ଶୱର୍ମା

ଉଇକିପିଡ଼ିଆ‌ରୁ
ଶୱର୍ମା
ଶୱର୍ମା ରୋଲ୍
ଅନ୍ୟ ନାମଚୱର୍ମା, ଶୌର୍ମା, ଶୋର୍ମା[୧],
ପ୍ରକାରଆମିଷ
ମୂଳ ସ୍ଥାନଓଟ୍ଟୋମାନ୍ ସାମ୍ରାଜ୍ୟ[୨]
ଅଞ୍ଚଳ ବା ରାଜ୍ୟଆନାତୋଲିଆ, ଲେଭାଣ୍ଟ, ମଧ୍ୟ-ପ୍ରାଚ୍ୟ[୧][୩]
ପରଷିବା ଉତ୍ତାପଗରମ
ମୁଖ୍ୟ ଉପାଦାନମାଂସ: ଛେଳି, ମେଣ୍ଢା, କୁକୁଡ଼ା, ଟର୍କି ପକ୍ଷୀ, ଗୋମାଂସ
ସ୍ୟାଣ୍ଡୱିଚ: ଶୱର୍ମା ମାଂସ, ପିଟା ରୁଟି, ଗୁଡ଼ାଇବା ପାଇଁ ରୁଟି, ଲମ୍ବା କିମ୍ବା ଛୋଟ କଟାଯାଇଥିବା ପନିପରିବା, ଆଚାର ଓ ଅନ୍ୟାନ୍ୟ ଚଟଣୀ ବା ସସ୍
ଏକା ଧରଣର ଖାଦ୍ୟଡୋନର୍ କବାବ, ଆଲ୍ ପାଷ୍ଟୋର୍, ଗାଇରୋସ୍

ଶୱର୍ମା (ଇଂରାଜୀ ଭାଷାରେ shawarma, ଆରବୀୟ ଭାଷାରେ شاورما) ମଧ୍ୟ-ପ୍ରାଚ୍ୟର ଏକ ଲୋକପ୍ରିୟ ଖାଦ୍ୟ । ମାଂସକୁ କୋନାକାର ଆକୃତିରେ ଏକ ଭୂଲମ୍ବ ଅକ୍ଷରେ ଲଗାଇ ରଖାଯାଏ । ସେହି ଅକ୍ଷଟି ଏକ ନିଆଁ ଚୁଲି ପାଖରେ ଧୀରେ ଧୀରେ ବୁଲୁଥାଏ ଓ ମାଂସର ସବୁ ଅଂଶ ସିଝୁଥାଏ । ଏଥିରୁ ମାଂସକୁ ପତଳା ପତଳା ଭାବେ କାଟି ଏକ ସାଣ୍ଡୱିଚ ଆକାରରେ ପରିବେଷଣ କରାଯାଏ । ପ୍ରାରମ୍ଭରେ ଶୱର୍ମା ପାଇଁ ଛେଳି ଓ ମେଣ୍ଢା ମାଂସ ବ୍ୟବହୃତ ହେଉଥିଲା; କିନ୍ତୁ ଏବେ ଶୱର୍ମାରେ କୁକୁଡ଼ା, ଟର୍କି ପକ୍ଷୀ ଓ ଗୋମାଂସ ମଧ୍ୟ ବ୍ୟବହୃତ ହେଉଛି ।[୪][୫][୧] ଘୂର୍ଣ୍ଣାୟମାନ ଅକ୍ଷରେ ଲାଗିଥିବା ମାଂସରୁ ପତଳା ମାଂସ ପଟି ଚାଞ୍ଛି ଚାଞ୍ଛି ବାହାର କରାଯାଏ ।[୬][୭] ଶୱର୍ମା ବିଶ୍ୱରେ ଏକ ଲୋକପ୍ରିୟ ଗଳି ଖାଦ୍ୟ (ଷ୍ଟ୍ରିଟ୍ ଫୁଡ୍ - street food) ରୂପେ ପରିଚିତ । ମିଶର, ଆରବ ଉପଦ୍ୱୀପ, ଲେଭାଣ୍ଟ ଏପରି ଅନେକ ଅଞ୍ଚଳରେ ଏହା ଖୁବ୍ ଲୋକପ୍ରିୟ ।[୮]

ନାମକରଣ[ସମ୍ପାଦନା]

ତୁର୍କୀ ଭାଷାର ଶବ୍ଦ ତ୍ସେଭିର୍ମେରୁ ଆରବୀୟ ଶବ୍ଦ ଶୱର୍ମା ଶବ୍ଦର ସୃଷ୍ଟି । ତ୍ସେଭିର୍ମେ ଶବ୍ଦର ଅର୍ଥ ହେଲା ବୁଲୁଥିବା ବା ଘୂର୍ଣ୍ଣାୟମାନ । ଶୱର୍ମା ଉପକରଣରେ ନିରନ୍ତର ଘୂର୍ଣ୍ଣାୟମାନ ଅକ୍ଷକୁ ଏହା ସୂଚୀତ କରିଥାଏ ।[୯]

ଇତିହାସ[ସମ୍ପାଦନା]

୧୯୫୦ ମସିହାରେ ଲେବାନନ୍ ଦେଶରେ ଶୱର୍ମା ପ୍ରସ୍ତୁତିର ଏକ ଫଟୋ ଚିତ୍ର

ନିଆଁ ଉପରେ ଏକ ଭୂସମାନ୍ତରାଳ କାଠିରେ ମାଂସ ଲଗାଇ ପୋଡ଼ିବା ବା ସିଝାଇବା ଏକ ପୁରାତନ ରନ୍ଧା ଶୈଳୀ । କିନ୍ତୁ ଭୂଲମ୍ବ କାଠିରେ ମାଂସ ଲଗାଇ ସିଝାଇବା ଓ ସିଝୁଥିବା ଅବସ୍ଥାରେ ଏଥିରୁ ପତଳା ପତଳା ମାଂସ ବାହାର କରିବାର ପଦ୍ଧତି ଉନବିଂଶ ଶତାବ୍ଦୀରେ ଓଟ୍ଟୋମାନ୍ ସାମ୍ରାଜ୍ୟରେ (ବର୍ତ୍ତମାନର ତୁର୍କୀ) ପ୍ରଥମେ ଡୋନର୍ କବାବ ରୂପରେ ଦେଖାଦେଇଥିଲା ।[୧][୧୦][୧୧] ଗାଇରୋସ୍ ନାମକ ଗ୍ରୀକ୍ ଖାଦ୍ୟ ଓ ଶୱର୍ମାର ପ୍ରସ୍ତୁତି ପ୍ରଣାଳୀ ଏହି ଡୋନର୍ କବାବର ପ୍ରସ୍ତୁତି ପ୍ରଣାଳୀରୁ ଗୃହୀତ ।[୧][୨][୧୨] ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଲେବାନନ୍‍ର ପ୍ରବାସୀ ଲୋକଙ୍କଠାରୁ ଶିଖି ଓ ଶୱର୍ମାରୁ ଅନୁପ୍ରାଣିତ ହୋଇ ମେକ୍ସିକୋର ଲୋକେ ଟାକୋସ୍ ଆଲ୍ ପାଷ୍ଟୋର୍ ଖାଦ୍ୟର ପ୍ରଚଳନ କରାଇଥିଲେ ।[୨][୧୩]

ପ୍ରସ୍ତୁତି ପ୍ରଣାଳୀ[ସମ୍ପାଦନା]

ପିଟା ରୁଟି ସହିତ ଶୱର୍ମା

ଛେଳି, ମେଣ୍ଢା, ବାଛୁରୀ, ଗାଈ, କୁକୁଡ଼ା ଓ ଟର୍କି ପକ୍ଷୀ ଆଦିଙ୍କ ମାଂସକୁ ମ୍ୟାରିନେଟ୍ କରିବା ପରେ ପ୍ରାୟ ୬୦ ସେଣ୍ଟିମିଟର ଲମ୍ବ ଏକ ଭୂଲମ୍ବ ଅକ୍ଷରେ ସିଝାଯାଏ । ରସାଳ ଓ ସ୍ୱାଦ ପାଇଁ ସେଥିରେ ଚର୍ବି ମଧ୍ୟ ମିଶାଯାଏ । ଅକ୍ଷର ନିମ୍ନରେ ମୋଟର୍ ସଂଯୁକ୍ତ ଥାଏ ଓ ମୋଟର୍‍ଟି ଅକ୍ଷକୁ ଅତି ଧୀରେ ଘୁରାଉଥାଏ । ବାହାର ପଟେ ରହିଥିବା ଚୁଲା ବା ଅଗ୍ନି ଯୋଗୁଁ କୋନାକାର ମାଂସର ବାହ୍ୟ ଅଂଶ ଧୀରେ ଧୀରେ ସିଝୁଥାଏ । ସେହି ବାହ୍ୟ ଅଂଶରୁ ଏକ ଧାରୁଆ ଛୁରୀ ଯୋଗେ ପତଳା ପତଳା ମାଂସ ଚାଞ୍ଛି ବାହାର କରାଯାଏ ।[୧]

ଶୱର୍ମାରେ ଜୀରା, ଗୁଜୁରାତି ବା ଅଳେଇଚ, ଡାଲଚିନି, ହଳଦି, ଲଙ୍କା ଓ କିଛି ସ୍ଥାନରେ ବହାରାତ୍ ପରି ମସଲା ବ୍ୟବହାର କରାଯାଏ ।[୧୩][୩] ଶୱର୍ମାକୁ ଏକ ସାଣ୍ଡୱିଚ ପରି କିମ୍ବା ପିଟା, ଲାଫା ପରି ବଡ଼ ରୁଟିଦ୍ୱାରା ଗୁଡ଼ାଇ ପରିବେଷଣ କରାଯାଏ ।[୧][୧୪] ମଧ୍ୟ-ପ୍ରାଚ୍ୟରେ କୁକୁଡ଼ା ମାଂସରେ ପ୍ରସ୍ତୁତ ଶୱର୍ମାକୁ ରସୁଣ ଚଟଣୀ, ଆଳୁ ଭଜା ଓ ଆଚାର ସହିତ ବଢ଼ାଯାଏ ।

ଇସ୍ରାଏଲରେ ଟର୍କି ପକ୍ଷୀର ମାଂସରେ ଶୱର୍ମା ପ୍ରସ୍ତୁତ କରାଯାଏ ଓ ଏହି ଶୱର୍ମାକୁ ତାହିନି ସସ୍ ସହିତ ବଢ଼ାଯାଇଥାଏ । ଯୀହୁଦୀ ଧର୍ମର ଚଳଣି ଅନୁସାରେ ଯେ କୌଣସି କ୍ଷୀର ଜାତ ଖାଦ୍ୟ (ଯଥା: ଦହି ସସ୍) ଓ ମାଂସ ମିଶାଇ ଖାଇବା ଅପରାଧ ।[୧୩] ଶୱର୍ମା ସହିତ କଟା ହୋଇଥିବା ବିଲାତି ବାଇଗଣ, କାକୁଡ଼ି, ପିଆଜ ଆଦି ପରିବା ମିଶାଇ ଏବଂ ସେଥିରେ ହମସ୍, ତାହିନି ସସ୍ କିମ୍ବା ଆମ୍ବ ସସ୍ ମିଶାଇ ଖିଆଯାଇଥାଏ ।[୧] କିଛି ସ୍ଥାନରେ କଟା ଶିମଳା ଲଙ୍କା, ଭଜା ବାଇଗଣ ଓ ଆଳୁ ଭଜା ସହିତ ଶୱର୍ମା ଖିଆଯାଇଥାଏ ।[୧୫]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Marks, Gil (2010). Encyclopedia of Jewish Food. Hoboken, N.J.: Wiley. ISBN 9780544186316. OCLC 849738985 – via Google Books.
  2. ୨.୦ ୨.୧ ୨.୨ Prichep, Deena; Estrin, Daniel (2015-05-07). "Thank the Ottoman Empire for the taco al pastor". PRI. Retrieved 19 March 2017.{{cite web}}: CS1 maint: url-status (link)
  3. ୩.୦ ୩.୧ Salloum, Habeeb; Lim, Suan L. (2010). The Arabian Nights Cookbook: From Lamb Kebabs to Baba Ghanouj, Delicious Homestyle Arabian Cooking. Tokyo: Tuttle Pub. p. 66. ISBN 9781462905249. OCLC 782879761.
  4. Albala, Ken, ed. (2011). Food Cultures of the World Encyclopedia. ABC-CLIO. pp. 197, 225, 250, 260–261, 269. ISBN 9780313376269 – via Google Books.
  5. Davidson, Alan (2014). Jaine, Tom (ed.). The Oxford Companion to Food. Oxford Companions. Oxford: Oxford University Press. p. 259. ISBN 9780191040726. OCLC 1119636257 – via Google Books.
  6. Mattar, Philip (2004). Encyclopedia of the Modern Middle East & North Africa: D-K. Encyclopedia of the Modern Middle East & North Africa. Vol. 2 (Hardcover ed.). Macmillan Library Reference. p. 840. ISBN 9780028657714. OCLC 469317304. Shawarma is a popular Levantine Arab specialty.
  7. La Boone, III, John A. (2006). Around the World of Food: Adventures in Culinary History (Paperback ed.). iUniverse, Inc. p. 115. ISBN 0595389686. OCLC 70144831. Shawarma - An Arab sandwich similar to the gyro.
  8. Kraig, Bruce; Sen, Colleen Taylor (2013). Street Food Around the World: An Encyclopedia of Food and Culture. Santa Barbara, California: ABC-CLIO. pp. xxv, 18–19, 127–129, 339. ISBN 978-1598849554. OCLC 864676073.
  9. Al Khan, Mohammed N. (31 July 2009). "Shawarma: the Arabic fast food". Gulf News.{{cite web}}: CS1 maint: url-status (link)
  10. Eberhard Seidel-Pielen (May 10, 1996). "Döner-Fieber sogar in Hoyerswerda" [Doner fever even in Hoyerswerda]. ZEIT ONLINE (in German). Retrieved May 6, 2016. Neither in the written recipes of the medieval Arab cuisine nor in the Turkish cookbooks from the first half of the 19th century are there any indications. According to research carried out by the Turkish master chef Rennan Yaman, who lives in Berlin, the doner kebab is an amazingly young creation of Ottoman cuisine. (Quote translated from the German){{cite web}}: CS1 maint: unrecognized language (link)
  11. Kiple, Kenneth F.; Ornelas, Kriemhild Coneè, eds. (2000). The Cambridge World History of Food, Volume 2. Cambridge University Press. p. 1147. ISBN 9780521402156 – via Google Books. Bursa is the town that gave birth to the world-famous doner kebab, meat roasted on a vertical revolving spit.
  12. Kremezi, Aglaia (2010). "What's in the Name of a Dish?". In Hosking, Richard (ed.). Food and Language: Proceedings of the Oxford Symposium on Food and Cooking 2009. Vol. 28. Totnes: Prospect Books. pp. 203–204. ISBN 9781903018798. OCLC 624419365.
  13. ୧୩.୦ ୧୩.୧ ୧୩.୨ Guttman, Vered (2017-05-01). "How to Make Shawarma Like an Israeli". Haaretz.
  14. Al-Masri, Mohammad. Colloquial Arabic (Levantine): The Complete Course for Beginners. Routledge.
  15. Laor, Eran (2019-01-10). "Shawarma, the Iconic Israeli Street Food, Is Slowly Making a Comeback in Tel Aviv". Haaretz.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Shawarma-ସମ୍ପର୍କିତ ମିଡ଼ିଆ