ନେମାଳ

ଉଇକିପିଡ଼ିଆ‌ରୁ

କଟକ ଜିଲ୍ଲା,ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନେମାଳୋ ପଞ୍ଚାୟତରେ ଏକ ତିର୍ଥ ସ୍ଥାନ ଯାହା ଅଚ୍ୟୁତାନନ୍ଦ ଦାସ ମହାପୁରୁଷଙ୍କ ପୀଠ ସ୍ଥଳୀ ନେମାଳୋ । ଏହି ପୀଠ ସ୍ଥଳୀ ଚିତ୍ରୋତ୍ପଳା ନଦୀ କୁଳରେ ଅବସ୍ଥିତ[୧] । କେହି କେହି ସ୍ଥାନଟିକୁ ପଦ୍ମବନ ବୋଲି ଅବିହିତ କରିଥାନ୍ତି। ପାକୃତିକ ସୌନ୍ଦର୍ଯ୍ୟ ଭରା ଏକ ପବିତ୍ର ଧର୍ମ ସ୍ଥଳୀ ବା ତୀର୍ଥ ସ୍ଥାନ ନେମାଳୋ।ଏହି ଧାମଟି ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଜନ୍ମ ପୀଠ।ଏହି ପୀଠଟି ଅନେକ ଦେବ ବୃକ୍ଷ୍ୟ ଯଥା ନିମ୍ବ,ବର,ଅଶ୍ୱସ୍ତତ ବେଲ ଓ ବଉଳ ଆଦି ପାକୃତିକ ପରିବେଶ ବୃଦ୍ଧି ଘଟାଇବା ସହ ମଣିଷ ମନରେ ଭକ୍ତିଭାବ ସୃଷ୍ଟି କରିଥାଏ। ମହାପୁରୁଷ ଅଚ୍ୟୁତାନନ୍ଦ ଯେ କି ପଞ୍ଚସଖାଙ୍କ ମଧ୍ୟରୁ ଜଣେ।ସେ ପ୍ରସିଦ୍ଧ ଭବିଷ୍ୟ ମାଳିକା ଲେଖିଥିଲେ।ଅନ୍ୟାନ୍ୟ ସୃଷ୍ଟି ଗ୍ରନ୍ଥ ମାନଙ୍କ୍ ମଧ୍ୟରେ ଛତିଶସଂହିତା,ଅଷ୍ଟତରୀ ଗୀତା,ସତେଇଶବଂଶାନୁଚରିତ, ଦ୍ୱାଦଶଉପବଂଶାନୁଚରିତ,ରାହାସ ଓ ଅନେକ ପଦପଦାବଳୀ। ଅଚ୍ୟୁତ ନିଜର ଅଷ୍ଟଗୁଜ୍ଜରୀରେ ଲେଖିଛନ୍ତି- ଚିତ୍ରୋତ୍ପଳା ନଦୀ ଉତ୍ତରେ ଗ୍ରାମ ନେମାଳ ସ୍ଥାନ ସେଠାରେ ଏ ଦେହ ହଜିବ ମାଗେ ଅଚ୍ୟୁତ ମନ । ଏହିଧାମଟିରେ ମୁଖ୍ୟ ଉତ୍ସବ ପବିତ୍ର ଦେବସ୍ନାନପୁର୍ଣିମା ବା ଜ୍ୟଷ୍ଠପୁର୍ଣିମାରେ ଅନୁଷ୍ଠିତ ହୋଇଥାଏ କାରଣ ଏହି ଦିନଟି ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ତିରୋଧାନ ଦିବସ । ଅଚ୍ୟୁତ ଏହି ସ୍ଥାନରେ ସମାଧି ନେଇଥିବା କୁହାଯାଏ। ମାଘଶୁକ୍ଳ ଏକାଦଶୀ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଆବିର୍ଭାବ ତିଥିରେ ଏଠାରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥାଏ।

ଆଧାର[ସମ୍ପାଦନା]