ରାଇନାଟିସ

ଉଇକିପିଡ଼ିଆ‌ରୁ
Rhinitis
Coryza[୧]
Allergic rhinitis, a type of rhinitis
ଉଚ୍ଚାରଣ
ବିଭାଗInfectious disease, allergist
ଲକ୍ଷଣStuffy nose, runny nose,[୪] sneezing[୫]
ଅବଧିAcute, chronic[୪]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୫]
ଚିକିତ୍ସାAvoiding triggers, antihistamines, nasal steroids, immunotherapy[୬]
ପୁନଃପୌନିକVery common[୬]

ରାଇନାଟିସ, ଅନ୍ୟ ନାମ କୋରିଜା ଯେଉଁଥିରେ ନାକ ଭିତରେ ଥିବା ମ୍ୟୁକସ ଝିଲ୍ଲିରେ ପ୍ରଦାହ ହୋଇ ଫୁଲି ଯାଏ ଓ ନାକରୁ ତରଳ ପଦାର୍ଥ ବୋହିଯାଏ ।[୪] ଅନ୍ୟ ଲକ୍ଷଣଗୁଡ଼ିକ ମଧ୍ୟରେ ନାକର ଗଲୁ, ଜଳୀୟ ଆଖି କିମ୍ବା ଛିଙ୍କ ହୋଇପାରେ। [୫] [୭] [୮] ଏହା ଜୀବନଚର୍ଯ୍ୟା ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ।[୬]

ଏହାର ସାଧାରଣ କାରଣ ହେଉଛି ଆଲର୍ଜି ଏବଂ ସାଧାରଣ ଥଣ୍ଡା ବା ସର୍ଦ୍ଦି[୫] ଅନ୍ୟାନ୍ୟ କାରଣରେ ଉତ୍ତେଜକ ଧୂଆଁ କିମ୍ବା ପାଣିପାଗ ପରିବର୍ତ୍ତନ ଯୋଗୁ ହୋଇପାରେ ।[୬] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଉପରେ ଆଧାରିତ ହୁଏ ।[୫] ଏହାକୁ ଚାରୋଟି ମୁଖ୍ୟ ଗୋଷ୍ଠୀରେ ବିଭକ୍ତ କରାଯାଇଛି, ସଂକ୍ରାମକ, ଆଲର୍ଜି, ଅଣ-ଆଲର୍ଜି ଏବଂ ଆନାଟୋମିକାଲ୍ ।[୯] ଅଣ-ଆଲର୍ଜି କାରଣରେ ଭାସୋମୋଟର ଓ ଉତ୍ତେଜକ; ଔଷଧ କାରଣରେ ରାଇନାଇଟିସ ମେଡିକାମେଣ୍ଟୋସା; ହରମୋନ୍ କାରଣରେ ଆଟ୍ରୋଫିକ୍ ଓ ସିଏସଏଫ ଲିକ୍ ଏବଂ ଇଓସିନୋଫିଲିଆ ସିଣ୍ଡ୍ରୋମ (NARES) ସହିତ ଅଣ-ଆଲର୍ଜି ରାଇନାଇଟିସ୍ କାରଣ ଯୋଗୁ ଓଇପାରେ ।[୮] [୯]

ଆଲର୍ଜି ରୋଗର ଚିକିତ୍ସାରେ ଟ୍ରିଗର ଏଡ଼େଇବା, ଆଣ୍ଟିହିଷ୍ଟାମିନ, ନାସାଲ ଷ୍ଟିରଏଡ ଏବଂ ଇମ୍ୟୁନୋଥେରାପି ଦିଆଯାଏ ।[୬] [୫] ଅଣ-ଆଲର୍ଜି କ୍ଷେତ୍ରରେ ନାସାଲ ଷ୍ଟିରଏଡ ମଧ୍ୟ ବ୍ୟବହୃତ ହୋଇପାରେ ।[୬] ନାସାଲ୍ ଡିକୋଙ୍ଗେଷ୍ଟାଣ୍ଟ ୩ କିମ୍ବା ୪ ଦିନରୁ ଅଧିକ ସମୟ ବ୍ୟବହୃତ ହେବା ଉଚିତ୍ ନୁହେଁ । [୫]

ରାଇନାଇଟିସ୍ ଅତି ସାଧାରଣ ରୋଗଅଟେ ।[୬] ଯୁକ୍ତରାଷ୍ଟ୍ରରେ ଆଲର୍ଜି ରାଇନାଇଟିସ୍ ୫୮ ନିୟୁତ ଲୋକଙ୍କୁ ପ୍ରଭାବିତ କରୁଥିବା ବେଳେ ଅଣ-ଆଲର୍ଜି ରାଇନାଇଟିସ୍ ୩୦ ନିୟୁତ ଲୋକଙ୍କୁ ପ୍ରଭାବିତ କରିଥିବା ଆକଳନ କରାଯାଇଛି। [୯] ଭାସୋମୋଟର୍ ରାଇନାଇଟିସ୍ ହେଉଛି ସବୁଠାରୁ ସାଧାରଣ ଅଣ-ଆଲର୍ଜି ପ୍ରକାର | [୯] ପ୍ରାୟ ଏକ ତୃତୀୟାଂଶ କ୍ଷେତ୍ରରେ ଅଣ ଆଲର୍ଜି ଏବଂ ଆଲର୍ଜି ରାଇନାଇଟିସ୍ ମିଶ୍ରଣ ଯୋଗୁ ହୋଇପାରେ । [୯]

ଆଧାର[ସମ୍ପାଦନା]

  1. "Rhinitis". fpnotebook.com. Archived from the original on 14 March 2022. Retrieved 30 April 2022.
  2. "rhinitis | Definition, meaning & more | Collins Dictionary". www.collinsdictionary.com. Archived from the original on 30 April 2021. Retrieved 4 January 2017.
  3. "coryza | Definition, meaning & more | Collins Dictionary". www.collinsdictionary.com. Archived from the original on 27 April 2021. Retrieved 4 January 2017.
  4. ୪.୦ ୪.୧ ୪.୨ Murr, Andrew H. (2020). "398. Approach to the patient with nose, sinus and ear disorders". In Goldman, Lee; Schafer, Andrew I. (eds.). Goldman-Cecil Medicine (in ଇଂରାଜୀ). Vol. 2 (26th ed.). Philadelphia: Elsevier. pp. 2548–2556. ISBN 978-0-323-53266-2. Archived from the original on 2022-05-27. Retrieved 2022-05-27.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ "Rhinitis - Ear, Nose, and Throat Disorders". Merck Manuals Consumer Version (in କାନାଡିୟ ଇଂରାଜୀ). Archived from the original on 8 February 2022. Retrieved 30 April 2022.
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ ୬.୬ Tran, NP; Vickery, J; Blaiss, MS (July 2011). "Management of rhinitis: allergic and non-allergic". Allergy, asthma & immunology research. 3 (3): 148–56. doi:10.4168/aair.2011.3.3.148. PMID 21738880.
  7. White, Veronica; Ruperelia, Prina (2020). "28. Respiratory disease". In Feather, Adam; Randall, David; Waterhouse, Mona (eds.). Kumar and Clark's Clinical Medicine (in ଇଂରାଜୀ) (10th ed.). Elsevier. p. 945. ISBN 978-0-7020-7870-5.
  8. ୮.୦ ୮.୧ Quillen, DM; Feller, DB (1 May 2006). "Diagnosing rhinitis: allergic vs. nonallergic". American family physician. 73 (9): 1583–90. PMID 16719251.
  9. ୯.୦ ୯.୧ ୯.୨ ୯.୩ ୯.୪ ଆଧାର ଭୁଲ: ଅଚଳ <ref> ଚିହ୍ନ; Kal2009 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।