Jump to content

ପରମାନନ୍ଦ ତ୍ରିପାଠୀ

ଉଇକିପିଡ଼ିଆ‌ରୁ

ପରମାନନ୍ଦ ତ୍ରିପାଠୀ (ଜନ୍ମ ତାରିଖ: ୧୨ ଫେବୃଆରୀ ୧୯୬୧) ଜଣେ ଜଣେ ଓଡ଼ିଆ ସାହିତ୍ୟିକ । ସାମାଜିକ ରୀତିନୀତି, ପରମ୍ପରାକୁ ନେଇ ସେ ବହୁ ଶିକ୍ଷଣୀୟ ଓ ସଂସ୍କାରମୂଳକ କବିତା, ଗଳ୍ପ ଓ ଉପନ୍ୟାସ ରଚନା କରିଥିଲେ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ପରମାନନ୍ଦ ଭଦ୍ରକ ଜିଲ୍ଲା ବାସୁଦେବପୁର ଅନ୍ତର୍ଗତ ପଢ଼ୁଆଁ ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଓ ମାତା ହେଲେ ଗୁରମଣୀ ତ୍ରିପାଠୀ । ଜଣେ ସଂସ୍କୃତ ଶିକ୍ଷକ ଭାବେ ସେ ୧୯୮୨ରୁ ଶିବ ପ୍ରସାଦ ହାଇସ୍କୁଲ,ବୋରଭଟ୍ଟା, କଳାହାଣ୍ଡିରୁ ଶିକ୍ଷକତା ଆରମ୍ଭ କଲେ । ଶେଷରେ ୧୯୯୭ରୁ ୨୦୨୧ ଯାଏଁ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠ, ମଙ୍ଗଳପୁର, ବାଲେଶ୍ଵରରେ ଶିକ୍ଷାଦାନ କରି ସେବା ନିବୃତ୍ତ ହେଲେ । ଜଣେ ନିରଳସ ସାହିତ୍ୟ ସାଧକ ଭାବେ ସେ ସମାଜ ସଂସ୍କାରଧର୍ମୀ ଗଳ୍ପ, ଉପନ୍ୟାସ, କବିତା, ଶିଶୁ ସାହିତ୍ୟ ଲେଖିବା ସହିତ ବହୁ ସାହିତ୍ୟ ସଂଗଠନ ସହ ଜଡ଼ିତ ।[]

ରଚନାବଳୀ

[ସମ୍ପାଦନା]

କବିତା ସଂକଳନ -

  • ପ୍ରେମ ପୁଲକ
  • ପ୍ରେମ ସ୍ପଦନ
  • ଶତ ପ୍ରୀତି କୁସୁମ
  • ଶତ ସୁମନ
  • ଶତ ଜୀବନ ଦର୍ଶନ
  • ଜୀବନ ଦର୍ପଣ
  • ଜୀବନ ଦୀପିକା
  • ପ୍ରୀତି ପ୍ରସୂନ
  • ସମର୍ପଣ (ଭକ୍ତି ରସାତ୍ମକ)
  • ସିଦ୍ଧି ଦର୍ପଣ
  • ସିଦ୍ଧି ତର୍ପଣ
  • ଶ୍ରୀମଦ୍ଭାଗବଦ୍ ଗୀତା (ନବାକ୍ଷରୀ ବୃତ୍ତେ)

ଗଳ୍ପ ସଙ୍କଳନ

  • ଗଳ୍ପ ଚୟନିକା ( ୧ମ ଭାଗ)
  • ଗଳ୍ପ ଚୟନିକା (୨ୟ ଭାଗ)   
  • ଗଳ୍ପ ଆଜି ଓ କାଲିର
  • ଗଳ୍ପ ପ୍ରବାହ- ୧ମ
  • ଗଳ୍ପ ପ୍ରବାହ-୨ୟ []
  • ମନର ଭୂତ
  • ପୁରାଣ ପୃଷ୍ଠାରୁ ପୁରୁଣା କାହାଣୀ -୧ମ ଭାଗ
  • ପୁରାଣ ପୃଷ୍ଠାରୁ ପୁରୁଣା କାହାଣୀ - ୨ୟ ଭାଗ

ଉପନ୍ୟାସିକା

  • ଚାରି ଚକ୍ଷୁର ମିଳନ ପରେ
  • ଶେଷେ ସ୍ନାନ କଲି ଧୋବଣୀ ତୁଠେ
  • ଶଶିରେଖା
  • ପହିଲି ପ୍ରେମର ଶେଷେ ସଂଳାପ

ଆଲୋଚନା

  • ଐସୁଲକ୍ଷଣୀ
  • ଅନୂଢା ମାଆକୁ ଅଜନ୍ମା କନ୍ଯାର ଚିଠି
  • ସୁଲକ୍ଷଣା ପୁତ୍ର କନ୍ଯା ନିର୍ଦ୍ଧାରଣ କାରିକା

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ବନଜ୍ଯୋତ୍ସ୍ନା ସାହିତ୍ୟ ସଂସଦ, ଫୁଲବାଣୀ, ୧୯୯୮
  1. "ସାକ୍ଷାତକାର". ସମୟର ଚକ୍ର (ପତ୍ରିକା). Vol. ୧ମ. ବାଲେଶ୍ୱର. ୨୦୨୧. pp. ୨୧. {{cite book}}: |editor-first= missing |editor-last= (help)CS1 maint: location missing publisher (link)
  2. https://samajaepaper.in/imageview_9_710202414753849_4_75_07-10-2024_17_i_1_sf.html