ସ୍ଥାୟୀ ସମିତି (ଭାରତ)

ଉଇକିପିଡ଼ିଆ‌ରୁ

ସ୍ଥାୟୀ ସମିତି, ଭାରତୀୟ ସଂସଦର ଏକ ସମିତି ଯାହା ସଂସଦର ଉଭୟ ଗୃହର ସଦସ୍ୟମାନଙ୍କୁ ନେଇ ଗଠିତ ହୋଇଥାଏ । ଏହା ଏକ ସ୍ଥାୟୀ ଏବଂ ନିୟମିତ ସମିତି ଯାହା ସଂସଦର ନିୟମ ଅନୁସାରେ ସମୟ ସମୟରେ ଗଠନ କରାଯାଇଥାଏ । ଭାରତୀୟ ସଂସଦର କାମଗୁଡ଼ିକ ବହୁଳ ପରିମାଣର ହେବାସହିତ ଜଟିଳ ମଧ୍ୟ, ତେଣୁ ଏଭଳି ସମିତି ଗଠନ କରାଯାଇ ଅନେକ କାମ ସମ୍ପାଦିତ ହୋଇଥାଏ ।[୧]

କିଛି ବ୍ୟତିକ୍ରମକୁ ବାଦଦେଲେ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ସମାନ ପ୍ରକାରର ସମିତି ଗଠନ କରାଯାଇଥାଏ । ସେମାନଙ୍କର ନିଯୁକ୍ତି, କାର୍ଯ୍ୟକାଳ, କାର୍ଯ୍ୟଧାରା ଏବଂ କାମକରିବାର ପ୍ରକ୍ରିୟା ମୋଟାମୋଟି ଦେଖିବାକୁ ଗଲେ ଏକ ଭଳି । ଏହି ସ୍ଥାୟୀ ସମିତି ରାଜ୍ୟ ସଭାର ଅଧ୍ୟକ୍ଷ ଏବଂ ଲୋକ ସଭାର ବାଚସ୍ପତିଙ୍କଦ୍ୱାରା ଅଲଗା ଭାବରେ କିମ୍ବା ମିଳିତ ଭାବରେ ବଛାଯାଇଥାଏ ।[୧]

ଦୁଇ ପ୍ରକାରର ସଂସଦୀୟ ସମିତି ରହିଥାଏ, ସ୍ଥାୟୀ ସମିତି ଏବଂ ଅସ୍ଥାୟୀ (ଠିକା) ସମିତି ।

  1. ସ୍ଥାୟୀ ସମିତି ପ୍ରତିବର୍ଷ କିମ୍ବା ପୁନଃପୌନିକ ଭାବରେ ସ୍ଥାପନ କରାଯାଇଥାଏ କିମ୍ବା ସେମାନେ ନିୟମିତ ଭାବରେ କାମ କରନ୍ତି ।
  2. ଠିକା ସମିତି ଅସ୍ଥାୟୀ ଅଟେ ଏବଂ କିଛି ନିର୍ଦ୍ଧିଷ୍ଟ କାମ ସମ୍ପାଦନ କରିବାକୁ ଗଠନ କରାଯାଇଥାଏ । କାମଟି ସରିଗଲା ପରେ ଏହି ସମିତିକୁ ବରଖାସ୍ତ କରିଦିଆଯାଇଥାଏ ।

ବର୍ଗୀକରଣ[ସମ୍ପାଦନା]

ସ୍ଥାୟୀ ସମିତି ମୁଖ୍ୟତଃ ନିମ୍ନଲିଖିତ ଭାଗରେ ବିଭକ୍ତ:

  • ରାଜ୍ୟସଭାର ସ୍ଥାୟୀ ସମିତି
  • ଲୋକ ସଭାର ସ୍ଥାୟୀ ସମିତି
  • ରାଜ୍ୟସଭାର ସ୍ଥାୟୀ ସମିତି ଅନ୍ତର୍ଗତ ବିଭାଗଗୁଡ଼ିକ ଏବଂ
  • ଲୋକ ସଭାର ସ୍ଥାୟୀ ସମିତି ଅନ୍ତର୍ଗତ ବିଭାଗଗୁଡ଼ିକ

କାର୍ଯ୍ୟ ଅନୁସାରେ[ସମ୍ପାଦନା]

କାମ କରିବାର ପ୍ରଣାଳୀ ହିସାବରେ ସ୍ଥାୟୀ ସମିତିକୁ ନିମ୍ନୋକ୍ତ ଭାଗରେ ବିଭାଜିତ କରାଯାଇପାରେ:

  • ପଚରାଉଚରା ସମିତି
  • ତଦାରଖ ଏବଂ ନିୟନ୍ତ୍ରଣ ସମିତି
  • ସଂସଦର ଦୈନିକ କାମ ସମ୍ପର୍କିତ ସମିତି
  • ଗୃହ ବ୍ୟବସ୍ଥା ସମିତି
  • ଚିଠା ବା ବିଲ ପ୍ରେରିତ/ପାସ କରୁଥିବା ସମିତି

ଆଧାର[ସମ୍ପାଦନା]

  1. ୧.୦ ୧.୧ https://rajyasabha.nic.in/rsnew/committees/general_introduction.asp