ଅପର୍ଣ୍ଣା ଦୀକ୍ଷିତ
ଅପର୍ଣ୍ଣା ଦୀକ୍ଷିତ | |
---|---|
ଜନ୍ମ | [୧] | ୨୦ ଅକ୍ଟୋବର ୧୯୯୧
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୧୩–ଏବେଯାଏଁ |
ପ୍ରସିଦ୍ଧି |
|
ଅପର୍ଣ୍ଣା ଦୀକ୍ଷିତ (ଜନ୍ମ: ୨୦ ଅକ୍ଟୋବର ୧୯୯୧) ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକ ଓ ହିନ୍ଦୀ କଥାଚିତ୍ର ଜଗତରେ କାମ କରନ୍ତି । ସୋନି ପଲ୍ରେ ପ୍ରସାରିତ ଧାରାବାହିକ ୟେ ଦିଲ୍ ସୁନ୍ ରାହା ହୈରେ ପୁର୍ବି ଭୂମିକା ପାଇଁ, ଲାଇଫ୍ ଓକେରେ ପ୍ରସାରିତ ଧାରାବାହିକ କଳଶ – ଏକ୍ ବିଶ୍ୱାସରେ ଦେବିକା ଭୂମିକା ପାଇଁ, କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ବେପନାଃ ପ୍ୟାର୍ରେ[୨] ବାଣୀ ଭୂମିକା ପାଇଁ ଏବଂ ଦଙ୍ଗଲ ଟିଭିରେ ପ୍ରସାରିତ ଧାରାବାହିକ ପ୍ୟାର୍ କି ଲୁକା ଚୁପ୍ପିରେ ସୃଷ୍ଟି ଭୂମିକାରେ ଅଭିନୟ ପାଇଁ ଜଣାଶୁଣା ।[୩]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]୧୯୯୧ ମସିହାର ଅକ୍ଟୋବର ମାସ ୨୦ ତାରିଖରେ, ସେ ଆଗ୍ରାଠାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ସାନ ଭାଇ ଅଗମ ଦୀକ୍ଷିତ ମଧ୍ୟ ଜଣେ ଅଭିନେତା ।[୪]
ଅଭିନୟ ଜୀବନ
[ସମ୍ପାଦନା]୨୦୧୩ ମସିହାରେ, ସେ ଷ୍ଟାର୍ ପ୍ଲସ୍ରେ ପ୍ରସାରିତ ଧାରାବାହିକ ମହାଭାରତରେ ମହାରାଣୀ ଅମ୍ବିକା ଭୂମିକାରେ ଅଭିନୟ କରିଥିଲେ ।[୫] ୨୦୧୩ ମସିହାରୁ ୨୦୧୪ ମସିହା ଯାଏଁ, ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ପବିତ୍ର ରିସ୍ତାରେ କାମ କରିଥିଲେ ।[୬][୭] ୨୦୧୪ ମସିହାରେ, ସେ କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ମେରି ଆଶିକୀ ତୁମ୍ ସେ ହିରେ କାମ କରିଥିଲେ ।[୮] ସୋନି ପଲ୍ରେ ପ୍ରସାରିତ ଧାରାବାହିକ ୟେ ଦିଲ୍ ଶୁନ୍ ରାହା ହୈରେ ପୁର୍ବି ଭୂମିକାରେ ଅଭିନୟ କରିଥିଲେ ।[୯][୧୦][୧୧]
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୧୩ | ମହାଭାରତ | ମହାରାଣୀ ଅମ୍ବିକା | [୫] | |
୨୦୧୩–୨୦୧୪ | ପବିତ୍ର ରିସ୍ତା | ମାନସୀ | [୬] | |
୨୦୧୪ | ମେରି ଆଶିକୀ ତୁମ୍ ସେ ହି | ଗୌରୀ | [୮] | |
୨୦୧୪–୨୦୧୫ | ୟେ ଦିଲ୍ ସୁନ୍ ରାହା ହୈ | ପୁର୍ବି ସିଂହ | [୧୦] | |
୨୦୧୫–୨୦୧୭ | କଳଶ – ଏକ୍ ବିଶ୍ୱାସ | ଦେବୀକା ରବି ଗରେୱାଲ୍ | [୧୨] | |
୨୦୧୬ | ବକ୍ସ କ୍ରିକେଟ୍ ଲିଗ୍ ୨ | ପ୍ରତିଯୋଗୀ | ||
୨୦୧୮ | ପୋରୁସ୍ | ରାଣୀ ରକ୍ଷାନା | [୫] | |
ଲାଲ୍ ଇସ୍କ | ସବିତ୍ରୀ | [୫] | ||
୨୦୧୯ | ବେପନାଃ ପ୍ୟାର୍ | ବାଣୀ ରାଘବୀର ମାଲହୋତ୍ରା | [୧୩] | |
ଖତ୍ରା ଖତ୍ରା ଖତ୍ରା | ପ୍ରତିଯୋଗୀ | [୫] | ||
୨୦୧୯–୨୦୨୦ | ପ୍ୟାର୍ କି ଲୁକା ଚୁପ୍ପି | ସୃଷ୍ଟି ଯାଦବ | [୧୪] | |
୨୦୨୨ | ୱୋ ତୋ ହୈ ଅଲବେଲା | ଅଞ୍ଜଳି ମାଲହୋତ୍ରା | [୧୫][୧୬] | |
୨୦୨୩–୨୦୨୪ | କର୍ମାଧିକାରୀ ଶନିଦେବ | ଦେବୀ ଦାମିନୀ | ||
୨୦୨୪–ଏବେଯାଏଁ | ତୁଳସୀ – ହମାରୀ ବଡ଼ି ସୟାନୀ | ଜାନକୀ ରଘୁବୀର ରାଏଚାନ୍ଦ |
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]୨୦୨୨ ମସିହାର ଜୁଲାଇ ୩ ତାରିଖରେ, ସେ ହାଡ଼ଫୁଟି ରୋଗରେ ପୀଡ଼ିତ ହୋଇଥିଲେ, ଫଳରେ ତାଙ୍କ ଅଭିନୀତ ୱେବ୍ ସିରିଜ୍ ୱୋ ତୋ ହୈ ଅଲବେଲା ପାଇଁ ସୁଟିଂ ବନ୍ଦ ହୋଇଥିଲା ।[୧୬]
References
[ସମ୍ପାଦନା]- ↑ ୧.୦ ୧.୧ "Bepanah Pyaarr's Aparna Dixit celebrates birthday in Sri Lanka; looks drop-dead gorgeous in red dress". Times of India. 21 October 2019.
The 27-year-old diva is currently holidaying in Colombo, Sri Lanka with her bestie.
- ↑ Neha Maheshwri (28 May 2018). "What's new on TV". Times of India. Archived from the original on 2 June 2018. Retrieved 2 June 2018.
- ↑ "Aparna Dixit confirms she will romance Naagin 3's Pearl V Puri in Kasam Tere Pyaar Ki 2". www.timesnownews.com (in ଇଂରାଜୀ). Retrieved 2019-08-20.
- ↑ "This is how Aparna Dixit helped her brother Agam fulfill his acting dream - Times of India". The Times of India.
- ↑ ୫.୦ ୫.୧ ୫.୨ ୫.୩ ୫.୪ "As an actor, one should open to all genres: Aparna Dixit". Hindustan Times. 29 July 2020.
- ↑ ୬.୦ ୬.୧ "Ankita Lokhande, Aparna Dixit and team Pavitra Rishta reunite at an event". Times Of India. 16 February 2018.
- ↑ "Aparna Dixit remembers Sushant Singh Rajput: People who knew you won't be able to overcome this loss". India Today. 19 June 2020.
- ↑ ୮.୦ ୮.୧ "Ankita Lokhande's sister bags Paridhi's role in Ekta's show". The Times of India. 29 May 2014.
- ↑ "Ekta Kapoor: 'Yeh Dil Sun...' an exceptional love story". INDIATVNEWS. 9 October 2014.
- ↑ ୧୦.୦ ୧୦.୧ "Aparna Dixit: My co-actors from my previous show have made me a better actor". Times Of India. 16 October 2014.
- ↑ "New TV channel Pal and Balaji Telefilms to present an intense love-story - Times of India". The Times of India.
- ↑ "Aparna Dixit to play the lead in Ekta Kapoor's next?". Times Of India. 5 February 2015.
- ↑ "Watch: Pearl V Puri to romance Aparna Dixit in Bepanah Pyaar". India Today. 5 May 2019.
- ↑ "With safety norms in place, Aparna Dixit resumes the shoot of Pyar Ki Luka Chuppi". Times Of India. 8 July 2020.
- ↑ "Aparna Dixit on her exciting new character in Woh Toh Hai Albela | TV - Times of India Videos". timesofindia.indiatimes.com.
- ↑ ୧୬.୦ ୧୬.୧ "Aparna Dixit down with Chickenpox, stops shooting for Woh Toh Hai Albelaa". Times of India (in ଇଂରାଜୀ). Retrieved 2022-07-04.
External links
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅପର୍ଣ୍ଣା ଦୀକ୍ଷିତ
- ଇନଷ୍ଟାଗ୍ରାମରେ ଅପର୍ଣ୍ଣା ଦୀକ୍ଷିତ