ଫ୍ଲୁକ୍ଲୋକ୍ସାସିଲିନ
Clinical data | |
---|---|
Trade names | Floxapen, others[୧] |
AHFS/Drugs.com | International Drug Names |
Pregnancy category |
|
Routes of administration | By mouth, IM, IV, intrapleural, intraarticular |
Legal status | |
Legal status | |
Pharmacokinetic data | |
Bioavailability | 50–70% |
Metabolism | Liver |
Elimination half-life | 0.75–1 hour[୨] |
Excretion | Kidney[୨] |
Identifiers | |
| |
ECHA InfoCard | 100.023.683 |
Chemical and physical data | |
Formula | C19H17ClFN3O5S |
Molar mass | ୪୫୩.୮୭ g·mol−1 |
3D model (JSmol) | |
| |
| |
(verify) |
ଫ୍ଲୁକ୍ଲୋକ୍ସାସିଲିନ, ଫ୍ଲୋକ୍ସାସିଲିନ୍ ଭାବରେ ମଧ୍ୟ ଜଣାଶୁଣା, ଏକ ଆଣ୍ଟିବାୟୋଟିକ୍ ଯାହା ଚର୍ମ ସଂକ୍ରମଣ, ବାହ୍ୟ କାନ ସଂକ୍ରମଣ, ଗୋଡ ଘାଆ, ମଧୁମେହ ପାଦ ସଂକ୍ରମଣ ଏବଂ ହାଡର ସଂକ୍ରମଣ ପାଇଁ ବ୍ୟବହୃତ ହୁଏ ।[୩] ନିମୋନିଆ ଏବଂ ଏଣ୍ଡୋକାର୍ଡାଇଟିସର ଚିକିତ୍ସା ପାଇଁ ଏହା ଅନ୍ୟ ଔଷଧ ସହିତ ମିଳିତ ଭାବରେ ବ୍ୟବହୃତ ହୋଇପାରେ । [୩] ଷ୍ଟାଫିଲୋକୋକସ୍ ସଂକ୍ରମଣକୁ ରୋକିବା ପାଇଁ ଏହା ଅସ୍ତ୍ରୋପଚାର ପୂର୍ବରୁ ମଧ୍ୟ ବ୍ୟବହୃତ ହୋଇପାରେ ।[୩] ମେଥିସିଲିନ-ପ୍ରତିରୋଧୀ <i id="mwHQ">ଷ୍ଟାଫିଲୋକୋକସ୍ ଅରିଅସ୍</i> (MRSA) ବିରୁଦ୍ଧରେ ଏହା ପ୍ରଭାବଶାଳୀ ନୁହେଁ। [୪] ଏହା ପାଟିରେ ଦିଆଯାଏ କିମ୍ବା ଶିରା କିମ୍ବା ମାଂସପେଶୀରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଏକ ପେଟ ଗୋଳମାଳ ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀ କିମ୍ବା ଗଣ୍ଠି ଯନ୍ତ୍ରଣା, ଅଣନିଶ୍ୱାସ ଏବଂ ଯକୃତ ସମସ୍ୟା ହୋଇପାରେ। [୩] [୫] ଗର୍ଭାବସ୍ଥା ଏବଂ ସ୍ତନ୍ୟପାନ ସମୟରେ ଏହା ନିରାପଦ ମନେହୁଏ। [୩] ପେନିସିଲିନ ଆଲର୍ଜି ଥିଲେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ | [୩] ଏହା ପେନିସିଲିନ୍ ଶ୍ରେଣୀର ଏକ ସଂକୀର୍ଣ୍ଣ-ସ୍ପେକ୍ଟ୍ରମ୍ ବିଟା-ଲାକ୍ଟାମ ଆଣ୍ଟିବାୟୋଟିକ୍ ।[୫] ପେନିସିଲିନେଜ୍ ସୃଷ୍ଟି କରୁଥିବା ଜୀବାଣୁ ବିରୁଦ୍ଧରେ ସକ୍ରିୟ ହେଉଥିବାରୁ ଏହା କ୍ଲୋକ୍ସାସିଲିନ୍ ଏବଂ ଡାଇକ୍ଲୋକ୍ସାସିଲିନ୍ ସହିତ ସମାନ ପ୍ରଭାବଶାଳୀ ହୁଏ ।[୬]
୧୯୬୧ ମସିହାରେ ଫ୍ଲୁକ୍ଲୋକ୍ସାସିଲିନ୍ ପ୍ୟାଟେଣ୍ଟ୍ ହୋଇଥିଲା ।[୭] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୩] ଯୁକ୍ତରାଜ୍ୟରେ ୨୫୦ମିଗ୍ରା ୧୦୦ କ୍ୟାପସୁଲର ମୂଲ୍ୟ ୨୦ ପାଉଣ୍ଡରୁ କମ୍ ଅଟେ ।[୩] ୨୦୧୧ ମସିହା ସୁଦ୍ଧା ଏହା ଆମେରିକା କିମ୍ବା କାନାଡାରେ ବ୍ୟବହୃତ ହୁଏ ନାହିଁ ।[୫]
ଆଧାର[ସମ୍ପାଦନା]
- ↑ "Flucloxacillin". Drugs.com (in ଇଂରାଜୀ). Archived from the original on 6 June 2016. Retrieved 11 December 2020.
- ↑ ୨.୦ ୨.୧ Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. pp. 188–189. ISBN 978-0-7020-7442-4. Archived from the original on 2021-05-22. Retrieved 2021-11-09.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 582-587. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Methicillin-resistant Staphylococcus aureus (MRSA)" (PDF). NHS. 2005. p. 3. Archived from the original (PDF) on 12 December 2020. Retrieved 11 December 2020.
- ↑ ୫.୦ ୫.୧ ୫.୨ Wu, Alan H. B.; Yeo, Kiang-Teck J. (2011). Pharmacogenomic Testing in Current Clinical Practice: Implementation in the Clinical Laboratory (in ଇଂରାଜୀ). Springer Science & Business Media. ISBN 978-1-60761-283-4. Archived from the original on 2021-05-16. Retrieved 2020-12-14.
- ↑ Weller, Richard B.; Hunter, Hamish J. A.; Mann, Margaret W. (2014). Clinical Dermatology (in ଇଂରାଜୀ). John Wiley & Sons. p. 411. ISBN 978-1-118-85097-8. Archived from the original on 2021-05-25. Retrieved 2020-12-18.
- ↑ Alapi, Erika M.; Fischer, Jánus (2006). "Part III. Table of Selected Analogue Classes". In Fischer, János; Ganellin, C. Robin (eds.). Analogue-based Drug Discovery (in ଇଂରାଜୀ). Wiley-VCH. p. 491. ISBN 978-3-527-31257-3. Archived from the original on 2021-05-20. Retrieved 2020-09-19.