ଆକବର
ଜଲାଲ ଉଦ୍ଦିନ ମହମ୍ମଦ ଆକବର | |
---|---|
ମିର୍ଜା
| |
ପୂର୍ବାଧିକାରୀ | ହୁମାୟୁନ |
ଉତ୍ତରାଧିକାରୀ | ଜାହାଙ୍ଗୀର |
Regent | ବୈରାମ ଖାଁ (୧୫୫୬-୧୫୬୧f) |
ବଂଶ | Timurid |
ଜନ୍ମ | ୧୫ ଅକ୍ଟୋବର ୧୫୪୨ |
ମୃତ୍ୟ | ୨୭ ଅକ୍ଟୋବର ୧୬୦୫ ଫତେପୁର ସିକ୍ରି, ଆଗ୍ରା | (ବୟସ ୬୩)
ସମାଧି | ସିକନ୍ଦର, ଆଗ୍ରା |
ଧର୍ମ | ଦିନ-ଇ-ଇଲାହି |
ଆକବର(୧୫୫୬-୧୫୬୧) ହୁମାୟୁନଙ୍କ ପୁତ୍ର ଓ ମୋଗଲ ସାମ୍ରାଜ୍ୟର ଜଣେ ସୁଦକ୍ଷ ଶାସକ ଥିଲେ । ଭାରତରେ ମୁସଲମାନ ସମ୍ରାଟଙ୍କ ମଧ୍ୟରେ ଆକବର ସର୍ବାପେକ୍ଷା ଉଦାର ଥିଲେ । ତାଙ୍କ ଶାସନ କାଳରେ ଭାରତରେ ସୁଫୀମତବାଦ ଓ ଭକ୍ତିଧର୍ମର ପ୍ରଭାବରେ ହିନ୍ଦୁ ଓ ମୁସଲମାନମାନେ ପରସ୍ପର ପ୍ରତି ଘୃଣାଭାବ ପରିତ୍ୟାଗ କରିଥିଲେ ।
ଜନ୍ମ ଓ ବାଲ୍ୟଜୀବନ
[ସମ୍ପାଦନା]ଶେର ଶାହ ସୁରୀଙ୍କଦ୍ୱାରା ପରାଜିତ ହୋଇ ହୁମାୟୁନ ପଳାୟନ କରୁଥିବା ସମୟରେ ସିନ୍ଧୁପ୍ରଦେଶର ଅମରକୋଟଠାରେ ଆଶ୍ରୟ ପାଇଥିଲେ । ସେଠାରେ ୧୫୪୨ ଖ୍ରୀଷ୍ଟାବ୍ଦରେ ତାଙ୍କର ପୁତ୍ର ଆକବର ଜନ୍ମ ଗ୍ରହଣ କରିଥିଲେ । ଜନ୍ମର ବର୍ଷକ ପରେ ପିତାମାତାଙ୍କଠାରୁ ବିଚ୍ଛିନ୍ନ ହୋଇ ପ୍ରାୟ ଦୁଇ ବର୍ଷ କାଳ ଆକବର ତାଙ୍କର ପିତୃବ୍ୟ ଆସ୍କାରୀ ଓ କାମରାନଙ୍କ ପାଖରେ ରହିଥିଲେ । ସେମାନେ ହୁମାୟୁଅନଙ୍କୁ ଆଶ୍ରୟ ନଦେବାରୁ ସେ ପାରସ୍ୟକୁ ପଳେଇଗଲେ । ପାରସ୍ୟ ସମ୍ରାଟଙ୍କଠାରୁ ସାହାଯ୍ୟ ପାଇ ହୁମାୟୁନ କାନ୍ଦାହାର ଓ କାବୁଲ ଅଧିକାର କଲେ ଏବଂ ୧୫୪୫ରେ ଆକବରଙ୍କୁ ଉଦ୍ଧାର କଲେ । [୨]
ଆକବର ବାଲ୍ୟକାଳରେ ପୁସ୍ତକ ଅଧ୍ୟୟନ ଅପେକ୍ଷା ଅଶ୍ୱାରୋହଣ, ଅସ୍ତ୍ରଚାଳନା ପ୍ରଭୃତିରେ ବେଶୀ ମନଦେଇଥିଲେ । ୧୫୫୧ ଖ୍ରୀଷ୍ଟାବ୍ଦରେ ଆକବର ଗଜନୀର ଶାସକ ନିଯୁକ୍ତି ହେଲେ । ୧୫୫୪ ଖ୍ରୀଷ୍ଟାବ୍ଦରେ ହୁମାୟୁନ ପଞ୍ଜାବ ଅଧିକାର କଲେ ଏବଂ ୧୫୫୫ରେ ଦିଲ୍ଲୀ ଅଧିକାର କଲେ । ସେ ଆକବରଙ୍କୁ ପଞ୍ଜାବର ଶାସନକର୍ତ୍ତା ଓ ବୈରାମ ଖାଁଙ୍କୁ ତାଙ୍କର ଅଭିଭାବକ ନିଯୁକ୍ତି କଲେ । [୩]
୧୫୫୬ ଖ୍ରୀଷ୍ଟାବ୍ଦରେ ହୁମାୟୁନଙ୍କର ମୃତ୍ୟୁ ସମ୍ବାଦ ପାଇ ବୈରାମ ଖାଁଙ୍କ ସାହାଯ୍ୟରେ ଆକବର ପଞ୍ଜାବରେ ଅଭ୍ଷିକ୍ତ ହେଲେ । ସେତେବେଳେ ଭାରତର ରାଜନୈତିକ ଅବସ୍ଥା ଜଟିଳ ଥିଲା । ଶେର ଶାହଙ୍କ ବଂଶର ସୁଲତାନ ଆଦିଲସାହଙ୍କ ମନ୍ତ୍ରୀ ଓ ସେନାପତି ହିମୁ ଖୁବ ପରାକ୍ରମଶାଳୀ ଥିଲେ । ହୁମାୟୁନ ମୃତ୍ୟୁ ଖବର ପାଇ ସେ ବହୁ ସୈନ୍ୟ ନେଇ ଦିଲ୍ଲୀ ଓ ଆଗ୍ରା ଅଧିକାର କଲେ ।
ଦ୍ୱିତୀୟ ପାନିପଥ ଯୁଦ୍ଧ..
[ସମ୍ପାଦନା]ଏହି ବିପଦପୂର୍ଣ୍ଣ ସମୟରେ ଆକବର ଓ ବୈରାମ ଖାଁ ଦିଲ୍ଲୀ ଅଧିକାର କରିବା ପାଇଁ ପଞ୍ଜବରୁ ଦିଲ୍ଲୀ ଆଡ଼କୁ ଅଗ୍ରସର ହେଲେ । ହିମୁଙ୍କର ଏକ ବିଶାଳ ସେନା ଥିଲା । ଉଭୟ ପକ୍ଷ ମଧ୍ୟରେ ଇତିହାସ ପ୍ରସିଦ୍ଧ ପାନିପଥ କ୍ଷେତ୍ରରେ ଯୁଦ୍ଧ ହେଲା । ହିମୁଙ୍କର ପ୍ରଚଣ୍ଡ ଆକ୍ରମଣ ଫଳରେ ମୋଗଲ ସେନା ପରାସ୍ତ ହେବାକୁ ଲାଗିଲା । କିନ୍ତୁ ଶତ୍ରୁ ପକ୍ଷର ଏକ ତୀର ହିମୁଙ୍କର ଚକ୍ଷୁରେ ବିଦ୍ଧ ହେବାରୁ ସେ ମୂର୍ଚ୍ଛିତ ହୋଇ ତଳେ ପଡ଼ିଗଲେ । ସେନାପତିଙ୍କର ଏପରି ଦୁର୍ଦ୍ଦଶା ଦେଖି ସୈନ୍ୟମାନେ ପଳାୟନ କଲେ । ମୋଗଲ ମାଏନ୍ ବିଜୟୀ ହେଲେ । ଏହାକୁ ଦ୍ୱିତୀୟ ପାନିପଥ ଯୁଦ୍ଧ କୁହାଯାଏ । ଅଜ୍ଞାନ ଅବସ୍ଥାରେ ହିମୁଙ୍କୁ ଆକବରଙ୍କ ସମ୍ମୁଖକୁ ଅଣାଯାଇଥିଲା । କଥିତ ଅଛି, ବୈରାମ ଖାଁ ସେଠାରେ ହିମୁଙ୍କର ଶିରଶ୍ଛେଦ କରିଥିଲେ । [୪]
ସାମ୍ରାଜ୍ୟ ବିସ୍ତାର
[ସମ୍ପାଦନା]ବୈରାମଙ୍କ ସାହାଯ୍ୟରେ ଆକବର ରାଜତ୍ୱର ପ୍ରଥମ ଚାରିବର୍ଷରେ ଆଜମୀର, ଗୋଆଲିୟର, ଅଯୋଧ୍ୟା, ଓ ଜୌନପୁରକୁ ମୋଗଲ ସାମ୍ରାଜ୍ୟଭୁକ୍ତ କରିଥିଲେ । ୧୫୬୧ରେ ମାଳବ ଅଧିକାର କରିଥିଲେ । ସେନାପତି ଆସଫ ଖାଁଙ୍କୁ ବହୁ ସୈନ୍ୟସହ ପଠେଇ ଗଦ଼ମଣ୍ଡଳର ରାଣୀ ଦୁର୍ଗାବତୀଙ୍କୁ ପରାସ୍ତ କରି ୧୫୬୪ ଖ୍ରୀଷ୍ଟାବ୍ଦରେ ଆକବର ଗଡ଼ମଣ୍ଡଳ ଅଧିକାର କରିଥିଲେ । ଆତ୍ମ ସମ୍ମାନ ରକ୍ଷା ପାଇଁ ପରାଜୟ ପରେ ଦୁର୍ଗାବତୀ ଆତ୍ମହତ୍ୟା କରିଥିଲେ । [୫]
ଆକବର ଜାଣିଥିଲେ , ରାଜପୁତମାନେ ବଡ଼ ସାହସୀ,ଯୁଦ୍ଧପ୍ରିୟ ଓ ସ୍ୱଦେଶବତ୍ସଳ । ତେଣୁ ସେ ରାଜପୁତମାନଙ୍କୁ ଉଦାର ନୀତିଦ୍ୱାରା ବଶ କରିବା ପାଇଁ ଯତ୍ନକଲେ । ରାଜପୁତମାନେ ଆକବରଙ୍କ ଉଦାରତା ଓ ସଦ୍ଭାବ ଦେଖି ତାଙ୍କ ପ୍ରତି ଅନୁରକ୍ତ ହେଲେ । ଏହି ସୁଯୋଗରେ ଆକବର ରାଜପୁତ ଓ ମୋଗଲମାନଙ୍କ ସହଯୋଗରେ ବିଶାଳ ମୋଗଲ ସାମ୍ରାଜ୍ୟ ଗଠନ କରିବା ପାଇଁ ବ୍ରତୀ ହେଲେ । ୧୫୬୨ ଖ୍ରୀଷ୍ଟାବ୍ଦରେ ଅମ୍ବର ବା ଜୟପୁରର ରାଜା ବିହାରୀମଲ୍ଲ ନିଜର କନ୍ୟାକୁ ଆକବରଙ୍କ ସହିତ ବିବାହ କରାଇ ତାଙ୍କର ବନ୍ଧୁହେଲେ । ସେହି ଦିନଠାରୁ ମୋଗଲ ସମ୍ରାଟମାନଙ୍କର ରାଜପୁତମାନଙ୍କ ସହିତ ବୈବାହିକ ସମ୍ବନ୍ଧ ସ୍ଥାପିତ ହେଲା । ଆକବର ରାଜପୁତ ରାଣୀମାନଙ୍କୁ ମୋଗଲ ଅନ୍ତଃପୁରରେ ସ୍ୱାଧୀନଭାବରେ ହିନ୍ଦୁ ଧର୍ମ ପାଳନ କରିବାକୁ ସୁଯୋଗ ଦେଇଥିଲେ । ବିହାରୀମଲ୍ଲ, ତାଙ୍କର ପୁତ୍ର ଭଗବନ ଦାସ ଓ ନାତି ମାନ ସିଂହ ମୋଗଲ ଦରବାରରେ ରାଜକାର୍ଯ୍ୟ କରି ମୋଗଲ ସାମ୍ରାଜ୍ୟର ଅଭିବୃଦ୍ଧି ପାଇଁ ଯଥେଷ୍ଟ ସାହାଯ୍ୟ କରିଥିଲେ ।[୬]
ଆକବରଙ୍କ ରାଜପୁତ ନୀତିଦ୍ୱାରା ଅନେକ ରାଜପୁତ ଶାସକ ପ୍ରଭାବିତ ହୋଇଥିଲେ । କିନ୍ତୁ ମିବାରର ରାଜବଂଶ ଆକବରଙ୍କର ବଶତା ସ୍ୱୀକାର କଲେ ନାହିଁ । ସେତେବେଳେ ରାଣା ସଂଗ୍ରାମ ସିଂହଙ୍କର ପୁତ୍ର ଉଦୟ ସିଂହ ମିବାରର ରାଣା ଥିଲେ । ଆକବର ୧୫୬୭ ଖ୍ରୀଷ୍ଟାବ୍ଦରେ ମିବାରର ରାଜଧାନୀ ଚିତୋର ଆକ୍ରମଣ କଲେ । ଉଦୟ ସିଂହ ପଳାୟନ କଲେ । କିନ୍ତୁ ରାଜପୁତମାନେ ଜୟମଲ୍ଲ ଓ ପୁତ୍ତା ନାମକ ଦୁଇଜଣ ବୀରଙ୍କ ନେତୃତ୍ତ୍ୱରେ ଚିତୋର ରକ୍ଷାପାଇଁ ପ୍ରାଣପଣେ ଯୁଦ୍ଧକରିଥିଲେ । ସେ ଦୁଇଜଣଙ୍କ ମୃତ୍ୟୁପରେ ଚିତୋରର ପତ୍ତନ ହେଲା । ଏହା ପରେ ରନ୍ଥମ୍ବର, କାଲିଞ୍ଜର, ବିକାନେର, ଜେସଲମେରର ରାଜପୁତ ରାଜାମନେ ଆକବରଙ୍କର ଅନୁଗତ୍ୟ ସ୍ୱୀକାର କରିଥିଲେ ।
ଧର୍ମ ବିଶ୍ୱାସ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Famous Birthdays on 15th October". Retrieved October 21, 2012.
- ↑ Banjerji, S.K. Humayun Badshah.
- ↑ "Gurdas". Government of Punjab. Archived from the original on 27 May 2008. Retrieved 30 May 2008.
- ↑ http://www.indianetzone.com/15/second_battle_panipat.htm
- ↑ http://www.indianmilitaryhistory.org/kings_master/kings/durgavati/durgavati.html
- ↑ http://www.hindunet.org/hindu_history/modern/akbar_vs.html
ବାହାର ତଥ୍ୟ
[ସମ୍ପାଦନା]- The Career of Akbar the Great Archived 2012-01-28 at the Wayback Machine.
- Jalaluddin Muhammad Akbar Archived 2015-09-24 at the Wayback Machine. The Great
- Akbar, Emperor of India by Richard von Garbe at Project Gutenberg
- The Mughals: Akbar Archived 2007-09-11 at the Wayback Machine.
- The Mughal Emperor Akbar: World of Biography Archived 2009-06-30 at the Wayback Machine.
- History of the friendship between Akbar and Birbal Archived 2011-01-03 at the Wayback Machine.
- Photos of Akbar The Great's final resting place