ଚନ୍ଦନ ତିୱାରୀ

ଉଇକିପିଡ଼ିଆ‌ରୁ
ଚନ୍ଦନ ତିୱାରୀ
ଜନ୍ମ୨୬ ମାର୍ଚ୍ଚ ୧୯୯୦
ଭୋଜପୁର (Bhojpur), Bihar
ଜାତୀୟତା ଭାରତୀୟ
ଶିକ୍ଷାବିନୋବା ଭାବେ ବିଶ୍ୱବିଦ୍ୟାଳୟ (Vinoba Bhave University), ବିଏ (ଅନର୍ସ) ମନୋବିଜ୍ଞାନ (Psychology)
ବୃତ୍ତିଗାୟକ
ପ୍ରସିଦ୍ଧିଲୋକ ସଙ୍ଗୀତ Folk Singer
ପୁରସ୍କାରସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (Sangeet Natak Akademi Award

ଚନ୍ଦନ ତିୱାରୀ (ଇଂରାଜୀ ଭାଷାରେ Chandan Tiwari) ବିହାରରେ ବାସ କରୁଥିବା ଜଣେ ଭାରତୀୟ ଗାୟିକା । ସେ ଭୋଜପୁରି, ମଗଧୀ, ମୈଥିଳୀ, ନାଗପୁରି, ଅବଧୀହିନ୍ଦୀ ଭାଷାରେ ସେ ଲୋକ ସଙ୍ଗୀତ ଗାଆନ୍ତି । ସେ ବିସମିଲ୍ଲା ଖାନ ସମ୍ମାନ ପୁରସ୍କାର ପାଇଥିଲେ । [୧] ସେ ବିଭିନ୍ନ କିସମର ଲୋକସଙ୍ଗୀତ ଗାଆନ୍ତି ଯେପରିକି ପୁରବି, ସୋହର, ପଚ୍ରା ଗାନ୍ଧୀ ଗୀତ, ନ‌ଦୀ ଗୀତ, ଛଠ ଗୀତ (କଜରୀ) ଓ ଠୁମରୀ ଇତ୍ୟାଦି ।[୨][୩][୪]

ପ୍ରାକ୍ ଜୀବନ[ସମ୍ପାଦନା]

ଭାରତରେ ଥିବା ବିହାର ପ୍ରଦେଶର ଭୋଜପୁରୀ ଜିଲ୍ଲାର ବଦକା ଗ୍ରାମରେ ଚନ୍ଦନ ତିୱାରୀ ଜନ୍ମ ଗ୍ରହଣ କରିଥିଲେ । ସେ ଝାଡ଼ଖଣ୍ଡରେ ବଢ଼ିଥିଲେ । ବିନୋବା ଭାବେ ବିଶ୍ୱବିଦ୍ୟାଳୟରୁ ସେ ବିଏ ପାସ କରିଥିଲେ ଓ ଆଲାହାବାଦ, ପ୍ରୟାଗ ସଙ୍ଗୀତ ସମିତିରୁ ଏକ ଛଅ ବର୍ଷିଆ କୋର୍ଷ 'ପ୍ରଭାକର' ଶିକ୍ଷା ଲାଭ କରିଥିଲେ । ଦିଲ୍ଲୀ ସରକାରଙ୍କ ନିମନ୍ତେ ସେ ମଇଥିଳି ଓ ଭୋଜପୁରି ଭାଷାରେ ଥିବା ଗ୍ରମୀଣ ଓ ଦୁର୍ଲ୍ଲଭ ଗୀତ ଉପରେ ଗବେଷଣା କରୁଛନ୍ତି ।

ବୃତ୍ତି[ସମ୍ପାଦନା]

ଭୋଜପୁରି, ମଗଧୀ, ମୈଥିଳୀ, ଅବଧୀ ଓ ବିଶେଷତଃ ଭୋଜପୁରି ଭାଷାର ଲୋକ ସଙ୍ଗୀତରେ ଚନ୍ଦନ ତିୱାରୀ ଏକ ଜଣାଶୁଣା ନାମ । [୫] ଦୂରଦର୍ଶନରେ ସେ ଅନେକ ବିଶେଷ ସଙ୍ଗୀତ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ବିଶେଷତଃ ପୁରବିୟତାନ Purabiyataan ଓ 'ନିମିୟା ଚିରଇୟାନ କେ ବସର' (Nimiya chiraiyan ke baser) ଥିବା ମୋର ସଙ୍ଗୀତ ପ୍ରଚେଷ୍ଟା (My Musical Effort) ସିରିଜ ଟେଲିକାଷ୍ଟ ହୋଇଥିଲା । ମହୁଆ ଟିଭିର ଜିଲା ଟପ ଓ ସୁରସରଗମ ପ୍ରଦର୍ଶନରେ ଭାଗ ନେଇଥଲେ । ଇଟିଭି ଓ ଜି ମ୍ୟାଜିକ ଇଣ୍ଡିଆର 'ଲୋକ ଜଲ‌ୱା ପ୍ରଦର୍ଶନ'ରେ (folk jalwa show) ଭାଗନେଇଥିଲେ । ଅଲ ଇଣ୍ଡିଆ ରେଡିଓର ବିଶେଷ କାର୍ଯ୍ୟକ୍ରମରେ ଲୋକ ସଙ୍ଗୀତ ଓ ଗଜଲ ପରିବେଷଣ କରିଥିଲେ । [୬]

ରେଡିଓ ମିର୍ଚ୍ଚି, ରେଡିଓ ଧୁମ, ରେଡିଓ ସନେହି ଓ ଭ୍ରାମ୍ୟମାଣ ରେଡିଓ-ଗ୍ରମ‌ବାଣୀ ଭଳି ଅନେକ ସମ୍ମାନନୀୟ ପ୍ରାଇଭେଟ ଏଫଏମ ବ୍ରଡକାଷ୍ଟିଙ୍ଗ ଚାନେଲମାନଙ୍କରେ ଚନ୍ଦନ ତିୱାରୀ ବିଶେଷ ସଙ୍ଗୀତ ଧାରା ପ୍ରସ୍ତୁତ କରିଥିଲେ ଓ ସାକ୍ଷାତକାର ଦେଇଥିଲେ । ବିଗ ମ୍ୟାଜିକ ଗଙ୍ଗା ( Big Magic Ganga) ଟିଭି ଓ ରଙ୍ଗ ପୂର୍ବୟିଆ (Rang Purwaiya) ଚୟନ ମଣ୍ଡଳୀର ସେ ସଭ୍ୟ ଥିଲେ । ବିଭିନ୍ନ ଧରଣର ଓ ଆକାରର ଉତ୍ସବରେ ସେ କାମ କରୁଥିଲେ ଓ ବିଭିନ୍ନ ସମସ୍ୟାର ସମାଧାନ କରିଥିଲେ । ସଙ୍ଗୀତ ଉଦ୍ୟୋଗରେ ଅଶ୍ଳୀଳତାକୁ ସର୍ବଦା ସେ ବିରୋଧ କରୁଥଲେ । [୭]

ସଙ୍ଗୀତ କାର୍ଯ୍ୟକ୍ରମ[ସମ୍ପାଦନା]

ପୁର୍ବଇୟା ଉସ୍ତାଦ, ବେଟି ଚରୟିଆ ସମାନ, ରାଧା ରସିୟା, ସବକେ (ରାମ ରସୁଲ,[୮] ବସନ୍ତି ବାୟେର, ଶିବ ଜୋଗିଆ, ସଝି ରାଗ, ସ‌ୱାନି ବାହାର, ନିର୍ଗୁନିଆ କବୀର, ମହାତ୍ମା ଗାନ୍ଧୀ, ନ‌ଦୀଆ ଧୀରେ ବ‌ହୋ, ଭଏସ ଅଫ ଗ୍ୟାଞ୍ଜେସ, ମାଇ, ଛଟ୍ଟି ମଇୟା, ରଙ୍କ କଳସ, ଚରଖ‌ୱା ଚାଲୁ ରହେ, ଜନତା ଗୀତ, ଜନ ରାଗ, ଦୁନିଆ କୟାମ୍ବ କିସନ ସେ, ବାଟିହିୟା, ବରାହ ମାସ, କୁଅଁର ଗୀତ, ସୋହର-ମଙ୍ଗଳ-ବଧାଇ, ସୁହାଗ ରାଗ, ଚଇତା-ଚଇତି-ଘଟୋ, ବାଲ ଗୀତ ଇତ୍ୟାଦି ।


ପୁରସ୍କାର[ସମ୍ପାଦନା]

  • ବିଲମିଲ୍ଲାହ ଖାନ ସମ୍ମାନ, ସଙ୍ଗୀତ ନାଟକ ଏକାଡେମୀ (Sangeet Natak Akademi Award)
  • ଭୋଜପୁରି କୋକିଳ ସମ୍ମାନ, ପଶ୍ଚିମ ବଙ୍ଗ ଭୋଜପୁରି ପରିଷଦ, କୋଲକାତା
  • ସର୍ବଶ୍ରେଷ୍ଠ ପାରମ୍ବରିକ ଲୋକ ସଙ୍ଗୀତ ପୁରସ୍କାର, ନିଉଜ-୨୪ ଓ ରେଡିଓ ଧମାଲ ବିଏଜି ଫିଲମସ
  • ବିହାରର ପରିବର୍ତ୍ତନ‌କାରୀ ଆଇକନ
  • ବ‌ହିନ-ବ‌ହିନପା ସମ୍ମାନ, ସୁର ସମ୍ମଦ, ଦରଭଙ୍ଗା
  • ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ବାଜପେୟୀ ସମ୍ମାନ, ମୁଙ୍ଗେର
  • ଲୋକ ରତ୍ନ ସମ୍ମାନ, ଗାଜିପୁର ଜିଲ୍ଲା ।
  • ଆଖର ସମ୍ମାନ, ସିୱାନ ଜିଲ୍ଲା ।
  • ଗିରିଜା ଦେବୀ ସଙ୍ଗୀତ ସମ୍ମାନ, ବଲ୍ଲିଆ ଜିଲ୍ଲା ।
  • ଗାନ୍ଧି ସଙ୍ଗୀତ ସମ୍ମାନ, ଗାନ୍ଧି ସ୍ମୃତି ଦର୍ଶନ ସମିତି ।
  • ଭିଖାରି ଠାକୁର ସମ୍ମାନ, ଜାମସେଦପୁର ।
  • ଲୋକ ରସ ସମ୍ମାନ, ବିକାଶ ଭାରତି, ରାଞ୍ଚି ।
  • ଭୋଜପୁରିଆ ରତ୍ନ ସମ୍ମାନ, ଭୋପାଲ ।

ଆଧାର[ସମ୍ପାଦନା]

  1. "Sangeet Natak Akademi". sangeetnatak.gov.in. Retrieved 2020-02-15.
  2. "गीतों के जरिये चंदन तिवारी ने जोड़ा 'लोक'". 10 May 2017.
  3. "इंटरनेट पर छाई इनकी आवाज, बचपन में भजन अब भोजपुरी में कर रहीं कमाल". dainikbhaskar. 21 March 2014. Retrieved 2018-07-09.
  4. "भोजपुरी की प्रतिभावान और तेजस्वी गायिका हैं चंदन तिवारी, सुनें कुछ लोक गीत, देखें वीडियो | No. 1 Indian Media News Portal". www.bhadas4media.com (in ଆମେରିକୀୟ ଇଂରାଜୀ). Retrieved 2018-07-09.
  5. "चंदन तिवारी ने बताया अपने पसंदीदा 11 भोजपुरी गानों के बारे में". Archived from the original on 2018-07-11. Retrieved 2020-02-21.
  6. "पब्लिक डिमांड से अलग हटकर सोचना होगा : चंदन". Firstpost Hindi (in ହିନ୍ଦୀ). Retrieved 2018-07-09.
  7. "लोकगायिका चंदन तिवारी की कलम से एम्स्टर्डम डायरी". Retrieved 2018-07-09.
  8. "रसूल मियां ने लिखा- गमकता जगमगाता है अनोखा राम का सेहरा". LallanTop - News with most viral and Social Sharing Indian content on the web in Hindi (in ଆମେରିକୀୟ ଇଂରାଜୀ). Retrieved 2018-07-09.