ପ୍ରବୋଧ ଚନ୍ଦ୍ରିକା

ଉଇକିପିଡ଼ିଆ‌ରୁ
ପ୍ରବୋଧ ଚନ୍ଦ୍ରିକା  
ଦେଶଭାରତ
ଭାଷାଓଡ଼ିଆ
ବିଷୟଧର୍ମସମ୍ବାଦ
ବିଭାଗପତ୍ରିକା
ପ୍ରକାଶକଡବ୍ଲୁ ସି ଲେସି
ପ୍ରକାଶ ତାରିଖ୧୮୫୬
ମାଧ୍ୟମ ପ୍ରକାରଛପା ପତ୍ରିକା
ଛାପାଖାନାମିଶନ ପ୍ରେସ କଟକ

ପ୍ରବୋଧ ଚନ୍ଦ୍ରିକା ଏକ ଓଡ଼ିଆ ମାସିକ ପତ୍ରିକା ଥିଲା ।[୧] ଓଡ଼ିଆ ଭାଷାରେ ଏହା ଦ୍ୱିତୀୟ ଛାପା ପତ୍ରିକା ଅଟେ (୧୮୪୯ ମସିହାର "ଜ୍ଞାନାରୁଣ" ପତ୍ରିକା ପରେ) ।[୨] ଏହା ଜାନୁଆରୀ ୧୮୫୬ ମସିହାରେ ଉଇଲଇୟମ ଲେସିଙ୍କଦ୍ୱାରା ସମ୍ପାଦିତ ହୋଇ କଟକ ମିଶନ ପ୍ରେସରୁ ଡବଲିଉ ବୃକ୍ସଙ୍କଦ୍ୱାରା ଚାପା ହେଉଥିଲା ।[୩] [୪] ଯଦିବା ଏହା ମିଶନାରୀ ମାନଂକଦ୍ୱାରା ପ୍ରକାଶିତ କରାଯାଉଥିଲା ମାତ୍ର ଏଥିରେ କୌଣସି ଖ୍ରୀଷ୍ଟ ଧର୍ମ ପ୍ରଚାର ବିଷୟ ବସ୍ତୁ ନଥିଲା, ବରଂ ଏହା ଥିଲା ଏକ ସାହିତ୍ୟ ଓ ସମାଚାର ପତ୍ରିକା । ପାଠକ ଓ ଗ୍ରାହକ ଅଭାବରେ ଏହାର ପ୍ରକାଶନ ବାଧାପ୍ରାପ୍ତ ହୋଇଥିବାରୁ ଲେସଲି ଓଡ଼ିଶାର ତତ୍କାଳୀନ କମିଶନର ସାମୁଏଲ୍ସଙ୍କୁ ଆର୍ଥିକ ଅନୁଦାନ ପାଇଁ ଅନୁରୋଧ କରିଥିଲେ । କିନ୍ତୁ ସାମୁଏଲ୍ସଙ୍କ ଆର୍ଥିକ ଅନୁଦାନର ପ୍ରତିଶ୍ରୁତି ସତ୍ତ୍ୱେ ଓଡ଼ିଶାରେ ନବଶିକ୍ଷିତ ଗୋଷ୍ଠୀର ଅଭାବ ହେତୁ ଏହି ପତ୍ରିକା ତିନି ବର୍ଷର ପ୍ରକାଶନ ପରେ ବନ୍ଦ ହୋଇଯାଇଥିଲା । ପ୍ରବୋଧ ଚନ୍ଦ୍ରିକାରେ ପ୍ରଥମ ଥର ପାଇଁ ବିଜ୍ଞାନ ସମ୍ବନ୍ଧୀୟ ଲେଖା ପ୍ରକାଶିତ ହୋଇଥିଲା । ଏହା ସାଧାରଣ ଲୋକଙ୍କ ପାଇଁ ପ୍ରଥମ ବିଜ୍ଞାନ ପତ୍ରିକା ଭାବେ ଜଣା ।[୫]

ପୁନଃ ମୁଦ୍ରଣ[ସମ୍ପାଦନା]

ଓଡ଼ିଆ ଭାଷାର ଏହି ଦ୍ୱିତୀୟ ଛାପା ପତ୍ରିକାର ଯେଉଁ ସଂଖ୍ୟାଗୁଡ଼ିକ ମିଳିଥିଲା ତାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଡକ୍ଟର ବଂଶୀଧର ମହାନ୍ତି ସଂକଳନ କରି ୧୯୮୪ ମସିହାରେ ଏକ ପୁସ୍ତକ ରୂପେ ପ୍ରକାଶନ କରାଇଥିଲେ । ଏଥିରେ ଏହି ପତ୍ରିକାର ୧୮୫୬ ମସିହାର ପ୍ରଥମ, ତୃତୀୟ, ଚତୁର୍ଥ, ପଂଚମ ତଥା ଦ୍ୱାଦଶ ମାସିକ ସଂଖ୍ୟା ଗୁଡିକୁ ଏକତ୍ର କରି ପ୍ରକାଶ କରାଯାଇଥିଲା ।[୬]

ଆଧାର[ସମ୍ପାଦନା]

  1. Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-3-9.
  2. "Odia Magazines". ଓଡ଼ିଆ ବିଭବ ODIA BIBHABA. Srujanika. Retrieved 1 March 2020.
  3. ମହାନ୍ତି, ଡକ୍ଟର ବଂଶୀଧର (1984). ପ୍ରବୋଧ ଚନ୍ଦ୍ରିକା (୧୮୫୬) (ପ୍ରଥମ ed.). ଭୁବନେଶ୍ୱର: ଉତ୍କଳ ବଇଶ୍ୱବିଦ୍ୟାଳୟ. p. ୧୫. Retrieved 1 March 2020.
  4. Journal of Indian History. Department of History, University of Kerala. 1988.
  5. ଓଡ଼ିଆ ପତ୍ରିକା ପରିଚିତି: ୧୮୫୦-୧୯୫୦. ସୃଜନୀକା. 2013 ଫେବୃଆରୀ. {{cite book}}: Check date values in: |date= (help)
  6. ମହାନ୍ତି, ଡକ୍ଟର ବଂଶୀଧର (1984). ପ୍ରବୋଧ ଚନ୍ଦ୍ରିକା (୧୮୫୬) (ପ୍ରଥମ ed.). ଭୁବନେଶ୍ୱର: ଉତ୍କଳ ବଇଶ୍ୱବିଦ୍ୟାଳୟ. p. ୧୩୪. Retrieved 1 March 2020.