ବଡମ୍ବା ରାଜ୍ୟ
ଦେଖଣା
ବଡମ୍ବା ରାଜ୍ୟ, ଭାରତୀୟ ରାଜ୍ୟ ଓଡ଼ିଶାରେ ରହିଥିବା ଏକ ବ୍ରିଟିଶ ସମୟର ରାଜକୀୟ ରାଜ୍ୟ ।[୧][୨] ଏହା ୧୩୦୫ ମସିହାରେ ସ୍ଥାପିତ ହେଇଥିଲା ଓ ଏହାର ରାଜଧାନୀ ବଡମ୍ବା ସହର ଥିଲା । ଭାରତ ସ୍ୱାଧୀନ ହେଲାପରେ ଏହାର ଶେଷ ଶାସକ ଏହାକୁ ୧ ଜାନୁଆରୀ ୧୯୪୮ରେ ଭାରତୀୟ ରାଜ୍ୟ ସଂଘ ସହ ବିଲୀନ କରେଇଥିଲେ । ଏହା ବର୍ତ୍ତମାନ କଟକ ଜିଲ୍ଲାର ଏକ ଅଂଶ ଭାବରେ ରହିଛି ।
ଇତିହାସ
[ସମ୍ପାଦନା]୧୩୦୫ ମସିହାରେ ଓଡ଼ିଶାର ତତ୍କାଳୀନ ରାଜା କିଶୋର ନରସିଂହ ବଡମ୍ବା ରାଜ୍ୟ ସଂସ୍ଥାପକ ହଟକିଶୋର ରାୱତଙ୍କୁ ତାଙ୍କର ବୀରତ୍ୱପୂର୍ଣ୍ଣ କାର୍ଯ୍ୟର ପୁରସ୍କାର ସ୍ୱରୂପ ତାଙ୍କୁ ଶଙ୍ଖ ଓ ମହୁରୀ ନାମକ ଦୁଇଟି ଗ୍ରାମ ପ୍ରଦାନ କରିଥିଲେ । ଏହି ଦୁଇ ଗ୍ରାମର ମିଶ୍ରଣ ଘଟି ତାହା ବର୍ତ୍ତମାନର ଶଙ୍ଖମାରୀ [୩]ସହର ଭାବରେ ରହିଛି ।
ଆଧାର
[ସମ୍ପାଦନା]- ↑ S. N. Tripathy (1991). Exploitation of Child Labour in Tribal India. Daya Publishing House. pp. 29–. ISBN 978-81-7035-093-4.
- ↑ http://www.orissa.gov.in/e-magazine/orissareview/august-2007/engpdf/Page94-100.pdf
- ↑ Baramba Princely State