ତେଲିଙ୍ଗି ବାଜା

ଉଇକିପିଡ଼ିଆ‌ରୁ

ତେଲିଙ୍ଗି ବାଜା (ବୀର ତେଲିଙ୍ଗି ବାଜା) ଓଡ଼ିଶାର ଏକ ପୁରାତନ ବାଜା । ଏହା ଆୱାରଗ୍ଲାସ ଭଳି ଦେଖାଯାଏ ଓ ବାଡ଼ି ସାହାଯ୍ୟରେ ବଜାଯାଇଥାଏ ।[୧] ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କ ଆଗରେ ବାଳଭୋଗ ବଢ଼ା ହେଲା ବେଳେ ଆଜ୍ଞାମାଳ ଦେବା ସହିତ ଛତି, କାହାଳୀ, ଘଣ୍ଟ ଏବଂ ତେଲିଙ୍ଗି ବାଜା ବଜାହେବା ବିଧି ରହିଛି ।[୨]

ଜଣାଶୁଣା ମାଧ୍ୟମରେ[ସମ୍ପାଦନା]

ଲୋକକଥା[ସମ୍ପାଦନା]

ଓଡ଼ିଆ ଲୋକକଥାରେ[୩] ତେଲିଙ୍ଗି ବାଜାର ଉଲ୍ଲେଖ ରହି ଲେଖାହୋଇଛି[୪]:

ମେଘ ବରଷିଲା ଟୁପୁରୁ ଟାପୁରୁ
କେସୁର ମାଇଲା ଗଜା
ସାରୁ ଗଛ ମୂଳେ ବେଙ୍ଗଟିଏ ବସି
ବଜାଏ ତେଲିଙ୍ଗି ବାଜା

ଚଳଚ୍ଚିତ୍ର[ସମ୍ପାଦନା]

୧୯୭୬ରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଶେଷ ଶ୍ରାବଣରେ "ମେଘ ବରଷିଲା ଟୁପୁରୁ ଟାପୁରୁ" ଗୀତରେ ତେଲିଙ୍ଗି ବାଜା ଉଲ୍ଲେଖ ଥିବା ଲୋକଗୀତର ପରିବର୍ତ୍ତିତ ରୂପ ସ୍ଥାନ ପାଇଥିଲା:

ମେଘ ବରଷିଲା ଟୁପୁରୁ ଟାପୁରୁ
କେସୁର ମାଇଲା ଗଜା
କେଉଁ ରାଇଜେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା

[୫][୬]

ଆଧାର[ସମ୍ପାଦନା]

  1. Pathway. J. J. Bhabha for Marg Publications. 1959.
  2. Dinanath Pathy (1990). Traditional Paintings of Orissa. Working Artists Association of Orissa.
  3. The Quarterly Journal of the Mythic Society (Bangalore). The Society. 1971.
  4. Asian Folklore Studies. Nanzan University Institute of Anthropology. 1966.
  5. "Film : Shesha Sharabana". OdiaMusic. Archived from the original on 2015-03-15. Retrieved 2015-08-15.
  6. "Shesha Srabana Songs". Full Orissa Music.