କିଶୋର ଚନ୍ଦ୍ର ଦେଓ ଭଞ୍ଜ

ଉଇକିପିଡ଼ିଆ‌ରୁ
କିଶୋର ଚନ୍ଦ୍ର ଦେଓ ଭଞ୍ଜ
ବିଧାୟକ: ୧ମ, ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୬୦
ପର ଅଧିକାରୀପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ
ନିର୍ବାଚନ ମଣ୍ଡଳୀଦଶପଲ୍ଲା
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁଜାନୁଆରୀ ୧୬, ୧୯୬୦(୧୯୬୦-୦୧-୧୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରାଜ ସୁନ୍ଦରୀ ଦେବୀ
ସନ୍ତାନପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ‌
ବାପା/ବୋଉନାରାୟଣ ଭଞ୍ଜଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

କିଶୋର ଚନ୍ଦ୍ର ଦେଓ ଭଞ୍ଜ (ମୃତ୍ୟୁ: ୧୬ ଜାନୁଆରୀ ୧୯୬୦) ଦଶପଲ୍ଲାର ପୂର୍ବତନ ରାଜା ଥିଲେ ଏବଂ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । କିଶୋର ଚନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୨ ଓ ୧୯୫୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦଶପଲ୍ଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୨ୟ ଓଡ଼ିଶା ବିଧାନ ସଭାରେ କିଶୋର ଚନ୍ଦ୍ର ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା, ଫଳରେ ଉପନିର୍ବାଚନରେ ତାଙ୍କ ପୁଅ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

କିଶୋର ଚନ୍ଦ୍ର ଦେଓ ଭଞ୍ଜଙ୍କ ବାପାଙ୍କ ନାମ ନାରାୟଣ ଭଞ୍ଜଦେଓ ଏବଂ ପତ୍ନୀଙ୍କ ନାମ ରାଜ ସୁନ୍ଦରୀ ଦେବୀ ।[୧] ସେ ଦଶପଲ୍ଲାର ରାଜା ଥିଲେ ।[୧] ତାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ମଧ୍ୟ ଜଣେ ରାଜନୀତିଜ୍ଞ ଥିଲେ, ଯିଏକି ଓଡ଼ିଶା ବିଧାନ ସଭାରେ ବିଧାୟକ ଭାବରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ସାଂସଦ ଭାବରେ ଥରେ ଲେଖାଏଁ କାର୍ଯ୍ୟ କରିଥିଲେ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

କିଶୋର ଚନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କାର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥଲେ ।[୧]

ମୃତ୍ୟୁ[ସମ୍ପାଦନା]

କିଶୋର ଚନ୍ଦ୍ର ଦେଓ ଭଞ୍ଜ ୧୯୬୦ ମସିହାର ଜାନୁଆରୀ ମାସ ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Kishore Chandra Deo Bhanj". odishaassembly.nic.in. Odisha Assembly. Retrieved 28 April 2020.
  2. "Shri Purna Chandra Bhanjadeo". odishaassembly.nic.in. Odisha Assembly. Retrieved 24 April 2020.