ମଧୁମେହ ପାଦ ସଂକ୍ରମଣ
ଲକ୍ଷଣ | Pus from a wound, redness, swelling, pain, warmth[୧] |
---|---|
କାରଣ | Diabetic foot ulcer[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms[୧] |
ସଠିକ ରୋଗ ନିର୍ଣ୍ଣୟ | Phlegmasia cerulea dolens, ischemic limb[୨] |
ପ୍ରତିକାର | Appropriate shoes[୨] |
ଚିକିତ୍ସା | Wound care, antibiotics, hyperbaric oxygen therapy[୨] |
ପୁନଃପୌନିକ | Common[୨] |
ମଧୁମେହ ପାଦ ସଂକ୍ରମଣ ରୋଗରେ ମଧୁମେହ ସମ୍ବନ୍ଧୀୟ ପାଦରେ ହେଉଥିବା ଯେକୌଣସି ସଂକ୍ରମଣକୁ ବୁଝାଏ । [୨] କ୍ଷତ ପୂଜ, ଲାଲ ପାଦ, ଫୁଲା, ଯନ୍ତ୍ରଣା, କିମ୍ବା ଉଷ୍ମତା ଏହି ରୋଗର ଲକ୍ଷଣ ହୋଇପାଅରେ । [୧] ତଥାପି କୌଣସି ସଂକ୍ରମଣ ନ ଥାଇ ପାଦ ଘାଆ ହୋଇପାରେ | [୧] ରୋଗ ଜଟିଳ ହେଲେ ହାଡ଼ର ସଂକ୍ରମଣ, ତନ୍ତୁ ମୃତ୍ୟୁ, ଆମ୍ପୁଟେସନ୍ କିମ୍ବା ସେପସିସ୍ ହୋଇପାରେ | [୨]
ଏକ ମଧୁମେହ ରୋଗ ପରେ ପ୍ରାୟ ପାଦ ଘାଆ ହୁଏ | [୨] [୧] ସାଧାରଣତଃ ସଂକ୍ରମଣ ଜଡ଼ିତ ଜୀବାଣୁ ମଧ୍ୟରେ ଷ୍ଟାଫିଲୋକୋକସ୍, ଷ୍ଟ୍ରେପଟୋକୋକାଇ, ସୁଡୋମାନାସ୍ ଏବଂ ଗ୍ରାମ୍-ନେଗେଟିଭ ବ୍ୟାକ୍ଟେରିଆ ଅନ୍ତର୍ଭୁକ୍ତ । [୨] ଏହାର ଅନ୍ତର୍ନିହିତ ପ୍ରଣାଳୀରେ ସ୍ୱଳ୍ପ ରକ୍ତ ପ୍ରବାହ ଏବଂ ପେରିଫେରାଲ୍ ନ୍ୟୁରୋପାଥିର ଭୂମିକା ଥାଏ | [୨] ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ ଏବଂ ବୋଧହୁଏ ଗଭୀର ଟିସୁ କଲ୍ଚରଦ୍ୱାରା ସମର୍ଥିତ ହୁଏ | [୨] [୧]
ପ୍ରତିଷେଧ ନିମନ୍ତେ ଉପଯୁକ୍ତ ଜୋତା ପିନ୍ଧିବା ଉଚିତ | [୨] ଚିକିତ୍ସାରେ ଉପଯୁକ୍ତ କ୍ଷତ ଯତ୍ନ ଏବଂ ଆଣ୍ଟିବାୟୋଟିକ ଆବଶ୍ୟକ ହୁଏ । [୨] ଆଣ୍ଟିବାୟୋଟିକ୍ସର ଅବଧି ପ୍ରାୟ ଦୁଇରୁ ଚାରି ସପ୍ତାହ ହୋଇଥାଏ | [୨] ହାଇପରବାରିକ୍ ଅମ୍ଳଜାନ ଚିକିତ୍ସା ମଧ୍ୟ ସାହାଯ୍ୟ କରିପାରେ | [୨] ଏହା ଏକ ସାଧାରଣ ରୋଗ ଏବଂ ପୁରୁଷ ଏବଂ ମହିଳାମାନଙ୍କ କ୍ଷେତ୍ରରେ ସମାନ ଭାବରେ ବାରମ୍ବାର ଘଟେ | [୨] ବୟସ୍କ ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି | [୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ Lipsky, Benjamin A.; Berendt, Anthony R.; Deery, H. Gunner; Embil, John M.; Joseph, Warren S.; Karchmer, Adolf W.; LeFrock, Jack L.; Lew, Daniel P.; Mader, Jon T.; Norden, Carl; Tan, James S. (1 October 2004). "Diagnosis and Treatment of Diabetic Foot Infections". Clinical Infectious Diseases. 39 (7): 885–910. doi:10.1086/424846.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ Murphy-Lavoie, HM; Ramsey, A; Nguyen, M; Singh, S (January 2020). "Diabetic Foot Infections". PMID 28722943.
{{cite journal}}
: Cite journal requires|journal=
(help)