ଓଲମେସାର୍ଟାନ

ଉଇକିପିଡ଼ିଆ‌ରୁ
(Olmesartanରୁ ଲେଉଟି ଆସିଛି)
ଓଲମେସାର୍ଟାନ
Clinical data
Trade namesBenicar
SynonymsOlmesartan medoxomil
AHFS/Drugs.commonograph
MedlinePlusa603006
Pregnancy
category
  • C (D if used in second or third trimester)
Routes of
administration
By mouth
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability26%
MetabolismLiver (cannot be removed by hemodialysis)
Elimination half-life13 hours
ExcretionKidney 40%, biliary 60%
Identifiers
  • (5-methyl-2-oxo-2H-1,3-dioxol-4-yl)methyl 4-(2-hydroxypropan-2-yl)-2-propyl-1-({4-[2-(2H-1,2,3,4-tetrazol-5-yl)phenyl]phenyl}methyl)-1H-imidazole-5-carboxylate
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.174.243 Edit this at Wikidata
Chemical and physical data
FormulaC29H30N6O6
Molar mass558.585 g/mol
3D model (JSmol)
  • CCCc2nc(C(C)(C)O)c(C(=O)OCc1oc(=O)oc1C)n2Cc5ccc(C3C=CC=CC3c4nn[nH]n4)cc5
  • InChI=1S/C29H30N6O6/c1-5-8-23-30-25(29(3,4)38)24(27(36)39-16-22-17(2)40-28(37)41-22)35(23)15-18-11-13-19(14-12-18)20-9-6-7-10-21(20)26-31-33-34-32-26/h6-7,9-14,38H,5,8,15-16H2,1-4H3,(H,31,32,33,34) checkY
  • Key:UQGKUQLKSCSZGY-UHFFFAOYSA-N checkY
 ☒NcheckY (what is this?)  (verify)

ଓଲମେସାର୍ଟାନ (ଇଂରାଜୀ ଭାଷାରେ Olmesartan, ଏକ ବ୍ୟବସାୟୀକ ନାମ ବେନିକାର/ Benicar) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍‌ପାତମଧୁମେହ ବୃକ୍‌କ ରୋଗମାନଙ୍କର (diabetic kidney disease) ଚିକିତ୍ସାରେ ଦିଆଯାଏ ।[୧] ଉଚ୍ଚ ରକ୍ତଚାପ ରୋଗରେ ଏହା ପସନ୍ଦ‌ଯୋଗ୍ୟ ପ୍ରାରମ୍ଭିକ ଚିକିତ୍ସା ଭାବାରେ ଦିଆଯାଏ ।[୧] ଏହା ପାଟିରେ ଦିଆଯାଏ ।[୧] ଏକ‌କ ଔଷଧ ବ୍ୟତୀତ ମିଶ୍ରିତ ଭାବରେ ଲୋମେସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡଓମଲେସାର୍ଟାନ/ଆମଲୋଡିପିନ (olmesartan/amlodipine) ନାମରେ ମଧ୍ୟ ଏହା ଉପଲବ୍‌ଧ ହୁଏ ।[୧]

ଓଲମେସାର୍ଟାନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ, ମୁଣ୍ଡ ବିନ୍ଧା, ତରଳ ଝାଡ଼ା, ଅଣ୍ଟା ଯନ୍ତ୍ରଣା ହୋଇପାରେ ।[୧] ପ୍ରତିକ୍ରିୟା ସାଂଘାତିକ ହେଲେ ବୃକ୍‌କ ସମସ୍ୟା (kidney problems), ଅଳ୍ପ ରକ୍ତଚାପ (low blood pressure) ଓ ଆଞ୍ଜିଓଇଡିମା ହୋଇପାରେ । [୧] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ଦେବାକୁ ସୁପାରିସ କରାଯାଏ ନାହିଁ । [୨] ଏହା ଏକ ଆଞ୍ଜିଓଟେନସିନ ୨ ରିସେପ୍ଟର ଆଣ୍ଟାଗୋନିସ୍ଟ (angiotensin II receptor antagonist) ଓ ଅଞ୍ଜିଓଟେନସିନ ୨କୁ (angiotensin II) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧] {{^| ସନ ୧୯୯୧ରେ ପେଟେଣ୍ଟ ହେବା ପରେ ସନ ୨୦୦୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୩] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୪] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୨.୫୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୫ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୫] ସନ ୨୦୧୬ରେ ଏହାର ୩.୮ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୬୪ତମ ସ୍ଥାନରେ ଥଲା ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Olmesartan Medoxomil Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
  2. "Olmesartan Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
  3. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 471. ISBN 9783527607495.
  4. ୪.୦ ୪.୧ British national formulary : BNF 76 (76 ed.). Pharmaceutical Press. 2018. p. 177. ISBN 9780857113382.
  5. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  6. "The Top 300 of 2019". clincalc.com. Retrieved 26 February 2019.

ବାହ୍ୟ ଲିଙ୍କ[ସମ୍ପାଦନା]