ଘନଶ୍ୟାମ ସାହୁ (ଲେଖକ)
ଦେଖଣା
ଘନଶ୍ୟାମ ସାହୁ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଘୋଷର, ଅନୁଗୋଳ | ୬ ଅପ୍ରେଲ ୧୯୫୯
ଭାଷା | ଓଡ଼ିଆ |
ସାହିତ୍ୟ କୃତି | ଦାର୍ଢ୍ଯତା ଭକ୍ତି କଥାମୃତ |
ସମ୍ପର୍କୀୟ | ଗିରୀଶ ଚନ୍ଦ୍ର ସାହୁ (ପିତା), ପଦ୍ମାବତୀ ସାହୁ (ମାତା) |
ଘନଶ୍ୟାମ ସାହୁ (ଜନ୍ମ ତାରିଖ: ୬ ଏପ୍ରିଲ ୧୯୫୯) ଜଣେ ଭାରତୀୟ ଓଡ଼ିଆ ଓ କୋଶଳୀ-ଭାଷୀ କବି, ଲେଖକ ଓ ସାହିତ୍ୟ ସଂଗଠକ । ସେ ସଂସ୍କୃତରୁ ଭକ୍ତକବି ରାମଦାସ ବିରଚିତ ଦାର୍ଢ଼୍ୟତାଭକ୍ତି ରସାମୃତକୁ ଓଡ଼ିଆରେ ଗଦ୍ୟାନୁବାଦ କରିଥିଲେ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଘନଶ୍ୟାମ ସାହୁ ଅନୁଗୁଳ ଜିଲ୍ଲାର ଘୋଷରଠାରେ ୧୯୫୯ ଅପ୍ରେଲ ୬ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗିରୀଶ ଚନ୍ଦ୍ର ସାହୁ ଓ ମାତାଙ୍କ ନାମ ପଦ୍ମାବତୀ ସାହୁ । ସେ ସ୍ନାତକୋତ୍ତର, ବି-ଇଡି ଓ ଏଲ୍.ଏଲ୍. ବି. ଶିକ୍ଷାଗ୍ରହଣ କରିଥିଲେ ଏବଂ ବୃତ୍ତିରେ ଶିକ୍ଷକତା କରି ଅବସରପ୍ରାପ୍ତ । ଗୀତ ଗାଇବା, ଚିତ୍ର ଆଙ୍କିବା, ଗୀତିନାଟ୍ୟ ନିର୍ଦ୍ଦେଶନା ଦେବା, କବିତା, ଗଳ୍ପ, ଶିଶୁ କିଶୋର କବିତା ରଚନା ତଥା ପାରମ୍ପରିକ ଓ ଆଧୁନିକ ଭଜନ ସହିତ କୋଶଳୀ ଭାଷାରେ ଭଜନ ଲେଖିବାରେ ସେ ସିଦ୍ଧହସ୍ତ । ତାଙ୍କର କେତୋଟି ଭଜନ ଓ ଜଣାଣ ଅଡ଼ିଓ କ୍ୟାସେଟରେ ସ୍ଥାନୀତ ।
ରଚନାବଳୀ
[ସମ୍ପାଦନା]ଭଜନ/ଭକ୍ତି କବିତା ସଂକଳନ
[ସମ୍ପାଦନା]- ହରି ଭରସା (୨୦୧୮)
- ଭାବଧାରା (୨୦୧୯)
- ବର୍ଣ୍ଣ ବୈକୁଣ୍ଠ (୨୦୨୦)
- ଚେତନାର ଉତ୍ତରଣ ଶବ୍ଦବ୍ରହ୍ମ (୨୦୨୨)
- କଇଁଫୁଲ ସୁଧାଧାରା (୨୦୨୪)
- ଭକ୍ତି ନିବେଦନ (୨୦୨୪)
ଗଳ୍ପ ସଂକଳନ
[ସମ୍ପାଦନା]- ଦାର୍ଢ୍ଯତା ଭକ୍ତି କଥାମୃତ (୨୦୨୩, ପ୍ରଥମ ଭାଗ)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଟିକିତାରା ସାହିତ୍ୟ ସମ୍ମାନ , ପୁରୀ, ୨୦୧୭
- ଶିବମ୍ ସାହିତ୍ୟ ଓ ସଂସ୍କୃତି ବିଭାଗ,ସୋହଡା, ଧାମନଗର, ଭଦ୍ରକ ,୨୦୧୮
- ମହାପର୍ବତ ସାହିତ୍ୟ ସଂସଦ,ଢଁସର, ବାଙ୍କୀ,୨୦୧୮