ପ୍ରଭଞ୍ଜନ

ଉଇକିପିଡ଼ିଆ‌ରୁ
ପ୍ରଭଞ୍ଜନ  
ଲେଖକମନୋଜ ଦାସ
ମୂଳ ନାମ'ସାଇକ୍ଳୋନ'
ଅନୁବାଦକମନୋଜ ଦାସ
ମଲାଟ ଚିତ୍ରକରଭାବାନନ୍ଦ ମିଶ୍ର
ଦେଶଭାରତ
ଭାଷାଓଡ଼ିଆ
ବିଭାଗଉପନ୍ୟାସ
ପ୍ରକାଶକବିଦ୍ୟାପୁରୀ, ବାଲୁବଜାର, କଟକ
ଓଡ଼ିଆ ସଂସ୍କରଣର
ପ୍ରକାଶ ତାରିଖ
୧୯୯୨, ୧୯୯୮,
୨୦୦୫, ୨୦୦୮
ମାଧ୍ୟମ ପ୍ରକାରଛପା ବହି, ବନ୍ଧେଇ
ପୃଷ୍ଠା୨୧୦
ISBN୮୧-୭୪୧୧-୦୦୮-୯

ପ୍ରଭଞ୍ଜନ ମନୋଜ ଦାସଙ୍କ ରଚିତ[୧] ଏକ ଉପନ୍ୟାସ ।[୨]ଏହି ପୁସ୍ତକଟିକୁ କଟକର ବିଦ୍ୟାପୁରୀ ପ୍ରକାଶଶୀ ପ୍ରକାଶ କରିଥିଲେ ।[୩] ଏହା ତାଙ୍କ ଇଂରାଜୀରେ ରଚିତ ସାଇକ୍ଳୋନର ଓଡ଼ିଆ ରୂପାନ୍ତର ଅଟେ ।[୪] ଲେଖକ ଏହାକୁ ଇଂରାଜୀରେ ଲେଖିବାବେଳେ ଏହାକୁ ପୁଣି ଥରେ ଓଡ଼ିଆରେ ପୁନର୍ଲିଖନ କରିବାକୁ ପଡ଼ିବ ବୋଲି ସେ ଚିନ୍ତା କରିନଥିଲେ । କାରଣ ଲେଖକ ଭାବିଥିଲେ ଏହି ପଟ୍ଟଭୂମି ଓଡ଼ିଆ ପାଠକଙ୍କ ପାଇଁ ନୂଆ ହେବନାହିଁ କିନ୍ତୁ ପାଠକ ଓ ବନ୍ଧୁମାନଙ୍କ ଅନୁରୋଧ କ୍ରମେ ସେ ନିଜେ ଏହାକୁ ଓଡ଼ିଆରେ ପୁଣି ଥରେ ଲେଖିଥିଲେ ।[୫]

ସଂକ୍ଷିପ୍ତ ସମୀକ୍ଷା[ସମ୍ପାଦନା]

ଶତାବ୍ଦୀ ବ୍ୟାପୀ ଶାନ୍ତ ସମାହିତ ଜୀବନଧାରାରେ ଅଭ୍ୟସ୍ତ ଏକ ପଲ୍ଲି ମୁଲକରେ ଅଚାନକେ ଆସିଛି ପରିବର୍ତ୍ତନର ପ୍ରଭଞ୍ଜନ : ସମନ୍ତବାଦର ଅବକ୍ଷୟ; ସ୍ୱାଧୀନତାର ପଦଧ୍ୱନି; ଅନଭ୍ୟସ୍ତ; ସାମୁହିକ ମାନସରେ ରାଜନୀତି ଓ ନୂତନ ଅଧିକାରବୋଧର ପ୍ରଭାବ; ପଲ୍ଲି ଉପରେ ଅନନୁଭୂତ ପୂର୍ବବଜାରଧର୍ମୀ ଜୀବନଧାରର ପ୍ଲାବନ; ବାହାରେ ବାସ୍ତବ ଝଡ଼; ମୁଖ୍ୟ ଚରିତ୍ର ସନ୍ଦୀପର ଚେତନାରେ ଭାବ ଓ ଚିନ୍ତାର ଝଡ଼ । [୬]

ପ୍ରଭଞ୍ଜନରେ ବର୍ଣ୍ଣିତ ଘଟଣାବଳିର ପଟ୍ଟଭୂମି ସ୍ୱାଧୀନତାର ପ୍ରାକ୍‌କାଳ, କିନ୍ତୁ ଭାରତବର୍ଷର ପରିସ୍ଥିତି ଗତ କେତେ ଦଶନ୍ଧି ଭିତରେ ଯେପରି ଓଲଟପାଲଟ ହୋଇଯାଇଛି, ଅତୀତର ସମୟ ପ୍ରବାହରେ କେତେ ଶତାବ୍ଦୀ ଭିତରେ ବି ଅନୁରୂପ ମାତ୍ରାରେ ପରିବର୍ତ୍ତନ ସଂଘଟିତ ହୋଇ ନ ଥିଲା । ସେହି ବ୍ୟାପକ ପରିବର୍ତ୍ତନ-ନାଟକର ଅନ୍ତର୍ଭୁକ୍ତ, ପରସ୍ପର ଅବିଚ୍ଛିନ୍ନ ତିନିଗୋଟି ବିଶେଷ ଧାରା ଏ ଉପନ୍ୟାସରେ ଚିତ୍ରିତ : ଗାଁ ଗହଳରେ ପ୍ରଭୁତ୍ୱ ଓ ପ୍ରଭାବ ସାମନ୍ତଧର୍ମୀ ପରିବାରମାନଙ୍କରୁ ଖସିଆସି ସାର୍ବଜନୀନ ହେବାର ବାସ୍ତବତା, ପରାଧୀନତାରୁ ସ୍ୱାଧୀନତା ଭିତରକୁ ଗ୍ରାମ୍ୟ ଭାରତର ବିହ୍ୱଳ-ପ୍ରାୟ ଯାତ୍ରା ଏବଂ ଏକ ନିବୃତ ପଲ୍ଲୀ ହଠାତ୍ ବଜାରରେ ପରିଣତ ହେବା ଅବସରରେ ସମ୍ପୃକ୍ତ ମଣିଷମାନଙ୍କର ଅପ୍ରତ୍ୟାଶିତ ମାନସିକ ପରିବର୍ତ୍ତନ ।[୫] ସାମନ୍ତବାଦର ବିଲୋପ ସଙ୍ଗେ ସଙ୍ଗେ ସ୍ୱାର୍ଥକୁଶଳୀ ନବ ନବ ନେତାଙ୍କ ଉଦ୍‌ଭବ, ସମୃଦ୍ଧି ସଙ୍ଗେ ସଙ୍ଗେ ବଜାରରେ ପରିଣତ ଏକ ଗ୍ରାମର ଚାରିତ୍ରିକ ବିପର୍ଯ୍ୟୟ - ଘଟଣା ଦୁର୍ଘଟଣାର ଏ ବାସ୍ତବଧର୍ମୀ ପଞ୍ଜ ଭିତରେ କେତୋଟି ଚରିତ୍ରର ଯେଉଁ ଅବିସ୍ମରଣୀୟ ବିକାଶ ଏ ଉପନ୍ୟାସରେ ପ୍ରାଞ୍ଜଳ ଭାବେ ପ୍ରତିଫଳିତ ।[୭]

ପ୍ରଶଂସା[ସମ୍ପାଦନା]

ଉପନ୍ୟାସଟିର ମୂଳ ସଂସ୍କରଣ ଉପରେ ଇଂରାଜୀ ସାହିତ୍ୟର ପ୍ରବୁଦ୍ଧ ଅଧ୍ୟାପକ ଓ ସମାଲୋଚକମାନଙ୍କ ଦୀର୍ଘ ସମୀକ୍ଷାରୁ କିୟଦଅଂଶ[୬] :

  • "ଏକ ଏକ ତୁଳି ସ୍ପର୍ଶରେ ଜୀବନ୍ତ ମୁହୂର୍ତ୍ତମାନ.... ପାଠକ ଚିତ୍ତରେ ରଖିଯା'ନ୍ତି ଆଶ୍ଚର୍ଯ୍ୟ ଅଲିଭା ଦାଗ... ତାତ୍ପର୍ଜ୍ୟପୂର୍ଣ୍ଣ ଭାଷାରେ ସମୃଦ୍ଧ ଏ ଉପନ୍ୟାସ - ମୃଦୁ କବିତା ମୟ"
- କେ. ଆର. ଶ୍ରୀନିବାସ ଆୟାଙ୍ଗାର (ଦି ହିନ୍ଦୁ)
  • "ଏ ଶକ୍ତିଶାଳୀ ଉପନ୍ୟାସ... ବାସ୍ତବରେ ଲେଖକଙ୍କ ସୂକ୍ଷ୍ମ କଳ୍ପନାବୋଧ, ନୈତିକ ଦୃଷ୍ଟିଭଙ୍ଗୀ ଏବଂ ସୃଜନୀକଳାର ସାକ୍ଷ୍ୟ ।"
- ଶିବ. କେ. କୁମାର (ହିନ୍ଦୁସ୍ତାନ ଟାଇମ୍‌ସ)
  • "ମନୋଜ ଦାସ ଏଭଳି ରୀତିରେ ପରିସ୍ଥିତି ଓ ଚରିତ୍ର ଚିତ୍ରଣ କରିପାରନ୍ତି - ଆମେ ଶିଶୁ ଭଳି ମୁଗ୍ଧ ଚକିତ ହୋଇ ଶୁଣୁଥାଉ ।"
- ପି. ଏସ. ସୁନ୍ଦରମ (ଦି ବୁକ ରିଭ୍ୟୁ)
  • "ଗ୍ରାମାଞ୍ଚଳର ଅପୂର୍ବ ବର୍ଣ୍ଣନା, ପ୍ରାକ୍-ସ୍ୱାଧୀନ ଯୁଗର ସ୍ୱଚ୍ଛଳ ସ୍ମୃତି ଏବଂ ସର୍ବୋପରି ଏକ ଦୃଦୟସ୍ପର୍ଶୀ କାହାଣୀର ସୁଦକ୍ଷ ଚିତ୍ରଣ..."
- ପ୍ରେମାନନ୍ଦ କୁମାର (ଆକାଶବାଣୀ)
  • "ଜଟିଳ ପରିସ୍ଥିତିକୁ ନେଇ ଏ ଉପନ୍ୟାସ - କଳେବର ପୃଥୁଳ ନ କରି ବହୁଦିଗର ଚିତ୍ରଣ କରିପାରିବା ଭଳି ପରୀକ୍ଷା ସାମ୍ନା କରିଛନ୍ତି ଲେଖକ - କିନ୍ତୁ ସେ ବିଜୟୀ ଓ ଉତ୍ତୀର୍ଣ୍ଣ । ଉତ୍ତମ ଉପନ୍ୟାସର ଉପାଦାନ ଯେଉଁ ଚରିତ୍ର ଚିତ୍ରଣ, ତାହା ଅତି ଚମତ୍କାର ।"
- ସୁନିତା ପୁରୀ (ଦି ଟ୍ରିବ୍ୟୁନ୍)

ଅଧାର[ସମ୍ପାଦନା]

  1. Rejendra Prasad Mishra. Orria ki Lokpriye Kahaniyan Rajendra Mishra. Prabhat Prakashan. pp. 56–. ISBN 978-93-5266-377-4.
  2. ୱାଲ୍ଡ ଅଫ ମନୋଜ ଦାସ
  3. https://www.ugc.ac.in/pdfnews/1365671_B.A.-with-ODIA.pdf
  4. http://sahitya-akademi.gov.in/sahitya-akademi/library/meettheauthor/manoj_das.pdf
  5. ୫.୦ ୫.୧ ମନୋଜ ଦାସ, ପ୍ରଭଞ୍ଜନ, ଚତୁର୍ଥ ମୁଦ୍ରଣ, ବିଦ୍ୟାପୁରୀ, "ପୃଷ୍ଠଭୂମି"
  6. ୬.୦ ୬.୧ ମନୋଜ ଦାସ, ପ୍ରଭଞ୍ଜନ, ଚତୁର୍ଥ ମୁଦ୍ରଣ, ବିଦ୍ୟାପୁରୀ, "ଆଗ ମଲାଟ"
  7. ମନୋଜ ଦାସ, ପ୍ରଭଞ୍ଜନ, ଚତୁର୍ଥ ମୁଦ୍ରଣ, ବିଦ୍ୟାପୁରୀ, ପଛ ମଲାଟ

ବାହାର ଲିଙ୍କ[ସମ୍ପାଦନା]