କିନ୍ଦମ

ଉଇକିପିଡ଼ିଆ‌ରୁ

ହିନ୍ଦୁ ମହାକାବ୍ୟ ମହାଭାରତର ବର୍ଣ୍ଣନାନୁସାରେ କିନ୍ଦମ (ସଂସ୍କୃତ: किन्दम) ଜଙ୍ଗଲରେ ରହୁଥିବା ଜଣେ ଋଷି ଥିଲେ । ଶିବ ଭକ୍ତ ଏହି ଋଷି ତାଙ୍କରି ତପ ବଳରେ ଆଧ୍ୟାତ୍ମିକ ଶକ୍ତିର ଅଧିକାରୀ ଥିଲେ ।[୧] ତେବେ କିନ୍ଦମ ଅତ୍ୟନ୍ତ ଲଜ୍ଜାଶୀଳ ତଥା ବହୁତ ନମ୍ର ସ୍ୱଭାବର ଥିଲେ । ତାଙ୍କର ଏହି ଅନନ୍ୟ ଗୁଣ ତାଙ୍କୁ ଜନ ସମାଜ ମଧ୍ୟରେ ସ୍ତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାରଣ କରିଥିଲା । ତେବେ ତାଙ୍କର ଦୈହିକ କାମନା ପୂରଣ କରିବା ପାଇଁ କିନ୍ଦମ ନିଜ ତପ ଶକ୍ତି ବ୍ୟବହାର କରି ନିଜକୁ ଏବଂ ପତ୍ନୀଙ୍କୁ ହରିଣ ଓ ହରିଣୀ ଭାବେ ରୁପାନ୍ତରିତ କଲେ । ଥରେ ସେ ଏବଂ ତାଙ୍କ ପତ୍ନୀ ଜଙ୍ଗଲରେ ଏହିଭଳି ଭାବେ ହରିଣ ଏବଂ ହରିଣୀ ରୂପରେ ଶାରୀରିକ ସମ୍ପର୍କ ରଖୁଥିବା ସମୟରେ ସେଠାରେ ଶିକାର କରୁଥିବା ହସ୍ତିନାପୁରର ରାଜା ପାଣ୍ଡୁ ସେମାନଙ୍କୁ ହରିଣ ଭ୍ରମରେ ତୀର ଚଳାଇ ଗୁରୁତର ଆହତ କରିଥିଲେ । କ୍ରୋଧିତ କିନ୍ଦମ ମରିବା ପୂର୍ବରୁ ପାଣ୍ଡୁଙ୍କୁ ଅଭିଶାପ ଦେଇଥିଲେ ଯେ ସେ ଯେ କୌଣସି ମହିଳାଙ୍କ ସହ ସମ୍ପର୍କ ରଖିବା କ୍ଷଣି ମରିବେ ।[୨][୩]

ଆଧାର[ସମ୍ପାଦନା]

  1. Sanagala, Naveen (6 July 2020). "Kindama Rishi | Sage who cursed King Pandu". HinduPad (in ଇଂରାଜୀ). Retrieved 1 January 2021.
  2. Uberoi, Meera. The Mahabharata. ISBN 9788170702313.
  3. Pattanaik, Devdutt (2000). The goddess in India: the five faces of the eternal feminine. Rochester, Vt: Inner Traditions International. ISBN 9780892818075.