ବନମାଳୀ ମହାରଣା
ଦେଖଣା
ବନମାଳୀ ମହାରଣା | |
---|---|
ବିଧାୟକ: ୩ୟ (ଉପ), ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୭୧ | |
ପୂର୍ବ ଅଧିକାରୀ | ବିଶ୍ୱନାଥ ଦାସ |
ନିର୍ବାଚନ ମଣ୍ଡଳୀ | କୋଦଳା |
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ନିର୍ବାଚନ ମଣ୍ଡଳୀ | କୋଦଳା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୩ ଜୁନ ୧୯୦୯ |
ମୃତ୍ୟୁ | ୨୧ ଫେବୃଆରୀ ୧୯୮୯ | (ବୟସ ୭୯)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ପ୍ରଜା ସୋସିଆଲିଷ୍ଟ ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ସୋସିଆଲିଷ୍ଟ ପାର୍ଟି |
ଜୀବନ ସାଥୀ | ଗୀତାଞ୍ଜଳି ସାହୁ |
ବାପା/ବୋଉ | ବାଳକୃଷ୍ଣ ବିନ୍ଧାରିରତ୍ନ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ବନମାଳୀ ମହାରଣା (୧୩ ଜୁନ ୧୯୦୯ - ୨୧ ଫେବୃଆରୀ ୧୯୮୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୬୧ କୋଦଳା ଉପ-ନିର୍ବାଚନ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋଦଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବନମାଳୀ ମହାରଣା ୧୯୦୯ ମସିହାର ଜୁନ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବାଳକୃଷ୍ଣ ବିନ୍ଧାରିରତ୍ନ ଓ ପତ୍ନୀଙ୍କ ନାମ ଗୀତାଞ୍ଜଳି ସାହୁ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ବନମାଳୀ ମହାରଣା ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୫୨ | ୧୯୫୭ | ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା | କୋଦଳା | ସୋସିଆଲିଷ୍ଟ ପାର୍ଟି |
୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | କୋଦଳା ପଶ୍ଚିମ (ଉପ) | ପ୍ରଜା ସୋସିଆଲିଷ୍ଟ ପାର୍ଟି |
୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | କୋଦଳା | ପ୍ରଜା ସୋସିଆଲିଷ୍ଟ ପାର୍ଟି |
ମୃତ୍ୟୁ
[ସମ୍ପାଦନା]ବନମାଳୀ ମହାରଣା ୧୯୮୯ ମସିହାର ଫେବୃଆରୀ ୨୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Banamali Maharana". odishaassembly.nic.in. Odisha Assembly. Retrieved 22 October 2022.