Jump to content

ଆସୁଛନ୍ତି ବ୍ରଜବାସୀ

ଉଇକିପିଡ଼ିଆ‌ରୁ

ଆସୁଛନ୍ତି ବ୍ରଜବାସୀ ଶେଖ ଖାଁ ମହମ୍ମଦଙ୍କ (ଖାନୁ ମିଆଁ ନାମରେ ମଧ୍ୟ ଜଣା)ଦ୍ୱାରା ବୋଲା ଏକ ଓଡ଼ିଶୀ ସଙ୍ଗୀତ । ଏହ ୧୯୦୬ରେ ୱିଲିଅମ କନରାଡ଼ ଗାଇସବର୍ଗ କଲିକତାରେ ଗ୍ରାମୋଫୋନ ଆଣ୍ଡ ଟାଇପରାଇଟର ଲିମିଟେଡ଼ ନିମନ୍ତେ ଏକ ୭୮ ଆର.ପି.ଏମ. ଫୋନୋଗ୍ରାମ ରେକର୍ଡ଼ରେ କରିଥିଲେ । ଗୀତଟି ରାଗ ପୂରବୀ, ତାଳ ଝୁଲାରେ ଗୀତିକାର ରାମଚନ୍ଦ୍ର ଦେବଙ୍କଦ୍ୱାରା ରଚିତ ।[]

ଜଣାଶୁଣା ମାଧ୍ୟମରେ

[ସମ୍ପାଦନା]

କାଳୀଚରଣ ପଟ୍ଟନାୟକ ନିଜ ଆତ୍ମଜୀବନୀ କୁମ୍ଭାର ଚକରେ ବଡମ୍ବା ରାଜ୍ୟର ରାଜା ବିଶ୍ଵମ୍ଭର ମଙ୍ଗରାଜ ମହାପାତ୍ର ଗ୍ରାମୋଫୋନରେ ଆସୁଛନ୍ତି ବ୍ରଜବାସୀ ବଜାଇବା ଓ ପରେ ତାଙ୍କ କଣ୍ଠରେ ଗୀତଟି ଶୁଣିବା ପରେ ତାଙ୍କୁ ଗୀତ ଶିଖିବା ପାଇଁ ଉତ୍ସାହିତ କରିବା ଉଲ୍ଲେଖ କରିଛନ୍ତି ।[]

  1. Seikh Khan Mohamed; Ramachandra Deba; William Conrad Gaisberg (1906-03-01), Asuchanti Brajabasi (1906), retrieved 2024-10-09
  2. କାଳୀଚରଣ ପଟ୍ଟନାୟକ (ଜୁନ ୧୯୭୫). କୁମ୍ଭାର ଚକ (୩ୟ ed.). କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର. pp. ୩–୪.

ବାହାର ଲିଙ୍କ

[ସମ୍ପାଦନା]