ଜୀବାଣୁ ଶ୍ୱାସନଳୀ ପ୍ରଦାହ
Tracheitis, inflammation of the trachea, membranous laryngotracheobronchitis, exudative tracheitis[୧][୨] | |
ବିଭାଗ | Pediatrics, ENT surgery |
---|---|
ଲକ୍ଷଣ | Stridor, fever, productive cough, pain[୨] |
ବିପଦ କାରକ | Following viral upper respiratory infections, endotracheal intubation, tracheostomy, poor immune function[୨][୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms[୩] |
ସଠିକ ରୋଗ ନିର୍ଣ୍ଣୟ | Epiglottitis, croup, candidiasis, diphtheria, retropharyngeal abscess, viral laryngitis[୨] |
ଚିକିତ୍ସା | Antibiotics, endotracheal intubation[୩] |
ପୁନଃପୌନିକ | Rare[୩] |
ଜୀବାଣୁ ଶ୍ୱାସନଳୀ ପ୍ରଦାହ ରୋଗରେ ଜୀବାଣୁ ସଂକ୍ରମଣ ଯୋଗୁ ପ୍ରଦାହ ହୁଏ । [୧] ଏହାର ଲକ୍ଷଣ ମଧ୍ୟରେ ଶ୍ୱାସକ୍ରିୟା ସମୟରେ ଘଡ଼ ଘଡ଼ ଶବ୍ଦ, ଜ୍ୱର, ଖଙ୍କାର ମିଶ୍ରିତ କାଶ ଏବଂ ଯନ୍ତ୍ରଣା ହୋଇପାରେ । [୨] ରୋଗ ଜଟିଳ ହେଲେ ବାୟୁପଥରେ ଅବରୋଧ କିମ୍ବା ଟ୍ରାକିଆଲ୍ ଷ୍ଟେନୋସିସ୍ ବା ଶ୍ୱାସନଳୀ ସଙ୍କୋଚନ ହୋଇପାରେ । [୨]
ଏହା କ୍ରୁପ୍ କିମ୍ବା ଅନ୍ୟାନ୍ୟ ଭୂତାଣୁ ଜନିତ ଶ୍ୱାସକ୍ରିୟା ସଂକ୍ରମଣ ପରେ ହୋଇପାରେ ।[୨] [୩] ଅନ୍ୟାନ୍ୟ ବିପଦ କାରଣଗୁଡ଼ିକ ମଧ୍ୟରେ ଏଣ୍ଡୋଟ୍ରାକିଆଲ୍ ଇଣ୍ଟ୍ୟୁବେସନ୍, ଟ୍ରାକିଓଷ୍ଟୋମି ଏବଂ ଖରାପ ପ୍ରତିରକ୍ଷା କାର୍ଯ୍ୟ ଯୋଗୁ ହୋଇପାରେ । [୨] [୩] ସାଧାରଣତଃ ଜଡ଼ିତ ଜୀବାଣୁ ମଧ୍ୟରେ ଷ୍ଟାଫିଲୋକୋକସ୍ ଅରିଅସ୍ ଏବଂ ଷ୍ଟ୍ରେପଟୋକୋକାଇ ଅନ୍ତର୍ଭୁକ୍ତ। [୩] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଏବଂ ବ୍ରୋଙ୍କୋସ୍କୋପି କିମ୍ବା ଏକ୍ସ-ରେଦ୍ୱାରା ଏହା ନିଶ୍ଚିତ ହୋଇପାରେ। [୩]
ଚିକିତ୍ସାରେ ଆଣ୍ଟିବାୟୋଟିକ୍ ଏବଂ ବେଳେବେଳେ ଏଣ୍ଡୋଟ୍ରା କିଆଲ ଇଣ୍ଟ୍ୟୁବେସନ୍ କରାଯାଏ । [୩] ଆଣ୍ଟିବାୟୋଟିକ୍ ମଧ୍ୟରେ ସେଫ୍ଟ୍ରିଆକ୍ସନ୍ ସହିତ ଭାନକୋମାଇସିନ୍ କିମ୍ବା ଆମୋକ୍ସିସିଲିନ୍/କ୍ଲାଭୁଲାନେଟ୍ ଦିଆଯାଇ ପାରେ । [୨] ପ୍ରଶ୍ୱାସପ୍ରାପ୍ତ ଏପିନେଫ୍ରିନ୍ ଉପଯୋଗୀ ନୁହେଁ । [୨] ଚିକିତ୍ସା ସହିତ ଫଳାଫଳ ସାଧାରଣତଃ ଭଲ ହୋଇଥିଲେ ମଧ୍ୟ ଲୋକମାନେ ଏହାର ପରିଣାମ ସ୍ୱରୂପ ମରିପାରନ୍ତି । [୨]
ଜୀବାଣୁ ଶ୍ୱାସନଳୀ ପ୍ରଦାହ ଏକ ବିରଳ ରୋଗ, ପ୍ରତିବର୍ଷ ପ୍ରାୟ ୧ରୁ ୧୦ ପିଲାଙ୍କୁ ପ୍ରଭାବିତ କରିଥାଏ। [୩] [୨] ଏହା ସାଧାରଣତ ୩ରୁ ୮ବର୍ଷ ବୟସର ଛୋଟ ପିଲାମାନଙ୍କୁ ପ୍ରଭାବିତ କରିଥାଏ ।[୨] ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୋଇପାରନ୍ତି। [୨] ଏହା ସାଧାରଣତ ଶୀତ ଶେଷରେ ଦେଖାଯାଏ । [୨] ପ୍ରଥମେ ୧୯୨୦ ଦଶକରେ ଏହି ଅବସ୍ଥା ବର୍ଣ୍ଣନା କରାଯାଇଥିଲା। [୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Bacterial Tracheitis". www.dynamed.com. Archived from the original on 22 November 2021. Retrieved 29 April 2022.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ Burton, LV; Lofgren, DH; Silberman, M (January 2022). "Bacterial Tracheitis". PMID 29262085.
{{cite journal}}
: Cite journal requires|journal=
(help) - ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ "Bacterial Tracheitis - Children's Health Issues". MSD Manual Consumer Version (in ଇଂରାଜୀ). Archived from the original on 7 August 2021. Retrieved 29 April 2022.