ଲୋମେସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡ

ଉଇକିପିଡ଼ିଆ‌ରୁ
ଲୋମେସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡ
Combination of
HydrochlorothiazideThiazide diuretic
OlmesartanAngiotension receptor blocker
Clinical data
Trade namesBenicar HCT, Benitec H, others
Routes of
administration
By mouth
Legal status
Legal status
  • ℞ (Prescription only)

ଲୋମେସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡ (ଇଂରାଜୀ ଭାଷାରେ Olmesartan/hydrochlorothiazide, ଏକ ବିକ୍ରୟ ନାମ ବେନିକାର ଏଚସିଟି/ Benicar HCT) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।[୧] ଏହି ମିଶ୍ରତ ଔଷଧରେ ଆଞ୍ଜିଓଟେନସନ ରିସେପ୍ଟର ବ୍ଲକର (angiotension receptor blocker) ଶ୍ରେଣୀର ଓଲମେସାର୍ଟାନ ଓ ଡାଇୟୁରେଟିକ (diuretic) ଶ୍ରେଣୀର ହାଇଡ୍ରୋକ୍ଲୋରୋଥିଆଜାଇଡ ଔଷଧ ଥାଏ ।[୧] କେବଳ ଓଲମେସାର୍ଟାନ ଔଷଧରେ ଉପଶମ ଯଥେଷ୍ଟ ନହେଲେ ଏହି ମିଶ୍ରିତ ଔଷଧ ଦିଆଯାଏ ।[୨] ଏହା ପାଟିରେ ଦିଆଯାଏ ।[୨]

ଲୋମେସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡ ଓଜନିଆ ଓ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ (upper respiratory tract infections) ହୋଇପାରେ ।[୩] ପ୍ରତିକ୍ରିୟା ସାଂଘାତିକ ହେଲେ ବୃକ୍‌କ ସମସ୍ୟା (kidney problems), ଆଲର୍ଜି ପ୍ରତିକ୍ରିୟା (allergic reactions) ଇଲେକ୍ଟ୍ରୋଲାଇଟ ସମସ୍ୟା (electrolyte problems) ଓ ଅଳ୍ପ ରକ୍ତଚାପ (low blood pressure) ହୋଇପାରେ ।[୩] ଗର୍ଭାବସ୍ଥାରେ ଏହା ଦିଆଯାଏ ନାହିଁ ।[୩] ଆଞ୍ଜିଓଟେନସିନ ୨ର (angiotensin II) ପ୍ରଭାବକୁ ଓଲମେସାର୍ଟନ ଅବରୋଧ କରି ଓ ବୃକ୍‌କରେ ଅଧିକ ସୋଡ଼ିଅମ କ୍ଷତି କରେଇ ହାଇଡ୍ରୋକ୍ଲୋରୋଥିଆଜାଇଡ କାର୍ଯ୍ୟକ୍ଷମ ହୁଏ ।[୩]

ସନ ୨୦୧୭ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୋଇନାହିଁ ।[୧] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୧୩ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୬ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୪] ସନ ୨୦୧୬ରେ ଏହାର ୧ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୫୮ତମ ସ୍ଥାନରେ ଥଲା ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Bope, Edward T.; Kellerman, Rick D. (2016). Conn's Current Therapy 2017 E-Book (in ଇଂରାଜୀ). Elsevier Health Sciences. p. 124. ISBN 9780323443357.
  2. ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. pp. 177–178. ISBN 9780857113382.
  3. ୩.୦ ୩.୧ ୩.୨ ୩.୩ "Olmesartan Medoxomil and Hydrochlorothiazide - FDA prescribing information, side effects and uses". Drugs.com (in ଇଂରାଜୀ). Retrieved 11 March 2019.
  4. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  5. "The Top 300 of 2019". clincalc.com. Retrieved 22 December 2018.