କଷ୍ଟୋକଣ୍ଡ୍ରାଇଟିସ

ଉଇକିପିଡ଼ିଆ‌ରୁ
Costochondritis
Costosternal syndrome,[୧] anterior chest wall syndrome,[୧] costosternal chondrodynia,[୨] parasternal chondrodynia[୧]
The costal cartilages
ବିଭାଗEmergency medicine
ଲକ୍ଷଣPain and tenderness at the costal cartilage[୩]
ଅବଧିWeeks to months[୧]
ବିପଦ କାରକRepetitive physical activities, preceding cough[୩][୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms after ruling out other causes[୪][୫]
ସଠିକ ରୋଗ ନିର୍ଣ୍ଣୟHeart attack, angina, heartburn, pneumonia, pulmonary embolism, shingles, Tietze's syndrome[୬][୧]
ଚିକିତ୍ସାNSAIDs, ice and heat, physiotherapy[୫][୧]
PrognosisGood[୭]
ପୁନଃପୌନିକ~25% of chest pain[୧]

କଷ୍ଟୋକଣ୍ଡ୍ରାଇଟିସ (ଇଂରାଜୀ ଭାଷାରେ Costochondritis) ରୋଗ ନାମ ଦିଆଯାଏ ଯେତେବେଳେ ଛାତିର ସମ୍ମୁଖ ଭାଗରେ ଥିବା ସ୍ଟର୍ନମ ଓ ରିବ ବା ପଞ୍ଜରା ହାଡ଼ର ସଙ୍ଗମ ସ୍ଥଳରେ ଥିବା କସ୍ଟାଲ ତରୁଣାସ୍ଥିରେ ଯନ୍ତ୍ରଣା ହୁଏ ।[୫] ଏହି ଯନ୍ତ୍ରଣା ସାଧାରଣତଃ ସ୍ଥାନୀୟ ହୁଏ ଏବଂ ସେହି ସ୍ଥାନକୁ ଚିପିଦେଲେ ମଧ୍ୟ କଷ୍ଟ ହୁଏ | [୪] ତରୁଣାସ୍ଥିର ଏକାଧିକ ସ୍ଥାନରେ ଏହି କଷ୍ଟ ହୋଇପାରେ | [୧] କତିପୟ ଗତିବିଧି ଏବଂ ଗଭୀର ପ୍ରଶ୍ୱାସ ନେବାଦ୍ୱାରା ଯନ୍ତ୍ରଣା ଅଧିକ ହୋଇପାରେ | [୫] ଯନ୍ତ୍ରଣାର ଗୁଣ ତୀକ୍ଷ୍ଣ କିମ୍ବା ଦୁର୍ବଳ ହୋଇପାରେ | [୫] କଷ୍ଟୋକଣ୍ଡ୍ରାଇଟିସ ସାଧାରଣଃ ସମୟକ୍ରମେ ଆପେ ସମାଧାନ ହୋଇଯାଏ କିନ୍ତୁ ଏହାର ପୁନରାବୃତ୍ତି ହୋଇପାରେ | [୫]

ପୁନଃପୌନିକ ଶାରୀରିକ କାର୍ଯ୍ୟକଳାପ କିମ୍ବା ପୂର୍ବରୁ କାଶ ରୋଗ ଥିଲେ ଏହି କଷ୍ଟୋକଣ୍ଡ୍ରାଇଟିସ ରୋଗ ସଙ୍କଟ ରହିପାରେ | [୩] [୧] ରୋଗ ନିର୍ଣ୍ଣୟ କରିବା ପୂର୍ବରୁ ସମାନ ଭାବରେ ଉପସ୍ଥାପିତ ହେଉଥିବା ଅନ୍ୟାନ୍ୟ ରୋଗ ନଥିବା ନିଶ୍ଚିତ କରାଯାଏ ଯେପରିକି: ହୃଦଘାତ, ଅଞ୍ଜାଇନା, ବୁକୁଜ୍ୱାଳା, ନିମୋନିଆ ଏବଂ ପଲ୍‌ମୋନାରି ଏମ୍ବୋଲାଇଜିମ୍[୫] [୪] ଜୀବନ ସମ୍ପର୍କୀୟ ଅନ୍ୟାନ୍ୟ ଚିହ୍ନ (Vital signs) ସାଧାରଣ ଥାଏ | [୫] ଅନ୍ତର୍ନିହିତ କାର୍ଯ୍ୟପ୍ରଣାଳୀରେ ପ୍ରଦାହ ଜଡ଼ିତ ଥିବା ବିଶ୍ୱାସ କରାଯାଏ। [୧] ଏହି କଷ୍ଟ ସ‌ହିତ ଯଦି ଫୁଲା ଥାଏ ତେବେ ତାହାକୁ ଟିଜ ସିଣ୍ଡ୍ରୋମ (Tietze's syndrome) ନାମ ଦିଆଯାଏ ଏହାକୁ ଏକ ପୃଥକ୍ ରୋଗ ମାନ୍ୟତା ଦିଆଯାଏ | [୧] [୮]

ଜୀବନ ପ୍ରତି ବିପଦଜନକ ନୁହେଁ ବୋଲି ନିଶ୍ଚିତ ହେବା ପର୍ଯ୍ୟନ୍ତ ଛାତି ଯନ୍ତ୍ରଣାକୁ ଏକ ଜରୁରୀ କାଳୀନ ରୋଗ ଭାବରେ ବିବେଚନା କରାଯାଏ । [୫] କଷ୍ଟୋକଣ୍ଡ୍ରାଇଟିସର ଚିକିତ୍ସାରେ ବିଶ୍ରାମ, ବରଫ ଓ ଉତ୍ତାପ, ପାରାସେଟାମୋଲ (ଏସିଟାମିନୋଫେନ) ଏବଂ ନନ୍‌ସ୍ଟେରଏଡାଲ ଆଣ୍ଟି-ଇନଫ୍ଲାମେଟରି ଔଷଧ ଦିଆଯାଏ । [୧] ବାରମ୍ବାର ରୋଗ ହେଉଥିଲେ ଫିଜିଓଥେରାପି [୫] କିମ୍ବା ସ୍ଥାନୀୟ ସ୍ଟିରଏଡ ଇଞ୍ଜେକ୍ସନ ଦେଇ ପରିଚାଳନା କରାଯାଇପାରେ | [୧] ସମୁଦାୟ ଛାତି ଯନ୍ତ୍ରଣାଗ୍ରସ୍ତ ରୋଗୀଙ୍କ ମଧ୍ୟରୁ ପ୍ରାୟ ୧୩ରୁ ୩୬% ରୋଗୀଙ୍କର କଷ୍ଟୋକଣ୍ଡ୍ରାଇଟିସ ଥାଏ | [୪] [୧] ଉଭୟ ଶିଶୁ ଏବଂ ବୟସ୍କମାନେ ପ୍ରଭାବିତ ହୋଇପାରନ୍ତି | [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ Proulx, AM; Zryd, TW (2009). "Costochondritis: diagnosis and treatment". American Family Physician. 80 (6): 617–620. PMID 19817327.
  2. Mayo Clinic Staff (2012). "Costochondritis Definition". Mayo Clinic. Retrieved 26 December 2012.
  3. ୩.୦ ୩.୧ ୩.୨ Stochkendahl, MJ; Christensen, HW (2010). "Chest pain in focal musculoskeletal disorders". The Medical Clinics of North America. 94 (2): 259–273. doi:10.1016/j.mcna.2010.01.007. PMID 20380955.
  4. ୪.୦ ୪.୧ ୪.୨ ୪.୩ ଆଧାର ଭୁଲ: ଅଚଳ <ref> ଚିହ୍ନ; AFP2013 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ ଆଧାର ଭୁଲ: ଅଚଳ <ref> ଚିହ୍ନ; Stat2020 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. McConaghy, JR; Oza, RS (1 February 2013). "Outpatient diagnosis of acute chest pain in adults". American family physician. 87 (3): 177–82. PMID 23418761.
  7. Schumann, JA; Sood, T; Parente, JJ (January 2020). "Costochondritis". PMID 30422526. {{cite journal}}: Cite journal requires |journal= (help)
  8. Jindal, A; Singhi, S (2011). "Acute chest pain". Indian Journal of Pediatrics. 78 (10): 1262–1267. doi:10.1007/s12098-011-0413-1. PMID 21541647.