Jump to content

ସାରେ ଜହାଁ ସେ ଅଚ୍ଛା

ଉଇକିପିଡ଼ିଆ‌ରୁ
ସାରେ ଜହାଁ ସେ ଅଚ୍ଛା

ଭାରତୀୟ anthem of
 ଭାରତ

Lyricsମହମ୍ମଦ ଇକବାଲ
Music sample
noicon

ସାରେ ଜହାଁ ସେ ଅଚ୍ଛା କିମ୍ବା ତରାନା-ଇ-ହିନ୍ଦୀ; (ଉର୍ଦ୍ଦୁ ଭାଷା: سارے جہاں سے اچھا; Sāre Jahāṉ se Acchā)ରେ ଲେଖାଯାଇଥିବା ଏକ ଦେଶପ୍ରେମୀ ଗଜଲ ଯାହା ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମୟରେ ବ୍ରିଟିଶ ଶାସନ ବିରୋଧର ପ୍ରତୀକ ପାଲଟିଛି ଏବଂ ଯାହା ଏବେବି ଭାରତରେ ଦେଶଭକ୍ତି ଗୀତ ଭାବରେ ବୋଲା ଯାଏ । ମହମ୍ମଦ ଇକବାଲଙ୍କ ପ୍ରସିଦ୍ଧ ରଚନା ‘‘ସାରେ ଜହାଁ ସେ ଅଚ୍ଛା’’ ଗୀତକୁ ଅନୌପଚାରିକ ଭାବେ ଭାରତର ଜାତୀୟ ସଂଗୀତର ମାନ୍ୟତା ମିଳିଛି । ଏହି କବିତାଟି ୧୬ ଅଗଷ୍ଟ ୧୯୦୪ ମସିହାରେ ସାପ୍ତାହିକ ପତ୍ରିକାରେ ପ୍ରକାଶିତ ହୋଇଥିଲା[] ଏବଂ ସର୍ବପ୍ରଥମେ ମହମ୍ମଦ ଇକବାଲ ସରକାରୀ କଲେଜ ଲାହୋରରେ ପଢ଼ି ଶୁଣାଇଥିଲେ । ଏହା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଜନ ଜାଗରଣ ସୃଷ୍ଟି କରିବାରେ ଅଦ୍ୱିତୀୟ ଭୂମିକା ଗ୍ରହଣ କରିଥିଲା । ବର୍ତ୍ତମାନର ବଙ୍ଗଳାଦେଶ, ଭାରତ ଏବଂ ପାକିସ୍ତାନ ପାଇଁ ଲିଖିତ ଏହି ଗଜଲ ପରେ ୧୯୨୪ ମସିହାରେ ଉର୍ଦ୍ଦୁ ପୁସ୍ତକ ବାଙ୍ଗ-ଇ-ଦାରେ ପ୍ରକାଶିତ ହୋଇଥିଲା ।[]

ସାରେ ଜହାଁ ସେ ଅଚ୍ଛା ବହୁତ ଲୋକପ୍ରିୟ ହୋଇଥିଲେ ମଧ୍ୟ କେବଳ ଭାରତରେ ଏକ ସଂକ୍ଷିପ୍ତ ସଂସ୍କରଣ ଭାବରେ ପ୍ରାୟତଃ ବୋଲାଯାଏ ।

କବିତାର ପାଠ

[ସମ୍ପାଦନା]
ମୂଳଉର୍ଦ୍ଦୁ ରଚନା ଓଡ଼ିଆ ଲିପିରେ ଉର୍ଦ୍ଦୁ ଭାବାର୍ଥ

سارے جہاں سے اچھا ہندوستاں ہمارا
ہم بلبليں ہيں اس کي، يہ گلستاں ہمارا

غربت ميں ہوں اگر ہم، رہتا ہے دل وطن ميں
سمجھو وہيں ہميں بھي، دل ہو جہاں ہمارا

پربت وہ سب سے اونچا، ہمسايہ آسماں کا
وہ سنتري ہمارا، وہ پاسباں ہمارا

گودي ميں کھيلتي ہيں اس کي ہزاروں ندياں
گلشن ہے جن کے دم سے رشک جناں ہمارا

اے آب رود گنگا، وہ دن ہيں ياد تجھ کو؟
اترا ترے کنارے جب کارواں ہمارا

مذہب نہيں سکھاتا آپس ميں بير رکھنا
ہندي ہيں ہم وطن ہے ہندوستاں ہمارا

يونان و مصر و روما سب مٹ گئے جہاں سے
اب تک مگر ہے باقي نام و نشاں ہمارا

کچھ بات ہے کہ ہستي مٹتي نہيں ہماري
صديوں رہا ہے دشمن دور زماں ہمارا

اقبال! کوئي محرم اپنا نہيں جہاں ميں
معلوم کيا کسي کو درد نہاں ہمارا

ସାରେ ଜହାଁ ସେ ଅଚ୍ଛା ହିନ୍ଦୋସ୍ତାଁ ହମାରା।

ହମ ବୁଲବୁଲେଁ ହୈଁ ଇସକୀ ଯହ ଗୁଲିସତାଁ ହମାରା ॥

ଗୁରବତ ମେଁ ହୋଁ ଅଗର ହମ ରହତା ହୈ ଦିଲ ୱତନ ମେଁ ।
ସମଝୋ ୱହୀଁ ହମେଁ ଭୀ ଦିଲ ହୋ ଜହାଁ ହମାରା ॥ ସାରେ ....

ପରବତ ୱୋ ସବସେ ଊଁଚା ହମସାୟା ଆସମାଁ କା ।
ୱୋ ସଂତରୀ ହମାରା ୱୋ ପାସବାଁ ହମାରା ॥ ସାରେ ....

ଗୋଦୀ ମେଁ ଖେଲତୀ ହୈଁ ଉସକୀ ହଜାରୋଁ ନଦିୟାଁ ।
ଗୁଲଶନ ହୈ ଜିନକେ ଦମ ସେ ରଶ୍କ-ଏ-ଜିନାଁ ହମାରା ॥ ସାରେ ....

ଐ ଆବ-ଏ-ରୂଦ-ଏ-ଗଂଗା ୱୋ ଦିନ ହୈ ଯାଦ ତୁଝକୋ ।
ଉତରା ତେରେ କିନାରେ ଜବ କାରୱାଁ ହମାରା ॥ ସାରେ ....

ମଜହବ ନହୀଁ ସିଖାତା ଆପସ ମେଁ ବୈର ରଖନା ।
ହିନ୍ଦୀ ହୈଁ ହମ ୱତନ ହୈଁ ହିନ୍ଦୋସ୍ତାଁ ହମାରା ॥ ସାରେ ....

ଯୂନାନ ଔର ମିସ୍ର ଔର ରୂମା ସବ ମିଟ ଗଏ ଜହାଁ ସେ ।
ଅବ ତକ ମଗର ହୈ ବାକୀ ନାମ ଔର ନିଶାଁ ହମାରା ॥ ସାରେ ....

କୁଛ ବାତ ହୈ କି ହସ୍ତୀ ମିଟତୀ ନହୀଁ ହମାରୀ ।
ସଦିୟୋଁ ରହା ହୈ ଦୁଶ୍ମନ ଦୌର-ଏ-ଜମାଁ ହମାରା ॥ ସାରେ ....

ଇକବାଲ କୋଈ ମହରମ ଅପନା ନହୀଁ ଜହାଁ ମେଁ ।
ମାଲୂମ କ୍ୟା କିସୀ କୋ ଦର୍ଦ-ଏ-ନିହାଁ ହମାରା ॥ ସାରେ...

ଏଇ ହିନ୍ଦୁସ୍ଥାନ ଆମ ଜନ୍ମଭୂମି, ସଂସାର ଭିତରେ ସାର ।

ଏ ଆମ ଆକାଶ ଆଉ ଆମେ ସବୁ, ବୁଲବୁଲ ପରା ତା’ର॥

ବିଦେଶରେ ଥିଲେ ଶରୀର ଆମର ଏଠି ଥାଏ ଆମ ପ୍ରାଣ।
ଆମରି ହୃଦୟ ଯେଉଁଠି ରହେ ଗୋ, ଆମେ ସେଠି ଥାଉ ଜାଣ॥

ଏଦେଶ ପର୍ବତ ଆକାଶର ମିତ ନୀଳ ଆକାଶର ଛାଇ।
ହିମାଳୟ ଆମ ରକ୍ଷକ, ଆମକୁ ସୁରକ୍ଷାର ଚିନ୍ତା ନାହିଁ॥

ଏ ଦେଶର କୋଳ ଅନେକ ନଦୀର ଅଟେ ପରା କ୍ରୀଡ଼ାସ୍ଥଳୀ।
ୟାକୁ ଦେଖି ସ୍ୱର୍ଗ ମୁଣ୍ଡ ନଇଁ ଯାଏ, ଇର୍ଷାରେ ଯାଏ ଜଳି॥

ଗଙ୍ଗା ଗୋ ତୁମକୁ ମନେ ଥିବ ସେଇ ଦିନ।
ତୁମରି ତଟରେ, ଯେଉଁଦିନ ଯାତ୍ରୀ ହୋଇଥିଲେ ଅବତୀର୍ଣ॥

ଭାଇ ଓ ଭାଇରେ ଦ୍ୱେଷ ରଖିବାଟା ଶିଖାଏନା କେବ ଧର୍ମ।
ଆମେ ସବୁ ଅଟୁ ହିନ୍ଦୀ ଓ ଆମ ଦେଶ ଅଟେ ହିନ୍ଦୁସ୍ଥାନ।

ଇଉନାନ, ରୋମ, ମିଶର ସବୁ ଗୋ ଯାଇଛନ୍ତି ମିଶି ମାଟିରେ।
ଏବେ ବି ଆମର ଶିର ଉନ୍ନତ, ଉନ୍ନତ ଆମେ ବିଶ୍ୱରେ॥

ଆମ ଅସ୍ତିତ୍ୱ ଚିର ଶାଶ୍ୱତ କେବେ ପାରେନାହିଁ ମରି।
ଆମେ ଅଛମର ମହାବଳୀ କାଳ, ହେଉ ପଛେ ଆମ ବୈରୀ॥

ଏ ‘ଇକବାଲ’ ଅନ୍ତରେ କେତେ ଯନ୍ତ୍ରଣା ରଖିଛୁ ସାଇତି ।
କାହାକୁ କି ଜଣା, ଏଇ ସଂସାରେ କିଏ ଅଂତରଂଗ ଏମିତି?

ଦେବନାଗରୀ ସ୍କ୍ରିପ୍ଟରେ ପାଠ

[ସମ୍ପାଦନା]

ଭାରତରେ କବିତାର ପାଠ ପ୍ରାୟତଃ ହିନ୍ଦୀର ଦେବନାଗରୀ ସ୍କ୍ରିପ୍ଟରେ ଅନୁବାଦ କରାଯାଇଥାଏ ।

ଦେବନାଗରୀ

सारे जहाँ से अच्छा हिन्दोसिताँ हमारा
हम बुलबुलें हैं इसकी यह गुलसिताँ हमारा

ग़ुर्बत में हों अगर हम, रहता है दिल वतन में
समझो वहीं हमें भी दिल हो जहाँ हमारा

परबत वह सबसे ऊँचा, हम्साया आसमाँ का
वह संतरी हमारा, वह पासबाँ हमारा

गोदी में खेलती हैं इसकी हज़ारों नदियाँ
गुल्शन है जिनके दम से रश्क-ए-जनाँ हमारा

ऐ आब-ए-रूद-ए-गंगा! वह दिन हैं याद तुझको?
उतरा तिरे किनारे जब कारवाँ हमारा

मज़्हब नहीं सिखाता आपस में बैर रखना
हिंदी हैं हम, वतन है हिन्दोसिताँ हमारा

यूनान-ओ-मिस्र-ओ-रूमा सब मिट गए जहाँ से
अब तक मगर है बाक़ी नाम-ओ-निशाँ हमारा

कुछ बात है कि हस्ती मिटती नहीं हमारी
सदियों रहा है दुश्मन दौर-ए-ज़माँ हमारा

इक़्बाल! कोई महरम अपना नहीं जहाँ में
मालूम क्या किसी को दर्द-ए-निहाँ हमारा !

ଇକବାଲ ସେତେବେଳେ ଲାହୋରର ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପକ ଥିଲେ ଏବଂ ଏକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ପାଇଁ ଲାଲା ହର ଦୟାଲ ନାମକ ଜଣେ ଛାତ୍ର ତାଙ୍କୁ ନିମନ୍ତ୍ରଣ କରିଥିଲେ । ଇକବାଲ ଏକ ଭାଷଣ ଦେବା ପରିବର୍ତ୍ତେ "ସାରେ ଜହାଁ ସେ ଅଚ୍ଛା" ଗୀତ ଗାଇଥିଲେ । ଏହି ଗୀତଟି ହିନ୍ଦୁସ୍ତାନର ଭୂମିରେ ଆକାଂକ୍ଷା ଏବଂ ସଂଲଗ୍ନ କରିବା ସହିତ "ସାଂସ୍କୃତିକ ସ୍ମୃତି" ପ୍ରକାଶ କରିଥିଲା । ୧୯୦୫ ମସିହାରେ, ୨୭ ବର୍ଷୀୟ ଇକବାଲ ଉପମହାଦେଶର ଭବିଷ୍ୟତ ସମାଜକୁ ଉଭୟ ବହୁଳବାଦୀ ତଥା ମିଶ୍ରିତ ହିନ୍ଦୁ-ମୁସଲମାନ ସଂସ୍କୃତି ଭାବରେ ଦେଖୁଥିଲେ ପରେ ଇକବାଲ ତିନି ବର୍ଷ ପାଇଁ ୟୁରୋପ ଯାଇ ଇସଲାମର ଏକ ଧାର୍ମିକ ମାର୍ଗଦର୍ଶକ ଭାବରେ କାର୍ଯ୍ୟ ଜାରି ରଖିଥିଲେ।

ଭାରତରେ ଲୋକପ୍ରିୟତା

[ସମ୍ପାଦନା]
  • ପ୍ରାୟ ଏକ ଶତାବ୍ଦୀ ଧରି ସାରେ ଜହାଁ ସେ ଅଚ୍ଛା ଭାରତରେ ଲୋକପ୍ରିୟ ହୋଇଆସିଛି । କୁହାଯାଏ ଯେ ୧୯୩୦ ଦଶକରେ ମହାତ୍ମା ଗାନ୍ଧୀ ପୁଣେର ୟେରବଦା ଜେଲର କାରାଗାରରେ ଥିବାବେଳେ, ସେ ଏହାକୁ ଶହେରୁ ଅଧିକ ଥର ଗାଇଥିଲେ ।[]
  • ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଏହି କବିତାର ଉଦ୍ଧୃତ କରିଛନ୍ତି ।
  • ଏହି ଗୀତଟି ଭାରତର ବିଦ୍ୟାଳୟରେ ଦେଶପ୍ରେମୀ ଗୀତ ଭାବରେ ଲୋକପ୍ରିୟ ଅଟେ, ଯାହାକୁ ସକାଳ ସଭା ସମୟରେ ଗାନ କରାଯାଏ ଏବଂ ସର୍ବସାଧାରଣ କାର୍ଯ୍ୟକ୍ରମ ତଥା ପ୍ୟାରେଡ଼ ସମୟରେ ବୋଲାଯାଏ ।
  • ୧୯୮୪ ମସିହାରେ, ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କୁ ପଚାରିଥିଲେ ଯେ ମହାକାଶରୁ ଭାରତ କିପରି ଦେଖାଯାଉଛି, ରାକେଶ ଶର୍ମା ଏହି ଗୀତର ପ୍ରଥମ ଧାଡି ପଢ଼ି ଉତ୍ତର ଦେଇଥିଲେ ।
  1. Pritchett, Frances. 2000. "Tarana-e-Hindi and Taranah-e-Milli: A Study in Contrasts." Columbia University Department of South Asian Studies.
  2. "Saare Jahan Se Accha: Facts about the song and its creator". India Today. 21 April 2016. Archived from the original on 23 January 2017. Retrieved 17 October 2016.
  3. Times of India: Saare Jahan Se..., it's 100 now