ଜୀବସାର ଖ୧ ଅଭାବ
Thiamine deficiency[୧] | |
---|---|
Beriberi, vitamin B1 deficiency, thiamine-deficiency syndrome[୧][୨] | |
ଫାଇଲ:Beriberi USNLM.jpg | |
ବିଭାଗ | Neurology, cardiology, pediatrics |
ଲକ୍ଷଣ | |
କାରଣ | Not enough thiamine[୧] |
ବିପଦ କାରକ | Diet of mostly white rice; alcoholism, dialysis, chronic diarrhea, diuretics[୧][୩] |
ପ୍ରତିକାର | Food fortification[୧] |
ଚିକିତ୍ସା | Thiamine supplementation[୧] |
ପୁନଃପୌନିକ | Rare (US)[୧] |
ଥିଆମାଇନ ଅଭାବ ବା ଥାୟାମିନ ଅଭାବ ବା ଜୀବସାର ଖ୧ ଅଭାବ ଏକ ଅବସ୍ଥା ଯେଉଁଥିରେ ଜୀବସାର ଖ୧ ପରିମାଣ ଆବଶ୍ୟକତାରୁ କମ୍ ଥାଏ | [୪] ଏକ ଗମ୍ଭୀର ଏବଂ କ୍ରନିକ୍ ଆକାରକୁ ବେରିବେରୀ କୁହାଯାଏ | [୧] [୫] ବୟସ୍କମାନଙ୍କ ମଧ୍ୟରେ ଦୁଇଟି ମୁଖ୍ୟ ପ୍ରକାର ଅଛି: ଓଦା ବେରିବେରୀ ଏବଂ ଶୁଖିଲା ବେରିବେରୀ | [୧] ଓଦା ବେରିବେରୀ ଥିଲେ ହୃଦରକ୍ତନଳୀ ପ୍ରଣାଳୀ ପ୍ରଭାବିତ ହୁଏ ଯାହାଦ୍ୱାରା ଦୃତ ହୃତ୍ପିଣ୍ଡ ଗତି, ଅଣନିଶ୍ୱାସ ହୁଏ ଏବଂ ଗୋଡ ଫୁଲିଯାଏ | [୧] ଶୁଖିଲା ବେରିବେରୀରେ ସ୍ନାୟୁ ପ୍ରଣାଳୀ ପ୍ରଭାବିତ ହୁଏ ଯାହାଦ୍ୱାରା ହାତ ଓ ପାଦ କାଲୁଆ ଲାଗେ, ଦ୍ୱନ୍ଦ୍ୱ, ଗୋଡ ଚଳାଇବାରେ ଅସୁବିଧା ଏବଂ ଯନ୍ତ୍ରଣା ହୁଏ | [୧] ଅନ୍ୟ ଏକ ପ୍ରକାରରେ ଅରୁଚି ଏବଂ କୋଷ୍ଠକାଠିନ୍ୟ ହୋଇପାରେ | [୬] ଅନ୍ୟ ଏକ ପ୍ରକାରରେ ଯାହାକୁ ତୀବ୍ର ବେରିବେରୀ କୁହାଯାଏ, ଅଧିକାଂଶ ଶିଶୁମାନଙ୍କଠାରେ ଦେଖାଯାଏ ଏବଂ ଅରୁଚି, ବାନ୍ତି, ଲାକ୍ଟିକ ଏସିଡୋସିସ, ହୃଦସ୍ପନ୍ଦନ ହାରରେ ପରିବର୍ତ୍ତନ ଏବଂ ହୃତ୍ପିଣ୍ଡର ଆକାର ବୃଦ୍ଧି ହୁଏ | [୭]
ମୁଖ୍ୟତଃ ଏହା ଧଳା ଚାଉଳର ଖାଦ୍ୟ ଖାଇଲେ, ମଦ୍ୟପାନ, ଡାଏଲିସିସ, କ୍ରନିକ୍ ତରଳ ଝାଡ଼ା, ଏବଂ ଅଧିକ ମାତ୍ରାରେ ଡାଇୟୁରେଟିକ ଗ୍ରହଣ କଲେ ଏହି ବିପଦ ସଙ୍କଟ ସୃଷ୍ଟି ହୁଏ ।[୪] [୮] କ୍ୱଚିତ୍ ଏହା ଏକ ଜେନେଟିକ ଅବସ୍ଥା ହେତୁ ହୋଇପାରେ ଯାହା ଫଳରେ ଖାଦ୍ୟରେ ମିଳୁଥିବା ଥିଆମାଇନ୍ ଅବଶୋଷଣରେ ଅସୁବିଧାର ହୁଏ | [୧] ୱର୍ନିକ୍ ଏନସେଫାଲୋପାଥି ଏବଂ କୋରସାକ୍ଫ୍ ସିଣ୍ଡ୍ରୋମ ଶୁଖିଲା ବେରିବେରୀର ଦୁଇଟ ରୂପ ଅଛି ଯାହାକୁ ୱେର୍ଣ୍ଣିକ ଏନସେଫାଲୋପାଥି ଓ କୋର୍ସାକୋଫ ସିଣ୍ଡ୍ରୋମ କୁହାଯାଏ | [୩] ମୂତ୍ରରେ ଥିଏମାଇନ୍ ସ୍ତର କମ୍ ଥିଲେ, ଉଚ୍ଚ ରକ୍ତ ଲାକ୍ଟେଟ ଥିଲେ ଏବଂ ଚିକିତ୍ସା ସହିତ ଉନ୍ନତି ହେଉଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ | [୯]
ପାଟିରେ କିମ୍ବା ଇଞ୍ଜେକ୍ସନ୍ଦ୍ୱାରା ଥିଆମାଇନ ସପ୍ଲିମେଣ୍ଟେସନ କରି ଚିକିତ୍ସା କରାଯାଏ | [୪] ଚିକିତ୍ସା ସହିତ ଲକ୍ଷଣଗୁଡିକ ସାଧାରଣତଃ ଦୁଇ ସପ୍ତାହ ମଧ୍ୟରେ କମିଯାଏ | [୯]ସୁଷମ ଖାଦ୍ୟ ଗ୍ରହଣ କରିବାଦ୍ୱାରା ଜନସଂଖ୍ୟା ସ୍ତରରେ ଏହି ରୋଗକୁ ରୋକାଯାଇପାରେ | [୧]
ଯୁକ୍ତରାଷ୍ଟ୍ରରେ ଥିଆମାଇନ୍ ଅଭାବ ବିରଳ | [୧୦] ସାହାର ଆଫ୍ରିକାରେ ଏହା ଅପେକ୍ଷାକୃତ ସାଧାରଣ ଅଟେ | [୧୧] ଶରଣାର୍ଥୀ ଶିବିରରେ ଏହି ରୋଗ ଦେଖିବାକୁ ମିଳିଛି। [୮] ଏସିଆରେ ହଜାର ହଜାର ବର୍ଷ ଧରି ଥିଆମାଇନ୍ ଅଭାବକୁ ବର୍ଣ୍ଣନା କରାଯାଇଛି ଏବଂ ଚାଉଳର ପ୍ରକ୍ରିୟାକରଣ ଯୋଗୁ ୧୮୦୦ ଶତାବ୍ଦୀର ଶେଷ ଭାଗରେ ଏହା ଅଧିକ ସାଧାରଣ ହୋଇଗଲା | [୧୨]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ "Beriberi". Genetic and Rare Diseases Information Center (GARD) – an NCATS Program (in ଇଂରାଜୀ). 2015. Archived from the original on 11 November 2017. Retrieved 11 November 2017.
- ↑ Adamolekun, B; Hiffler, L (24 October 2017). "A diagnosis and treatment gap for thiamine deficiency disorders in sub-Saharan Africa?". Annals of the New York Academy of Sciences. 1408 (1): 15–19. Bibcode:2017NYASA1408...15A. doi:10.1111/nyas.13509. PMID 29064578.
- ↑ ୩.୦ ୩.୧ "Nutrition and Growth Guidelines | Domestic Guidelines - Immigrant and Refugee Health". CDC (in ଆମେରିକୀୟ ଇଂରାଜୀ). March 2012. Archived from the original on 11 November 2017. Retrieved 11 November 2017.
- ↑ ୪.୦ ୪.୧ ୪.୨ "Beriberi". Genetic and Rare Diseases Information Center (GARD) – an NCATS Program (in ଇଂରାଜୀ). 2015. Archived from the original on 11 November 2017. Retrieved 11 November 2017.
- ↑ Hermann, Wolfgang; Obeid, Rima (2011). Vitamins in the prevention of human diseases. Berlin: Walter de Gruyter. p. 58. ISBN 9783110214482.
- ↑ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1368. ISBN 9780323529570. Archived from the original on 2017-11-11.
- ↑ Gropper, Sareen S. and Smith, Jack L. (2013). Advanced Nutrition and Human Metabolism (6 ed.). Wadsworth, Cengage Learning. p. 324. ISBN 978-1133104056.
{{cite book}}
: CS1 maint: multiple names: authors list (link) - ↑ ୮.୦ ୮.୧ "Nutrition and Growth Guidelines | Domestic Guidelines - Immigrant and Refugee Health". CDC (in ଆମେରିକୀୟ ଇଂରାଜୀ). March 2012. Archived from the original on 11 November 2017. Retrieved 11 November 2017.
- ↑ ୯.୦ ୯.୧ Swaiman, Kenneth F.; Ashwal, Stephen; Ferriero, Donna M.; Schor, Nina F.; Finkel, Richard S.; Gropman, Andrea L.; Pearl, Phillip L.; Shevell, Michael (2017). Swaiman's Pediatric Neurology E-Book: Principles and Practice (in ଇଂରାଜୀ). Elsevier Health Sciences. p. e929. ISBN 9780323374811. Archived from the original on 2017-11-11.
- ↑ "Thiamin Fact Sheet for Consumers". Office of Dietary Supplements (ODS): USA.gov. Archived from the original on October 29, 2017. Retrieved April 10, 2018.
- ↑ Adamolekun, B; Hiffler, L (24 October 2017). "A diagnosis and treatment gap for thiamine deficiency disorders in sub-Saharan Africa?". Annals of the New York Academy of Sciences. 1408 (1): 15–19. Bibcode:2017NYASA1408...15A. doi:10.1111/nyas.13509. PMID 29064578.
- ↑ Lanska, DJ (2010). Chapter 30: historical aspects of the major neurological vitamin deficiency disorders: the water-soluble B vitamins. Vol. 95. pp. 445–76. doi:10.1016/S0072-9752(08)02130-1. ISBN 9780444520098. PMID 19892133.
{{cite book}}
:|work=
ignored (help)