କାମିନୋ ମିଚି

ଉଇକିପିଡ଼ିଆ‌ରୁ
ଜାପାନର ହିରୋଶିମା ପ୍ରଶାସନରେ ଥିବା ଇତ୍ସୁକୁଶିମା ମନ୍ଦିରର ତୋରୀ । ଏକ ଶିଣ୍ଟୋମନ୍ଦିରର ତୋରଣକୁ ତୌରୀ କୁହାଯାଏ ଏବଂ ଏହା ଶିଣ୍ଟୋବାଦର ଚିହ୍ନ ।

ଶିଣ୍ଟୋବାଦ (ଶିନ୍ତୋ - 神道) ବା ଈଶ୍ୱରଙ୍କ ପଥ (କାମିନୋମିଚି - 神の道), ହେଉଛି ଜାପାନରେ ଉତ୍ପନ୍ନ ଏକ ଧର୍ମସମ୍ପ୍ରଦାୟ ।[୧] ଏହି ବିଶ୍ବାସର ଅନୁଗାମୀମାନେ ଏହାକୁ ଜାପାନର ମୂଳ ଧର୍ମ ବୋଲି କହନ୍ତି । ଭାରତୀୟ ଧର୍ମସମ୍ପ୍ରଦାୟ ପରି ଏହି ଧର୍ମରେ ମଧ୍ଯ କୌଣସି କେନ୍ଦ୍ରୀୟ ଅଧିକାରୀ ନଥାଏ ।

ଶିଣ୍ଟୋବାଦ ଏକ ଅନେକେଶ୍ୱରବାଦୀ ଧର୍ମ ଯାହା (ଦେବାଦେବୀ, ଯକ୍ଷ, ଗନ୍ଧର୍ବ, ପ୍ରକୃତି ତଥା ଅନ୍ୟ ଶକ୍ତିଶାଳୀ ପରାଭୌତିକ ବ୍ଯକ୍ତିତ୍ବ ଆଦି) କାମିଙ୍କ ଉପରେ ପର୍ଯ୍ୟବସିତ ।[୨] କାମି ଏବଂ ପ୍ରାକୃତିକ ଶକ୍ତି ମଧ୍ଯରେ ଥିବା ସମ୍ବନ୍ଧ ଯୋଗୁଁ ଏହି ଲୋକପ୍ରଥାକୁ ଜୀବେଶ୍ବରବାଦ ତଥା ସର୍ବେଶ୍ୱରବାଦ ବୋଲି ମଧ୍ଯ କୁହାଯାଏ ।[୩] କାମିମାନଙ୍କୁ ଘରର କାମିଦାନା, ପାରିବାରିକ ଶାଳ, ସାଧାରଣ ମନ୍ଦିର ଆଦିରେ ରଖି ପୂଜାକରାଯାଏ ।[୪] ଶିଣ୍ଟୋଶାଳରେ ଥିବା ମୁଖ୍ଯ କାମିଙ୍କର ସେବାପାଇଁ ପ୍ରତେକ ଶାଳରେ ପୂଜକ ରହିଥାନ୍ତି । ଅନ୍ଯାନ୍ଯ ରୀତିନୀତିଗୁଡ଼ିକ ହେଲା - କାଗୁରା ନୃତ୍ୟ, ବିଭିନ୍ନ ଜୀବନ ସଂସ୍କାରଆଧାର ତଥା ଅନେକ ପର୍ବପର୍ବାଣି ।

ଆଧାର[ସମ୍ପାଦନା]

  1. "3 Teil: Die Kami des Shinto", Das fremde Japan: Ainu – Kami – Shinto, Peter Lang, ISBN 978-3-631-64849-0, retrieved 2020-10-22
  2. "3 Teil: Die Kami des Shinto", Das fremde Japan: Ainu – Kami – Shinto, Peter Lang, ISBN 978-3-631-64849-0, retrieved 2020-10-22
  3. "3 Teil: Die Kami des Shinto", Das fremde Japan: Ainu – Kami – Shinto, Peter Lang, ISBN 978-3-631-64849-0, retrieved 2020-10-22
  4. Santino, Jack (2006), "Performative Commemoratives: Spontaneous Shrines and the Public Memorialization of Death", Spontaneous Shrines and the Public Memorialization of Death, Palgrave Macmillan US, pp. 5–15, ISBN 978-1-349-73485-6, retrieved 2020-10-22