କ୍ରନିକ୍ ମାଇଲୋଜେନସ୍ ଲ୍ୟୁକେମିଆ

ଉଇକିପିଡ଼ିଆ‌ରୁ
Chronic myelogenous leukemia
Chronic myeloid leukemia, chronic granulocytic leukemia (CGL)
ବିଭାଗHematology and oncology
ଲକ୍ଷଣEarly: None, tiredness, left upper abdominal pain[୧]
Later: Headache, bone pain, fever, enlarged lymph nodes[୧]
ଆକ୍ରାନ୍ତ ସମୟ56 years old[୧]
ବିପଦ କାରକAtomic bomb exposure[୧]
ରୋଗ ନିର୍ଣ୍ଣୟ ପଦ୍ଧତିComplete blood cell count (CBC), cytogenetic testing[୧]
ସଠିକ ରୋଗ ନିର୍ଣ୍ଣୟOther causes of leukocytosis, chronic neutrophilic leukemia, polycythemia vera[୧]
PrognosisFive-year survival rate 70%[୨]
ପୁନଃପୌନିକ298,000 (2015)[୩]
ମୃତ୍ୟୁ ସାନ୍ଦ୍ରତା32,200 (2015)[୪]


କ୍ରନିକ୍ ମାଇଲୋଜେନସ୍ ଲ୍ୟୁକେମିଆ ( CML ), ଯାହା କ୍ରନିକ୍ ମାଇଲୋଏଡ୍ ଲ୍ୟୁକେମିଆ ଭାବରେ ମଧ୍ୟ ଜଣାଶୁଣା, ଏକ ପ୍ରକାର କର୍କଟ ରୋଗ ଯାହା ଶ୍ୱେତ ରକ୍ତ କଣିକାକୁ ବିଶେଷତଃ ଗ୍ରାନୁଲୋସାଇଟକୁ ପ୍ରଭାବିତ କରେ | [୧] ଉଭୟ ରକ୍ତ ଏବଂ ଅସ୍ଥି ମଜ୍ଜା ପ୍ରଭାବିତ ହୁଏ। [୧] ଅର୍ଦ୍ଧେକ ଲୋକମାନଙ୍କର ରୋଗ ନିର୍ଣ୍ଣୟ ସମୟରେ କୌଣସି ଲକ୍ଷଣ ନଥାଏ । [୧] ରୋଗ ଆରମ୍ଭ ସମୟରେ ପ୍ରଥମେ ଥକ୍କାଣ ଓ ଉଦରର ଉପର ତ‌ଥା ବାମ ପାର୍ଶରେ ଯନ୍ତ୍ରଣା ହୁଏ ଯାହା ବର୍ଦ୍ଦିତ ପ୍ଲୀହା ଯୋଗୁ ହୋଇଥାଏ । [୧] ପରବର୍ତ୍ତୀ ଲକ୍ଷଣଗୁଡ଼ିକରେ ମୁଣ୍ଡବିନ୍ଧା, ହାଡ଼ ଯନ୍ତ୍ରଣା, ଜ୍ୱର ଏବଂ ବର୍ଦ୍ଧିତ ଲସିକା ଗ୍ରନ୍ଥି ଦେଖାଯାଏ । [୧] ରୋଗ ଜଟିଳ ହେଲେ ରକ୍ତସ୍ରାବ ଏବଂ ପ୍ରିଆପିଜିମ୍ ହୋଇପାରେ | [୧]

ଅଳ୍ପ ବିପଦ କାରକଗୁଡିକ ବ୍ୟାଖ୍ୟା କରାଯାଇଛି, ଯଦିଓ ପରମାଣୁ ବୋମା ମାଡ଼ରୁ ବଞ୍ଚିଥିବା ଲୋକମାନଙ୍କ ମଧ୍ୟରେ ଏହା ଏକ ସାଧାରଣ କାରଣ | [୧] ପ୍ରଭାବିତଙ୍କ ମଧ୍ୟରୁ ୯୦%ରୁ ଅଧିକ ଲୋକଙ୍କର ଫିଲାଡେଲଫିଆ କ୍ରୋମୋଜୋମ ଥାଏ ଯାହା କ୍ରମୋଜୋମାଲ ଟ୍ରାନ୍ସଲୋକେସନ ହେତୁ ସୃଷ୍ଟି ହୁଏ | [୧] ଏହା ଏକ ପ୍ରକାର ମାଇକ୍ରୋପ୍ରୋଲିପରେଟିଭ ନିଓପ୍ଲାଜ୍ମ ବା ଅର୍ବୁଦ | [୧] ସଂପୂର୍ଣ୍ଣ ରକ୍ତ କଣିକା ଗଣନା (ସିବିସି) ଉପରେ ଆଧାର କରି ଏହି ରୋଗ ନିର୍ଣ୍ଣୟ କରାଯାଏ ଏବଂ ସାଇଟୋଜେନେଟିକ୍ ପରୀକ୍ଷା କରି ନିଶ୍ଚିତ କରାଯାଏ । [୧] ରୋଗ ତିନି ଭାଗରେ ବିଭକ୍ତ କରାଯାଏ ଯଥା:- କ୍ରନିକ, ତ୍ୱରିତ, ଏବଂ ବ୍ଲାସ୍ଟିକ ।

ଟାଇରୋସିନ-କାଇନେଜ ଇନହିବିଟର ନାମକ ଏକ ଗୋଷ୍ଠୀ ସହିତ ଚିକିତ୍ସା କରାଯାଏ । [୧] ଏଥିରେ ଇମାଟିନିବ, ବୋସୁଟିନିବ, ଡାସାଟିନିବ, ଏବଂ ନିଲୋଟିନିବ ଅନ୍ତର୍ଭୁକ୍ତ | [୧] ଅନ୍ୟ ବିକଳ୍ପଗୁଡ଼ିକରେ ଅସ୍ଥି ମଜ୍ଜା ପ୍ରତିରୋପଣ ଓ ଓମାସେଟାକ୍ସିନ ଅନ୍ତର୍ଭୁକ୍ତ ହୋଇପାରେ | [୧] ଟିକେଆଇ (TKI)ର ଉପଲବ୍ଧତା ଯୋଗୁ ପାଞ୍ଚ ବର୍ଷ ବଞ୍ଚିବା ହାର ୩୩%ରୁ ୭୦%କୁ ବୃଦ୍ଧି ପାଇଛି | [୧] [୫]

ପ୍ରତି ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୦.୯ ଜଣ ନୂତନ ଭାବରେ ପ୍ରଭାବିତ ହୁଅନ୍ତି | [୧] ସ୍ୱାଭାବିକ ଭାବରେ ନିର୍ଣ୍ଣୟର ଆଦର୍ଶ ବୟସ ୫୬ ବର୍ଷ ଥାଏ । [୧] ପାଶ୍ଚାତ୍ୟ ଦେଶମାନଙ୍କରେ ଏହା ବୟସ୍କ ଲ୍ୟୁକେମିଆର ୨୦% ଅଟେ। ପିଲାମାନଙ୍କଠାରେ ଏହା ବିରଳ ଅଟେ | [୬] ଏହାର ମୂଳ କାରଣ ୧୯୬୦ରେ ନୋୱେଲ ଏବଂ ହଙ୍ଗରଫୋର୍ଡଦ୍ୱାରା ନିର୍ଣ୍ଣୟ କରାଯାଇଥିଲା। [୭]   <youtube> fT_NTuZSbkQ </youtube> |

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ Eden, RE; Coviello, JM (January 2020). "Chronic Myelogenous Leukemia". PMID 30285354. {{cite journal}}: Cite journal requires |journal= (help)
  2. "Chronic Myeloid Leukemia - Cancer Stat Facts". SEER (in ଇଂରାଜୀ). Retrieved 9 January 2021.
  3. Vos T, Allen C, Arora M, Barber RM, Bhutta ZA, Brown A, et al. (GBD 2015 Disease and Injury Incidence and Prevalence Collaborators) (October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282.
  4. Wang H, Naghavi M, Allen C, Barber RM, Bhutta ZA, Carter A, et al. (GBD 2015 Mortality and Causes of Death Collaborators) (October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281.
  5. ଆଧାର ଭୁଲ: ଅଚଳ <ref> ଚିହ୍ନ; SEER2020 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. "Chronic Myelogenous Leukemia Treatment (PDQ®)–Patient Version - National Cancer Institute". www.cancer.gov (in ଇଂରାଜୀ). 11 May 2020. Retrieved 9 January 2021.
  7. Soiffer, Robert J. (2004). Stem Cell Transplantation for Hematologic Malignancies (in ଇଂରାଜୀ). Springer Science & Business Media. p. 25. ISBN 978-1-59259-733-8.