ଟୋସିଲିଜୁମାବ

ଉଇକିପିଡ଼ିଆ‌ରୁ
ଟୋସିଲିଜୁମାବ
Monoclonal antibody
TypeWhole antibody
SourceHumanized (from mouse)
TargetIL-6 receptor
Clinical data
Trade namesActemra, RoActemra
AHFS/Drugs.commonograph
MedlinePlusa611004
data
Pregnancy
category
  • AU: C
  • US: C (Risk not ruled out)
Routes of
administration
Intravenous infusion, subcutaneous injection
Legal status
Legal status
  • AU: S4 (Prescription only)
  • US: ℞-only
  • ℞ (Prescription only)
Pharmacokinetic data
Elimination half-life8–14 days during steady state (dependent on concentration)
Chemical and physical data
FormulaC6428H9976N1720O2018S42
Molar mass୧,୪୪,୯୮୭.୦୬ g·mol−1
  (verify)

ଟୋସିଲିଜୁମାବ, ଯାହା ଆଟଲିଜୁମାବ ନାମରେ ମଧ୍ୟ ଜଣାଶୁଣା ଏବଂ ଅନ୍ୟମାନଙ୍କ ମଧ୍ୟରେ ଆକ୍ଟେମ୍ରା ବାଣିଜ୍ୟ ନାମରେ ବିକ୍ରୟ ହେଉଥିବା ଏକ ଇମ୍ମ୍ୟୁନୋସପ୍ପ୍ରେସିଭ ଔଷଧ ଯାହା ରିଉମାଟଏଡ ଆର୍ଥ୍ରାଇଟିସ୍ (RA), ଜୁଭେନାଇଲ ଇଡିଓପାଥିକ ଆର୍ଥ୍ରାଇଟିସ, କୋଭିଡ଼-୧୯ ଏବଂ ଜାଏଣ୍ଟ ସେଲ ଆର୍ଟେରାଇଟିସ ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୧] [୨] ରିଉମାଟଏଡ ଆର୍ଥ୍ରାଇଟିସରେ ଏହା ବ୍ୟବହୃତ ହୁଏ ଯେତେବେଳେ ଅନ୍ୟାନ୍ୟ ଚିକିତ୍ସା ଯଥେଷ୍ଟ ପ୍ରଭାବଶାଳୀ ନଥାଏ | [୩] COVID-19ରେ ଏହା ଗୁରୁତର ରୋଗରେ ବ୍ୟବହୃତ ହୁଏ | [୩] [୪] ଏହା ଇଞ୍ଜେକ୍ସନ ସାହାଯ୍ୟରେ ଦିଆଯାଏ | [୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ମୁଣ୍ଡବିନ୍ଧା ଏବଂ ଉଚ୍ଚ ରକ୍ତଚାପ ହୋଇପାରେ | [୧] ଅନ୍ୟାନ୍ୟ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଜଠରାନ୍ତ୍ର ଛିଦ୍ର, ସ୍ୱଳ୍ପ ରକ୍ତ ନିଉଟ୍ରୋଫିଲ, ଯକୃତ ପ୍ରଦାହ, ଆନାଫାଇଲକ୍‌ସିସ ଏବଂ କର୍କଟ ହୋଇପାରେ। [୩] ଟୋସିଲିଜୁମାବର ପରିଣାମ ସ୍ୱରୂପ ଭୟଙ୍କର ସଂକ୍ରମଣ ହୋଇପାରେ | [୩] ଗର୍ଭାବସ୍ଥାରେ ବ୍ୟବହାର କରିବା ଏବଂ ସ୍ତନ୍ୟପାନ କରାଇବା ସୁପାରିଶ କରାଯାଏ ନାହିଁ | [୨] ଏହା ଇଣ୍ଟରଲିଉକିନ-୬ରିସେପ୍ଟର ବିରୁଦ୍ଧରେ ଏକ ମାନବିକ ମୋନୋକ୍ଲୋନାମ ଆଣ୍ଟିବଡି ଅଟେ | [୩]

୨୦୦୫ରେ ଜାପାନରେ, ୨୦୦୯ରେ ୟୁରୋପରେ ଏବଂ ୨୦୧୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଟୋସିଲିଜୁମାବ ଅନୁମୋଦିତ ହୋଇଥିଲା। [୧] [୫] [୬] ଚର୍ମ ତଳେ ଇଞ୍ଜେକ୍ସନ ଦିଆଯାଉଥିବା ଫର୍ମ ସାଧାରଣତ ପ୍ରତ୍ୟେକ ଏକରୁ ଦୁଇ ସପ୍ତାହରେ ଦିଆଯାଏ ଏବଂ ୨୦୨୦ ସୁଦ୍ଧା ଡୋଜ ପ୍ରତି ଏନଏଚଏସ ୨୩୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ | [୨] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ୨୦୨୦ ସୁଦ୍ଧା ୧,୧୫୦ ଡଲାର ଅଟେ । [୭] ଜେନେରିକ୍ ସଂସ୍କରଣଗୁଡିକ ୨୦୧୬ ସୁଦ୍ଧା ଉପଲବ୍ଧ ନୁହେଁ କିନ୍ତୁ ବିକାଶ ଚାଲିଛି | [୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Tocilizumab Monograph for Professionals". Drugs.com (in ଇଂରାଜୀ). Archived from the original on 14 October 2020. Retrieved 16 October 2020.
  2. ୨.୦ ୨.୧ ୨.୨ BNF 79. London: Pharmaceutical Press. March 2020. p. 1137. ISBN 978-0857113658.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Tocilizumab Monograph for Professionals". Drugs.com (in ଇଂରାଜୀ). Archived from the original on 14 October 2020. Retrieved 16 October 2020.
  4. "Hospitalized Adults: Therapeutic Management". COVID-19 Treatment Guidelines (in ଇଂରାଜୀ). Archived from the original on 9 January 2022. Retrieved 8 January 2022.
  5. "Biosimilars of tocilizumab / General / Biosimilars / Home - GaBI Online - Generics and Biosimilars Initiative". gabionline.net. Archived from the original on 6 August 2020. Retrieved 16 October 2020.
  6. Venkiteshwaran, Adith (2009). "Tocilizumab". mAbs. 1 (5): 432–438. doi:10.4161/mabs.1.5.9497. PMC 2759492. PMID 20065633. Archived from the original on 8 March 2012.
  7. "Tocilizumab Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Archived from the original on 29 August 2021. Retrieved 16 October 2020.
  8. "Biosimilars of tocilizumab / General / Biosimilars / Home - GaBI Online - Generics and Biosimilars Initiative". gabionline.net. Archived from the original on 6 August 2020. Retrieved 16 October 2020.