ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର
ଦେଖଣା
Harekrushna Mahtab State Library | |
---|---|
ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର | |
General information | |
Location | Bhubaneswar, Odisha |
Coordinates | 20°16′32″N 85°50′02″E / 20.275666°N 85.833818°E |
Website | |
hkmsl |
ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଥିବା ଏକ ପାଠାଗାର ।[୧] ଏହା ରାଜଧାନୀର ସଚିବାଳୟ ମାର୍ଗରେ ଅବସ୍ଥିତ ।[୨] ଏହି ପାଠାଗାରର ପରିକଳ୍ପନା ଦେଶର ପ୍ରଥମ ପଞ୍ଚବର୍ଷୀୟ ଯୋଜନାର(୧୯୫୧-୫୬) ଅନ୍ତର୍ଗତ ଥିଲା । ୧୯୫୯ରେ ତିଆରି ହେଇଥିବା ଏହି ଅନୁଷ୍ଠାନଟି ରାଜ୍ୟ ଗ୍ରନ୍ଥାଗାର ଓ ଭୁବନେଶ୍ୱର ସହରର ପାଠାଗାର ଭାବେ ବ୍ୟବହାର ହେଉଛି । ୧୯୬୭ ମସିହାରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଏହାକୁ "ଗାନ୍ଧୀ ଭବନ" ଓ ୧୯୮୭ ମସିହାରେ ଏହି ପାଠାଗାରର ନବୀକରଣ କରାଯାଇ ଏହାକୁ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ନାମରେ ନାମିତ କରାଯାଇଥିଲା ।[୩] ବର୍ତ୍ତମାନ ଏହି ପାଠାଗାରରେ ୨ ଲକ୍ଷରୁ ଅଧିକ ବହି ଅଛି ।
ଏହି ଅନୁଷ୍ଠାନକୁ ଭାରତର ଶ୍ରେଷ୍ଠ ପାଠାଗାର ପୁରସ୍କାର ମଧ୍ୟ ମିଳିଛି ।[୪]
ଆଧାର
[ସମ୍ପାଦନା]- ↑ C. P. Vashishth (1994). Library Movement and Library Development in India: Seminar Papers. Indian Library Association.
- ↑ B. D. Panda (1992). Development of Public Libraries in Orissa: Analytical Aspects. Pratibha Prakashan. ISBN 978-81-85268-17-0.
- ↑ Dr. Kapil Singh Hada; Dr. R. p. Bajpai (29 May 2014). Integrated Indian Public Library System. Partridge Publishing India. pp. 36–. ISBN 978-1-4828-2163-5.
- ↑ India. Dept. of Culture (2005). Annual Report. Government of India, Department of Culture.