ତୀବ୍ର ଶ୍ୱାସକ୍ରିୟା ସଙ୍କଟ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ

 

Acute respiratory distress syndrome
Respiratory distress syndrome (RDS), adult respiratory distress syndrome, shock lung
Chest x-ray of person with severe ARDS demonstrating widespread "ground-glass" appearing opacities in both lungs.
ବିଭାଗCritical care medicine
ଲକ୍ଷଣShortness of breath, rapid breathing, bluish skin coloration[୧]
ଆକ୍ରାନ୍ତ ସମୟWithin a week[୧]
କାରଣSepsis, pancreatitis, trauma, pneumonia, aspiration[୧]
ରୋଗ ନିର୍ଣ୍ଣୟ ପଦ୍ଧତିAdults: PaO2/FiO2 ratio of less than 300 mm Hg[୧]
Children: Oxygenation index > 4[୨]
ସଠିକ ରୋଗ ନିର୍ଣ୍ଣୟHeart failure[୧]
ଚିକିତ୍ସାMechanical ventilation, ECMO[୧]
Prognosis35 to 50 % risk of death[୧]
ପୁନଃପୌନିକ3 million per year[୧]

ତୀବ୍ର ଶ୍ୱାସକ୍ରିୟା ସଙ୍କଟ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Acute respiratory distress syndrome/ ARDS) ହେଉଛି ଏକ ରୋଗ ଯେଉଁଥିରେ ଫୁସଫୁସସରେ ବ୍ୟାପକ ପ୍ରଦାହ ଦୃତ ଗତିରେ ଆରମ୍ଭ ହୋଇଥାଏ ।[୧] ଏହାର ଲକ୍ଷଣ ମଧ୍ୟରେ ଅଣନିଶ୍ୱାସ, ଦୃତ ଶ୍ୱାସକ୍ରିୟା ଓ ଚର୍ମ ନୀଳ ରଙ୍ଗ ଧାରଣ କରିଥାଏ । [୧] ଯେଉଁମାନେ ବଞ୍ଚନ୍ତି ଜୀବନ ଗୁଣବତ୍ତା ହ୍ରାସ ପାଇଥାଏ । [୩]

ଏହାର କାରଣ: ସେପସିସ୍, ଅଗ୍ନାଶୟ ପ୍ରଦାହ, ଆଘାତ, ନିମୋନିଆ ଏବଂ ଖଙ୍କାର ସୃଷ୍ଟି ।[୧] ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ବାୟୁକୋଷ ଅବରୋଧକାରୀ ଜୀବକୋଷଗୁଡ଼ିକରେ ବିସ୍ତୃତ ଆଘାତ ଯୋଗୁ ପୃଷ୍ଠ ସକ୍ରିୟକ ଜୀବକୋଷଗୁଡ଼ିକର କ୍ରିୟାହୀନତା, ଇମ୍ମ୍ୟୁନିଟି ସକ୍ରିୟତା ଓ ରକ୍ତ ଜମାଟକାରୀ କ୍ରୀୟାହୀନତା ଦେଖାଯାଏ ।[୪] ଏହି ରୋଗ ଫଳରେ ଫୁସଫୁସର ଅମ୍ଳଜାନ ଏବଂ ଅଙ୍ଗାରକାମ୍ଳ ବିନିମୟ କ୍ଷମତା ଦୁର୍ବଳ ହୋଇଯାଏ | [୧] ବୟସ୍କଙ୍କ କ୍ଷେତ୍ରରେ ପଜିଟିଭ ଏଣ୍ଡ-ଏକ୍ସପିରେଟରୀ ପ୍ରେସର ୫ସେମମିରୁ ଅଧିକା ଥିଲେ ମଧ୍ୟ ପିଏଓ୨ / ଏଫଏଓ୨ ୩୦୦ମିମିରୁ କମିଯାଏ ।[୧] କାରଣ ଭାବରେ ହୃତ୍‌ପିଣ୍ଡ ସମ୍ବନ୍ଧୀୟ ଫୁସଫୁସ ଇଡିମା ଏଥିରୁ ବାଦ ଦିଆଯିବା ଆବଶ୍ୟକ ।[୫]

ପ୍ରାଥମିକ ଚିକିତ୍ସାରେ ଅନ୍ତର୍ନିହିତ କାରଣ ଅନୁଯାୟୀ ଚିକିତ୍ସା କରିବା ସହିତ ଭେଣ୍ଟିଲେସନ ଆବଶ୍ୟକ ହୁଏ ।[୧] ସ୍ୱଳ୍ପ ଭଲ୍ୟୁମ୍ ଏବଂ କମ୍ ଚାପ ବ୍ୟବହାର କରି ଭେଣ୍ଟିଲେସନ୍ କରାଯାଏ ।[୧] ଯଦି ଅମ୍ଳଜାନ ପର୍ଯ୍ୟାପ୍ତ ନୁହେଁ, ଫୁସଫୁସ ରିକ୍ରୁଟମେଣ୍ଟ ମାନୋଭର ଓ ନିଉରୋମସ୍କୁଲାର ବ୍ଲକର ବ୍ୟବହାର କରାଯାଇପାରେ |[୧] ଏଗୁଡ଼ିକ ପର୍ଯ୍ୟାପ୍ତ ନ‌ହେଲେ ଏକ୍ଶଟ୍ରାକର୍ପୋରିଆଲ ମେମ୍ବ୍ରେନ ଅକ୍ସିଜେନେସନ (ECMO) ଏକ ବିକଳ୍ପ ହୋଇପାରେ |[୧] ଏହି ରୋଗରେ ୩୫ରୁ ୫୦% ମୃତ୍ୟୁ ହାର ରହିଛି। [୧]

ପୃଥିବୀ ସ୍ତରରେ ଏହି ରୋଗ ବାର୍ଷିକ ୩ ନିୟୁତରୁ ଅଧିକ ଲୋକଙ୍କୁ ଆକ୍ରମଣ କରିଥାଏ ।[୧] ଏହି ଅବସ୍ଥାର ପ୍ରଥମ ବର୍ଣ୍ଣନା ହୋଇଥିଲା ୧୯୬୭ ମସିହାରେ ।[୧] ଏହି ରୋଗ ନିମନ୍ତେ ଅତୀତରେ ଅନେକ ନାମ ବ୍ୟବ‌ହୃତ ହୋଇଥିଲେ ମଧ୍ୟ ଅନ୍ତଃରାଷ୍ଟ୍ରୀୟ ଏକମତ ଅନୁସାରେ ତୀବ୍ର ଶ୍ୱାସକ୍ରିୟା ସଙ୍କଟ ସିଣ୍ଡ୍ରୋମ ବା Acute respiratory distress syndrome/ ARDS ହେଉଛି ସର୍ବୋତ୍ତମ ଶବ୍ଦ କାରଣ ARDS ସବୁ ବୟସର ଲୋକଙ୍କୁ ପ୍ରଭାବିତ କରିଥାଏ | [୬] ପିଲାମାନଙ୍କ ପାଇଁ ଅଲଗା ଅଲଗା ଡାଇଗ୍ନୋଷ୍ଟିକ୍ ମାନଦଣ୍ଡ ଅଛି ବିଶେଷତଃ କମ୍ ସମ୍ବଳ ଥିବା ବିଶ୍ୱର ଅଞ୍ଚଳରେ । [୫]  

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Fan, E; Brodie, D; Slutsky, AS (20 February 2018). "Acute Respiratory Distress Syndrome: Advances in Diagnosis and Treatment". JAMA. 319 (7): 698–710. doi:10.1001/jama.2017.21907. PMID 29466596. S2CID 3451752.
  2. Cheifetz, Ira M (25 May 2017). "Pediatric ARDS". Respiratory Care. 62 (6): 718–731. doi:10.4187/respcare.05591. PMID 28546374.
  3. Matthay, MA; Zemans, RL; Zimmerman, GA; Arabi, YM; Beitler, JR; Mercat, A; Herridge, M; Randolph, AG; Calfee, CS (14 March 2019). "Acute respiratory distress syndrome". Nature Reviews. Disease Primers. 5 (1): 18. doi:10.1038/s41572-019-0069-0. PMC 6709677. PMID 30872586.
  4. Fanelli, Vito; Ranieri, V. Marco (2015-03-01). "Mechanisms and clinical consequences of acute lung injury". Annals of the American Thoracic Society. 12 Suppl 1: S3–8. doi:10.1513/AnnalsATS.201407-340MG. ISSN 2325-6621. PMID 25830831.
  5. ୫.୦ ୫.୧ Matthay, MA; Zemans, RL; Zimmerman, GA; Arabi, YM; Beitler, JR; Mercat, A; Herridge, M; Randolph, AG; Calfee, CS (14 March 2019). "Acute respiratory distress syndrome". Nature Reviews. Disease Primers. 5 (1): 18. doi:10.1038/s41572-019-0069-0. PMC 6709677. PMID 30872586.
  6. Bernard G, Artigas A, Brigham K, Carlet J, Falke K, Hudson L, Lamy M, Legall J, Morris A, Spragg R (1994). "The American-European Consensus Conference on ARDS. Definitions, mechanisms, relevant outcomes, and clinical trial coordination". Am J Respir Crit Care Med. 149 (3 Pt 1): 818–24. doi:10.1164/ajrccm.149.3.7509706. PMID 7509706.