ହେପାଟାଇଟିସ ଇ

ଉଇକିପିଡ଼ିଆ‌ରୁ
Hepatitis E
ବିଭାଗInfectious disease, gastroenterology
ଲକ୍ଷଣTiredness, nausea, pain over liver, jaundice[୧]
ଆକ୍ରାନ୍ତ ସମୟ2 to 10 wks after exposure[୨]
ଅବଧି2 to 6 wks[୨]
କାରଣHepatitis E virus (HEV)[୧]
ରୋଗ ନିର୍ଣ୍ଣୟ ପଦ୍ଧତିBlood test[୧]
ସଠିକ ରୋଗ ନିର୍ଣ୍ଣୟOther types of viral hepatitis, leptospirosis, dengue, malaria[୨][୩]
ପ୍ରତିକାରClean water, toilets, vaccination[୨]
ଚିକିତ୍ସାSymptomatic care, ribavirin (if chronic)[୧]
ପୁନଃପୌନିକ20 million cases per year[୨]
ମୃତ୍ୟୁ ସାନ୍ଦ୍ରତା44,000 (2015)[୨]


ହେପାଟାଇଟିସ ଇ ହେଉଛି ହେପାଟାଇଟିସ ଇ ଭୁତାଣୁ (HEV)ଦ୍ୱାରା ଯକୃତର ସଂକ୍ରମଣ ଯୋଗୁ ହୁଏ; ଏହା ଏକ ପ୍ରକାର ଭୁତାଣୁ ଜନିତ ଯକୃତ ପ୍ରଦାହ ରୋଗ | [୨] [୧] ଏହାର ଲକ୍ଷଣ ମଧ୍ୟରେ ଥକ୍କା, ବାନ୍ତି, ଯକୃତ ଉପରେ ଯନ୍ତ୍ରଣା, କଳା ପରିସ୍ରା ଏବଂ ହଳଦିଆ ଚର୍ମ ଇତ୍ୟାଦି ଦେଖାଯାଏ; ଯଦିଓ ଅନେକଙ୍କର କୌଣସି ଲକ୍ଷଣ ନଥାଏ | [୧] ସଂକ୍ରମିତ ହେବାର ୨ରୁ ୧୦ ସପ୍ତାହ ପରେ ଏହାର ଲକ୍ଷଣ ପ୍ରକାଶିତ ହୁଏ ଓ ଲକ୍ଷଣ ଗୁଡ଼ିକ 2 - 6 ସପ୍ତାହ ପର୍ଯ୍ୟନ୍ତ ରହେ । [୨] ବେଳେବେଳେ, ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ଥିବା ଲୋକଙ୍କଠାରେ ସଂକ୍ରମଣର ସମାଧାନ ହୁଏ ନାହିଁ ଏବଂ ସିରୋସିସ୍ ଭଳି ଜଟିଳ ରୋଗ ପରବର୍ତ୍ତୀ ସମୟରେ ଦେଖାଦେଇପାରେ | [୧] ଗର୍ଭବତୀ ମହିଳାମାନଙ୍କଠାରେ ଗୁରୁତର ସଂକ୍ରମଣ, ତୀବ୍ର ଯକୃତ ବିଫଳତା ହୋଇପାରେ | [୧]

ମୁଖ୍ୟତଃ ଅପମିଶ୍ରିତ ଓ ଦୂଷିତ ଜଳ ପିଇବାଦ୍ୱାରା ହେପାଟାଇଟିସ ଇ ରୋଗ ବ୍ୟାପିଥାଏ; ଯଦିଓ ଏହା ଦରସିଝା ମାଂସ ଖାଇବାଦ୍ୱାରା ବିସ୍ତାର ହୋଇପାରୁଥିବା ଭୁତାଣୁ ଅଟେ | [୨] [୧] ଏହା ସାଧାରଣତଃ ଲୋକଙ୍କ ମଧ୍ୟରେ ସିଧାସଳଖ ବିସ୍ତାର ହୁଏ ନାହିଁ | [୧] ଏହା ଏକ ସକରାତ୍ମକ ଭାବନା (ପଜିଟିଭ ସେନ୍ସ), ଅଣ-ବିକଶିତ, ଏକକ-ଷ୍ଟ୍ରାଣ୍ଡେଡ୍, ଆରଏନଏ (RNA) ଇକୋସାହେଡ୍ରାଲ୍ ଭୁତାଣୁ ଅଟେ | [୩] ରକ୍ତ କିମ୍ବା ମଳ ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ ହୋଇପାରେ। [୧] ଏହି ରୋଗ ୮ ପ୍ରକାର ଜେନୋଟାଇପ (genotypes) ଭାବରେ ପୃଥକ କରିହେବ, ଯାହା ୪ଟି ସାହାଯ୍ୟରେ ପ୍ରାଥମିକ ଭାବରେ ଲୋକମାନେ ରୋଗଦ୍ୱାରା ସଂକ୍ରମିତ ହୁଅନ୍ତି । [୪] ଅନ୍ୟ ପ୍ରକାରର ଭୁତାଣୁ ହେପାଟାଇଟିସ୍ ମଧ୍ୟରେ ଏ, ବି, ସି, ଡି ଏବଂ ଏକ୍ସ ଅନ୍ତର୍ଭୁକ୍ତ ହୋଇପାରେ |

ବିଶୁଦ୍ଧ ଜଳ ବ୍ୟବ‌ହାର ଏବଂ ଉପଯୁକ୍ତ ଶୌଚାଳୟ ବ୍ୟବହାର କରି ଏହି ରୋଗ ପ୍ରତିରୋଧ କରିହୁଏ | [୨] ଏଚଇଭି ଟିକା (HEV 239) ଦେଇ ରୋଗ ରୋକିବାକୁ ଚୀନ ଦେଶରେ ଉପଲବ୍ଧ ହେଉଛି । [୨] [୫] ଚିକିତ୍ସାରେ ସାଧାରଣତଃ ବିଶ୍ରାମ ଏବଂ ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ପାନ କରି ଲକ୍ଷଣାତ୍ମକ ଯତ୍ନ କରାଯାଏ | [୧] କ୍ରନିକ୍ ରୋଗ କ୍ଷେତ୍ରରେ ରିବାଭିରିନ୍ ବ୍ୟବହୃତ ହୋଇପାରେ | [୧] ସନ ୨୦୧୫ରେ ଏହା ଯୋଗୁ ପ୍ରାୟ ୪୪,000 ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । [୨] ଗର୍ଭଧାରଣର ତୃତୀୟ ମାସିକରେ ଏହି ରୋଗ ହେଲେ ପ୍ରାୟ୨୫% ମହିଳା ମରିପାରନ୍ତି | [୨]

ସନ ୨୦୧୭ରେ ହେପାଟାଇଟିସ ଇ ରୋଗ ଯୋଗୁ ୧୯ ନିୟୁତରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିବ ବୋଲି ଆକଳନ କରାଯାଇଥିଲା। [୬] ବିକାଶଶୀଳ ଦେଶମାନଙ୍କରେ ଏହା ଦେଖାଯାଏ ବିଶେଷତଃ ଏସିଆରେ ଅଧିକ ଦେଖାଯାଏ | [୧] [୨] ୧୫ରୁ ୩୦ ବର୍ଷ ବୟସ୍କ ପୁରୁଷମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି | [୭] ନିରାପଦ ଜଳ ମିଳିବା ଅସୁବିଧା ଯୋଗୁଁ ଏହା ଏକ ମହାମାରୀ ହୋଇପାରେ | [୨] ହେପାଟାଇଟିସ୍ ଇର ଆରମ୍ଭ ଅତି କମରେ ୧୯୫୫ ମସିହାରେ ନୂଆଦିଲ୍ଲୀରେ ହୋଇଥିଲା[୮] ୧୯୮୩ ମସିହାରେ ଆଫଗାନିସ୍ତାନରେ ହୋଇଥିବା ବିସ୍ଫୋରଣର ଅନୁସନ୍ଧାନ କରୁଥିବା ଋଷିଆର ବୈଜ୍ଞାନିକମାନେ ଏହି ଜୀବାଣୁକୁ ପୃଥକ୍ କରିଥିଲେ। [୯]  

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Hepatitis (Viral) NIDDK". The National Institute of Diabetes and Digestive and Kidney Diseases. Retrieved 2020-06-19.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ "Hepatitis E". www.who.int (in ଇଂରାଜୀ). Retrieved 22 May 2021.
  3. ୩.୦ ୩.୧ Waqar, S; Sharma, B; Koirala, J (January 2021). "Hepatitis E". PMID 30335311. {{cite journal}}: Cite journal requires |journal= (help)
  4. Dalton, Harry R.; Kamar, Nassim; Baylis, Sally A.; Moradpour, Darius; Wedemeyer, Heiner; Negro, Francesco (June 2018). "EASL Clinical Practice Guidelines on hepatitis E virus infection". Journal of Hepatology. 68 (6): 1256–1271. doi:10.1016/j.jhep.2018.03.005. PMID 29609832.
  5. Li, Shao-Wei; Zhao, Qinjian; Wu, Ting; Chen, Shu; Zhang, Jun; Xia, Ning-Shao (2015-02-25). "The development of a recombinant hepatitis E vaccine HEV 239". Human Vaccines & Immunotherapeutics. 11 (4): 908–914. doi:10.1080/21645515.2015.1008870. ISSN 2164-5515. PMC 4514148. PMID 25714510.
  6. GBD 2017 Disease Injury Incidence Prevalence Collaborators (10 November 2018). "Global, regional, and national incidence, prevalence, and years lived with disability for 354 diseases and injuries for 195 countries and territories, 1990–2017: a systematic analysis for the Global Burden of Disease Study 2017". Lancet. 392 (10159): 1789–1858. doi:10.1016/S0140-6736(18)32279-7. ISSN 1474-547X. PMC 6227754. PMID 30496104. {{cite journal}}: |last= has generic name (help)CS1 maint: numeric names: authors list (link)
  7. Izopet, Jacques; Abravanel, Florence; Dalton, Harry R.; Kamar, Nassim (1 January 2014). "Hepatitis E Virus Infection". Clinical Microbiology Reviews (in ଇଂରାଜୀ). 27 (1): 116–138. doi:10.1128/CMR.00057-13. ISSN 0893-8512. PMC 3910910. PMID 24396139.
  8. Kumar, Subrat; Subhadra, Subhra; Singh, Bhupinder; Panda, B.K. (April 2013). "Hepatitis E virus: the current scenario". International Journal of Infectious Diseases (in ଇଂରାଜୀ). 17 (4): e228–e233. doi:10.1016/j.ijid.2012.11.026. ISSN 1201-9712. PMID 23313154.
  9. Izopet, Jacques; Abravanel, Florence; Dalton, Harry R.; Kamar, Nassim (1 January 2014). "Hepatitis E Virus Infection". Clinical Microbiology Reviews (in ଇଂରାଜୀ). 27 (1): 116–138. doi:10.1128/CMR.00057-13. ISSN 0893-8512. PMC 3910910. PMID 24396139.