାସିତ ହୋଇ ସଙ୍ଗୀତ ପ୍ରଭାବକୁ ଏକିକୃତ କରିବାର ପରମ୍ପରାର ବିକାଶ କରିଥିଲା । ଏହି ପ୍ରକାର ପ୍ରଭାବର ପ୍ରଥମ ଉଲ୍ଲେଖ ୩୮୪ବିଂରେ ମିଳିଥିଲା , ଯେତେବେଳେ ଚୀନ ତୁର୍କୀସ୍ଥାନରେ ବିଜୟ ପରେ ପରେ ନିଜ ଶାହୀ ସଭାରେ ପୂର୍ବ ତୁର୍କୀସ୍ଥାନରେ ଆଁର୍କେସ୍ଟ୍ନାର ସ୍ଥାପନ କରିଥିଲେ । ଏଥିରେ ଭାରତ , ମଙ୍ଗୋଲୀୟ ଏବଂ ଅନ୍ୟ ଦେଶର ପ୍ରଭାବ ମଧ୍ୟ ପଡ଼ିଥିଲା । ବାସ୍ତବରେ ଚୀନୀର ପରମ୍ପରା ସେହି ସମୟର ଅଧିକାଂଶ ବାଦ୍ୟ-ଯନ୍ତ୍ରର ଶ୍ରେୟ ଏହି ଦେଶ ମାନଙ୍କୁ ଦିଅନ୍ତି ।[୫୨] ଝାଞ୍ଝ ଏବଂ ଗୌଙ୍ଗ ଲୋକପ୍ରିୟ ହୋଇଥିଲେ ତା' ସହିତ ତୁରୀ , ଓବୋ , ବଂଶୀ , ଡ୍ରମ ଏବଂ ତମ୍ବୁରୀର ସ୍ୱରୂପ ମଧ୍ୟ ଉନ୍ନତ ହୋଇଥିଲା ।[୫୩]
ଚୀନ ପରି ଭାରତ ମଧ୍ୟ-ଯୁଗରେ ସମାନ ବିକାଶର ଅନୁଭବ କରିଥିଲା ; ତଥାପି 'ତାର' ଥିବା ବାଦ୍ୟ , ସଙ୍ଗୀତର ବିଭିନ୍ନ ଶୈଳୀର ସମାୟୋଜିତ କରିବା ପାଇଁ ଅଲଗା ପ୍ରକ୍ରିୟାରେ ବିକଶିତ ହୋଇଥିଲା । ଯେଉଁଠାରେ ଚୀନର ତାର ଥିବା ଉପକରଣକୁ ଚାଇମର ଧ୍ୱନିରେ ମିସୁଥିବା ଧ୍ୱନିକୁ ଉତ୍ପନ୍ନ କରିବା ପାଇଁ ଡିଜାଇନ କରାଯାଇଥିଲା , ଭାରତର ତାର ଥିବା ବାଦ୍ୟ ପ୍ରାୟତଃ ଅଧିକ ମାଧୁର୍ଯ୍ୟ ପୂର୍ଣ୍ଣ ଥିଲା । ଏହି ମାଧୁର୍ଯ୍ୟତା , ହିନ୍ଦୁ ସଙ୍ଗୀତର ସ୍ଲାଇଡ଼ର ଅନୁକୂଳ ଥିଲା । ସେହି ସମୟରେ ଭାରତୀୟ ସଙ୍ଗୀତରେ ଲୟର ମହତ୍ତ୍ୱ ସର୍ବୋପରି ଥିଲା , ଯେମିତିକି ମଧ୍ୟଯୁଗର କଳାକୃତିରେ ପ୍ରାୟତଃ ଅଙ୍କିତ ଢୋଲଦ୍ୱାରା ସିଦ୍ଧ ହୋଇଥାଏ । ତାଳ ଉପରେ ଜୋର ଦେବା ଭାରତୀୟ ସଙ୍ଗୀତର ଏକ ମୁଖ୍ୟ ତତ୍ତ୍ୱ ଅଟେ ।[୫୪] ଇତିହାସକାର , ମଧ୍ୟ ଯୁଗୀୟ ଭାରତରେ ବାଦ୍ୟ-ଯନ୍ତ୍ରର ବିକାଶକୁ ପ୍ରତ୍ୟେକ ଅବଧି ମାଧ୍ୟମରେ ବିଭିନ୍ନ ପ୍ରଭାବ କାରଣରୁ ପୂର୍ବ-ଇସ୍ଲାମୀ ଏବଂ ଇସ୍ଲାମୀରେ ବିଭାଜିତ କରିଥିଲେ ।[୫୫] ପୂର୍ବ-ଇସ୍ଲାମୀ ଅବଧିରେ , ଇଡିୟୋଫୋନ (ହାତ ଘଣ୍ଟା) , ଝାଞ୍ଝ ଏବଂ ଗୌଙ୍ଗ ସହ ମିସୁଥିବା ଏକ ବାଦ୍ୟ , ହିନ୍ଦୁ ସଙ୍ଗୀତରେ ବ୍ୟାପକ ପ୍ରୟୋଗରେ ଆସିଥିଲା । ଗୌଙ୍ଗ ସଦୃଶ ଏହି ଉପକରଣ ଏକ କାଂସ୍ୟ ଚକ୍ରି ଥିଲା ଯାହାକୁ ଏକ ମୁଙ୍ଗରୀରେ ବଜାଇବା ଏକ କଥାର ହାତୁଡିରେ ଧୀରେ ଧୀରେ ପିଟା ଯାଉଥିଲା । ନଳିଦାର ଡ୍ରମ , ବୀଣା , ଲଘୁ ଫିଡଲ , ଦୁଇ ଯୋଡ଼ା କିମ୍ବା ତିନି ଯୋଡ଼ା ଥିବା ବଂଶୀ ଏବଂ ଚକ୍ରାକାର ତୁରୀ ଇତ୍ୟାଦି ଏହି ଅବଧିରେ ଉଭାରିଥିଲା ।[୫୬] ଇସ୍ଲାମୀ ପ୍ରଥାମାନ ନୂଆ ପ୍ରକାରର ଢୋଲର ଜନ୍ମ କରିଥିଲେ , ଯାହା ପୂର୍ବ-ଇସ୍ଲାମୀ କାଳର ଅନିୟମିତ ଢୋଲର ବିପରୀତ , ବିଲ୍କୁଲ ଗୋଲ କିମ୍ବା ଅଷ୍ଟକୋଣ ବିଶିଷ୍ଟ ଥିଲା ।[୫୭] ଫାର୍ସୀ ପ୍ରଭାବ କାରଣରୁ ସିତାର ଏବଂ ଶେହେନାଇ ଆସିଥିଲା । ଫାର୍ସୀ ସିତାରରେ ତିନୋଟି ତାର ରହିଥାଏ କିନ୍ତୁ ଭାରତୀୟ ସଂସ୍କରଣରେ ଚାରିରୁ ସାତ ପର୍ଯ୍ୟନ୍ତ ତାର ରହିଥିଲା ।[୫୮]
ଦକ୍ଷିଣ-ପୂର୍ବ ଏସିଆକୁ ବାଦ୍ୟ-ଯନ୍ତ୍ରରେ ନୂତନ ଆଚରଣର ଏକ ଶୃଙ୍ଖଳା ଆଣିବାର ଶ୍ରେୟ ଦିଆଯାଇଥାଏ , ବିଶେଷ ରୂପରେ ୯୨୦ବିଂର ପାଖପାଖି ଯେତେବେଳେ ତାଙ୍କ ଭାରତୀୟ ପ୍ରଭାବରେ କଳା ସମାପ୍ତ ହୋଇଯାଇଥିଲା ।[୫୯] ବାଳୀ ଏବଂ ଜାବାର ସଙ୍ଗୀତ ଯାୟଲୋଫୋନ ଏବଂ ତା'ପରର ପିତଳର ସଂସ୍କରଣ , ମେଟାଲୋଫୋନର ବହୁ ମାତ୍ରାରେ ଉପଯୋଗ କରାଯାଇଥିଲା ।[୬୦] ଦକ୍ଷିଣ-ପୂର୍ବ ଏସିଆର ସବୁଠାରୁ ପ୍ରମୁଖ ଏବଂ ମହତ୍ତ୍ୱ ପୂର୍ଣ୍ଣ ବାଦ୍ୟ-ଯନ୍ତ୍ରର ନାମ ଥିଲା - ଘଣ୍ଟା । ଯେମିତିକି ସମ୍ଭାବନା ଏହା ଅଟେ କି ଘଣ୍ଟା , ବର୍ମା ଏବଂ ତିବ୍ୱତ ମଧ୍ୟରେ ଭୌଗଳିକ କ୍ଷେତ୍ରରେ ଉତ୍ପନ ହୋଇଥିଲା ; ଏହା ଦକ୍ଷିଣ-ପୂର୍ବ ଏସିଆ କ୍ଷେତ୍ର , ଯେପରି ଜାବା ଏବଂ ମଳୟ ଦ୍ୱୀପସମୂହରେ ମାନବବର୍ଗର ସମସ୍ତ ଗତିବିଧିର ଅଂଶ ଥିଲା ।[୬୧]
ସାତ ବିଂଶ ଶତାବ୍ଦୀରେ ଇସ୍ଲାମୀ ସଂସ୍କୃତିଦ୍ୱାରା ଏକଜୁଟ କରିବା ପରେ ମେସପୋଟାମିୟାର କ୍ଷେତ୍ର ଏବଂ ଆରବ ଦ୍ୱିପପୁଞ୍ଜ , ବାଦ୍ୟ-ଯନ୍ତ୍ରରେ ଅତି ଶୀଘ୍ର ମାତ୍ରାରେ ବିକାଶ କରିଥିଲା ।[୬୨] ଫ୍ରେମ ଡ୍ରମ ଏବଂ ବିଭିନ୍ନ ଗର୍ତ୍ତ ଥିବା ବେଲଣାକାର ଡ୍ରମ , ସଙ୍ଗୀତର ସମସ୍ତ ଶୈଳୀରେ ବହୁତ ମହତ୍ତ୍ୱ ପୂର୍ଣ୍ଣ ଥିଲା ।[୬୩] ଶେହେନାଇ , ବୈବାହିକ ଏବଂ ସ୍ୱତନ୍ତ୍ର ସମାରୋହର ସଙ୍ଗୀତରେ ସାମିଲ ଥିଲା । ଫରାସୀ ଲଘୁଚିତ୍ର , ମେସୋପୋଟାମିୟାରେ ବିକଶିତ ନଗାଡ଼ାରେ ଜ୍ଞାନ ପ୍ରଦାନ କରିଥାଏ , ଯାହାର ପ୍ରସାର ଜାବା ପର୍ଯ୍ୟନ୍ତ ହୋଇଥିଲା ।[୬୪] ବିଭିନ୍ନ ତମ୍ବୁରେ , ଯିଥର , ଦୁଲ୍ସିମର ଏବଂ ହାର୍ପ , ଦକ୍ଷିଣରେ ମେଡାଗାସ୍କର ପର୍ଯ୍ୟନ୍ତ ଏବଂ ପୂର୍ବରେ ଆଧୁନିକ ସୁଲାବେସୀ ପର୍ଯ୍ୟନ୍ତ ଖେଳିଥିଲା ।[୬୫]
ୟୁନାନ ଏବଂ ରୋମର ପ୍ରଭାବ ପରେ ମଧ୍ୟ , ମଧ୍ୟଯୁଗ ମାଧ୍ୟମରେ ୟୁରୋପରେ ଅଧିକାଂଶ ବାଦ୍ୟ-ଯନ୍ତ୍ର ଏସିଆରୁ ଆସିଥିଲା । ଲାଇଅର ଏକମାତ୍ର ଏପରି ଏକ ବାଦ୍ୟ ଯାହା , ଏହି ଅବଧି ପର୍ଯ୍ୟନ୍ତ ହୋଇପାରେ ଯାହା ୟୁରୋପରେ ଆବିଷ୍କାର କରାଯାଇଥିବ ।[୬୬] 'ତାରଯୁକ୍ତ' ଉପକରଣ , ମଧ୍ୟ-ଯୁଗୀୟ ୟୁରପରେ ପ୍ରମୁଖ ଥିଲା । ମଧ୍ୟ ଏବଂ ଉତ୍ତରୀ କ୍ଷେତ୍ରରେ ମୁଖ୍ୟ ରୂପରେ ଲାଇଅର , ଗର୍ଦନ ଥିବା ତାରଯୁକ୍ତ ଉପକରଣ ପ୍ରୟୋଗ କରାଯାଉଥିଲା ଏବଂ ଦକ୍ଷିଣ କ୍ଷେତ୍ରରେ ତମ୍ବୁରାର ବ୍ୟବହାର କରାଯାଉଥିଲା ।[୬୬] ବିଭିନ୍ନ ପ୍ରକାରର ହାର୍ପ , ମଧ୍ୟ ଏବଂ ଉତ୍ତରୀ ୟୁରୋପ ସହିତ ସୁଦୂର ଉତ୍ତରରେ ଆୟରଲ୍ୟାଣ୍ଡ ପର୍ଯ୍ୟନ୍ତ ବଜା ଯାଉଥିଲା , ଯେଉଁଠାରେ ହାର୍ପ ଅନ୍ତତଃ ରାଷ୍ଟ୍ରୀୟ ପ୍ରତୀକ ରୂପେ ତିଆରି ହୋଇଗଲା ।[୬୭] ଲାଇଅରର ମଧ୍ୟ ଏହି କ୍ଷେତ୍ରରେ ପ୍ରଚାର ହୋଇଥିଲା , ଯାହା ପୂର୍ବରେ ଏସ୍ଟୋନିୟା ପର୍ଯ୍ୟନ୍ତ ଯାଇଥିଲା ।[୬୮] ୮୦୦ ଏବଂ ୧୧୦୦ ମଧ୍ୟରେ ୟୁରୋପୀୟ ସଙ୍ଗୀତ ଅଧିକ ପରିସ୍କୃତ ହୋଇଗଲା ଯେଉଁଥିରେ ପୋଲିଫୋନୀରେ ସକ୍ଷମ ବାଦ୍ୟ-ଯନ୍ତ୍ରର ପ୍ରାୟତଃ ଆବଶ୍ୟକ ହେବାରେ ଲାଗିଥିଲା । ୯ବିଂ ଶତାବ୍ଦୀରେ ଫରାସୀ ଭୂଗୋଳ-ଶାସ୍ତ୍ରୀ (ଇନ୍ୱ ଖୋର୍ଦାଦବେହ) ବାଦ୍ୟ-ଯନ୍ତ୍ରର ନିଜ କୋଶ ରଚନା ସମ୍ବନ୍ଧୀ ଚର୍ଚ୍ଚାରେ କହିଥିଲେ ଯେ , "ବିଜାଣ୍ଟିନ ସାମ୍ରାଜ୍ୟ"ର ବିଶିଷ୍ଟ ବାଦ୍ୟ-ଯନ୍ତ୍ରରେ ସାମିଲ ଥିଲେ - ଉରଘୁନ (ଆଁର୍ଗନ) , ଶିଲ୍ୟାଣୀ ( ବୋଧ ହୁଏ ଏକ ପ୍ରକାରର 'ହାର୍ପ' କିମ୍ବା 'ଲାଇଅର') , ସଲଞ୍ଜ (ବୋଧ ହୁଏ ଏକ 'ବୈଗ ପାଇପ') ଏବଂ ବୀଜାଣ୍ଟିନ ଲାଇଅର (ୟୂନାନୀ : λύρα ~ lūrā) ।[୬୯] ଲାଇଅର ଏକ ମଧ୍ୟଯୁଗୀୟ ନାଶପାତି ନୁମା ନୁଆଇଁ ହୋଇଥିବା ତାରଯୁକ୍ତ ଉପକରଣ ଥିଲା ଯେଉଁଥିରେ ତିନିରୁ ପାଞ୍ଚଟି ତାର ରହିଥିଲା ଏବଂ ଏହାକୁ ସିଧା ଧରାଯାଉଥିଲା । ଏହା ନୁଆଇଁ ହୋଇଥିବା ଅଧିକାଂଶ ୟୁରୋପୀୟ ଉପକରଣର ପୂର୍ବଜ ଅଟେ , ଯେଉଁଥିରେ ବାୟଲୀନ ସାମିଲ ଥିଲା ।[୭୦] ମନୋକାଣ୍ଡ , ସଙ୍ଗୀତ ନୋଟର ସଠିକ ମାପନର କାମ କରୁଥିଲା ଯାହାଦ୍ୱାରା ଅଧିକ ସଠିକ ସଙ୍ଗୀତ ଅନୁକୂଳନର ଅନୁମତି ମିଳୁଥିଲା ।[୭୧] ଯାନ୍ତ୍ରିକ ହର୍ଡୀ-ଗର୍ଡୀ , ଏକଳ ସଙ୍ଗୀତକାର ସରଳ ଅପେକ୍ଷା ଅଧିକ ଜଟିଳ ସଙ୍ଗୀତ ରଚନା ବଜାଇବାର ଅନୁମତି ଦିଆଯାଇଥିଲା ; ଦୁଇଜଣ ହିଁ ମଧ୍ୟଯୁଗର ପ୍ରମୁଖ ଲୋକ ବାଦ୍ୟଯନ୍ତ୍ର ଥିଲେ ।[୭୨][୭୩] ଦକ୍ଷିଣ ୟୁରୋପ ବାସୀ , ଛୋଟ ଏବଂ ଲମ୍ବା ତମ୍ବୁରା ମାନ ବଜାଉଥିଲେ ଯାହାର ଖୁଣ୍ଟ କିନାରା ପର୍ଯ୍ୟନ୍ତ ବଢ଼ିଥାଏ , ଯାହା ମଧ୍ୟ ଏବଂ ଉତ୍ତରୀ ୟୁରୋପୀୟ ଉପକରଣର ପଶ୍ଚ-ମୁଖୀ ଖୁଣ୍ଟର ବିପରୀତ ଥିଲା । ନବମ ଶତାବ୍ଦୀରେ ପ୍ରଥମ ବୈଗପାଇପକୁ ସାମ୍ନାରେ ରଖାଯାଇଥିଲା ଯାହା ପୁରା ୟୁରୋପରେ ବିସ୍ତାରିତ ହୋଇଥିଲା ଏବଂ ଏହାର ଲୋକ ବାଦ୍ୟ-ଯନ୍ତ୍ରରୁ ଆଣି ସୈନ୍ୟ ଉପକରଣ ରୂପରେ ବିଭିନ୍ନ ଉପାୟରେ ଉପଯୋଗ ହେଉଥିଲା ।[୭୪] ୟୁରୋପରେ ବିକଶିତ ବାୟବିୟ 'ଆଁର୍ଗନ'ର ନିର୍ମାଣ , ଯାହା ପଞ୍ଚମ ଶତାବ୍ଦୀରେ ସ୍ପେନ୍ରେ ଆରମ୍ଭ ହୋଇଥିଲା ଏବଂ ପରେ ଇଂଲଣ୍ଡରେ ୭୦୦ବିଂରେ ବିସ୍ତାରିତ ହୋଇଥିଲା ।[୭୫] ଏହାର ପରିଣାମ ସ୍ୱରୂପ ଯେଉଁ ଉପକରଣ ବାହାରିଥିଲା ତାହାର ଆକାର ଏବଂ ପ୍ରୟୋଗ ଭିନ୍ନ ଥିଲା , ଯେପରି ଛୋଟ ଆଁର୍ଗନକୁ ଗଳାରେ ପିନ୍ଧାଇ ଦିଆଯାଉଥିଲା ।[୭୬] ଦଶମ ଶତାବ୍ଦୀର ଶେଷରେ ଇଂଲିଶ ବେନିଡିକ୍ଟିନ ଏବେଜରେ ବଜା ଯାଉଥିବା ଆଁର୍ଗନର ସାହିତ୍ୟରେ ଚର୍ଚ୍ଚା , ଆଁର୍ଗନର ଚର୍ଚ୍ଚାରେ ଜଡ଼ିତ ପ୍ରଥମ ସନ୍ଦର୍ଭ ପ୍ରସ୍ତୁତ କରିଥିଲା ।[୭୭] ମଧ୍ୟ ଯୁଗର ରୀଡ଼ ବାଦକ , ଓବୋ ପର୍ଯ୍ୟନ୍ତ ହିଁ ସୀମିତ ଥିଲା ; ଏହି ଅବଧି ଅନୁଶାରେ କ୍ଲୈରିନେଟର କୌଣସି ପ୍ରମାଣ ଉପସ୍ଥିତ ନଥିଲା ।[୭୮]
ଆଧୁନିକ
[ସମ୍ପାଦନା]ପୁନର୍ଜାଗରଣ
[ସମ୍ପାଦନା]୧୪୦୦ ଖ୍ରୀଷ୍ଟାବ୍ଦ ପରେ-ପରେ ବାଦ୍ୟ-ଯନ୍ତ୍ରର ବିକାଶରେ ପଶ୍ଚିମ-ୟୁରୋପର ପ୍ରଭୁତ୍ତ୍ୱ ବାସ୍ତବରେ ରହିଥିଲା । ସବୁଠାରୁ ପ୍ରମୁଖ ପରିବର୍ତ୍ତନ ପୁନର୍ଜାଗରଣକାଳୀନ ଅବଧି ସମୟରେ ହୋଇଥିଲା । ଗାୟନ ଏବଂ ନୃତ୍ୟ ସହିତ ରହିବା ଅପେକ୍ଷା ବାଦ୍ୟ-ଯନ୍ତ୍ର ଅନ୍ୟ ପ୍ରଯୋଜନାରେ କାମ କରିଥିଲେ ଏବଂ ପ୍ରଦର୍ଶନକର୍ତ୍ତାମାନେ ତାଙ୍କୁ ଏକଳ ଉପକରଣ ରୂପେ ବ୍ୟବହାର କରିଥିଲେ । କିବୋର୍ଡ଼ ଏବଂ ତମ୍ବୁରେ , ପାଁଲୀଫୋଲିକ ଉପକରଣ ରୂପରେ ବିକଶିତ ହୋଇଥିଲା ଏବଂ ସଙ୍ଗୀତକାରମାନେ ଅଧିକ ଉନ୍ନତ ଟୈବ୍ଲେଚରର ଉପଯୋଗ କରି ଜଟିଳ ରଚନାର ବିକାଶ କରିଥିଲେ । ସଙ୍ଗୀତକାରମାନେ , ବିଶିଷ୍ଟ ବାଦ୍ୟ ପାଇଁ ସଙ୍ଗୀତର ଟୁକୁଡ଼ା ଡିଜାଇନ କରିବା ଆରମ୍ଭ କରିଥିଲେ ।[୧୪] ୧୬୦୦ବିଂ ଶତାବ୍ଦୀ ପରେ ଅଧା ସମୟରେ , ବିଭିନ୍ନ ଉପକରଣ ପାଇଁ ସଙ୍ଗୀତ ଲିଖନର ଏକ ବିଧି ରୂପରେ ବାଦ୍ୟବୃନ୍ଦକରଣ ଏକ ସାଧାରଣ ଅଭ୍ୟାସ ହୋଇଗଲା ; ଯେଉଁଠାରେ ବ୍ୟକ୍ତିଗତ କଳାକାରମାନେ ନିଜର ବିବେକ ଲଗାଇଥିଲେ , ସେହିଠାରେ ସଙ୍ଗୀତକାରମାନେ ଏବେ ବାଦ୍ୟବୃନ୍ଦକରଣକୁ ଲାଗୁ କଲେ ।[୭୯] ଲୋକପ୍ରିୟ ସଙ୍ଗୀତରେ ପାଁଲୀଫୋନିକ ଶୈଳୀର ପ୍ରଭୁତ୍ତ୍ୱ ରହିଥିଲା ଏବଂ ଉପକରଣ ନିର୍ମାତାମାନେ ତଦନୁସାର ପ୍ରତିକ୍ରିୟା ଦେଇଥିଲେ ।[୮୦]
ପାଖାପାଖି ୧୪୦୦ ଖ୍ରୀଷ୍ଟାବ୍ଦରେ ଆରମ୍ଭ ସହିତ , ସଙ୍ଗୀତ ବାଦ୍ୟ-ଯନ୍ତ୍ରର ବିକାଶର ଦର ଅତ୍ୟଧିକ ବୃଦ୍ଧି ହୋଇଥିଲା କାରଣ ରଚନା ଗୁଡିକୁ ଅଧିକ ଗତିଶୀଳ ଧ୍ୱନିରେ ଆବଶ୍ୟକତା ଥିଲା । ଲୋକମାନେ ବାଦ୍ୟ-ଯନ୍ତ୍ରର ନିର୍ମାଣ , ବାଦନ ଏବଂ ସୁଚିବଦ୍ଧ କରିବା ବାବଦରେ ପୁସ୍ତକ ଲେଖିବା ଆରମ୍ଭ କରିଥିଲେ ; ଏହିପରି ଏକ ପ୍ରଥମ ପୁସ୍ତକ (ସେବଷ୍ଟିୟନ ଫେରଣ୍ଡୁଗ)ର ୧୫୧୧ ଗ୍ରନ୍ଥ 【Musica getuscht und angezogen】 ଥିଲା (ଇଂରାଜୀ : ମ୍ୟୁଜିକ ଜର୍ମାନଇଜ୍ଡ ଆଣ୍ଡ ଆବ୍ସାଟ୍ରାକ୍ଡ଼) [୭୯] ଫିରଣ୍ଡୁଗର କୃତିକୁ ବିଶେଷ ରୂପରେ ଏଥିପାଇଁ ପୂର୍ଣ୍ଣ ମାନିବାକୁ ହୁଏ କାରଣ "ଅନିୟମିତ" ଉପକରଣର ବିବରଣୀ ମଧ୍ୟ ସାମିଲ କରାଯାଇଛି , ଯେପରି କି ଶିକାରର ଶୀଙ୍ଘ ଏବଂ ଗାଈର ଘଣ୍ଟି । ଫିରଣ୍ଡୁଗ ଏହାର ଆଲୋଚନା ମଧ୍ୟ କରିଥିଲେ , ପରେ ଅନ୍ୟ ପୁସ୍ତକ ମନ ଆସିଥିଲା ଯେଉଁଥିରେ ସାମିଲ ଥିଲା (ଅର୍ନୋଲ୍ଟ ଶିଳ୍କ)ର 【Spiegel der Orgelmacher und Organisten (ଇଂରାଜୀ : 】ମିରର୍ ଅଫ୍ ଆଁର୍ଗନ ମେକର୍ସ ଆଣ୍ଡ ଆଁର୍ଗନ ପ୍ଲେୟର୍ସ)ସେହି ବର୍ଷ ଆସିଥିବା ଏହି ପୁସ୍ତକଟି ଆଁର୍ଗନ ନିର୍ମାଣ ଏବଂ ଆଁର୍ଗନ ବାଦନ ଉପରେ ଏକ ଗ୍ରନ୍ଥ ରହିଛି ।[୮୧] ପୁନର୍ଜାଗରଣ କାଳରେ ପ୍ରକାଶିତ , ଅନୁଦେଶାତ୍ମକ ପୁସ୍ତକ ଏବଂ ସନ୍ଦର୍ଭ ମଧ୍ୟରେ ଏକ ପୁସ୍ତକକୁ ପବନ ଏବଂ ତାରଯୁକ୍ତ ସମସ୍ତ ବାଦ୍ୟର ବିସ୍ତୃତ ବିବରଣୀ ଏବଂ ଚିତ୍ରଣ ପାଇଁ ବିଖ୍ୟାତ ହୋଇଥିଲା ଯେଉଁଥିରେ ସେମାନଙ୍କର ତୁଳନାତ୍ମକ ଆକାର ଦିଆଯାଇଥିଲା । "ମାଇକେଲ ପ୍ରେଟୋରିଅସ"ଙ୍କ ଏହି ପୁସ୍ତକ ସିନ୍ତାଗ୍ମା ମ୍ୟୁଜିକମକୁ ଷୋହଳହବିଂ ଶତାବ୍ଦୀର ବାଦ୍ୟ-ଯନ୍ତ୍ରର ଏକ ଆଧିକାରୀକ ସନ୍ଦର୍ଭ ମାନିବାକୁ ହେଉଥିଲା ।[୮୨]
ଷୋହଳହବିଂ ଶତାବ୍ଦୀରେ , ବାଦ୍ୟ-ଯନ୍ତ୍ର ନିର୍ମାତାମାନେ ଅଧିକାଂଶ ଉପକରଣ ଯାହା ଶାସ୍ତ୍ରୀୟ ଆକୃତି ଦେଇଥିଲା , ତାହା ଆଜି ପର୍ଯ୍ୟନ୍ତ ମଧ୍ୟ ଚାଲୁ ଅଛି , ଯେମିତି କି ବାୟଲୀନ । ସ୍ୱରୂପ ସୌନ୍ଦର୍ଯ୍ୟ ଉପରେ ମଧ୍ୟ ଧ୍ୟାନ ଦିଆଗଲା - ଶ୍ରୋତା ଏକ ବାଦ୍ୟ-ଯନ୍ତ୍ରର ରୂପ ସୌନ୍ଦର୍ଯ୍ୟରେ ସେତିକି ମୁଗ୍ଧ ହୋଇଥିଲେ ଯେତିକି ତାହାର ଧ୍ୱନିରେ ମୁଗ୍ଧ ହେଉଥିଲେ । ଏଥିପାଇଁ ନିର୍ମାତାମାନେ ସାମଗ୍ରୀ ଏବଂ କାରିଗରୀ ଉପରେ ବିଶେଷ ଧ୍ୟାନ ଦେଇଥିଲେ ଓ ବାଦ୍ୟ-ଯନ୍ତ୍ର ସଂଗ୍ରହାଳୟ ଏବଂ ଘର ମାନଙ୍କରେ ସଂଗ୍ରହଣିୟ ହୋଇ ରହିଗଲେ । [୮୩] ଏହି ଅବଧି ଥିଲା ଯାହା ମାଧ୍ୟମରେ ନିର୍ମାତାମାନେ , ସଙ୍ଗୀତ-ସଂଘ , ଏହିପରି ଦଳ ଯିଏ ଏହି ବାଦ୍ୟ-ଯନ୍ତ୍ର ସମୂହ ପାଇଁ ଲେଖାଯାଇଥିବା ରଚନାକୁ ବଜାଉଥିଲେ , ଏହାପରେ ନିଜ ଆବଶ୍ୟକତାକୁ ପୁରଣ କରିବା ପାଇଁ ଗୋଟିଏ ପ୍ରକାରର ଉପକରଣର ନିର୍ମାଣ ବିଭିନ୍ନ ଆକାରରେ କରିବା ଆରମ୍ଭ କରିଥିଲେ ।[୮୪] ଯନ୍ତ୍ର ନିର୍ମାତାମାନେ ଏହିପରି ଗୁଣକୁ ବିକଶିତ କରିଥିଲେ ଯାହା ଆଜି ମଧ୍ୟ ଚାଲୁଅଛି । ଉଦାହରଣ : ଯେତେବେଳେ ବହୁ-କିବୋର୍ଡ଼ ଥିବା ଆଁର୍ଗନ ଉପସ୍ଥିତ ଥିଲେ , ଏକଳ ଠହରାବ ଥିବା ଆଁର୍ଗନ ପନ୍ଦରହବିଂ ଶତାବ୍ଦୀର ଆରମ୍ଭରେ ଉଭାରିଥିଲା । ଏହା ଠହରାବ ଲୟ ପାଇଁ ମିଶ୍ରଣକୁ ଉତ୍ପନ୍ନ କରିବା ପାଇଁ ଥିଲା , ଏହା ଏହିପରି ଏକ ବିକାଶ ଥିଲା ଯାହା ସେହି ସମୟର ସଙ୍ଗୀତ ପାଇଁ ଆବଶ୍ୟକ ଥିଲା ।[୮୫] ସୁବାହ୍ରାତା ସଙ୍ଗୀତରେ ଆହୁରି ସୁଧାର କରିବା ପାଇଁ ତୁରୀ ଗୁଡିକୁ ଆଜିର ଆଧୁନିକ ସ୍ୱରୂପରେ ବିକଶିତ କରାଯାଇଥିଲା ଏବଂ ଚ୍ୟାମ୍ବର ସଙ୍ଗୀତରେ ମିଶ୍ରଣ କରିବା ପାଇଁ ବାଦକ ମ୍ୟୁଟର ବ୍ୟବହାର କରୁଥିଲେ ।[୮୬]
ବାରୋକ୍ୟୁ
[ସମ୍ପାଦନା]୧୭ହବିଂ ସଦୀର ଆରମ୍ଭରୁ ସଙ୍ଗୀତକାରମାନେ ଆହୁରି ଅଧିକ ଭାବୁକ ଶୈଳୀର ରଚନାଗୁଡିକୁ ନିର୍ମାଣ କରିବା ଆରମ୍ଭ କରିଥିଲେ । ସେମାନଙ୍କୁ ଲାଗିଲା କି , ଏକ ମୋନୋଫୋନିକ ଶୈଳୀ , ଭାବନାତ୍ମକ ସଙ୍ଗୀତର କିଛି ଅଂଶ ଲେଖିଥିଲେ ଯାହା ମାନବର ଗାୟନ ଧ୍ୱନୀର ପୂରକ ହୋଇଥିଲା ।[୮୦] ନାତିଜତନ , ଏହିପରି ବହୁ ଉପକରଣ ଯାହା ବିସ୍ତୃତ ସୀମା ଏବଂ ଗତିଶୀଳତାର ଉପଯୋଗ୍ୟ ନ'ଥିଲେ ଏବଂ ଯାହାର ଚଳଣିରେ ସେମାନଙ୍କୁ ଭାବହୀନ ରୂପରେ ଦେଖିବାକୁ ଲାଗିଲେ , ପସନ୍ଦରୁ ବାହାରିଗଲେ । ଏହିପରି ଏକ ବାଦ୍ୟ ଥିଲା ଓବୋ ।[୮୭] ନୁଆଇଁ ହୋଇଥିବା ଉପକରଣ ଯେପରିକି ବାୟଲୀନ , ବାୟୋଲା , ବୈରିଟୋନ ଏବଂ ବିଭିନ୍ନ ତମ୍ବୁରେର ଲୋକପ୍ରିୟ ସଙ୍ଗୀତରେ ପ୍ରଭୁତ୍ତ୍ୱ ବନିକରି ଥିଲା ।[୮୮] ପାଖାପାଖି ୧୭୫୦ ମସିହାରେ ଆରମ୍ଭ ହୋଇ ଗୀତାରର ବଢତି ଲୋକପ୍ରିୟତା କାରଣରୁ ତମ୍ବୁରା , ସଙ୍ଗୀତ ରଚନାରୁ ହଜିଯାଇଥିଲା ।[୮୯] ତାରଯୁକ୍ତ ବାଦ୍ୟବୃନ୍ଦର ବ୍ୟାପକତାରେ ବୃଦ୍ଧି ସହିତ , ତାକୁ ଶୁଣିବାର ଏକ ରାସ୍ତାର ପ୍ରତିକ୍ରିୟା ସ୍ୱରୂପ , ପବନଯୁକ୍ତ ବାଦ୍ୟ ଯେପରି ବଂଶୀ , ଓବୋ ଏବଂ ବସୁନର ପାଖକୁ ପୁନଶ୍ଚ ଆଗ୍ରହ ବଢ଼ିଥିଲା ।[୯୦]
୧୭ହବିଂ ସଦୀର ମଧ୍ୟରେ , ସେହି ବାଦ୍ୟ ଯାହାକୁ ଶିକାରୀର ସୀଙ୍ଗ କୁହାଯାଉଥିଲା ଏକ "କଳାତ୍ମକ ବାଦ୍ୟଯନ୍ତ୍ର"ରେ ରୂପାନ୍ତରିତ ହୋଇଥିଲା ଏବଂ ସେଥିରେ ଏକ ଲମ୍ବା ଟ୍ୟୁବ , ଏକ ପରିମିତ ବୋର , ଏକ ଚୌଡୀ ଘଣ୍ଟି ଏବଂ ଅଧିକ ବ୍ୟାପକ ରେଞ୍ଜ ଯୋଡ଼ାଯାଇଥିଲା ।ଏହି ବଦଳାବର ବିବରଣ ଅସ୍ପଷ୍ଟ ହୋଇଥାଏ , କିନ୍ତୁ ଆଧୁନିକ ସୀଙ୍ଗ କିମ୍ବା ଆହୁରି ଅଧିକ ସାଧାରଣ ଭାଷାରେ , ଫ୍ରାସିସୀ ସୀଙ୍ଗ ୧୭୨୫ ପର୍ଯ୍ୟନ୍ତ ଉଭାରିଥିଲା ।[୯୧] ଏକ ସ୍ଲାଇଡ଼ ଟ୍ରମ୍ପେଟର ଜନ୍ମ ହୋଇଥିଲା , ଏହା ବ୍ୟତୀତ ପରିବର୍ତ୍ତିତ ରୂପ ଥିଲା ଯେଉଁଥିରେ ଏକ ଲମ୍ବା ମାଉଥପୀସ ଥିଲା ଯାହା ଭିତର ଏବଂ ବାହାର ଝଲକାଉଥିଲା । ତୁରୀର ଏହି ଭିନ୍ନ ରୂପ , ଯାହାର ବଦନରେ ସାମିଲ କଠିନତା କାରଣ ଅଲୋକପ୍ରିୟ ରହିଥିଲା ।[୯୨] ବୈରୋକ ଅବଧିରେ , ଆଁର୍ଗନରେ ତାନ ସମ୍ବନ୍ଧିତ ପରିବର୍ତ୍ତନ ହୋଇଥିଲା , ଚୂଙ୍କି ଲଣ୍ଡନର [ଅବ୍ରହାମ ଜାଁର୍ଡନ]ଙ୍କ ପରି ନିର୍ମାତାମାନେ ଠହରାବକୁ ଅଧିକ ଅର୍ଥପୂର୍ଣ୍ଣ ବନେଇଥିଲେ ଏବଂ ଆହୁରି କିଛି ଉପକରଣ ଯୋଡିଥିଲେ ଯେପରି ଅର୍ଥପୂର୍ଣ୍ଣ ପେଡାଲ । 'ସାକ୍ସ' ଏହି ପ୍ରବୃତ୍ତିକୁ ଆଁର୍ଗନର ସାମାନ୍ୟ ଧ୍ୱନିର "ପତନ" ରୂପରେ ଦେଖିଥିଲେ ।[୯୩]
ବର୍ଗୀକରଣ
[ସମ୍ପାଦନା]ବାଦ୍ୟ-ଯନ୍ତ୍ରକୁ ବର୍ଗୀକୃତ କରିବାର ବହୁ ଅଲଗା ଅଲଗା ଉପାୟ ରହିଛି । ସମସ୍ତ ଉପାୟରେ ଉପକରଣର ଭୌତିକ ଗୁଣ , ବାଦ୍ୟ ଯନ୍ତ୍ରରେ ସଙ୍ଗୀତ କିପରି ପ୍ରଦର୍ଶିତ କରାଯାଏ ଏବଂ ଅର୍କେଷ୍ଟ୍ରା କିମ୍ବା ସଙ୍ଗୀତ-ସମୂହରେ ବାଦ୍ୟ ସ୍ଥିତିର କିଛି ସୟୋଞ୍ଜନର ଯାଞ୍ଚ କରାଯାଇଥାଏ । କିଛି ଉପାୟ , ବିଶେଷଜ୍ଞ ମାନଙ୍କ ମଧ୍ୟରେ ଏହି ଅସହମତିର ପରିଣାମ ସ୍ୱରୂପ ଉତ୍ପନ୍ନ ହୋଇଥାଏ କି ବାଦ୍ୟଯନ୍ତ୍ରର ବର୍ଗୀକରଣ କିପରି କରାଯିବା ଉଚିତ । ଯେପରିକି ବର୍ଗୀକରଣ ପ୍ରଣାଳୀର ପୁରା ସର୍ବେକ୍ଷଣ କରିବା ଏହି ଲେଖାରୁ ସୃଷ୍ଟି , ପ୍ରମୁଖ ପ୍ରଣାଳୀ ଗୁଡ଼ିକର ଏକ ସାରାଂଶ ନିମ୍ନ ଅଟେ ।
ପ୍ରାଚୀନ ପଦ୍ଧତି
[ସମ୍ପାଦନା]ଏକ ପ୍ରାଚୀନ ପ୍ରଣାଳୀ , ଯାହା ପାଖାପାଖି ୧ ଶତାବ୍ଦୀ ଈ.ପୂରୁ ଚାଲିଆସୁଛି । ବାଦ୍ୟଯନ୍ତ୍ରକୁ ଚାରି ମୁଖ୍ୟ ବର୍ଗୀକରଣ ସମୂହରେ ବିଭାଜିତ କରିଥାଏ : ସେହି ଉପକରଣ ଯାହା ତାର ହଲାଇବାରେ ଧ୍ୱନି ଉତ୍ପନ୍ନ ହୋଇଥାଏ ; ସେହି ବାଦ୍ୟଯନ୍ତ୍ର ଯାହା ଧ୍ୱନି ପବନର ସଂସ୍ପର୍ଶର କମ୍ପନଦ୍ୱାରା ଉତ୍ପନ୍ନ ହୋଇଥାଏ । କଥା କିମ୍ବା ଧାତୁରେ ତିଆରି ପରକ୍ଷଣ ବାଦ୍ୟଯନ୍ତ୍ର ; ଏବଂ ଚମଡା ମୁଖା ଥିବା ପରକଶନ ଉପକରଣ କିମ୍ବା ଡ୍ରମ । "ବିକ୍ଟର-ଚାର୍ଲସ୍-ମହିଲୋନ" ପରେ ବହୁତ କିଛି ଏହି ପ୍ରକାରର ପ୍ରଣାଳୀକୁ ନିଜର କରିଥିଲେ । ସେ ବ୍ରାସେଲ୍ସର ସଙ୍ଗୀତ ବିଦ୍ୟାଳୟରେ ବାଦ୍ୟଯନ୍ତ୍ର ସଂଗ୍ରହରେ ସାରାଂକ୍ଷକ ଥିଲେ ଏବଂ ସଂଗ୍ରହର ୧୮୮୮ର ସୂଚି ପାଇଁ ବାଦ୍ୟଯନ୍ତ୍ରକୁ ଚାରି ସମୂହରେ ବିଭାଜିତ କରାଯାଇଥିଲା ; ତାରଯୁକ୍ତ ବାଦ୍ୟ , ପବନ ଯୁକ୍ତ ବାଦ୍ୟ , ପରକଶନ ବାଦ୍ୟ ଏବଂ ଡ୍ରମ ।
ସାକ୍ସ-ହୋର୍ନବୋଷ୍ଟେଲ
[ସମ୍ପାଦନା]ଏରିକ ବାନ ହୋର୍ନବୋଷ୍ଟେଲ ଏବଂ "କର୍ଟ ସାକ୍ସ" ପରେ ପ୍ରାଚୀନ ପଦ୍ଧତିକୁ ନେଲେ ଏବଂ ୧୯୧୪ ମସିହାରେ 【Zeitschrift für Ethnologie】ରେ ବର୍ଗୀକରଣ ପାଇଁ ଏକ ବ୍ୟାପକ ନୂଆ ଯୋଜନା ପ୍ରକାଶିତ କଲେ । ତାଙ୍କ ପଦ୍ଧତିକୁ ଆଜି ବ୍ୟାପକ ରୂପେ ପ୍ରୟୋଗ କରାଯାଉଛି ଏବଂ ଏକ୍ସର ହୋର୍ନବୋଷ୍ଟେଲ ପଦ୍ଧତି ରୂପେ ଜଣାଯାଏ ।
ମୂଳ ସାକ୍ସ ହୋର୍ନବୋଷ୍ଟେଲ ପଦ୍ଧତି ବାଦ୍ୟଯନ୍ତ୍ରକୁ ଚାରୋଟି ପଦ୍ଧତିରେ ବର୍ଗୀକୃତ କରିଥିଲା :
- ଘନ ବାଦ୍ୟ , ଯାହା ଜାୟଲୋଫୋନ ଏବଂ ରୈଟଲର କମ୍ପନଦ୍ୱାରା ଧ୍ୱନି ଉତ୍ପନ୍ନ ହୋଇଥାଏ । ସେମାନଙ୍କୁ କନକଶନ , ଶେକେନ ଏବଂ ପ୍ଲକ୍ଡ ଘନ ବାଦ୍ୟରେ ବିଭାଜିତ କରାଯାଇଥାଏ ।[୯୪]
- ଅବନଦ୍ଧ ବାଦ୍ୟ , ଯେପରି ଡ୍ରମ କିମ୍ବା କାଜୂ ଏକ ଝିଲ୍ଲୀର କମ୍ପନ ଧ୍ୱନି ଉତତ୍ପନ୍ନ କରିଥାଏ । ସେ ଗୁଡିକୁ ପ୍ରିଣ୍ଡମ ଅବନଦ୍ଧ ବାଦ୍ୟ , ଟ୍ୟୁବଲର ଡ୍ରମ , ଫ୍ରିକ୍ଶନ ଘନ ବାଦ୍ୟ , ଦେଗଚି ଏବଂ ମିରଲୀଟନରେ ବିଭାଜିତ କରାଯାଇଥାଏ ।[୯୫]
- ତତ ବାଦ୍ୟ , ଯେପରି ପିୟାନୋ କିମ୍ବା ସେଲୋ ଯାହା ତାରର କମ୍ପନ ଧ୍ୱନି ଉତ୍ପନ୍ନ କରିଥାଏ । ସେ ଗୁଡ଼ିକର ବିଭାଜନ ଜିଥର , କୀବୋର୍ଡ଼ ତତ ବାଦ୍ୟ , ଲାଇଅର , ହାର୍ପ , ଲ୍ୟୁଟ୍ ଏବଂ ଝୁକେ ତତ ବାଦ୍ୟରେ କରାଯାଇଥାଏ ।[୯୬]
- ସୁଷିର ବାଦ୍ୟ , ଯେପରି ପାଇପ ଆଁର୍ଗନ କିମ୍ବା ନଫିରୀ (ଓବୋ) ଯାହା ପବନ ଖଣ୍ଡ କମ୍ପନଦ୍ୱାରା ଧ୍ୱନି ଉତ୍ପନ୍ନ କରିଥାଏ । ସେ ଗୁଡିକୁ ମୁକ୍ତ ସୁଷିର ବାଦ୍ୟ , ବଂଶୀ , ଆଁର୍ଗନ , ରୀଡ଼ ପାଇପ ଏବଂ ଓଠ କମ୍ପିତ ସୁଷିର ବାଦ୍ୟରେ ବିଭାଜିତ କରାଯାଇଥାଏ ।[୯୭]
ସାକ୍ସ ପରେ ଏକ ପଞ୍ଚମ ବର୍ଗ ଯୋଡିଥିଲେ ।
- ଇଲେକ୍ଟ୍ରୋ ଫୋନ , ଯାହା ଇଲେକ୍ଟ୍ରୋନିକ ପଦ୍ଧତିରେ ଧ୍ୱନି ଉତ୍ପନ୍ନ କରାଯାଇଥାଏ ।[୯୮]
ପ୍ରତ୍ୟେକ ବର୍ଗ ଭିତରେ ବହୁ ଉପ-ସମୂହ ରହିଥାଏ । ଏହି ପ୍ରଣାଳୀର ଆଲୋଚନା କରାଯାଇଛି ଏବଂ ଏହାକୁ ପୂର୍ବ ବର୍ଷରେ ସଂଶୋଧିତ କରାଗଲା । କିନ୍ତୁ ଏହାର ବ୍ୟାପକ ରୂପରେ ପ୍ରୟୋଗ ଆର୍ଗେନୋଲୋଜିଷ୍ଟ ଏବଂ ଏଥନୋମ୍ୟୁଜିକୋଲୋଜିଷ୍ଟଦ୍ୱାରା କରାଯାଇଥାଏ ।
ଶୈଫ୍ନର
[ସମ୍ପାଦନା]ଆଂଦ୍ରେ ଶୈଫ୍ନର , Musée de l'Hommeର ସରଂକ୍ଷକ "ସାକ୍ସ-ହୋର୍ନବୋଷ୍ଟେଲ" ପ୍ରଣାଳୀରେ ଅସହମତ ଥିଲା ଏବଂ ସେ ୧୯୩୨ ମସିହାରେ ନିଜର ପ୍ରଣାଳୀ ବିକଶିତ କରିଥିଲେ । ଶୈଫ୍ନରର ମାନିବାର ଥିଲା କି , ଏକ ବାଦ୍ୟଯନ୍ତ୍ର ବର୍ଗୀକରଣର ନିର୍ଦ୍ଧାରଣ , ତାହାର ବାଦନର ବିଧି ବଦଳରେ ତା'ର ଶାରୀରିକ ସରଞ୍ଚନାକୁ କରିବା ଆବଶ୍ୟକ । ତାଙ୍କର ପଦ୍ଧତି ବାଦ୍ୟଯନ୍ତ୍ରକୁ ଦୁଇ ପଦ୍ଧତିରେ ବାନ୍ତି ଥିଲା ; ଏପରି ବାଦ୍ୟ ଯାହାର ଶରୀର ଠୋସ ଏବଂ ଏପରି ବାଦ୍ୟ ଯେଉଁଥିରେ କମ୍ପିତ ପବନ ହୋଇଥାଏ ।[୯୯]
ସୀମା
[ସମ୍ପାଦନା]ପଶ୍ଚିମ ବାଦ୍ୟଯନ୍ତ୍ରକୁ ମଧ୍ୟ ସେହି ପରିବାରର ଅନ୍ୟ ଉପକରଣ ସହିତ ତୁଳନାରେ ପ୍ରାୟ ସେମାନଙ୍କ ସଙ୍ଗୀତ ସୀମାଦ୍ୱାରା ବର୍ଗୀକୃତ କରାଯାଇଥାଏ । ଏହି ଶବ୍ଦବଳୀକୁ ଗାୟନରେ ସ୍ୱରରେ ବର୍ଗୀକରଣର ଆଧାରରେ ରଖା ଯାଇଥାଏ :
- ଆଁଲ୍ଟୋ ବାଦ୍ୟ : ଆଁଲ୍ଟୋ ସୈସ୍କୋଫୋନ , ଆଁଲ୍ଟୋ ବଂଶୀ , ବାଇଲ , ସୀଙ୍ଗ , ଆଁଲ୍ଟୋ ହର୍ନ ।
- ଟେନର ବାଦ୍ୟ : ଟେନର ସୈସ୍କୋଫୋନ , ବାସ ତୁରୀ ।
- ବୈରୀଟୋନ : ବସୁନ , ଇଂରାଜୀ ହର୍ନ , ବୈରୀଟୋନ ସେକ୍ସଫୋନ , ବୈରୀଟୋନ ହର୍ନ , ସେଲୋ , ୟୁଫୋନିମ ।
- ବାସ ବାଦ୍ୟ : କୋଣ୍ଟ୍ରା ବସୁନ , ବାସ ସେକ୍ସୋଫୋନ , ଡବଲ ବାସ , ଟୁବା ।
- କୋଣ୍ଟ୍ରାବାସ ବାଦ୍ୟ : କୋଣ୍ଟ୍ରାବାସ ସେକ୍ସୋଫୋନ ,କୋଣ୍ଟ୍ରାବାସ ବଗଲ ।
କିଛି ଉପକାର ଗୋଟିଏରୁ ଅଧିକ ଶ୍ରେଣୀରେ ଆସିଥାଏ । ଉଦାହରଣ : ସେଲୋକୁ ଟେନର କିମ୍ବା ବାସ ମାନିବାକୁ ହୋଇଥାଏ । ଏଠାରେ ଏହି ଉକ୍ତିର ନିର୍ଭର କରିଥାଏ କି ଏହାର ସଙ୍ଗୀତ ସମୂହରେ କିପରି ଫିଟ ହୋଇଥାଏ ଏବଂ ଟ୍ରମ୍ବୋନ ହୋଇପାରେ 'ଆଁଲ୍ଟୋ , ଟେନର , ବାସ , ପ୍ରେଞ୍ଚ ହର୍ନ' ଏହି କଥା ଉପରେ ନିର୍ଭର କରିଥାଏ କି , କାହା ଉପରେ ଏହି ରେଞ୍ଜ ଖୋଲା ଯାଇଥାଏ ।
ବହୁ ବାଦ୍ୟଯନ୍ତ୍ରରେ ରେଞ୍ଜ , ତାଙ୍କ ନାମର ଅଂଶ ରୂପେ ହୋଇଥାଏ : ସୋପ୍ରାନୋ ସେକ୍ସୋଫୋନ , ଟେନର ସେକ୍ସୋଫୋନ , ବୈରିଟେନ ସେକ୍ସୋଫୋନ , ଆଁଲ୍ଟୋ ବଂଶୀ , ବାସ ବଂଶୀ , ବାସ ଗୀତାର ଆଦି ଅତିରିକ୍ତ ବିଶେଷଣ , ସୋପ୍ରାନୋ ରେଞ୍ଜରୁ ଉପରେ କିମ୍ବା ବାସର ତଳ ବାଦ୍ୟର ବର୍ଣ୍ଣନା କରିଥାଏ । ଉଦାହରଣ : ସୋପ୍ରାନୀନୋ ସେକ୍ସୋଫୋନ , କଣ୍ଟ୍ରାବାସ ଲ୍ କ୍ଲୈରିନେଟ ।
ଯେତେବେଳେ କୌଣସି ବାଦ୍ୟର ନାମରେ ବ୍ୟବହାର କରାଯାଏ ତ ଏହି ଶବ୍ଦ ସପେକ୍ଷିକ ହୋଇଥାଏ , ଯାହା ବାଦ୍ୟଯନ୍ତ୍ରର ରେଞ୍ଜକୁ ତାହାର ପରିବାରର ଅନ୍ୟ ଉପକରଣର ତୁଳନାରେ ସମ୍ବିଧିତ କରିଥାଏ । ଉଦାହରଣ : ଏକ ବାସ ଏବଂ ବଂଶୀର ରେଞ୍ଜ C3ରୁ F♯6 ପର୍ଯ୍ୟନ୍ତ ରହିଥାଏ ; କିନ୍ତୁ ଏକ ବାସ କ୍ଲୈରିନେଟ , ଏକ ସପ୍ତକ ତଳେ ବଯାଇଥାଏ ।
ନିର୍ମାଣ
[ସମ୍ପାଦନା]ବାଦ୍ୟଯନ୍ତ୍ରର ନିର୍ମାଣ ଏକ ବିଶେଷ ବ୍ୟବସାୟ ଅଟେ ଯାହାପାଇଁ ବର୍ଷକର ପ୍ରଶିକ୍ଷଣ , ଅଭ୍ୟାସ ଏବଂ କେବେ କେବେ ଏକ ପ୍ରଶିକ୍ଷୁ ହେବାର ଆବଶ୍ୟକତା ପଡିଥାଏ। ବାଦ୍ୟଯନ୍ତ୍ରର ଅଧିକାଂଶ ନିର୍ମାତା , ବାଦ୍ୟଯନ୍ତ୍ରର କୌଣସି ଏକ ଶୈଳୀର ବିଶେଷଜ୍ଞ ହୋଇଥାନ୍ତି । ଉଦାହରଣ : ଏକ ଲୁଥିଅର କେବଳ ତାରଯୁକ୍ତ ବାଦ୍ୟ ବନାଇଥା'ଏ । କିଛି ନିର୍ମାତା କେବଳ ଏକ ପ୍ରକାରର ବାଦ୍ୟ ବନାଇଥା'ନ୍ତି , ଯେପରି ପିୟାନୋ ।
ଉପଯୋଗକର୍ତ୍ତା ଇଣ୍ଟର୍ଫେସ୍
[ସମ୍ପାଦନା]ହେଲାକି , ବାଦ୍ୟଯନ୍ତ୍ରରେ ଧ୍ୱନି କେଉଁ ମାଧ୍ୟମରେ ଉତ୍ପନ୍ନ ହେଉଥାଉ , ବହୁ ବାଦ୍ୟଯନ୍ତ୍ରରେ ଉପଯୋଗକର୍ତ୍ତା ଇଣ୍ଟର୍ଫେସ ରୂପରେ ଏକ କୁଂଜୀପଟଳ ହୋଇଥାଏ । କୁଂଜୀପଟଳ ବାଦ୍ୟଯନ୍ତ୍ର, ଏପରି ଏକ ବାଦ୍ୟଯନ୍ତ୍ର ଅଟେ ଯାହା ଏକ ସଙ୍ଗୀତ କୁଂଜୀପଟଳଦ୍ୱାରା ବଜା ଯାଇଥାଏ । ସମସ୍ତ କୁଂଜୀ ଗୋଟିଏ କିମ୍ବା ଗୋଟେରୁ ଅଧିକ ଧ୍ୱନି ଉତ୍ପନ୍ନ କରିଥାଏ ; ଅଧିକାଂଶ କୁଂଜୀପଟଳ ଉପକରଣରେ ଏହି ଧ୍ୱନିରେ ଉତ୍ତାର-ଚଢାବ କରିବା ପାଇଁ ଅତିରିକ୍ତ ସାଧନ ହୋଇଥାଏ , (ପିୟାନୋ ପାଇଁ ପେଡାଲ , ଏକ ଆଁର୍ଗନ ପାଇଁ ଅନ୍ତରାଳ) । ତାହା ପବନର ସଂସ୍ପର୍ଶରେ ଆସିଲେ ଆଁର୍ଗନ କିମ୍ବା ପମ୍ପ କରିବାଦ୍ୱାରା ଅକୋର୍ଡିୟନ ଧ୍ୱନି କରିପାରେ ,[୧୦୦][୧୦୧] ହଲୁଥିବା ତାରକୁ ଥୋକିକରି ପିୟାନୋ କିମ୍ବା ଘୋଷାଡ଼ିକରି ହାର୍ପସିକାଂର୍ଡ଼ ,[୧୦୨][୧୦୩] ଇଲେକ୍ଟ୍ରୋନିକ୍ସ ଉପାୟରେ ସିଂଥେସାଇଜର ,[୧୦୪] କିମ୍ବା କୌଣସି ଅନ୍ୟ ଉପାୟରେ । କେବେ କେବେ ଏହିପରି ବାଦ୍ୟଯନ୍ତ୍ର ଯେଉଁଥିରେ ସାମାନ୍ୟ ଉପାୟରେ ଏକ କୁଂଜୀପଟଳ ହୋଇନଥାଏ , ଯେପରି ଗ୍ଲୌକେନାସ୍ପିଲ , ସେଥିରେ ଗୋଟିଏ କୁଂଜୀପଟଳ ଲଗାଯାଇଥାଏ [୧୦୫] ହେଲାକି , ସେଥିରେ କୌଣସି ଚଳାଇପାରି ହେଉଥିବା ଅଂଶ ହୋଇନଥାଏ ଏବଂ ବାଦକ ହାତରେ ଧରାଯାଇଥିବା ମୈଲେଟରେ ବଜା ଯାଇଥାଏ , ସେଥିରେ କୁଂଜୀୟର ସମାନ ଭୌତିକ ବ୍ୟବସ୍ଥା ହୋଇଥାଏ ଏବଂ ତାହା ସମାନ ଉପାୟରେ ଧ୍ୱନି ତରଙ୍ଗ ଉତ୍ପନ୍ନ କରିଥାଏ ।
ଇଡିଓଫୋନ୍ସ
[ସମ୍ପାଦନା]ବାଦ୍ୟଯନ୍ତ୍ର | ଚିତ୍ର | ଶ୍ରେଣୀବିଭାଗ | ଏଚ୍-ଏସ୍ ନମ୍ବର | ଓରିଜିନି | ସାଧାରଣ ଶ୍ରେଣୀବିଭାଗ | ସମ୍ପର୍କ |
---|---|---|---|---|---|---|
ଅଗୁଙ୍ଗ ତମଲଙ୍ଗ | ଇଡିଓଫୋନ୍ସ | ୧୧୧.୧୧ | ଫିଲିପାଇନ୍ସ | ମୃଦଙ୍ଗ ଶିବିର ଉତ୍ତୋଳନ | ସ୍ଲିଟ ଡ୍ରମ | |
ବାମ୍ବୋ ସ୍ଲିଟ ଡ୍ରମ | ଇଡିଓଫୋନ୍ସ | ଆଫ୍ରିକା ,[୧୦୬] ଏସିଆ[୧୦୭] | ମୃଦଙ୍ଗ ଶିବିର ଉତ୍ତୋଳନ | ସ୍ଲିଟ ଡ୍ରମ | ||
ବାଲାଫୋନ | ଇଡିଓଫୋନ୍ସ | ଆଫ୍ରିକା | ମୃଦଙ୍ଗ ଶିବିର ଉତ୍ତୋଳନ | କୀବୋର୍ଡ଼ | ||
କାଯୋନ | ଇଡିଓଫୋନ୍ସ | ୧୧୧.୨ | ପେରୂ | ମୃଦଙ୍ଗ ଶିବିର ଉତ୍ତୋଳନ | ବକ୍ସ ଡ୍ରମ | |
କାଷ୍ଟନେଟ୍ସ | ଇଡିଓଫୋନ୍ସ | ୧୧୧.୧୪୧ | ସ୍ପେନ୍ | ମୃଦଙ୍ଗ ଶିବିର ଉତ୍ତୋଳନ | ||
କ୍ଲାପଷ୍ଟିକ୍ସ | ଇଡିଓଫୋନ୍ସ | ୧୧୧.୧୧ | ଅଷ୍ଟ୍ରେଲିଆ | ମୃଦଙ୍ଗ ଶିବିର ଉତ୍ତୋଳନ | ||
ଗ୍ଲୋକେନସ୍ପିଏଲ | ଇଡିଓଫୋନ୍ସ | ମୃଦଙ୍ଗ | କୀବୋର୍ଡ଼ | |||
ଗ୍ଲୋନୱରେନ | ଇଡିଓଫୋନ୍ସ | ନିୟୁଜଲ୍ୟାଣ୍ଡ | ଅଷ୍ଟ୍ରେଲିଆ | କ୍ରାଙ୍କ ଡ୍ରାଇଭେନ ମୃଦଙ୍ଗ | କୀବୋର୍ଡ଼ ଷ୍ଟ୍ରକ - ମାର୍ବଲ୍ସ | |
ହ୍ୟାଣ୍ଡପାନ / ହ୍ୟାଙ୍ଗ ଡ୍ରମ | ଇଡିଓଫୋନ୍ସ | ୧୧୧.୨୪ | ସୁଇଜରଲ୍ୟାଣ୍ଡ | ମୃଦଙ୍ଗ ଶିବିର ଉତ୍ତୋଳନ | ଷ୍ଟିଲପ୍ୟାନ | |
ମାରିମ୍ବା | ଇଡିଓଫୋନ୍ସ | ୧୧୧.୨୧୨ | ଗୁଆଟେମାଲା , ୱେଷ୍ଟ ଆଫ୍ରିକା , ମେକ୍ସିକୋ , ନିକାରଗୁଆ ଏବଂ କୋଷ୍ଟା ରିକା | ମୃଦଙ୍ଗ ଶିବିର ଉତ୍ତୋଳନ | କୀବୋର୍ଡ଼ | |
ଷ୍ଟିଲପ୍ୟାନ | ଇଡିଓଫୋନ୍ସ | ୧୧୧.୨୪ | ଟ୍ରିନିଡ଼ାଡ଼ ଏବଂ ଟୋବାଗୋ | ମୃଦଙ୍ଗ ଶିବିର ଉତ୍ତୋଳନ | ଷ୍ଟିଲପ୍ୟାନ | |
ଟ୍ରାଇଆଙ୍ଗଲ | ଇଡିଓଫୋନ୍ସ | ୧୧୧.୨ | ମୃଦଙ୍ଗ ଶିବିର ଉତ୍ତୋଳନ | ଟ୍ରାଇଆଙ୍ଗଲ | ||
ଭିବ୍ରାଫୋନ | ଇଡିଓଫୋନ୍ସ | ? | ମୃଦଙ୍ଗ ଶିବିର ଉତ୍ତୋଳନ | କୀବୋର୍ଡ଼ | ||
ଉଡ଼ ବ୍ଲକ | ଇଡିଓଫୋନ୍ସ | ୧୧୧.୨ | ମୃଦଙ୍ଗ ଶିବିର ଉତ୍ତୋଳନ | ଡ୍ରମ | ||
ଜାଇଲୋଫୋନ | ଇଡିଓଫୋନ୍ସ | ୧୧୧.୨୧୨ | ମୃଦଙ୍ଗ ଶିବିର ଉତ୍ତୋଳନ | କୀବୋର୍ଡ଼ |
ଇଲେକ୍ଟ୍ରୋନିକ୍ସ ବାଦ୍ୟଯନ୍ତ୍ର (ଇଲେକ୍ଟ୍ରୋଫୋନ୍ସ)
[ସମ୍ପାଦନା]- ଆଲ୍ଫା ସ୍ପହିଅର (ବାଦ୍ୟଯନ୍ତ୍ର)| ଆଲ୍ଫା ସ୍ପହିଅର
- ଅଡିଓ କ୍ୟୁବ
- କ୍ରୋଇକ୍ସ ସୋନର
- ଡେନିଜ ଡ଼ି'ଅର୍
- ଡୁବ୍ରେକ୍ଯୁ ଷ୍ଟାଇଲ ଫୋନ
- ଡ୍ରମ ମେସିନ
- ଇଗେନହାର୍ପ
- ଇଲେକ୍ଟ୍ରୋନିକ ଅର୍ଗାନ
- ଈ.ଡବ୍ଲୁ.ଆଇ (ବାଦ୍ୟଯନ୍ତ୍ର)|ଈ.ଡବ୍ଲୁ.ଆଇ
- ଫିଙ୍ଗର ବୋର୍ଡ ସୀନ୍ଥେସିଜର
- ହାମଣ୍ଡ ଅର୍ଗାନ
- ଜାମର କୀବୋର୍ଡ଼
- କୀବୋର୍ଡ଼ ଯନ୍ତ୍ର|କୀବୋର୍ଡ଼
- କିତାର
- କ୍ରାକଡୋସ / କ୍ରାକ୍ଲେ ବକ୍ସ
- ଲସେର ହାର୍ପ
- ମେଲଟ୍ରନ
- ମିଡ଼ି କୀବୋର୍ଡ଼
- ଅଣ୍ଡେଜ୍ ମାର୍ଟେନଟ
- ଓମ୍ନୀ ଚର୍ଡ
- ସାମ୍ପଲର (ବାଦ୍ୟଯନ୍ତ୍ର)|ସାମ୍ପଲର
- ସ୍କୋଗ
- ସିନକ୍ଲାଭିଅର
- ସିନ୍ଥେସିଜର
- ଟେଲେ ହାରମୋନିୟମ
- ଟେମ୍ବୁର
- ଟେନୋରି-ଅନ
- ଥେରେମିନ
- ଟର୍ନଟେବୁଲିଜିମ|ଟର୍ନଟେବୁଲ
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Blades 1992, pp. 34
- ↑ Slovenian Academy of Sciences 1997, pp. 203–205
- ↑ Chase and Nowell 1998, pp. 549
- ↑ CBC Arts 2004
- ↑ Collinson 1975, pp. 10
- ↑ ୬.୦ ୬.୧ Campbell 2004, pp. 82
- ↑ de Schauensee 2002, pp. 1–16
- ↑ Moorey 1977, pp. 24–40
- ↑ West 1994, pp. 161–179
- ↑ Sachs 1940, p. 60
- ↑ Sachs 1940, p. 61
- ↑ Baines 1993, p. 37
- ↑ ୧୩.୦ ୧୩.୧ Sachs 1940, p. 63
- ↑ ୧୪.୦ ୧୪.୧ Sachs 1940, p. 297
- ↑ Blades 1992, pp. 36
- ↑ Sachs 1940, p. 26
- ↑ Sachs 1940, pp. 34–52
- ↑ Blades 1992, pp. 51
- ↑ Sachs 1940, p. 35
- ↑ Sachs 1940, pp. 52–53
- ↑ Marcuse 1975, pp. 24–28
- ↑ Sachs 1940, pp. 53–59
- ↑ Sachs 1940, p. 67
- ↑ Sachs 1940, pp. 68–69
- ↑ Sachs 1940, p. 69
- ↑ Remnant 1989, p. 168
- ↑ Sachs 1940, p. 70
- ↑ Sachs 1940, p. 82
- ↑ ୨୯.୦ ୨୯.୧ ୨୯.୨ Sachs 1940, p. 86
- ↑ Sachs 1940, pp. 88–97
- ↑ Sachs 1940, pp. 98–104
- ↑ Sachs 1940, p. 105
- ↑ Sachs 1940, p. 106
- ↑ Sachs 1940, pp. 108–113
- ↑ Sachs 1940, p. 114
- ↑ Sachs 1940, p. 116
- ↑ Marcuse 1975, p. 385
- ↑ Sachs 1940, p. 128
- ↑ Sachs 1940, p. 129
- ↑ Campbell 2004, p. 83
- ↑ Sachs 1940, p. 149
- ↑ Sachs 1940, p. 151
- ↑ Sachs 1940, p. 152
- ↑ Sachs 1940, p. 161
- ↑ Sachs 1940, p. 185
- ↑ Sachs 1940, pp. 162–164
- ↑ Sachs 1940, p. 166
- ↑ Sachs 1940, p. 178
- ↑ Sachs 1940, p. 189
- ↑ Sachs 1940, p. 192
- ↑ Sachs 1940, p. 196–201
- ↑ Sachs 1940, p. 207
- ↑ Sachs 1940, p. 218
- ↑ Sachs 1940, p. 221
- ↑ Sachs 1940, p. 222
- ↑ Sachs 1940, p. 222–228
- ↑ Sachs 1940, p. 229
- ↑ Sachs 1940, p. 231
- ↑ Sachs 1940, p. 236
- ↑ Sachs 1940, p. 238–239
- ↑ Sachs 1940, p. 240
- ↑ Sachs 1940, p. 246
- ↑ name="Sachs249">Sachs 1940, p. 249
- ↑ Sachs 1940, p. 250
- ↑ Sachs 1940, p. 251–254
- ↑ ୬୬.୦ ୬୬.୧ Sachs 1940, p. 260
- ↑ Sachs 1940, p. 263
- ↑ Sachs 1940, p. 265
- ↑ Kartomi 1990, p. 124
- ↑ Grillet 1901, p. 29
- ↑ Sachs 1940, p. 269
- ↑ Sachs 1940, p. 271
- ↑ Sachs 1940, p. 274
- ↑ Sachs 1940, p. 281
- ↑ Sachs 1940, p. 284
- ↑ Sachs 1940, p. 286
- ↑ Bicknell 1999, p. 13
- ↑ Sachs 1940, p. 288
- ↑ ୭୯.୦ ୭୯.୧ Sachs 1940, p. 298
- ↑ ୮୦.୦ ୮୦.୧ Sachs 1940, p. 351
- ↑ Sachs 1940, p. 299
- ↑ Sachs 1940, p. 301
- ↑ Sachs 1940, p. 302
- ↑ Sachs 1940, p. 303
- ↑ Sachs 1940, p. 307
- ↑ Sachs 1940, p. 328
- ↑ Sachs 1940, p. 352
- ↑ Sachs 1940, p. 353–357
- ↑ Sachs 1940, p. 374
- ↑ Sachs 1940, p. 380
- ↑ Sachs 1940, p. 384
- ↑ Sachs 1940, p. 385
- ↑ Sachs 1940, p. 386
- ↑ Marcuse 1975, p. 3
- ↑ Marcuse 1975, p. 117
- ↑ Marcuse 1975, p. 177
- ↑ Marcuse 1975, p. 549
- ↑ Sachs 1940, p. 447
- ↑ Kartomi 1990, p. 174–175
- ↑ बिक्नेल, स्टीफन (1999). "द ऑर्गन केस". थिसलेटवेट, निकोलस और वेबर, जोफ्री (Eds.), द कैम्ब्रिज कम्पेनियन टु द ऑर्गन. pp 55-81. केम्ब्रिज: केम्ब्रिज यूनिवर्सिटी प्रेस. ISBN 0-913504-91-2.
- ↑ हावर्ड, रोब (2003) ऍन ए टु जेड ऑफ़ अकोर्डियन एंड रिलेटेड इंस्ट्रूमेंट स्टॉकपोर्ट: रोबकोर्ड प्रकाशन ISBN 0-9546711-0-4
- ↑ , फाइन, लैरी. द पियानो बुक, चौथा संस्करण. मैसाचुसेट्स: ब्रुकसाइड प्रेस, 2001. ISBN 1-929145-01-2
- ↑ रिपिन}} (ईडी) एट अल. अर्ली कीबोर्ड इन्सट्रूमेंट्स. न्यू ग्रूव म्यूज़िकल इन्सट्रूमेंट्स सीरीज, 1989, PAPERMAC
- ↑ पाराडिसो, जे ए. "इलेक्ट्रॉनिक म्युज़िक: न्यू वेज़ टु प्ले". स्पेक्ट्रम IEEE, 34(2):18-33, दिसम्बर 1997.
- ↑ "Glockenspiel: Construction". Vienna Symphonic Library. Archived from the original on 2010-04-30. Retrieved 2009-08-17.
- ↑ Meki Nzewi (2007). A Contemporary Study of Musical Arts: Informed by African Indigenous Knowledge Systems, Volume 1. African Minds. pp. 107–108. ISBN 1920051627.
- ↑ Terry Miller; Sean Williams (2011). The Garland Handbook of Southeast Asian Music. Routledge.
ନୋଟ
[ସମ୍ପାଦନା]- Baines, Anthony (1993), Brass Instruments: Their History and Development, Dover Publications, ISBN 0486275744
- Bicknell, Stephen (1999), The History of the English Organ, Cambridge University Press, ISBN 0521654092
- Blades, James (1992), Percussion Instruments and Their History, Bold Strummer Ltd, ISBN 0933224613
- Brown, Howard Mayer (2008), Sachs, Curt, Grove Dictionary of Music and Musicians, retrieved 2008-06-05
- Campbell, Murray; Greated, Clive A.; Myers, Arnold (2004), Musical Instruments: History, Technology, and Performance of Instruments of Western Music, Oxford University Press, ISBN 0198165048
- Canadian Broadcasting Corporation (December 30, 2004), Archeologists discover ice age dwellers' flute, Canadian Broadcasting Corporation, archived from the original on 2006-11-16, retrieved 2009-02-07
{{citation}}
: CS1 maint: date and year (link) - Chase, Philip G.; Nowell, April (1998), "Taphonomy of a Suggested Middle Paleolithic Bone Flute from Slovenia", Current Anthropology, 39 (4): 549, doi:10.1086/204771
{{citation}}
: Unknown parameter|month=
ignored (help) - Collinson, Francis M. (1975), The Bagpipe, Routledge, ISBN 0710079133
- de Schauensee, Maude (2002), Two Lyres from Ur, University of Pennsylvania Museum of Archaeology and Anthropology, ISBN 092417188X
- Grillet, Laurent (1901), Les ancetres du violon v.1, Paris
- Kartomi, Margaret J. (1990), On Concepts and Classifications of Musical Instruments, University of Chicago Press, ISBN 0226425487
- Marcuse, Sibyl (1975), A Survey of Musical Instruments, Harper & Row, ISBN 0060127767
- Moorey, P.R.S. (1977), "What Do We Know About the People Buried in the Royal Cemetery?", Expedition, 20 (1): 24–40</ref>
- Rault, Lucie (2000), Musical Instruments: A Worldwide Survey of Traditional Music-making Musical Instruments: A Worldwide Survey of Traditional Music-making, Thames & Hudson Ltd, ISBN 978-0500510353
- Remnant, Mary (1989), Musical Instruments: An Illustrated History from Antiquity to the Present, Batsford, ISBN 0713451696 .
- Sachs, Curt (1940), The History of Musical Instruments, Dover Publications, ISBN 0486452654
- Slovenian Academy of Sciences (April 11, 1997), "Early Music", Science, 276 (5310): 203–205, doi:10.1126/science.276.5310.203g
{{citation}}
: CS1 maint: date and year (link) - West, M.L. (May 1994), "The Babylonian Musical Notation and the Hurrian Melodic Texts", Music & Letters, 75 (2): 161–179, doi:10.1093/ml/75.2.161
ବାହାର ତଥ୍ୟ
[ସମ୍ପାଦନା]- "Musical Instruments". Furniture. Victoria and Albert Museum. Archived from the original on 2009-09-08. Retrieved 2008-07-01.
- "Music & Musical Instruments". More than 5,000 musical instruments of American and European heritage at the Smithsonian. National Museum of American History. Archived from the original on 2008-09-17. Retrieved 2008-09-30.