ବ୍ରକ୍‌ସିଜ୍ମ

ଉଇକିପିଡ଼ିଆ‌ରୁ
Bruxism
Teeth grinding,[୧] dental compression syndrome
Tooth wear caused by tooth-to-tooth contact can be a sign of bruxism.
ବିଭାଗDentistry
ଲକ୍ଷଣMinimal, sensitive teeth, tooth wear, soar jaw muscles, headaches[୨][୩]
କାରଣUnknown, neurological problems, side effects of medications[୨][୧]
ବିପଦ କାରକSmoking, alcohol, sleep apnea, stress[୩][୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptom[୩]
ସଠିକ ରୋଗ ନିର୍ଣ୍ଣୟTMJ disorders, malocclusion[୪]
ଚିକିତ୍ସାRelaxation therapy, mouthguards, physical therapy, biofeedback[୨]
ପୁନଃପୌନିକ8% to 31%[୩]

ବ୍ରକ୍‌ସିଜ୍ମ ଏକ ଆଚରଣ ଯେଉଁଥିରେ ଅନିଚ୍ଛାକୃତ ତ‌ଥା ଅତ୍ୟଧକ ଦାନ୍ତ ଚିପିବା ଓ ଘୁର୍ଣ୍ଣନ ହେବା ଦେଖାଯାଏ । [୨] [୩] ଏହା ଜାଗ୍ରତ ଅବସ୍ଥାରେ ହୋଇପାରେ କିମ୍ବା ଶୋଇବା ସମୟରେ ହୋଇପାରେ ଓ ଶୋଇବା ସମୟରେ ହେଲେ ପରବର୍ତ୍ତୀ ସମୟରେ ଅଧିକ ସାଂଘାତିକ ହୋଇଥାଏ | [୨] [୫] ଲକ୍ଷଣଗୁଡ଼ିକ ସର୍ବନିମ୍ନ ହୋଇପାରେ କିମ୍ବା ସମ୍ବେଦନଶୀଳ ଦାନ୍ତ, ଦାନ୍ତ କ୍ଷୟ, ମାଢ଼ି ମାଂସପେଶୀ ଘାଆ ଏବଂ ମୁଣ୍ଡବିନ୍ଧା ଅନ୍ତର୍ଭୁକ୍ତ ହୋଇପାରେ | [୨] [୩] ଜଟିଳତାରେ ଦାନ୍ତର କ୍ଷତି ହୋଇପାରେ। [୪]

ଏହାର କାରଣ ଜଣା ପଡିନାହିଁ | [୨] କେତେକ କ୍ଷେତ୍ରରେ ଏହା ସ୍ନାୟୁ ସମସ୍ୟା ଯୋଗୁ ହୁଏ କିମ୍ବା ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ପରି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ସହିତ ଜଡ଼ିତ ହୋଇପାରେ | [୨] [୧] ବିପଦ କାରକଗୁଡ଼ିକ ମଧ୍ୟରେ ଧୂମପାନ, ମଦ୍ୟପାନ, ନିଦ୍ରା ଶ୍ୱାସରୋଧ ଏବଂ ସମ୍ଭବତଃ ମାନସିକ ଚାପ | [୩] [୧] ସାଧାରଣତଃ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୩] ଏହା ପରିବାର ସଦସ୍ୟଙ୍କଦ୍ୱାରା ରିପୋର୍ଟ କରାଯାଇଥାଏ | [୪]

ଲକ୍ଷଣ ଦେଖାଗଲେ ଚିକିତ୍ସା ସୁପାରିଶ କରାଯାଏ | [୩] ଏଥିରେ ରିଲାକ୍‌ସେସନ ଥେରାପି, ପାଟି ଗାର୍ଡ଼, ଫିଜିକାଲ ଥେରାପି, ଶୟନ ସ୍ୱାସ୍ଥ୍ୟରକ୍ଷା ଓ ବାୟୋଫିଡବ୍ୟାକ ଅନ୍ତର୍ଭୁକ୍ତ ହୋଇପାରେ | [୨] [୧] ନିର୍ଦ୍ଦିଷ୍ଟ ପଦକ୍ଷେପ ପାଇଁ ପ୍ରମାଣ ଅଦ୍ୟାପି ଦୁର୍ବଳ ଅଛି | [୬]

ବ୍ରକ୍‌ସିଜ୍ମ ଏକ ସାଧାରଣ ଆଚରଣ; ଜନସଂଖ୍ୟାର ୮%ରୁ ୩୧% ଲୋକଙ୍କୁ ପ୍ରଭାବିତ କରେ | [୩] ପ୍ରାୟତଃ ୧୦ରୁ ୨୦ ବର୍ଷ ବୟସ ମଧ୍ୟରେ ହୋଇଥାଏ। [୪] ଏହା ବୟସ୍କ ବ୍ୟକ୍ତିଙ୍କ ଅପେକ୍ଷା ଯୁବକମାନଙ୍କୁ ଅଧିକ ପ୍ରଭାବିତ କରିଥାଏ | [୩] ଶୋଇବା ବ୍ରକ୍‌ସିଜ୍ମ ଅପେକ୍ଷା ଜାଗ୍ରତ ବ୍ରକ୍‌ସିଜ୍ମ ଅଧିକ ଦେଖାଯାଏ | [୩] ବିକଳ୍ପିକ ଚିକିତ୍ସା ପଦ୍ଧତି ଔଷଧ ସେବନଦ୍ୱାରା ଲୋକମାନେ ବାରମ୍ବାର ବିଭ୍ରାନ୍ତ ହୋଇପାରନ୍ତି | [୪]  

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Teeth grinding (bruxism)". nhs.uk (in ଇଂରାଜୀ). 23 October 2017. Retrieved 10 January 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Lal, SJ; Weber, KK (January 2020). "Bruxism Management". PMID 29494073. {{cite journal}}: Cite journal requires |journal= (help)
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ Beddis, H; Pemberton, M; Davies, S (28 September 2018). "Sleep bruxism: an overview for clinicians". British dental journal. 225 (6): 497–501. doi:10.1038/sj.bdj.2018.757. PMID 30237554.
  4. ୪.୦ ୪.୧ ୪.୨ ୪.୩ ୪.୪ Ferri, Fred F. (2017). Ferri's Clinical Advisor 2017 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 212. ISBN 978-0-323-44838-3.
  5. "Bruxism - Dental Disorders". Merck Manuals Professional Edition. Retrieved 10 January 2021.
  6. Lobbezoo F, van der Zaag J, van Selms MK, Hamburger HL, Naeije M (July 2008). "Principles for the management of bruxism". Journal of Oral Rehabilitation. 35 (7): 509–23. doi:10.1111/j.1365-2842.2008.01853.x. PMID 18557917.