ରସାନନ୍ଦ ସାହୁ

ଉଇକିପିଡ଼ିଆ‌ରୁ
ରସାନନ୍ଦ ସାହୁ
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୭ ଅକ୍ଟୋବର ୧୯୮୦
ପୂର୍ବ ଅଧିକାରୀରସମଞ୍ଜରୀ ଦେବୀ
ପର ଅଧିକାରୀଜାନକୀ ବଲ୍ଲଭ ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀଆଠଗଡ଼
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀକାହ୍ନୁ ଚରଣ ଲେଙ୍କା
ପର ଅଧିକାରୀରାଜ କିଶୋର ରାମ
ନିର୍ବାଚନ ମଣ୍ଡଳୀଚୌଦ୍ୱାର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1937-07-07) ୭ ଜୁଲାଇ ୧୯୩୭ (ବୟସ ୮୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଅନ୍ନପୂର୍ଣ୍ଣା ସାହୁ
ବାପା/ବୋଉଭାଗବତ ସାହୁ (ବାପା)
ବୃତ୍ତିରାଜନୀତିଜ୍ଞ

ରସାନନ୍ଦ ସାହୁ (ଜନ୍ମ: ୭ ଜୁଲାଇ ୧୯୩୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ରସାନନ୍ଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୮୦ ଓ ୧୯୮୫ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆଠଗଡ଼ ଏବଂ ଚୌଦ୍ୱାର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରସାନନ୍ଦ ସାହୁ ୧୯୩୭ ମସିହାର ଜୁଲାଇ ମାସ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭାଗବତ ସାହୁ ଏବଂ ପତ୍ନୀଙ୍କ ନାମ ଅନ୍ନପୂର୍ଣ୍ଣା ସାହୁ ।[୧] ରସାନନ୍ଦଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରସାନନ୍ଦ ସାହୁ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Rasananda Sahoo". odishaassembly.nic.in. Odisha Assembly. Retrieved 20 February 2020.