ବିଜେନ୍ଦ୍ର ସିଂହ

ଉଇକିପିଡ଼ିଆ‌ରୁ
ବିଜେନ୍ଦ୍ର ସିଂହ
ବିଜେନ୍ଦ୍ର ସିଂହ
Born (1985-10-29) ୨୯ ଅକ୍ଟୋବର ୧୯୮୫ (ବୟସ ୩୮)
କଲୁୱାସ(ଭିୱାନୀ)
Nationalityଭାରତୀୟ
Citizenshipଭାରତୀୟ
Occupationକୁସ୍ତି ଖେଳାଳି ମଧ୍ୟମ ଭାର ବର୍ଗ
Height୬ ଫୁଟ, ୦ ଇଞ୍ଚ

ବିଜେନ୍ଦ୍ର ସିଂହ ବେନିୱାଲ (ଜନ୍ମ ୨୯ ଅକ୍ଟୋବର ୧୯୮୫) ହେଉଛନ୍ତି ଭାରତରେ ଜନ୍ମିତ ଜଣେ ପେଷାଦାର କୁସ୍ତି ଖେଳାଳି ତଥା ଜଣେ ଭାରତୀୟ ରାଜନୀତିଜ୍ଞ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ବିଜେନ୍ଦ୍ର ସିଂହ ୨୯ ଅକ୍ଟୋବର ୧୯୮୫ ଦିନ ହରିୟାନାର ଭିୱାନୀ ନିକଟବର୍ତ୍ତୀ କାଲୁୱାସ ନାମକ ଗ୍ରାମରେ ଏକ ଜାଟ ପରିବାରରେ ଜନ୍ମ ଗ୍ରହଣ କରିଥିଲେ [୧]। ପିତା ମହିପାଲ ସିଂହ ବେନିୱାଲ ହରିୟାନା ରୋଡୱେର ଜଣେ ଗାଡିଚାଲକ । ବିଜେନ୍ଦ୍ର ତଥା ତାଙ୍କ ବଡ଼ଭାଇ ମନୋଜର ଶିକ୍ଷା ପାଇଁ ଆବଶ୍ୟକୀୟ ଖର୍ଚ୍ଚ ତୁଲାଇବାକୁ ପିତାଙ୍କୁ ଅଧିକା କାମ କରିବାକୁ ପଡୁଥିଲା [୨]। ବିଜେନ୍ଦ୍ର ତାଙ୍କ ପ୍ରାଥମିକ ଶିକ୍ଷା ନିଜ ଗ୍ରାମ କାଲୁୱାସରେ ଶେଷ କରି ମାଧ୍ୟମିକ ଶିକ୍ଷା ଭିୱାନୀରେ ଲାଭ କଲେ ଏବଂ ପରିଶେଷରେ ଭିୱାନୀସ୍ଥିତ ବୈଶ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କଲେ ।[୩]

୧୯୯୦ ମସିହାରେ କୁସ୍ତି ଖେଳାଳି ରାଜ କୁମାର ସାଂଗୱାନ ଅର୍ଜୁନ ପୁରସ୍କାର ପାଇବା ପରେ ଭାରତରେ କୁସ୍ତି ଖେଳ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇଲା । ବିଜେନ୍ଦ୍ରଙ୍କ ବଡ଼ ଭାଇ ମଧ୍ୟ ଜଣେ କୁସ୍ତି ଖେଳାଳି ଥିଲେ । ତେଣୁ ବିଜେନ୍ଦ୍ର କୁସ୍ତି ଖେଳ ଶିକ୍ଷା କରିବାପାଇଁ ନିଶ୍ଚିତ କଲେ । ଇତି ମଧ୍ୟରେ ବିଜେନ୍ଦ୍ରଙ୍କ ବଡ଼ ଭାଇ ମନୋଜ ତାଙ୍କର ଉତ୍ତମ କୁସ୍ତି ପ୍ରଦର୍ଶନ ଯୋଗୁଁ ଭାରତୀୟ ସୈନ୍ୟବାହିନୀରେ ୧୯୯୮ ମସିହାରେ ଏକ ଚାକିରୀ ପାଇବା ଯୋଗୁଁ ସେ ମଧ୍ୟ ସାନ ଭାଇ ବିଜେନ୍ଦ୍ରଙ୍କ କୁସ୍ତି ଶିକ୍ଷା ପାଇଁ ଅର୍ଥ ଯୋଗାଇଦେବାକୁ ଆଗ୍ରହ ପ୍ରକାଶ କଲେ । ବିଜେନ୍ଦ୍ରଙ୍କ ପିତାମାତା ମଧ୍ୟ ବିଜେନ୍ଦ୍ରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ କୁସ୍ତିରେ ନିଜ କ୍ୟାରିଅର ଗଢିବା ପାଇଁ ବିଜେନ୍ଦ୍ରଙ୍କୁ ଉତ୍ସାହିତ କଲେ ।

ଭିୱାନୀସ୍ଥିତ ବକ୍ସିଂ କ୍ଳବରେ ,ଯେଉଁଠି ପୂର୍ବତନ ଜାତୀୟ ସ୍ତରର କୁସ୍ତି ଖେଳାଳି ଜଗଦୀଶ ସିଂ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ, ସେ ତାଙ୍କର କୁସ୍ତି ଶିକ୍ଷା ଆରମ୍ଭ କଲେ । ଖାଲି ସମୟରେ ସେ ମଧ୍ୟ ମଡେଲିଂ କରି ନିଜ ପାଇଁ ଅର୍ଥ ଯୋଗାଡ କରିପାରୁଥିଲେ । ତେବେ ବିଜେନ୍ଦ୍ର ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ଏକ ପ୍ରତିଯୋଗିତାରେ ରୌପ୍ୟ ପଦକ ଲାଭ କରି ତାଙ୍କ ଦକ୍ଷତାର ପ୍ରମାଣ ଦେଇଥିଲେ । ୨୦୦ ମସିହରେ ଜାତୀୟ ସ୍ତରରେ ସେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ । ୨୦୦୩ରେ ସେ ସର୍ବ ଭାରତୀୟ ଯୁବ କୁସ୍ତି ପ୍ରତିଯୋଗିତାରେ ଚମ୍ପିୟନ ହେଲେ । ତେବେ ଜଣେ ଜୁନିୟର କୁସ୍ତି ଖେଳାଳି ହୋଇ ମଧ୍ୟ ୨୦୦୩ରେ ଆଫ୍ରୋ-ଏସିୟାନ ଗେମସରେ ଭାଗ ନେଇ ସେ ରୌପ୍ୟ ପଦକ ଲାଭ କରିବା ପରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।

କ୍ରୀଡ଼ା କ୍ଷେତ୍ରରେ କୃତି[ସମ୍ପାଦନା]

ଜାନୁୟାରୀ ୨୦୧୦ରେ ଭରତୀୟ କ୍ରୀଡାକ୍ଷେତ୍ରରେ ତାଙ୍କର ଅବଦାନ ନିମିତ୍ତ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।[୪] ପରେ ପରେ ଚୀନରେ ସେ " invitational Champions of Champions boxing tournament"ରେ ଭାଗ ନେଇ ରୌପ୍ୟ ପଦକ ଲାଭ କରିଥିଲେ । ୨୦୧୦ରେ ଦିଲ୍ଲୀରେ ଅନୁଷ୍ଠିତ କମନୱେଲଥ ଚମ୍ପିଅନସ ବକ୍ସିଙ୍ଗ ଟୂର୍ଣ୍ଣାମେଣ୍ଟରେ ସେ ଇଂଲଣ୍ଡର ଫ୍ରାଙ୍କ ବୁଗୁଲିଓନିଙ୍କୁ ୧୩-୩ରେ ହରାଇ ସ୍ୱର୍ଣ୍ନ ପଦକ ଲାଭ କରିଥିଲେ ।[୫]

୨୦୧୨ରେ ଅନୁଷ୍ଥିତ ସମର ଅଲିମ୍ପିକସରେ ସେ କାଜକସ୍ଥାନର ଡାନାବେକ ସୁଝାନୋଭଙ୍କୁ ପୁରୁଷ ମଧ୍ୟମ ବର୍ଗ କୁସ୍ତିରେ ହରାଇ ପ୍ରତିଯୋଗିତାର ୧୬ତମ ରାଉଣ୍ଡକୁ ଉନ୍ନିତ ହେଲେ ଏବଂ ତାପରେ ଆମେରିକାର ଟେରେଲ ଗାଉସାଙ୍କୁ ହରାଇ ପ୍ରି-କ୍ୱାଟର ଫାଇନାଲକୁ ଉନ୍ନିତ ହେଲେ । ତେବେ ପରବର୍ତ୍ତୀ ରାଉଣ୍ଡରେ ସେ ଉଜବେକିସ୍ଥାନର ଅବ୍ବାସ ଆଟୋଭଙ୍କଦ୍ୱାରା ୧୩-୧୭ରେ ପରାଜିତ ହେଲେ [୬]। ୨୦୧୪ରେ ଅନୁଷ୍ଠିତ କମନୱ୍ୱେଲଥ ଗେମରେ ସେ ରୌପ୍ୟ ପଦକ ହାସଲ କରିବାକୁ ସକ୍ଷ୍ମ ହୋଇଥିଲେ ।

ଆଧାର[ସମ୍ପାଦନା]

  1. "Vijender Singh to marry on Tuesday". Sify (in ଇଂରାଜୀ). Retrieved 28 September 2019.
  2. "AFP: Indian boxer Vijender mobbed after historic medal". web.archive.org. 19 September 2009. Archived from the original on 19 September 2009. Retrieved 28 September 2019.
  3. "Vijender Singh Birthday Special: The Ace Boxer's Story Is Truly Inspiring - Laughingcolours English". Dailyhunt (in ଇଂରାଜୀ). Retrieved 28 September 2019.
  4. "Sehwag, Saina among Padma Shri awardees". www.telegraphindia.com (in ଇଂରାଜୀ). Retrieved 29 September 2019.
  5. "India claim overall title in Commonwealth Boxing Championship - Times of India ►". The Times of India. Retrieved 29 September 2019.
  6. "'Braveheart' Vijender Singh crashes out of Olympics - Indian Express". archive.indianexpress.com. Retrieved 30 September 2019.

ଅଧିକ ତଥ୍ୟ[ସମ୍ପାଦନା]