କେଟି ବଉମ୍ୟାନ

ଉଇକିପିଡ଼ିଆ‌ରୁ


କେଟି ବଉମ୍ୟାନ
Katie Bouman en 2019.
ଜନ୍ମ୯ ମଇ ୧୯୮୯ Edit this on Wikidata (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ଶିକ୍ଷାନୁଷ୍ଠାନମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, University of Michigan, West Lafayette Junior-Senior High School, ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି Edit this on Wikidata
ପିତାମାତା
  • Charles Addison Bouman Edit this on Wikidata
ପୁରସ୍କାରBBC 100 Women (୨୦୧୯) Edit this on Wikidata
ୱେବସାଇଟwww.cms.caltech.edu/people/klbouman
Scientific career
FieldsComputer vision, ମେସିନ ଲର୍ଣ୍ଣିଙ୍ଗ୍
Institutions
  • California Institute of Technology
  • ହାଭାର୍ଡ ବିଶ୍ୱବିଦ୍ୟାଳୟ Edit this on Wikidata
ThesisExtreme imaging via physical model inversion : seeing around corners and imaging black holes
Doctoral advisorWilliam T. Freeman

କ୍ୟାଥେରିନ ଲୁସି ବଉମ୍ୟାନ (ଜନ୍ମ: ୧୯୮୯/୧୯୯୦)[୧] ଛବି ଉପରେ କାମ କରୁଥିବା ଜଣେ ମହିଳା ଯୁକ୍ତରାଷ୍ଟ୍ର ଆମେରିକୀୟ କମ୍ପ୍ୟୁଟର ବୈଜ୍ଞାନିକ । ସେ ଇଭେଣ୍ଟ ହରାଇଜନ ଟେଲିସ୍କୋପ (ଦୂରବୀକ୍ଷଣ ଯନ୍ତ୍ର) ଦଳର ଏକ ସଦସ୍ୟ ଥିଲେ, ଯେଉଁମାନେ ପ୍ରଥମ କୃଷ୍ଣଗର୍ତ୍ତ ବା ବ୍ଲାକ ହୋଲର ଛବି ଉତ୍ତୋଳନ କରିଥିଲେ ।[୨][୩] ସେ ଗଣନା ଏବଂ ଗାଣିତିକ ବିଜ୍ଞାନର ଏକ ସହକାରୀ ପ୍ରଫେସର ଭାବରେ କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଜୁନ ୨୦୧୯ ମସିହାରେ ଯୋଗ ଦେଇପାରନ୍ତି ।[୪]

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ବଉମ୍ୟାନ ଯୁକ୍ତରାଷ୍ଟ୍ରର ଇଣ୍ଡିଆନା ରାଜ୍ୟର ପଶ୍ଚିମ ଲାଫାୟେଟରେ ବାଲ୍ୟକାଳ କାଟିଥିଲେ । ୨୦୦୭ ମସିହାରେ ସେହି ଅଞ୍ଚଳର ଉଚ୍ଚ ଶିକ୍ଷା ବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିଲେ । ତାଙ୍କର ପିତା, ଚାର୍ଲସ ବଉମ୍ୟାନ ଜଣେ ବିଦ୍ୟୁତ୍ ଓ ଅଭିବିଦ୍ୟୁତ୍ ସଙ୍କ୍ରାନ୍ତୀୟ ବୈଷୟିକ ବିଜ୍ଞାନ ଏବଂ ବାଇଓମେଡିକାଲ ବୈଷୟିକ ବିଜ୍ଞାନର ପ୍ରଫେସର ଭାବରେ ପରଡ୍ୟୁ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ । [୫] କେଟ ଏହି ପରଡ୍ୟୁ ବିଶ୍ୱବିଦ୍ୟାଳୟରେ ନିଜର ଉଚ୍ଚ ଶିକ୍ଷା ସମୟରେ ଛବି ଉପରେ ଏକ ଗବେଷଣା କରିଥିଲେ ।[୫] ଇଭେଣ୍ଟ ହରାଇଜନ ଟେଲିସ୍କୋପ ବିଷୟରେ ସେ ୨୦୦୭ ମସିହାରେ ଅବଗତ ହୋଇଥିଲେ ।[୬]

କେଟି ୟୁନିଭର୍ସିଟି ଅଫ ମିସିଗାନରେ ବୈଦୁତିକ ବୈଷୟିକ ବିଜ୍ଞାନ ପଢ଼ିଥିଲେ ଏବଂ ୨୦୧୧ ମସିହାରେ ସ୍ନାତକ ପଢ଼ା ସମାପ୍ତି କରିଥିଲେ । ୨୦୧୩ ମସିହାରେ ସେ ନିଜର ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ୨୦୧୭ ମସିହାରେ ତାଙ୍କୁ ମାସାଚୁସେଟସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (MIT)ରୁ ଡକ୍ଟରେଟ ଉପାଧି ମିଳିଥିଲା ।[୭]ଏମଆଇଟିଠାରେ ସେ ନଡ଼ା ପରିବେକ୍ଷଣକାରୀ (Haystack Observatory) ଦଳର ଏକ ସଦସ୍ୟ ଥିଲେ ।[୮] ତାଙ୍କୁ ଜାତୀୟ ବିଜ୍ଞାନ ସଂସ୍ଥାନ ତରଫରୁ ସହାୟତା ମିଳିଥିଲା । ତାଙ୍କର ସ୍ନାତୋକୋତ୍ତର ନିବନ୍ଧ ଗତିର ଅବଲୋକନଦ୍ୱାରା କପଡାର ଭୌତିକ ଗୁଣାବଳୀ ଅନୁମାନ (Estimating Material Properties of Fabric through the Observation of Motion)[୯] ଶ୍ରେଷ୍ଠ ନିବନ୍ଧ ପୁରସ୍କାର ଜିତିଥିଲା ।[୧୦] ତାଙ୍କର ଡକ୍ଟରେଟ ନିବନ୍ଧ ଓଲଟା ଭୌତିକ ମଡେଲ ମାଧ୍ୟମରେ ଚରମ ଛବି ଉତ୍ତୋଳନ: ଆଖପାଖ ଦେଖି କୃଷ୍ଣଗର୍ତ୍ତର ଛବି ଉତ୍ତୋଳନ (Extreme imaging via physical model inversion: seeing around corners and imaging black holes), ୱିଲିୟମ ‌ଟି ଫ୍ରିମ୍ୟାନଙ୍କଦ୍ୱାରା ପର୍ଯ୍ୟାବେକ୍ଷିତ ହୋଇଥିଲା ।[୧୧] ଡକ୍ଟରେଟ ଉପାଧି ଲାଭ ପୂର୍ବରୁ ବଉମ୍ୟାନ କୃଷ୍ଣଗର୍ତ୍ତର ଛବି କିପରି ନିଆଯାଇପାରିବ ତାହା ଉପରେ ଏକ ଟିଇଡିଏକ୍ସ ବକ୍ତୃତା ପ୍ରଦାନ କରିଥିଲେ ।[୧୨][୧୩]

ଗବେଷଣା ଏବଂ ପେଶା[ସମ୍ପାଦନା]

ନିଜର ଡକ୍ଟରେଟ ଲାଭ ପରେ ବଉମ୍ୟାନ ହାଭାର୍ଡ ବିଶ୍ୱବିଦ୍ୟାଳୟରେ ଇଭେଣ୍ଟ ହରାଇଜନ ଟେଲିସ୍କୋପ (ଦୂରବୀକ୍ଷଣକରି ଯନ୍ତ୍ର) ଦଳର ଏକ ସଦସ୍ୟ ଭାବରେ ଯୋଗଦେଇଥିଲେ ।[୧୪][୧୫][୧୬] ସେ ଗଣନା ଏବଂ ଗାଣିତିକ ବିଜ୍ଞାନର ଏକ ସହକାରୀ ପ୍ରଫେସର ଭାବରେ କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଜୁନ ୨୦୧୯ ମସିହାରେ ଯୋଗ ଦେଇପାରନ୍ତି । ଯେଉଁଠାରେ ସେ ସେ ଗଣନା ଏବଂ ଗାଣିତିକ ବିଜ୍ଞାନ ସହ ମେସିନ ଲର୍ଣ୍ଣିଙ୍ଗରେ ମଧ୍ୟ କାମ କରିବେ ।[୧୭][୧୮][୧୯]

A blurry photo of a supermassive black hole in M87.
ଅପ୍ରେଲ ୨୦୧୯ରେ ପ୍ରକାଶ ପାଇଥିବା ପ୍ରଥମ କୃଷ୍ଣଗର୍ତ୍ତର (Black Hole) ଛବି

ବଉମ୍ୟାନ କୃଷ୍ଣଗର୍ତ୍ତ ଛବି ଉତ୍ତୋଳନପାଇଁ ଏକ ଆଲଗୋରିଦମ ଗଠନରେ ମୁଖ୍ୟ ଭୂମିକା ନିର୍ୱାହ କରିଥିଲେ । ଏହି ଆଲଗୋରିଦମର ନାମ ହେଲା ପ୍ୟାଚ ଏବଂ ତତପଶ୍ଚାତର ଉପଯୋଗ କରି ନିରନ୍ତର ଉଚ୍ଚ ରିଜୋଲ୍ୟୁସନ ଛବି ନିର୍ମାଣ (Continuous High-resolution Image Reconstruction using Patch priors, or CHIRP) ।[୨୦][୧୩][୨୧] ଏହି ଉପାୟଦ୍ୱାରା ଅପ୍ରେଲ ୨୦୧୯ ମସିହାରେ ପ୍ରଥମ କୃଷ୍ଣଗର୍ତ୍ତ ଛବି ଉତ୍ତୋଳନ କରାଯାଇପାରିଥିଲା[୨୨], ଯେଉଁଥିରେ ବଉମ୍ୟାନ ଏକ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।[୨][୨୩] ସେ ଏହି ପ୍ରକଳ୍ପରେ ଛବିଗୁଡ଼ିକର ସମୀକ୍ଷଣ, ଟେଲିସ୍କୋପଦ୍ୱାରା ପ୍ରାପ୍ତ ଅନାବଶ୍ୟକ ତଥ୍ୟକୁ ବାଦ ଦେବାପାଇଁ ପାରାମିଟର ଚୟନ[୨୪] ଏବଂ ଏକ ସୁଦୃଢ଼ ଛବି ଢାଞ୍ଚା ନିର୍ମାଣକରି ଭିନ୍ନ ଭିନ୍ନ ଛବି ପୁନଃନିର୍ମାଣ ଉପାୟ ଉପରେ କାମ କରିଥିଲେ ।[୨୫] ତାଙ୍କର ଦଳ ସାଧାରଣ ଆପେକ୍ଷିକ ତତ୍ତ୍ୱ ମଧ୍ୟ ଏହି ଦୂରବୀକ୍ଷଣକାରୀ ଯନ୍ତ୍ର ସହାୟତାରେ ଅଧିକ ଜାଣିବାକୁ ଚେଷ୍ଟା କରିଥିଲେ ।[୧୮]

ବିବାଦ[ସମ୍ପାଦନା]

କୃଷ୍ଣଗର୍ତ୍ତ ଛବି ପ୍ରକାଶିତ ହେବ ପରେ ବଉମ୍ୟାନ ଏକ କମ୍ପ୍ୟୁଟର ପରଦାକୁ ଦେଖି ଖୁସିରେ ହସୁଥିବାର ଛବି ଇଣ୍ଟରନେଟରେ ଭାଇରଲ ହୋଇଯାଇଥିଲା [୨][୨୬][୨୭][୨୮] ଏବଂ ତାଙ୍କର ଏହି ଛବି ପ୍ରତି ଅବଦାନର ଅଧିକ ବଢ଼େଇ ଚଢ଼େଇ କୁହାଯାଇଛି ବୋଲି ବିବାଦ ଉପୁଜିଥିଲା । [୨] ଅନେକ ମହଲରୁ ବଉମ୍ୟାନଙ୍କୁ ଏବଂ ତାଙ୍କର ଦଳକୁ କରିଥିବା କାମ ଉପରେ ସନ୍ଦେହ କରାଯାଇ ଆକ୍ଷେପ କରାଯାଇଥିଲା । ସମାନ ଭାବରେ ଅନେକ ବ୍ୟକ୍ତି ବଉମ୍ୟାନଙ୍କ ସପକ୍ଷରେ ବଳିଷ୍ଠ ଯୁକ୍ତି ବାଢ଼ି ଏହି ସବୁ ବିବାଦର ଅବସାନ ଘଟାଇବାକୁ ଚେଷ୍ଟା କରିଥିଲେ । [୨୩][୨୫][୨୯][୩୦]

ଆଧାର[ସମ୍ପାଦନା]

  1. Guarino, Ben (10 April 2019). "Algorithms gave us the black hole picture. She's the 29-year-old scientist who helped create them". The Washington Post. Retrieved 16 April 2019.
  2. ୨.୦ ୨.୧ ୨.୨ ୨.୩ Mervosh, Sarah (11 April 2019). "How Katie Bouman Accidentally Became the Face of the Black Hole Project". The New York Times. Retrieved 12 April 2019.
  3. Anon (April 11, 2019). "The woman behind first black hole image". bbc.co.uk. BBC News.
  4. "Katie Bouman Joins EAS and CMS". cms.caltech.edu. Archived from the original on January 12, 2021. Retrieved April 11, 2019.
  5. ୫.୦ ୫.୧ Bangert, Dave (April 10, 2019). "That first-ever black hole picture? A West Lafayette grad played a big part". conline.com (in ଇଂରାଜୀ). Journal & Courier. Retrieved April 10, 2019.
  6. Abraham, Zennie (April 10, 2019). "About Katie Bouman Creator Of First Black Hole Image From Event Horizon Telescope" (in ଆମେରିକୀୟ ଇଂରାଜୀ). Oakland News Now Today. Retrieved April 10, 2019.
  7. "Katie Bouman aka Katherine L. Bouman". people.csail.mit.edu. Retrieved 2019-04-11.
  8. "Working together as a "virtual telescope," observatories around the world produce first direct images of a black hole". news.mit.edu. MIT News. Retrieved April 10, 2019.
  9. Bouman, Katherine Louise. Estimating the material properties of fabric through the observation of motion (S.M. thesis). Massachusetts Institute of Technology. ଛାଞ୍ଚ:Free access
  10. "EECS Celebrates – Fall 2014 Awards | MIT EECS". www.eecs.mit.edu. Archived from the original on May 13, 2019. Retrieved April 10, 2019.
  11. Bouman, Katherine Louise. Extreme imaging via physical model inversion : seeing around corners and imaging black holes (PhD thesis). Massachusetts Institute of Technology. ଛାଞ୍ଚ:Free access
  12. Bouman, Katie. "Katie Bouman | Speaker | TED". www.ted.com (in ଇଂରାଜୀ). Retrieved April 10, 2019.
  13. ୧୩.୦ ୧୩.୧ Chappel, Bill (April 10, 2019). "Earth Sees First Image Of A Black Hole". NPR. Retrieved April 10, 2019.
  14. "Katie Bouman". bhi.fas.harvard.edu (in ଇଂରାଜୀ). Retrieved April 10, 2019.
  15. "Professor Katie Bouman (Caltech): " Imaging a Black Hole with the Event Horizon Telescope"" (in ଆମେରିକୀୟ ଇଂରାଜୀ). Archived from the original on April 10, 2019. Retrieved April 10, 2019.
  16. "Project bids to make black hole movies". BBC News (in ବ୍ରିଟିଶ୍‌ ଇଂରାଜୀ). Retrieved April 10, 2019.
  17. ଛାଞ୍ଚ:Google scholar id
  18. ୧୮.୦ ୧୮.୧ "Katherine L. (Katie) Bouman". caltech.edu. California Institute of Technology. Retrieved April 10, 2019.
  19. "Imaging the Invisible". www.ee.columbia.edu (in ଇଂରାଜୀ). Archived from the original on May 13, 2019. Retrieved April 10, 2019.
  20. Bouman, Katherine L.; Johnson, Michael D.; Zoran, Daniel; Fish, Vincent L.; Doeleman, Sheperd S.; Freeman, William T. (2016). "Computational Imaging for VLBI Image Reconstruction": 913–922. arXiv:1512.01413. doi:10.1109/CVPR.2016.105. {{cite journal}}: Cite journal requires |journal= (help)
  21. "Scientist superstar Katie Bouman designed algorithm for black hole image". phys.org. Retrieved 12 April 2019.
  22. @MIT_CSAIL (12 April 2019). "Clarification" (Tweet) – via Twitter. {{cite web}}: Cite has empty unknown parameter: |dead-url= (help)
  23. ୨୩.୦ ୨୩.୧ Elfrink, Tim. "Trolls hijacked a scientist's image to attack Katie Bouman. They picked the wrong astrophysicist". Washington Post. Retrieved 2019-04-12. {{cite web}}: Cite has empty unknown parameters: |1= and |dead-url= (help) (alternate source)
  24. Lou, Michelle; Ahmed, Saeed (April 10, 2019). "That image of a black hole you saw everywhere today? Thank this grad student for making it possible". cnn.com. CNN. Retrieved April 10, 2019.
  25. ୨୫.୦ ୨୫.୧ Chael, Andrew. "…With a few others, Katie also developed the imaging framework that rigorously tested all three codes and shaped the entire paper". Twitter.
  26. Ellis-Petersen, Hannah (11 April 2019). "Katie Bouman: the 29-year-old whose work led to first black hole photo". The Guardian. Retrieved 13 April 2019.
  27. Lou, Michelle; Ahmed, Saeed (2019-04-12). "To undermine Katherine Bouman's role in the black hole photo, trolls held up a white man as the real hero — until he fought back". CNN. Retrieved 2019-04-13.
  28. Collins, Ben (2019-04-12). "The first picture of a black hole made Katie Bouman an overnight celebrity. Then internet trolls descended". NBC News. Retrieved 2019-04-13.
  29. Griggs, Mary Beth (13 April 2019). "Online trolls are harassing a scientist who helped take the first picture of a black hole". The Verge. Retrieved 14 April 2019.
  30. Joyce, Kathleen (2019-04-13). "Internet trolls attempted to discredit Katie Bouman's work on black hole project". Fox News (in ଆମେରିକୀୟ ଇଂରାଜୀ). Retrieved 2019-04-14.

ବାହାର ଆଧାର[ସମ୍ପାଦନା]

  • Katie Bouman page at MIT Computer Science and Artificial Intelligence Laboratory
  • TEDx ପୃଷ୍ଠା ଯେଉଁଠାରେ ସେ କୃଷ୍ଣଗର୍ତ୍ତ ଖୋଜିବାର ଉପାୟ ସାଧାରଣ ଲୋକ ବୁଝିବାଭଳି କହିଛନ୍ତି